ଏଏସ୍‌ଓ ଚାକିରି କରାଇ ଦେବାକୁ କହି ଯୁବତୀଙ୍କଠାରୁ ଲୁଟିଥିଲେ ଲକ୍ଷାଧିକ ଟଙ୍କା: ଗିରଫ ହେଲେ ଅବସରପ୍ରାପ୍ତ କର୍ମଚାରୀ

ଗୋପାଳପୁର,୨୧ା୩(ନବୀନ ରାଜ ଆଚାରୀ): ଚାକିରି କରାଇ ଦେବାକୁ କହି ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଗୁରୁବାର ଗୋପାଳପୁର ଥାନା ପୋଲିସ ଅବସରପ୍ରାପ୍ତ କର୍ମଚାରୀ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ସିଡିଏ-୭ ଅଞ୍ଚଳର ଗଜେନ୍ଦ୍ର ନାଥ ସାହୁ (୬୧) ବୋଲି ତଦନ୍ତକାରୀ ଅଧିକାରୀ ଜନ୍ମେଜୟ ମଲ୍ଲିକ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ଏହି ଥାନା ଅଧିନସ୍ଥ ମୋନାର୍କ ଛକରେ ଯୁବତୀ ଜଣକ ରହୁଥିଲେ। ଗତ ୨୦୨୨ରେ ଯୁବତୀ ଜଣକ ଏଏସ୍‌ଓ ପରୀକ୍ଷା ଦେଇଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କନିଷ୍ଠ ସହକାରୀ ଭାବେ ଗଜେନ୍ଦ୍ର ସାହୁ ଚାକିରି କରୁଥିଲେ। ୧୯୯୧ରେ କୋଣସି ଅନିୟମିତତା କାର୍ଯ୍ୟକରି ଗଜେନ୍ଦ୍ର ଚାକିରିରୁ ନିଲମ୍ବିତ ହୋଇଥିଲେ।ପରବର୍ତ୍ତୀ ସମୟରେ ଗଜେନ୍ଦ୍ରଙ୍କ ଉପରୁ ନିଲମ୍ବନ ଆଦେଶ ଉଠି ନ ଥିଲା।ଗତ ଜୁଲାଇ ମାସରେ ସେ ଅବସର ନେଇଥିଲେ। ଯୁବତୀଙ୍କ ପରିବାର ସହ ଗଜେନ୍ଦ୍ରଙ୍କ ସମ୍ପର୍କ ରହିଥିଲା। ଏଏସ୍‌ଓ ସରକାରୀ ଚାକିରି କରାଇ ଦେବି କହି ଯୁବତୀଙ୍କ ପରିବାର ଲୋକଙ୍କୁ ଗଜେନ୍ଦ୍ର କହିଥିଲେ। ପରେ ଯୁବତୀ ଜଣକ ଗତ ୨୦୨୨ ନଭେମ୍ବର ୭ତାରିଖଠାରୁ ୧୮ ନଭେମ୍ବର ୨୦୨୩ ଗୁଗ୍‌ଲ ପେ’ରେ ୧୮ ଲକ୍ଷ ୧୬ ହଜାର ୨୫୦ ଟଙ୍କା ପ୍ରଦାନ କରିଥିଲେ। ଗତ ବର୍ଷ ଡିସେମ୍ବର ୩୦ ତାରିଖରେ ଏଏସ୍‌ଓ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।  ଏଥିରେ ଯୁବତୀଙ୍କ ନାଁ ନ ଥିଲା। ଯୁବତୀଙ୍କ ପରିବାର ଲୋକ ଗଜେନ୍ଦ୍ରଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ କହିଥିଲେ। ଏହି ଟଙ୍କା ଆଜି ଦେବି କିଛି ଦିନ ପରେ ଦେଇ ଦେବି କହି ଗଜେନ୍ଦ୍ର ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ ଓ ଆଉ ଟଙ୍କା ଫେରସ୍ତ କରି ନ ଥିଲେ। ଏନେଇ ଯୁବତୀ ଜଣକ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା କେସ୍‌ ନଂ ୧୧୧/୨୪ରେ ଏକ ର ଠକେଇ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଗଜେନ୍ଦ୍ର କଟକ ସିଡିଏ-୭ ଅଞ୍ଚଳରେ ରହୁଥିବାର ଖବର ପାଇ ବୁଧବାର ରାତିରେ ଏକ ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରି କାବୁ କରିଥିଲେ। ଥାନାରେ ଅଟକ ରଖି ପଚାରା ଉଚରା କରିବା ବେଳେ ଚାକିରିରୁ ଗଜେନ୍ଦ୍ର ନିଲମ୍ବିତ କରିବା ଯୁବତୀଙ୍କଠାରୁ ନେଇଥିବା ଟଙ୍କାକୁ ମାମଲାରେ ଖର୍ଚ୍ଚ କରିଦେଇଥିବା ନେଇ ଗଜେନ୍ଦ୍ର ପୋଲିସ ନିକଟରେ ପ୍ରକାଶ କରିଥିଲେ। ଗୁରୁବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?