ଏନ୍‌ଆଇଏନ୍‌ଏଲ୍‌ କାରଖାନାରେ ଶ୍ରମିକ ନିଖୋଜ ମାମଲା: ମାଟି ତଳୁ ମିଳିଲା ମୃତଦେହ

ଯାଜପୁର/କଳିଙ୍ଗନଗର(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ),୨ା୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟାଟା ଷ୍ଟିଲ୍‌ ଦ୍ୱାରା ପରିଚାଳିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌(ଏନ୍‌ଆଇଏନ୍‌ଏଲ୍‌)ର ବ୍ୟାଚିଂ ପ୍ଲାଣ୍ଟ ନିକଟ ମାଟି ତଳୁ ନିଖୋଜ ଶ୍ରମିକ ସିଲୁ ପ୍ରଧାନ(୨୨)ଙ୍କ ମୃତଦେହକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଶନିବାର କଢ଼ାଯାଇଛି। ସିଲୁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଠିକାସଂସ୍ଥା ସତ୍ୟମ ଏଣ୍ଟରପ୍ରାଇଜେସ୍‌ ଅଧୀନରେ କାର୍ଯ୍ୟରତ ଅପରେଟର ସନସାଇଲୋ ଗ୍ରାମର ଜଗଦୀଶ ମହନ୍ତ, ଯୋରନ୍ଦା ଗ୍ରାମର ସୁପରଭାଇଜର ତାରିଣୀପ୍ରସାଦ ମହନ୍ତ, ହରିଚନ୍ଦନପୁର ଅଞ୍ଚଳର ମିଲର ଡ୍ରାଇଭର ପଦ୍ମଲୋଚନ ମହନ୍ତ ଓ ଆକାଉଣ୍ଟାଣ୍ଟ ଆଲୋକ ପାତ୍ରଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଏନେଇ କଳିଙ୍ଗନଗର ଥାନାରେ ଏନେଇ ଏକ ମାମଲା(ନଂ.୨୮୬/୨୦୨୪) ରୁଜୁ ହୋଇଛି। ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି। ବ୍ୟାଚିଂ ପ୍ଳାଣ୍ଟରେ ଦୁର୍ନୀତି ଟଙ୍କା ଭାଗବଣ୍ଟାରେ ବିବାଦ ହୋଇଥିବା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ଠିକାସଂସ୍ଥା ଜରିଆରେ ଏନ୍‌ଆଇଏନ୍‌ଏଲ୍‌ର ବ୍ୟାଚିଂ ପ୍ଲାଣ୍ଟ ପରିଚାଳିତ ହେଉଥିଲା। ବ୍ୟାଚିଂ ପ୍ଲାଣ୍ଟରେ ବ୍ୟବହୃତ ତେଲ, ଚିପ୍ସ, ସିମେଣ୍ଟ ଇତ୍ୟାଦି ସାମଗ୍ରୀ ବାହାରେ ବିକ୍ରି କରି ଠିକାସଂସ୍ଥାର କେତେଜଣ କର୍ମଚାରୀ ବେଶ୍‌ ମୁନାଫା ଅର୍ଜନ କରୁଥିଲେ। କିନ୍ତୁ ଘଟଣା ଘଟିବାର ୨/୩ ଦିନ ପୂର୍ବରୁ ଏହି କର୍ମଚାରୀମାନଙ୍କ ମଧ୍ୟରେ ଟଙ୍କା ଭାଗବଣ୍ଟାକୁ ନେଇ ବଚସା ହୋଇଥିଲା। ଏହାପରେ ଉପରୋକ୍ତ ୪ ଜଣ ଅଭିଯୁକ୍ତ ମିଳିମିଶି ହେଲପର ସିଲୁଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ।

ଯୋଜନା ଅନୁସାରେ, ୩୦ ତାରିଖ ସନ୍ଧ୍ୟାରେ ସିଲୁ ବ୍ୟାଚିଂ ପ୍ଲାଣ୍ଟର ମେଶିନ ଯାଞ୍ଚ କରୁଥିବା ସମୟରେ ଅନ୍ୟ ୪ ଜଣ ତାହାର ସୁଇଚ୍‌କୁ ଅନ୍‌ କରି ଦେଇଥିଲେ। ଫଳରେ ସେଥିରେ ସିଲୁ ଚାପି ହୋଇ ପ୍ରାଣ ହରାଇଥିଲେ। ଏହାପରେ ୪ ଅଭିଯୁକ୍ତ ପ୍ଲାଣ୍ଟ ନିକଟରେ ଜେସିବି ମେଶିନରେ ପ୍ରାୟ ୧୫ ଫୁଟ ଗାତ ଖୋଳି ସିଲୁଙ୍କୁ ଏକ ପଲିଥିନରେ ବାନ୍ଧି କୌଣସି ଏକ କେମିକାଲ ମିଶାଇ ପୋତି ଦେଇଥିଲେ। ଏପରିକି ପୋଲିସକୁ ଭୁଆଁ ବୁଲାଇବାକୁ ସିଲୁଙ୍କ ମୋବାଇଲ ଫୋନ୍‌କୁ ପାଣିକୋଇଲି ପର୍ଯ୍ୟନ୍ତ ନେଇ ଯାଇଥିଲେ। ସେହି ମୋବାଇଲ ଫୋନ୍‌ ଏଯାଏ ମିଳିପାରିନାହିଁ। ଏହାପରେ ୪ ଅଭିଯୁକ୍ତ ସେହିଦିନ ରାତି ୧୧ଟାରେ ଏକାସାଙ୍ଗେ ବାହାରକୁ ବାହାରିଥିଲେ। କିନ୍ତୁ ସିଲୁ ସେମାନଙ୍କ ସହିତ ନ ଥିଲେ। କଳିଙ୍ଗନଗର ଥାନା ପୋଲିସ ଏହାକୁ ଗୁରୁତ୍ୱର ଭାବେ ଗ୍ରହଣ କରି ୪ ଜଣଙ୍କୁ ଅଟକାଇ ଜେରା କରିଥିଲା। ଏହାପରେ ହତ୍ୟାକାଣ୍ଡର ସତ୍ୟ ସେମାନଙ୍କ ମୁହଁରୁ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?