୨୦ ଲକ୍ଷ ଟଙ୍କା ହଡ଼ପ କରି ବିଇଓ ଗିରଫ

ଦାରିଙ୍ଗବାଡ଼ି/ଫୁଲବାଣୀ ,୨୧ା୩(ଅରୁଣ ସାହୁ/ରାକେଶ ରାଉତ): ନ୍ୟାଶନାଲ ପେନ୍‌ସନ୍‌ ସିଷ୍ଟମ(ଏନ୍‌ପିଏସ୍‌)ର ୨୦ ଲକ୍ଷ ଟଙ୍କା ହଡ଼ପ କରି ଭିଜଲାନ୍ସ ପଞ୍ଝାରେ ପଡ଼ି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର ଗିରଫ ହୋଇଛନ୍ତି। ବୁଧବାର ତାଙ୍କୁ ଦାରିଙ୍ଗବାଡ଼ିରୁ ଭିଜିଲାନ୍ସ ଉଠାଇ ନେଇ ଫୁଲବାଣୀରେ ପଚରାଉଚରା କରିବା ପରେ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଭିଜିଲାନ୍ସ ଡିଏସ୍‌ପି ହେମନ୍ତ କୁମାର ମହାନ୍ତିଙ୍କ ସୂଚନା ପ୍ରକାରେ କାର୍ଯ୍ୟରତ ଶିକ୍ଷୟିତ୍ରୀ/ଶିକ୍ଷକଙ୍କ ପାଇଁ ରହିଥିବା ନ୍ୟାଶନାଲ ପେନ୍‌ସନ୍‌ ସିଷ୍ଟମର ୨୦ ଲକ୍ଷ ଟଙ୍କାକୁ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଲେଖାଏ ଜାନୁଆରୀରେ ବିଇଓ ରସାନନ୍ଦ କର ନିଜ ଦରମା ଆକାଉଣ୍ଟକୁ ନେଇଥିଲେ ଯାହାକି ସରକାରୀ ପଦବୀର ଅପବ୍ୟବହାର କରି ସେଏଭଳି ଚଞ୍ଚକତା କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା ପରେ ଉକ୍ତ ୨୦ ଲକ୍ଷ ଟଙ୍କାକୁ ସେହି ମାସରେ ହିଁ ବିଇଓ ରସାନନ୍ଦ କର ଜୋରଧା ନାମକ ଏକ ବ୍ରୋକିଙ୍ଗ ଶେୟାର ମାର୍କେଟରେ ବିନିଯୋଗ କରିଥିଲେ। ତେବେ ଏହି ସରକାରୀ ଅର୍ଥ ହଡ଼ପ କରିଥିବା ଫୁଲବାଣୀ ଭିଜିଲାନ୍ସ ଜାଣିପାରି ପ୍ରାୟ ଦୀର୍ଘ ଏକ ମାସ ଧରି ରସାନନ୍ଦଙ୍କ ଉପରେ ତୀକ୍ଷ୍ଣ ନଜର ରଖି ଆସିବା ସହ ବିଭିନ୍ନ ପ୍ରମାଣ ଯୋଗାଡ଼ କରିବା ପରେ ମଙ୍ଗଳବାର ତାଙ୍କ ବିରୋଧରେ (୬/୨୪) ରେ ଏକ ମାମଲା ରୁଜୁ କରି ବୁଧବାର ସନ୍ଧ୍ୟାରେ ତାଙ୍କୁ ଉଠାଇ ନେଇଥିଲା। ଭିଜିଲାନ୍ସ ଘଟଣାର ଅଧିକ ତଦନ୍ତ କରୁଥିବା କହିବା ସହ ବିଇଓ କରଙ୍କ ବିରୋଧରେ ଅନେକ ଅଭିଯୋଗ ରହିଥିବା ଓ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦଘାତରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ପାତ୍ରପୁର,୧୦ା୫(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୁରଙ୍ଗି ହାଇସ୍କୁଲର କ୍ରୀଡା ଶିକ୍ଷକ ଶିଖର ମାଝୀଙ୍କ ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ନିଜ ଗ୍ରାମ…

ମଦ ପିଇବାକୁ ପଇସା ନ ଦେବାରୁ ସ୍ତ୍ରୀଙ୍କୁ ଆକ୍ରମଣ, ଆଉ ତା’ପରେ…

ବୁଗୁଡା,୧୦।୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ସୋରଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଦ ପିଇବାକୁ ପଇସା ନ…

ଯୁଦ୍ଧର ପ୍ରଭାବକୁ କମ୍ କରିବାକୁ ମୋଦିଙ୍କ ବଡ଼ ଆହ୍ବାନ; ପେଟ୍ରୋଲ-ଡିଜେଲର ବ୍ୟବହାର ହ୍ରାସ, ବର୍ଷେ ସୁନା….

ନୂଆଦିଲ୍ଲୀ,୧୦ା୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି । ସଂଯମତାର ସହିତ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିବାକୁ…

ବାଂଲାଦେଶର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଢାକା,୧୦ା୫: ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ବର୍ତ୍ତମାନ ବାଂଲାଦେଶ ନିୟନ୍ତ୍ରଣରେ ରହିଛି। ଅଫ୍‌-ସ୍ପିନର ମେହିଦି ହସନ (୫/୧୦୨)ଙ୍କ ୫…

ୱାରେଣ୍ଟ ବଳରେ ଜେଲ୍ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୧୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ଗ୍ରାମର ଅଶ୍ଵିନୀ ଗୌଡ଼ଙ୍କୁ ରବିବାର ପାଟପୁର ପୋଲିସ ଗିରଫ କରି କୋଦଳା କୋର୍ଟକୁ ଚାଲାଣ କରିଛନ୍ତି…

ଚେନ୍ନାଇ ସୁପର କିଙ୍ଗ୍ସର ବଡ଼ ବିଜୟ

ଚେନ୍ନାଇ,୧୦ା୫: ଉର୍ଭିଲ ପଟେଲଙ୍କ ଯୁଗ୍ମ ଦ୍ରୁତତମ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୫ ଉଇକେଟରେ ଲକ୍ଷ୍ନୌ…

ସୁନାଥର ଗ୍ରାମରେ ଗ୍ଯାସ ଲଗାଇବା ବେଳେ ଫାଟିଗଲା ସିଲିଣ୍ଡର; ଉଡିଗଲା ଟିଣ, ୬….

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ଭୟଙ୍କର ବିସ୍ଫୋରଣ । ରବିବାର ସଂଧ୍ଯ୍ଯାରେ ରୋଷେଇ ଲାଗି ଗ୍ଯାସ ଲଗାଇବା ବେଳେ ହଠାତ୍…

ବାଲିଅନ୍ତା ଘଟଣାର ସମୀକ୍ଷା ପରେ ମୁହଁ ଖୋଲିଲେ ପୋଲିସ ଡିଜିପି, କହିଲେ…

ଭୁବନେଶ୍ୱର,୧୦।୫: ବାଲିଅନ୍ତା ଏବଂ ବାଲିପାଟଣା ଘଟଣାର ସମୀକ୍ଷା ପରେ ପୋଲିସ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ ବଡ଼ ବୟାନ ଦେଇଛନ୍ତି। ୩ରୁ ୪ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri