ବେଆଇନ ମଦ ବିକ୍ରି: ତାତିଲେ ଏସ୍‌ଏଚ୍‌ଜି ମହିଳା

ଧାମନଗର୩।୧୧(ସନ୍ତୋଷ କୁମାର ମହାପାତ୍ର): ୪ ବର୍ଷରୁ ଊଦ୍ଧର୍‌ବ ହେଲା ବେଆଇନ ମଦ ବିକ୍ରି ନେଇ ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏସ୍‌ଏଚ୍‌ଜି (ସ୍ବୟଂସହାୟକ ଗୋଷ୍ଠୀ) ମହିଳା ତାତିଛନ୍ତି। ଶନିବାର ମହିଳା ଗୋଷ୍ଠୀର ସଦସ୍ୟାମାନେ ଏକାଠି ହୋଇ ପାନ ଦୋକାନରେ ବିକ୍ରି ହେଉଥିବା ମଦ ବୋତଲ ସବୁ ଭାଙ୍ଗିବା ସହ ମଦ ବିକ୍ରି ନ କରିବାକୁ ଚେତାବନୀ ଦେଇଛନ୍ତି। ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦଳାଙ୍ଗ ପଞ୍ଚାୟତର ଫଳପୁର ବଜାରରେ ଏପରି ଘଟଣା ଦେଖିବାକୁ ମିଳିଛି।
ଉକ୍ତ ବଜାରରେ ଏକ ପାନ, ଚା’ ଦୋକାନରେ ୪ ବର୍ଷରୁ ଊର୍ଦ୍ଧ୍ୱ ହେବ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ସ୍ଥାନୀୟ ମହିଳାଙ୍କ କହିବା ଅନୁଯାୟୀ, ବହୁବାର ଅଭିଯୋଗ ପରେ ମଧ୍ୟ ଧାମନଗର ଅବକାରୀ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଇନାହିଁ। ମଦ ବିକ୍ରି ଦ୍ୱାରା ସ୍ଥାନୀୟ ବାସିନ୍ଦା ମହିଳାମାନେ ନିର୍ଯାତନାର ଶିକାର ହେଉଛନ୍ତି। ଅଧିକାଂଶ ସମୟରେ ପାଟିତୁଣ୍ଡ ହେବା ସହ ବହୁବାର ଟଙ୍କା ଅଭାବରୁ ପରିବାର ଲୋକଙ୍କୁ ଉପାସରେ ରହିବାକୁ ପଡ଼ିଛି। ଶନିବାର ଗ୍ରାମର ପ୍ରାୟ ୧୦ ସ୍ବୟଂସହାୟକ ଗୋଷ୍ଠୀର ୫୦ରୁ ଊର୍ଦ୍ଧ୍ୱ ମହିଳା ଉକ୍ତ ଦୋକାନରେ ଥିବା ପ୍ରାୟ ୨୦ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ମଦ ବୋତଲକୁ ଆଣି ରାସ୍ତାରେ ଭାଙ୍ଗିଛନ୍ତି। ଦୋକାନକୁ ଲାଗି ବାଡ଼ିଘରର ବୀଣା ମୂଳ ଓ କଦଳୀ ଗଛ ମୂଳରେ ଲୁଚାଇ ରଖିଥିବା ମଦ ବୋତଲକୁ  ମହିଳାମାନେ ଖୋଜି ବାହାର କରି ଭାଙ୍ଗି ଦେଇଥିଲେ। ପୁନର୍ବାର ବିକ୍ରି ହେଲେ ମଦ ବିକ୍ରି କରୁଥିବା ଲୋକଙ୍କ ଘରକୁ ବନ୍ଦ ରଖାଯିବା ସହ ସେମାନଙ୍କ ପରିବାର ଲୋକଙ୍କୁ ବାହାରକୁ ଛାଡ଼ିବେ ନାହିଁ ବୋଲି ଗ୍ରାମର ମାନସୀଲତା ସ୍ବାଇଁ, ଲକ୍ଷ୍ମୀପ୍ରିୟା ନାୟକ, ରଞ୍ଜିତା ସାହୁ, ମମତା ସାହୁ, ମନୋରମା ସାହୁ, କାମିନୀ ନାୟକ, ସୌଦାମିନୀ ମାଝୀ, ସରସ୍ବତୀ ମାଝୀ, ମିନତି ମାଝୀ, ଲକ୍ଷ୍ମୀପ୍ରିୟା ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

ସ୍କୁଲ ଭିତରକୁ ଯାଉଥିଲେ ଛାତ୍ର, ହଠାତ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର…

ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ କରାଯାଉ

ଛତ୍ରପୁର,୬ା୮(ଦିଲୀପି ସାମଲ): ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ ଓ ବିସ୍ଥାପିତ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଆରଡ଼ିସି ଓ ଛତ୍ରପୁର…

ଖେମୁଣ୍ଡି କଲେଜରେ ନିଶାମୁକ୍ତ ଅଭିଯାନ ସଚେତନତା ସଭା, ନିଶା ଦ୍ରବ୍ୟ ସେବନ ବିରୋଧରେ ଛାତ୍ରୀ ଛାତ୍ର କଲେ ପ୍ରତିଜ୍ଞା

ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତି କରଣ ୟୁନିଟ , ଜାତୀୟ ସେବା ସଂସ୍ଥା(ଏନଏସଏସ) ଶାଖା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri