ହୀରାକୁଦ ବନ୍ଧକୁ ପୂରିଲା ୬୭ବର୍ଷ

ସମ୍ବଲପୁର,୧୪ା୧ (ଭବାନୀ ଶଙ୍କର ଭୋଇ):୧୯୫୭ ମସିହା ଠିକ୍‌ ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ସ୍ବାଧୀନ ଭାରତର ସର୍ବବୃହତ୍‌ ପ୍ରକଳ୍ପ ଭାବରେ ହୀରାକୁଦ ବନ୍ଧ ଉଦ୍‌ଘାଟିତ ହୋଇଥିଲା। ଜଳ ସେଚନ, ବିଦ୍ୟୁତ୍‌ ଉତ୍ପାଦନ ସହ ବନ୍ୟା ନିୟନ୍ତ୍ରଣ ଲକ୍ଷ୍ୟ ରଖି ସମ୍ବଲପୁର ସହରର ଉପର ମୁଣ୍ଡରେ ହୀରାକୁଦ ବନ୍ଧ ନିର୍ମାଣ କରାଯାଇଥିଲା। ୧୨ ଏପ୍ରିଲ ୧୯୪୮ରେ କାମ ଆରମ୍ଭ ହୋଇ ୯ବର୍ଷ ପରେ ୮୩ ହଜାର ୪ଶହ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ହୀରାକୁଦ ବନ୍ଧ ଆଜିର ଦିନରେ ଲୋକାର୍ପିତ ହୋଇଥିଲା। ସେତେବେଳେ ପ୍ରାୟ ଶହେ କୋଟି ଟଙ୍କା ବନ୍ଧ ନିର୍ମାଣରେ ଖର୍ଚ୍ଚ ହୋଇଥିଲା। ୨୫.୮ କିଲୋମିଟର ବିଶିଷ୍ଟ ମାଟିବନ୍ଧ ଏସିଆର ସର୍ବବୃହତ୍‌ ହେବାର ଗୌରବ ହାସଲ କରିଛି।
ତେବେ ଏହି ବନ୍ଧ ନିର୍ମାଣ ସମୟରେ ୨୨ ହଜାର ପରିବାରକୁ ନିଜର ଭିଟାମାଟି ଛାଡି ବିସ୍ଥାପିତ ହେବାକୁ ପଡିଥିଲା। ହଜାର ହଜାର ଲୋକଙ୍କ ଜମିବାଡି ହୀରାକୁଦ ପାଣି ଭିତରେ ସବୁଦିନ ପାଇଁ ବୁଡିଯାଇଥିଲା। ୨୮୫ଖଣ୍ଡ ଗାଁ ହୀରାକୁଦ ପାଣିରେ ନିଜର ଅସ୍ତିତ୍ୱ ହରାଇଥିଲେ। କହିବାକୁ ଗଲେ ଏକ ସମୃଦ୍ଧ ଇତିହାସ ହୀରାକୁଦ ବନ୍ଧ ପାଣିରେ ସବୁଦିନ ପାଇଁ ହଜିଯାଇଥିଲା। ବିସ୍ଥାପନ ସମୟରେ ଶତାଧିକ ଲୋକ ପ୍ରାଣ ହରାଇଥିଲେ। ଅନେକ ଲୋକ ଓଡିଶା ଛାଡି ଛତିଶଗଡର ସ୍ଥାୟୀ ବାସିନ୍ଦା ହୋଇଛନ୍ତି। ଯେଉଁମାନଙ୍କ ବଳିଦାନରେ ହୀରାକୁଦ ବନ୍ଧ ତିଆରି ହେଲା ସେମାନଙ୍କ ମଧ୍ୟରୁ ଅନେକଙ୍କ ଚାଷ ଜମିକୁ ଏପର୍ଯ୍ୟନ୍ତ ଜଳସେଚନର ସୁବିଧା ହୋଇ ନାହଁି। ଅନେକ କ୍ଷତିପୂରଣ ପାଇବାରୁ ବଞ୍ଚିିତ ହୋଇ ରହିଯାଇଛନ୍ତି। ପ୍ରତିଷ୍ଠା ଦିବସକୁ ନିରାଡମ୍ବର ଢଙ୍ଗରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ପାଳନ କରି ବଳିଦାନ ଦେଇଥିବା ଲୋକଙ୍କୁ ହୀରାକୁଦ ବନ୍ଧ ଶହୀଦ ସ୍ତମ୍ଭ ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ହୀରାକୁଦ ବନ୍ଧ ଅଧୀକ୍ଷଣ ଯନ୍ତ୍ରୀ ଇଂ ସୁଧୀର କୁମାର ସାହୁଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏବେ ଏହା ପର୍ଯ୍ୟଟନ କ୍ଷେତ୍ରରେ ଯୋଡି ହୋଇପାରିଛି। ତେବେ ବଳିଦାନ ଦେଇଥିବା ସେହି ଲୋକମାନଙ୍କ ସ୍ମୃତିରେ ହୀରାକୁଦ ବନ୍ଧ ନିକଟରେ ଏକ ସଂଗ୍ରହାଳୟ ନିର୍ମାଣ କରି ସେମାନଙ୍କ ତ୍ୟାଗକୁ ନୂତନ ପିଢି ପାଖରେ ପହଞ୍ଚାଇବାକୁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?