ଏହି ଦିନ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫।୯: ୮ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ୮ତାରିଖ୍ରେ ସମ୍ବଲପୁର ଗସ୍ତରେ…
୨୦୨୫ରେ ଲାଗୁ ହେବ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା: ଜାଣନ୍ତୁ କେଉଁ ଶ୍ରେଣୀର ଛାତ୍ରୀଛାତ୍ର ହେବେ ସାମିଲ
ଭୁବନେଶ୍ୱର,୫।୯: ୨୦୨୫ରୁ ରାଜ୍ୟରେ ଲାଗୁ ହେବ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରୀଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା । କ୍ୟାବିନେଟର ନିଷ୍ପତ୍ତି ନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ…
ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ
କଟକ,୫ା୯: କଟକ ଡିସିପିଙ୍କୁ ଚିଠି ଲେଖିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। କ୍ୟାମ୍ପସ୍ରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ରେଜିଷ୍ଟ୍ରାର ଚିଠି ଲେଖିଛନ୍ତି। କାରଣ ଆନ୍ଦୋଳନ ପାଇଁ କ୍ୟାମ୍ପସ୍ରେ ବିଭିନ୍ନ ସଂଗଠନ ଓ ଅଣଛାତ୍ର ପ୍ରବେଶ କରୁଛନ୍ତି। ଫଳରେ କ୍ୟାମ୍ପସ୍ରେ ଶୈକ୍ଷିକ ବାତାବରଣ ନଷ୍ଟ…
ଗୁରୁ-ଶିଷ୍ୟ ପରମ୍ପରାର ବିରଳ ଉଦାହରଣ: ଗାଁ ମଝିରେ ନିର୍ମାଣ କଲେ ଗୁରୁଙ୍କ ପ୍ରତିମୂର୍ତ୍ତି
ଗଞ୍ଜାମ,୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଏକ ନିପଟ ପଲ୍ଲୀଗ୍ରାମ ତାରିଣୀ ପଲ୍ଲୀରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ରହିଥିବା ଅନାବିଳ ସ୍ନେହ ଶ୍ରଦ୍ଧା ସମ୍ପର୍କର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି। ଗୁରୁଙ୍କ ଏପରି ମହାନତା ରହିଥିଲା ଯେ ତାଙ୍କ ମୃତ୍ୟୁ ପରେ ମଧ୍ୟ…
ଚୋରଙ୍କୁ ଧରିବାରେ ପୋଲିସ ବିଫଳ, ଥାନା ଘେରାଉ କଲେ ଗ୍ରାମବାସୀ
ତିହିଡ଼ି,୫ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଜାମଯୋଡ଼ି ପଞ୍ଚାୟତ ଅଧୀନ ସାମନ୍ତରାୟପୁର ଗ୍ରାମର ଅଧିବାସୀମାନେ ଗୁରୁବାର ପୀରହାଟ ଥାନା ଘେରାଉ କରିବା ସହିତ ଥାନା ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗ୍ରାମର ବ୍ରହ୍ମାନନ୍ଦ ନାୟକ ନାମକ ଜଣେ…
ବିନା କୋଚିଂରେ ଗର୍ଜେଡିର ଲିନ୍ସା ଏବେ ଡାକ୍ତରୀ ଛାତ୍ରୀ
ଦାରିଙ୍ଗବାଡି,୫ା୯(ଅରୁଣ ସାହୁ):ଅକ୍ଳାନ୍ତ ପରିଶ୍ରମ କେବେ ବୃଥା ଯାଏନି, ଦିନେ ନା ଦିନେ ସଫଳତା ଆଣିଦେବ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନଙ୍କ କ୍ଷେତ୍ରରେ। ସେ ଚଳିତ ନିଟ…
ତହସିଲ କାର୍ଯ୍ୟାଳୟ ପରିସରରେ ୧୬୩ ଧାରା
ନରସିଂହପୁର,୫ା୯: କଟକ ଜିଲା ନରସିଂହପୁର ତହସିଲ କାର୍ଯ୍ୟାଳୟ ପରିସରରେ ଗୁରୁବାର ୧୬୩ ଧାରା ଲାଗୁ ହୋଇଛି। ବିଏନ୍ଏସ୍ ୧୬୩(୨) ଧାରା ଲାଗୁ କରିଛି ଜିଲା ପ୍ରଶାସନ। ଓକିଲ ସଂଘ ଓ ତହସିଲଦାରଙ୍କ ବିବାଦ ଯୋଗୁ ଏହି ୧୬୩ ଧାରା ଲାଗୁ ହୋଇଛି।…
ସୁଭଦ୍ରା ଯୋଜନା ନିୟମାବଳୀକୁ ନେଇ ଉଠିଲା ଆପତ୍ତି
ବାଲିକୁଦା,୫ା୯(ତାପସ ସ୍ବାଇଁ):ସୁଭଦ୍ରା ଯୋଜନା ନିୟମାବଳୀକୁ ନେଇ ଜଗତ୍ସିଂହପୁର ଜିଲାପାଳଙ୍କୁ ଅଳାଭର ସରପଞ୍ଚ ମଧୁଛନ୍ଦା ସ୍ବାଇଁ ବୁଧବାର ଆପତ୍ତି କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ ସରକାର ଆରମ୍ଭ କରିଥିବା ସୁଭଦ୍ରା ଯୋଜନା ପାଇଁ ମହିଳାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…
ଗୁରୁ ହିଁ ଜୀବନର ପଥ ପ୍ରଦର୍ଶକ
ବରଗଡ଼,୫।୯(ପ୍ରେମାନନ୍ଦ ଖମାରୀ):ଗୁରୁଙ୍କ ଆଶୀର୍ବାଦ ବିନା ଜୀବନ ନିରର୍ଥକ। ତେଣୁ ଗୁରୁ ହିଁ ଅଗ୍ରପୂଜ୍ୟ ଓ ଚିର ନମସ୍ୟ ବୋଲି ବରଗଡ଼ ରାଣାପ୍ରତାପ ସ୍କୁଲରେ ବୁଧବାର ଅନୁଷ୍ଠିତ ତସ୍ମୈଶ୍ରୀ ଗୁରବେ ନମଃ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। ସ୍କୁଲର ଭାରତୀ ଶିଶୁ ସାହିତ୍ୟ ସଂସଦ…
କୃଷି କର୍ମଚାରୀମାନେ ନୂଆଖାଇ ପାଳନରୁ ବଞ୍ଚିତ ହେବାର ଆଶଙ୍କା
ବରଗଡ଼,୫।୯(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ଆସନ୍ତା ୮ତାରିଖ ଅନୁଷ୍ଠିତ ହେବ। ତେବେ ଉକ୍ତ ଦିନ ସିଏମ୍ କିଷାନ ସହାୟତା ପ୍ରଦାନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଥିବା ଯୋଗୁ କୃଷି କର୍ମଚାରୀମାନେ ନୂଆଖାଇ ପାଳନରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏ…
୩ କୋଟିରେ ନିର୍ମାଣ ହେବ ଏନ୍ଏସି କାର୍ଯ୍ୟାଳୟ
ଭବାନୀପାଟଣା, ୫ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ଏନ୍ଏସିର ନିଜସ୍ବ ଗୃହ ଦୀର୍ଘ ୫୫ ବର୍ଷ ପରେ ନିର୍ମାଣ ହେବାକୁ ଯାଉଛି। ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଜୁନାଗଡ଼ ଏନ୍ଏସି କାର୍ଯ୍ୟାଳୟର ନୂତନ ଗୃହ କେବେ ନିର୍ମାଣ ହେବ ସେ…
କଲେଜ ନିର୍ବାଚନ ପାଇଁ ରାଜନୀତି କରୁଛି ଛାତ୍ର ବିଜେଡି: ଅରିନ୍ଦମ
କଟକ,୫ା୯(ଶିଳ୍ପା ପ୍ରିୟଦର୍ଶିନୀ): କଟକରେ ଆୟୋଜିତ ସ୍ବାୟତ୍ତଶାସନ ଦିବସ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦର ସ୍ବର ଉଠିବା ସହ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ…

