ଜଳପଥରେ ସମରାଭ୍ୟାସ: ସାମିଲ ହେଲେ ସମସ୍ତ ମେରାଇନ ଥାନା

ଭୋଗରାଇ,୨୧ା୩(ପ୍ରଦୀପ ଦାସ): ୨୦୦୮ ନଭେମ୍ବର ୧୧ରେ ମୁମ୍ବାଇରେ ସନ୍ତ୍ରାସବାଦୀ ଆକ୍ରମଣ, ୨୦୧୯ ଫେବୃଆରୀ ୧୪ ପୁଲଓ୍ବାମା ସୈନିକ ଗାଡ଼ିରେ ବିସ୍ଫୋରଣ ପରେ ଭାରତ ସରକାର ପ୍ରତିରକ୍ଷା ବାହିନୀକୁ ଜଳପଥରେ ବିଶେଷ ଭାବେ ନଜର କଡ଼ାକଡ଼ି କରିଛନ୍ତି। ବିଗତ ବର୍ଷପରି ତଟରକ୍ଷୀ ବାହିନୀ, ମେରାଇନ ଥାନା ଓ ମତ୍ସଜୀବୀଙ୍କ ମିଳିତ ସହଯୋଗରେ ସନ୍ତ୍ରାସବାଦୀ ଗତିବିଧିକୁ ନଜର ରଖିବା ଓ ସେମାନଙ୍କୁ କିପରି ଆକସ୍ମିକ ଭାବେ ଜଳପଥରେ କାବୁ କରାଯାଇପାରିବ ସେଥିପାଇଁ ଦୁଇଦିନିଆ ସମୁଦ୍ରକୂଳରେ ସମରାଭ୍ୟାସ କରାଯାଇଛି। ଏହିସମରାଭ୍ୟାସ ବାଲେଶ୍ୱର ଜିଲା ତାଳସାରୀ, ବାହାବଳପୁର, ବଳରାମଗଡ଼ି ମେରାଇନ ଥାନା ପକ୍ଷରୁ ବୁଧବାର ଓ ଗୁରୁବାର ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜିଲା ଆରକ୍ଷୀ ଅଧିକାରିଣୀ ସାଗରିକା ନାଥଙ୍କ ନିର୍ଦ୍ଦେଶରେ ସମସ୍ତ ମେରାଇନ ଥାନାର କର୍ମଚାରୀମାନେ ସମରାଭ୍ୟାସ କୌଶଳ ପ୍ରଦର୍ଶନ କରିଥିଲେ। ଜିଲା ପ୍ରଶାସନିକ ଅଧିକାରୀ ଏବଂ ତାଳସାରୀ ଆଇ ଆଇସି ଚମ୍ପାବତୀ ସୋରେନ, ବାହାବଳପୁର ଆଇଆଇସି ପ୍ରଶାନ୍ତ କୁମାର ପାଣି, ବଳରାମଗଡ଼ିର ଆଇଆଇସି ଜୟନ୍ତୀ ମଲ୍ଲିକଙ୍କ ସମେତ ଭୋଗରାଇ ଥାନାର ହୃଷୀକେଶ ବିଶ୍ୱାଳଙ୍କ ନେତୃତ୍ୱରେ ବାଲେଶ୍ୱର ଓ ବିଭିନ୍ନ ଥାନାର ପୋଲିସ କର୍ମଚାରୀମାନେ ଏବଂ ମତ୍ସ୍ୟ ଓ ବନ ବିଭାଗ କର୍ମଚାରୀମାନେ ସମରାଭ୍ୟାସରେ ସାମିଲ ଥିଲେ। ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଉଦୟପୁରଠାରୁ ଗଞ୍ଜାମର ୪୮୧ କିମି ବ୍ୟାପ୍ତ ଉପକୂଳ ମୁକୁଳା ପଡ଼ିଥିବାରୁ ୬ଟି ଉପକୂଳ ଜିଲାରେ ୧୮ଟି ମେରାଇନ ଥାନା ରହିଥିବାର ସୂଚନା ମିଳିଛି। ହେଲେ ଏ ସମସ୍ତ ମେରାଇନ ଥାନାରେ ଆବଶ୍ୟକୀୟ କର୍ମଚାରୀ, ଆଧୁନିକ ଅସ୍ତ୍ରଶସ୍ତ୍ର, ଆକସ୍ମିକ ବିପଦକୁ ସୁରକ୍ଷା ଦେବାରେ ସ୍ପିଡିବୋଟ ନ ଥିବାରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମୁଦ୍ରକୂଳ ମୁକୁଳା ପଡ଼ିଥିବାରୁ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ପ୍ରବେଶ କରି ଉପକୂଳ ସ୍ଥାନରେ ବାସସ୍ଥାନ କରି ନିଶା ଓ ଦେହଜୀବୀଙ୍କ ସାମ୍ରାଜ୍ୟ କାୟାବିସ୍ତାର କରୁଥିବାରୁ ସବୁଦିନିଆ ପାଟ୍ରୋଲିଂ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବହୁ ବୁଦ୍ଧିଜୀବୀ ଓ ମତ୍ସଜୀବୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri