ଏଏସ୍‌ଓ ଚାକିରି କରାଇ ଦେବାକୁ କହି ଯୁବତୀଙ୍କଠାରୁ ଲୁଟିଥିଲେ ଲକ୍ଷାଧିକ ଟଙ୍କା: ଗିରଫ ହେଲେ ଅବସରପ୍ରାପ୍ତ କର୍ମଚାରୀ

ଗୋପାଳପୁର,୨୧ା୩(ନବୀନ ରାଜ ଆଚାରୀ): ଚାକିରି କରାଇ ଦେବାକୁ କହି ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଗୁରୁବାର ଗୋପାଳପୁର ଥାନା ପୋଲିସ ଅବସରପ୍ରାପ୍ତ କର୍ମଚାରୀ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ସିଡିଏ-୭ ଅଞ୍ଚଳର ଗଜେନ୍ଦ୍ର ନାଥ ସାହୁ (୬୧) ବୋଲି ତଦନ୍ତକାରୀ ଅଧିକାରୀ ଜନ୍ମେଜୟ ମଲ୍ଲିକ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ଏହି ଥାନା ଅଧିନସ୍ଥ ମୋନାର୍କ ଛକରେ ଯୁବତୀ ଜଣକ ରହୁଥିଲେ। ଗତ ୨୦୨୨ରେ ଯୁବତୀ ଜଣକ ଏଏସ୍‌ଓ ପରୀକ୍ଷା ଦେଇଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କନିଷ୍ଠ ସହକାରୀ ଭାବେ ଗଜେନ୍ଦ୍ର ସାହୁ ଚାକିରି କରୁଥିଲେ। ୧୯୯୧ରେ କୋଣସି ଅନିୟମିତତା କାର୍ଯ୍ୟକରି ଗଜେନ୍ଦ୍ର ଚାକିରିରୁ ନିଲମ୍ବିତ ହୋଇଥିଲେ।ପରବର୍ତ୍ତୀ ସମୟରେ ଗଜେନ୍ଦ୍ରଙ୍କ ଉପରୁ ନିଲମ୍ବନ ଆଦେଶ ଉଠି ନ ଥିଲା।ଗତ ଜୁଲାଇ ମାସରେ ସେ ଅବସର ନେଇଥିଲେ। ଯୁବତୀଙ୍କ ପରିବାର ସହ ଗଜେନ୍ଦ୍ରଙ୍କ ସମ୍ପର୍କ ରହିଥିଲା। ଏଏସ୍‌ଓ ସରକାରୀ ଚାକିରି କରାଇ ଦେବି କହି ଯୁବତୀଙ୍କ ପରିବାର ଲୋକଙ୍କୁ ଗଜେନ୍ଦ୍ର କହିଥିଲେ। ପରେ ଯୁବତୀ ଜଣକ ଗତ ୨୦୨୨ ନଭେମ୍ବର ୭ତାରିଖଠାରୁ ୧୮ ନଭେମ୍ବର ୨୦୨୩ ଗୁଗ୍‌ଲ ପେ’ରେ ୧୮ ଲକ୍ଷ ୧୬ ହଜାର ୨୫୦ ଟଙ୍କା ପ୍ରଦାନ କରିଥିଲେ। ଗତ ବର୍ଷ ଡିସେମ୍ବର ୩୦ ତାରିଖରେ ଏଏସ୍‌ଓ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।  ଏଥିରେ ଯୁବତୀଙ୍କ ନାଁ ନ ଥିଲା। ଯୁବତୀଙ୍କ ପରିବାର ଲୋକ ଗଜେନ୍ଦ୍ରଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ କହିଥିଲେ। ଏହି ଟଙ୍କା ଆଜି ଦେବି କିଛି ଦିନ ପରେ ଦେଇ ଦେବି କହି ଗଜେନ୍ଦ୍ର ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ ଓ ଆଉ ଟଙ୍କା ଫେରସ୍ତ କରି ନ ଥିଲେ। ଏନେଇ ଯୁବତୀ ଜଣକ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା କେସ୍‌ ନଂ ୧୧୧/୨୪ରେ ଏକ ର ଠକେଇ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଗଜେନ୍ଦ୍ର କଟକ ସିଡିଏ-୭ ଅଞ୍ଚଳରେ ରହୁଥିବାର ଖବର ପାଇ ବୁଧବାର ରାତିରେ ଏକ ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରି କାବୁ କରିଥିଲେ। ଥାନାରେ ଅଟକ ରଖି ପଚାରା ଉଚରା କରିବା ବେଳେ ଚାକିରିରୁ ଗଜେନ୍ଦ୍ର ନିଲମ୍ବିତ କରିବା ଯୁବତୀଙ୍କଠାରୁ ନେଇଥିବା ଟଙ୍କାକୁ ମାମଲାରେ ଖର୍ଚ୍ଚ କରିଦେଇଥିବା ନେଇ ଗଜେନ୍ଦ୍ର ପୋଲିସ ନିକଟରେ ପ୍ରକାଶ କରିଥିଲେ। ଗୁରୁବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri