ଭୋଟରଙ୍କୁ ଆକୃଷ୍ଟ ଲାଗି କଲ୍‌ ସେଣ୍ଟର

ରାୟଗଡ଼ା,୧୪।୧(ଆଶିଷ ରଞ୍ଜନ ପଣ୍ଡା): ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ଡିଜିଟାଲ ମିଡିଆ ସମେତ କଲ୍‌ ସେଣ୍ଟର ବ୍ୟବହାର କରୁଥିବା ସାଧାରଣରେ ଆଲୋଚନା ଜୋର ଧରିଛି। ନିଜ ଦଳର ପ୍ରଚାରପ୍ରସାର ପାଇଁ ରାଜନୈତିକ ଦଳଗୁଡ଼ିକ କଲ୍‌ ସେଣ୍ଟର ପଦ୍ଧତିକୁ ଆପଣାଇଛନ୍ତି। ଭାଜପାର ରାଜ୍ୟ ଓ ଜିଲା କାର୍ଯ୍ୟାଳୟରୁ କଲ୍‌ ସେଣ୍ଟରଗୁଡ଼ିକ କାର୍ଯ୍ୟ କରୁଥିବା ବେଳେ ବିଜେଡିର ରାଜ୍ୟସ୍ତରରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ା କଂଗ୍ରେସ ଅଭିନବ ପଦକ୍ଷେପ ନେଇ ଏହାକୁ ତ୍ୱରାନ୍ବିତ କରିବାକୁ ଯୋଜନା କରିଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାୟଗଡ଼ା ଭାଜପା ଜିଲା କାର୍ଯ୍ୟାଳୟରେ ରହିଛି ଏକ କଲ୍‌ ସେଣ୍ଟର।
ଏଥିରେ ନିଯୁକ୍ତି ପାଇଥିବା ଯୁବତୀଯୁବକ ଦଳର ବିଭିନ୍ନ କାର୍ଯ୍ୟକ୍ରମ, କେନ୍ଦ୍ର ସରକାରଙ୍କ  ବିକାଶମୂଳକ ଯୋଜନା ଆଦି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ପୋଷ୍ଟ କରିବା ସହ ଏହାକୁ ଭାଇରାଲ କରୁଛନ୍ତି। କଲ୍‌ ସେଣ୍ଟରକୁ ମାଧ୍ୟମ କରି ଭାଜପା ଜନସାଧାରଣଙ୍କ ନିକଟତର ହେଉଛି। ଏଥିସହ କଲ୍‌ ସେଣ୍ଟରରୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ନିକଟକୁ ଯାଉଛି ଫୋନ୍‌ କଲ୍‌।ସେମାନେ ଉକ୍ତ ଯୋଜନାଗୁଡ଼ିକର ଲାଭ ଠିକ୍‌ ସମୟରେ  ପାଇଛନ୍ତି ନା ନାହିଁ ଏବଂ ଏଥିରେ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି ଆଦି ପଚରା ଯାଉଥିବା ଶୁଣିବାକୁ ମିଳିଛି। ଏଥିସହିତ ଆଗାମୀ ନିର୍ବାଚନରେ ଦେଶର ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶାରେ କେଉଁ ଦଳକୁ ଭୋଟ ଦେବା ପାଇଁ ଜନସାଧାରଣ ଇଚ୍ଛୁକ ସେ ନେଇ ମଧ୍ୟ ଜନତାଙ୍କ ମତାମତ ନିଆଯାଉଛି ବୋଲି ଫୋନ୍‌ ପାଇଥିବା କେତେ ଜଣ ହିତାଧିକାରୀ କହିଛନ୍ତି। ସେହିପରି ବିଜେଡି କଲ୍‌ ସେଣ୍ଟରରୁ ଜନସାଧାରଣଙ୍କୁ ଯୋଗାଯୋଗ କରାଯାଉଥିବା ଦେଖିବାକୁ ମିଳୁଛି। ବିଷମ କଟକ ନିର୍ବାଚନମଣ୍ଡଳୀର ଅନିଲ କୁମାର ଜାଡ଼ି କହିଛନ୍ତି, ତାଙ୍କୁ ଆସିଥିବା ଫୋନ୍‌ରେ ସେ ବିଧାନସଭା ନିର୍ବାଚନରେ ବିଜେଡିର ଜଗନ୍ନାଥ ସାରକା, ଭାଜପାର ଶିବଶଙ୍କର ଉଲାକା, କଂଗ୍ରେସର ନୀଳମାଧବ ହିକ୍‌କା ନା ନୀଳମାଧବ ଉଲାକାଙ୍କ ମଧ୍ୟରୁ କାହାକୁ ଭୋଟ ଦେବେ ପଚରାଯାଇଥିଲା। ସେହିପରି ରାୟଗଡ଼ାରେ ନୀହାର ରଞ୍ଜନ ପଣ୍ଡାଙ୍କୁ ପଚରାଯାଇଥିଲା ସେ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ଏବଂ ଓଡ଼ିଶାରେ କେଉଁ ରାଜନୈତିକ ଦଳ ଶାସନକୁ ଆସିଲେ ଭଲ ହେବ ବୋଲି ଭାବୁଛନ୍ତି? କୋରାପୁଟରେ କଂଗ୍ରେସର ସପ୍ତଗିରି ଉଲାକା, ଝିନ୍ନ ହିକ୍‌କା ଓ କୌଶଲ୍ୟ ହିକ୍‌କାଙ୍କ ମଧ୍ୟରୁ ପସନ୍ଦ ଲାଗି କୁହାଗଲେ କାହାକୁ ବାଛିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ରାଶନ କାଡର୍ର୍ ମିଳିଛି କି ନାହିଁ ଏବଂ ଆଗାମୀ ନିର୍ବାଚନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଜନତା କାହାକୁ ଚାହୁଁଛନ୍ତି ବୋଲି କଲ୍‌ ସେଣ୍ଟରଗୁଡ଼ିକରୁ ଫୋନ୍‌ ଆସୁଥିବା ଶୁଣିବାକୁ ମିଳୁଛି।
ସେହିଭଳି ୨୦୧୯ ନିର୍ବାଚନରେ କାହାକୁ ଭୋଟ ଦେଇଥିଲେ ଏବଂ ଆଗାମୀ ନିର୍ବାଚନରେ କାହାକୁ ଭୋଟ ଦେବେ ବୋଲି ମଧ୍ୟ ପଚରାଯାଇଥିବା କେତେଜଣ ସୂଚନା ଦେଇଛନ୍ତି।
ସେପଟେ ଜାନୁଆରୀ ୬ରେ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସର ନୂତନ ପ୍ରଭାରୀ ଅଜୟ କୁମାର କର୍ମୀଙ୍କୁ ସମ୍ବୋଧିତ କରି ସମ୍ମିଳନୀରେ କହିଥିଲେ, ଦଳକୁ ତୃଣମୂଳ ସ୍ତରରୁ ସଂଗଠିତ କରିବା ପାଇଁ  ବୁଥ୍‌ସ୍ତରୀୟ ଓ ପଞ୍ଚାୟତସ୍ତରୀୟ କମିଟି ଗଠନ କରିବା ସହିତ ସେମାନଙ୍କ ସମ୍ପୂର୍ଣ୍ଣ ଠିକଣା ଏବଂ ମୋବାଇଲ ନମ୍ବର ବାଧ୍ୟତାମୂଳକ କରାଯାଇଛି। ଏହି ତଥ୍ୟ ମିଳିବା ପରେ କଲ୍‌ ସେଣ୍ଟରରୁ ସେମାନଙ୍କୁ ଫୋନ୍‌ରେ ସମ୍ପର୍କ କରାଯାଇ ସତ୍ୟାସତ୍ୟ ଅନୁସନ୍ଧାନ ସହିତ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ପାଇଁ ମତାମତ ସଂଗ୍ରହ କରାଯିବ ବୋଲି ଅଜୟ କୁମାର କର୍ମୀଙ୍କୁ କହିଥିେଲେ।
ମୋଟାମୋଟି କହିଲେ ସ୍ଥାନୀୟ ଅଞ୍ଚଳର ଜନତାଙ୍କ ମତାମତ ନେଇ ଦଳ ପ୍ରାର୍ଥୀ ଚୟନ କରିବା ଲାଗି ପ୍ରୟାସ କରୁଥିବା ଆଲୋଚନା ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?