ପ୍ରସବ ଯନ୍ତ୍ରଣାରେ ଛଟପଟ ଆଶାଦିଦିଙ୍କୁ ମିଳିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହା ହୋଇ ଗଲେ ହସ୍ପିଟାଲ

ଦାରିଙ୍ଗବାଡି,୨୧।୩(ଅରୁଣ ସାହୁ)ଷକନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ଗଦାପୁର ପଞ୍ଚାୟତ ନିଲାକ୍ଲିଉଠାରୁ ସିକବାଡ଼ିକୁ ସବୁଦିନିଆ ପକ୍କା ରାସ୍ତାଟିଏ ନାହିଁ। ଉକ୍ତ ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ଭାର ସାହାଯ୍ୟରେ ପ୍ରାୟ ୩ କିମି ରାସ୍ତା ବୋହି ନିଆଯାଉଥିବା ଏକ ଭିଡିଓ ମୋବାଇଲକୁ ମୋବାଇଲ ଘୁରିବୁଲୁଛି।
ପ୍ରକାଶ ଯେ, ନିଲାକ୍ଲିଉ ଗ୍ରାମର ଗର୍ଭବତୀ ମହିଳା ଶିବାଜିନି ମୁଠାମାଝିଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକ ଓ ଗ୍ରାମବାସୀ ଏକ ଭାର ସାହାଯ୍ୟରେ ଗଦାପୁରକୁ ଆଣିବା ପାଇଁ ପ୍ରାୟ ୩ କିମି ପାହାଡିଆ ଜଙ୍ଗଲ ରାସ୍ତାରେ ବୋହି ଆଣିଥିଲେ। ଗୋଟିଏ ପଟେ ଶିବାଜିନିଙ୍କ ପ୍ରସବ ଯନ୍ତ୍ରଣା ଯୋଗୁ ଚିତ୍କାର କରୁଥିବା ବେଳେ ଅତି ଦୟନୀୟ ଅବସ୍ଥାରେ ତାଙ୍କୁ କୌଣସି ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଉଥିବା ଭିଡିଓ ଭାଇରଲ ହେଉଛି। ତେବେ ଏହି ଗର୍ଭବତୀ ମହିଳା ଜଣକ ଆଉ କିଏ ନୁହଁନ୍ତି, ଗର୍ଭବତୀ ମହିଳାଙ୍କୁ ସବୁବେଳେ ସହାୟତା କରୁଥିବା ଆଶାଦିଦି। ଯାହାକି ଅଞ୍ଚଳରେ ଏହାକୁ ନେଇ ଉଦବେଗ ଦେଖାଯାଇଛି। ଘଟଣାଟି ମଙ୍ଗଳବାର ଭୋର ସମୟର ବୋଲି କୁହାଯାଉଛି।
ପ୍ରକାଶ ଯେ, ନିଲାକ୍ଲିଉ ଗ୍ରାମର ଶିବାଜିନି ଆଶା ଦିଦି ଭାବେ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି। ତେବେ ସେ ନିଜେ ଗର୍ଭବତୀ ଥିବାରୁ ମଙ୍ଗଳବାର ପ୍ରସବ ଯନ୍ତ୍ରଣା ହୋଇଥିଲା। ତାଙ୍କ ଅଞ୍ଚଳରେ ଭଲ ରାସ୍ତାଟିଏ ନ ଥିବା ବେଳେ ମୋବାଇଲ ଟାୱାର ମଧ୍ୟ ନାହିଁ। ଫଳରେ ତାଙ୍କୁ ୩ କିମି ବୋହିକି ନେବା ପରେ ଶିକବାଡିଠାରୁ ଏକ ଅଟୋ ଯୋଗେ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କର ପ୍ରସବ ସୁରୁଖରେ ହୋଇଥିଲା ଓ ପରେ ଡାକ୍ତର ଶିବାଜିନିଙ୍କୁ ଘରକୁ ପଠାଇଦେଇଥିଲେ। କେବଳ ଶିବାଜିନି ନୁହଁନ୍ତି, ଏଭଳି ଅଞ୍ଚଳରେ ଅନେକ ମହିଳା ପ୍ରସୂତି ପାଇଁ ହଟହଟା ଭୋଗୁଥିବା ଉକ୍ତ ଅଞ୍ଚଳର ଜିଲା ପରିଷଦ ସଦସ୍ୟା ଦୀପିକା ମାଝି କହିଛନ୍ତି। ଶିବାଜିନିଙ୍କ ସ୍ବାମୀ ଦିଅପିଲ ମାଝି ମଧ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଯେ, ତାଙ୍କ ଗ୍ରାମକୁ ପକ୍କା ରାସ୍ତା ଟିଏ କରାଯାଉ। ଯେମିତି ତାଙ୍କ ସ୍ତ୍ରୀ ଯେମିତି କଷ୍ଟ ପାଇଲେ ଆଉ କେହି ଯେମିତି ସେଭଳି କଷ୍ଟ ନ ପାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri