ହୀରାକୁଦ ବନ୍ଧକୁ ପୂରିଲା ୬୭ବର୍ଷ

ସମ୍ବଲପୁର,୧୪ା୧ (ଭବାନୀ ଶଙ୍କର ଭୋଇ):୧୯୫୭ ମସିହା ଠିକ୍‌ ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ସ୍ବାଧୀନ ଭାରତର ସର୍ବବୃହତ୍‌ ପ୍ରକଳ୍ପ ଭାବରେ ହୀରାକୁଦ ବନ୍ଧ ଉଦ୍‌ଘାଟିତ ହୋଇଥିଲା। ଜଳ ସେଚନ, ବିଦ୍ୟୁତ୍‌ ଉତ୍ପାଦନ ସହ ବନ୍ୟା ନିୟନ୍ତ୍ରଣ ଲକ୍ଷ୍ୟ ରଖି ସମ୍ବଲପୁର ସହରର ଉପର ମୁଣ୍ଡରେ ହୀରାକୁଦ ବନ୍ଧ ନିର୍ମାଣ କରାଯାଇଥିଲା। ୧୨ ଏପ୍ରିଲ ୧୯୪୮ରେ କାମ ଆରମ୍ଭ ହୋଇ ୯ବର୍ଷ ପରେ ୮୩ ହଜାର ୪ଶହ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ହୀରାକୁଦ ବନ୍ଧ ଆଜିର ଦିନରେ ଲୋକାର୍ପିତ ହୋଇଥିଲା। ସେତେବେଳେ ପ୍ରାୟ ଶହେ କୋଟି ଟଙ୍କା ବନ୍ଧ ନିର୍ମାଣରେ ଖର୍ଚ୍ଚ ହୋଇଥିଲା। ୨୫.୮ କିଲୋମିଟର ବିଶିଷ୍ଟ ମାଟିବନ୍ଧ ଏସିଆର ସର୍ବବୃହତ୍‌ ହେବାର ଗୌରବ ହାସଲ କରିଛି।
ତେବେ ଏହି ବନ୍ଧ ନିର୍ମାଣ ସମୟରେ ୨୨ ହଜାର ପରିବାରକୁ ନିଜର ଭିଟାମାଟି ଛାଡି ବିସ୍ଥାପିତ ହେବାକୁ ପଡିଥିଲା। ହଜାର ହଜାର ଲୋକଙ୍କ ଜମିବାଡି ହୀରାକୁଦ ପାଣି ଭିତରେ ସବୁଦିନ ପାଇଁ ବୁଡିଯାଇଥିଲା। ୨୮୫ଖଣ୍ଡ ଗାଁ ହୀରାକୁଦ ପାଣିରେ ନିଜର ଅସ୍ତିତ୍ୱ ହରାଇଥିଲେ। କହିବାକୁ ଗଲେ ଏକ ସମୃଦ୍ଧ ଇତିହାସ ହୀରାକୁଦ ବନ୍ଧ ପାଣିରେ ସବୁଦିନ ପାଇଁ ହଜିଯାଇଥିଲା। ବିସ୍ଥାପନ ସମୟରେ ଶତାଧିକ ଲୋକ ପ୍ରାଣ ହରାଇଥିଲେ। ଅନେକ ଲୋକ ଓଡିଶା ଛାଡି ଛତିଶଗଡର ସ୍ଥାୟୀ ବାସିନ୍ଦା ହୋଇଛନ୍ତି। ଯେଉଁମାନଙ୍କ ବଳିଦାନରେ ହୀରାକୁଦ ବନ୍ଧ ତିଆରି ହେଲା ସେମାନଙ୍କ ମଧ୍ୟରୁ ଅନେକଙ୍କ ଚାଷ ଜମିକୁ ଏପର୍ଯ୍ୟନ୍ତ ଜଳସେଚନର ସୁବିଧା ହୋଇ ନାହଁି। ଅନେକ କ୍ଷତିପୂରଣ ପାଇବାରୁ ବଞ୍ଚିିତ ହୋଇ ରହିଯାଇଛନ୍ତି। ପ୍ରତିଷ୍ଠା ଦିବସକୁ ନିରାଡମ୍ବର ଢଙ୍ଗରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ପାଳନ କରି ବଳିଦାନ ଦେଇଥିବା ଲୋକଙ୍କୁ ହୀରାକୁଦ ବନ୍ଧ ଶହୀଦ ସ୍ତମ୍ଭ ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ହୀରାକୁଦ ବନ୍ଧ ଅଧୀକ୍ଷଣ ଯନ୍ତ୍ରୀ ଇଂ ସୁଧୀର କୁମାର ସାହୁଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏବେ ଏହା ପର୍ଯ୍ୟଟନ କ୍ଷେତ୍ରରେ ଯୋଡି ହୋଇପାରିଛି। ତେବେ ବଳିଦାନ ଦେଇଥିବା ସେହି ଲୋକମାନଙ୍କ ସ୍ମୃତିରେ ହୀରାକୁଦ ବନ୍ଧ ନିକଟରେ ଏକ ସଂଗ୍ରହାଳୟ ନିର୍ମାଣ କରି ସେମାନଙ୍କ ତ୍ୟାଗକୁ ନୂତନ ପିଢି ପାଖରେ ପହଞ୍ଚାଇବାକୁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri