ପ୍ରସବ ଯନ୍ତ୍ରଣାରେ ଛଟପଟ ଆଶାଦିଦିଙ୍କୁ ମିଳିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହା ହୋଇ ଗଲେ ହସ୍ପିଟାଲ

ଦାରିଙ୍ଗବାଡି,୨୧।୩(ଅରୁଣ ସାହୁ)ଷକନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ଗଦାପୁର ପଞ୍ଚାୟତ ନିଲାକ୍ଲିଉଠାରୁ ସିକବାଡ଼ିକୁ ସବୁଦିନିଆ ପକ୍କା ରାସ୍ତାଟିଏ ନାହିଁ। ଉକ୍ତ ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ଭାର ସାହାଯ୍ୟରେ ପ୍ରାୟ ୩ କିମି ରାସ୍ତା ବୋହି ନିଆଯାଉଥିବା ଏକ ଭିଡିଓ ମୋବାଇଲକୁ ମୋବାଇଲ ଘୁରିବୁଲୁଛି।
ପ୍ରକାଶ ଯେ, ନିଲାକ୍ଲିଉ ଗ୍ରାମର ଗର୍ଭବତୀ ମହିଳା ଶିବାଜିନି ମୁଠାମାଝିଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକ ଓ ଗ୍ରାମବାସୀ ଏକ ଭାର ସାହାଯ୍ୟରେ ଗଦାପୁରକୁ ଆଣିବା ପାଇଁ ପ୍ରାୟ ୩ କିମି ପାହାଡିଆ ଜଙ୍ଗଲ ରାସ୍ତାରେ ବୋହି ଆଣିଥିଲେ। ଗୋଟିଏ ପଟେ ଶିବାଜିନିଙ୍କ ପ୍ରସବ ଯନ୍ତ୍ରଣା ଯୋଗୁ ଚିତ୍କାର କରୁଥିବା ବେଳେ ଅତି ଦୟନୀୟ ଅବସ୍ଥାରେ ତାଙ୍କୁ କୌଣସି ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଉଥିବା ଭିଡିଓ ଭାଇରଲ ହେଉଛି। ତେବେ ଏହି ଗର୍ଭବତୀ ମହିଳା ଜଣକ ଆଉ କିଏ ନୁହଁନ୍ତି, ଗର୍ଭବତୀ ମହିଳାଙ୍କୁ ସବୁବେଳେ ସହାୟତା କରୁଥିବା ଆଶାଦିଦି। ଯାହାକି ଅଞ୍ଚଳରେ ଏହାକୁ ନେଇ ଉଦବେଗ ଦେଖାଯାଇଛି। ଘଟଣାଟି ମଙ୍ଗଳବାର ଭୋର ସମୟର ବୋଲି କୁହାଯାଉଛି।
ପ୍ରକାଶ ଯେ, ନିଲାକ୍ଲିଉ ଗ୍ରାମର ଶିବାଜିନି ଆଶା ଦିଦି ଭାବେ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି। ତେବେ ସେ ନିଜେ ଗର୍ଭବତୀ ଥିବାରୁ ମଙ୍ଗଳବାର ପ୍ରସବ ଯନ୍ତ୍ରଣା ହୋଇଥିଲା। ତାଙ୍କ ଅଞ୍ଚଳରେ ଭଲ ରାସ୍ତାଟିଏ ନ ଥିବା ବେଳେ ମୋବାଇଲ ଟାୱାର ମଧ୍ୟ ନାହିଁ। ଫଳରେ ତାଙ୍କୁ ୩ କିମି ବୋହିକି ନେବା ପରେ ଶିକବାଡିଠାରୁ ଏକ ଅଟୋ ଯୋଗେ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କର ପ୍ରସବ ସୁରୁଖରେ ହୋଇଥିଲା ଓ ପରେ ଡାକ୍ତର ଶିବାଜିନିଙ୍କୁ ଘରକୁ ପଠାଇଦେଇଥିଲେ। କେବଳ ଶିବାଜିନି ନୁହଁନ୍ତି, ଏଭଳି ଅଞ୍ଚଳରେ ଅନେକ ମହିଳା ପ୍ରସୂତି ପାଇଁ ହଟହଟା ଭୋଗୁଥିବା ଉକ୍ତ ଅଞ୍ଚଳର ଜିଲା ପରିଷଦ ସଦସ୍ୟା ଦୀପିକା ମାଝି କହିଛନ୍ତି। ଶିବାଜିନିଙ୍କ ସ୍ବାମୀ ଦିଅପିଲ ମାଝି ମଧ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଯେ, ତାଙ୍କ ଗ୍ରାମକୁ ପକ୍କା ରାସ୍ତା ଟିଏ କରାଯାଉ। ଯେମିତି ତାଙ୍କ ସ୍ତ୍ରୀ ଯେମିତି କଷ୍ଟ ପାଇଲେ ଆଉ କେହି ଯେମିତି ସେଭଳି କଷ୍ଟ ନ ପାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri