ଚାଷୀଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ
ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ଗଡତଇଳା…
ବିକାଶ ନାଁରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ୍
ନୟାଗଡ଼,୬।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ସିଧାମୂଳ ପଞ୍ଚାୟତ କାନାସିଂ ଗାଁରେ ସୂଚନାଫଳକ ବିକାଶର ବାର୍ତ୍ତା ବାଣ୍ଟୁ ଥିବାବେଳେ ସେହି ପ୍ରକଳ୍ପ ଖୋଜିଲେ ମିଳୁନି। ଅନ୍ୟପକ୍ଷେ କାମ ଅନାବଶ୍ୟକ ସ୍ଥାନରେ କରାଯାଇ ସରକାରୀ ଟଙ୍କାକୁ ଅପବ୍ୟୟ କରାଯାଇଥିବା ଅଭିଯୋଗ ହୋଇଛି।…
ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା: ଆଧାରରେ ମୋବାଇଲ ଲିଙ୍କ୍ ବାଧ୍ୟତାମୂଳକ ନୁହେଁ, ଜାଣନ୍ତୁ ଏହା ବଦଳରେ କ’ଣ କରିବେ…
ଜଗତସିଂହପୁର,୬ା୯(ପ୍ରମୋଦ କୁମାର ନାୟକ): ରାଜ୍ୟ ସରକାର ଲୋକାଭିମୁଖୀ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏନେଇ ଆଧାର କେନ୍ଦ୍ର, ଜନସେବା କେନ୍ଦ୍ର (ଜେଏସ୍କେ) ଓ ମୋ ସେବା କେନ୍ଦ୍ର (ଏମ୍ଏସ୍କେ) ଆଦି ବିଭିନ୍ନ ସ୍ଥାନରେ ଭିଡ ଦେଖିବାକୁ ମିଳୁଛି। କେତେବେଳେ ସର୍ଭର ଡାଉନ…
ଜଳିଗଲା ୮ ବଖରା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
ଆଳି,୬ା୯: କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୪ ପରିବାରର ୮ ବଖରା ଜଳିପୋଡ଼ି ପାଉଁଶ ହୋଇଯାଇଛି। ଶଟ୍ସର୍କିଟ୍ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ଲକ୍ଷାଧିକ ଟଙ୍କାର…
ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍
କେନ୍ଦୁଝର,୬ା୯: କେନ୍ଦୁଝର ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି। ଜିଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଣ୍ଟ ବା ଅଧୀକ୍ଷକ ସତ୍ୟ ପ୍ରକାଶ ସ୍ବାଇଁଙ୍କ କେନ୍ଦୁଝର ସରକାରୀ ବାସଭବନ ସମେତ ଭୁବେନେଶ୍ୱରସ୍ଥିତ…
କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଜନ୍ମ ନେଲେ ୨୫ ଶାବକ
ରାଜନଗର,୬ା୯ (ଭାସ୍କର ରାଉତରାୟ): ବଉଳା କୁମ୍ଭୀରଙ୍କ ଭୂସ୍ବର୍ଗ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ବିଶ୍ୱର ସର୍ବପ୍ରଥମ କୃତ୍ରିମ ପ୍ରଜନନ କେନ୍ଦ୍ରରୁ ଗୁରୁବାର ପ୍ରଥମ ଦିନରେ ୨୫ ଶାବକ ଜନ୍ମ ନେଇଛନ୍ତି। ୭୫ଦିନ ପରେ ଅଣ୍ଡାରୁ ଛୁଆଫୁଟିବା ଆରମ୍ଭ ହୋଇଛି।…
ଗ୍ରାମ୍ୟ କାଜୁ ଜଙ୍ଗଲରୁ ମୋରମ ଲୁଟ୍
କଳିଙ୍ଗନଗର,୬ା୯(ଶୁଭାଶିଷ ରାଉତ): ଯାଜପୁର ଜିଲା ଦାନଗଦି ତହସିଲ ଅନ୍ତର୍ଗତ ରାଛିପୁର ଗ୍ରାମ ସଂଲଗ୍ନ କାଜୁ ଜଙ୍ଗଲ ନିକଟରେ ବେଆଇନ ମୋରମ ଚାଲାଣ ଚାଲିଛି। କେତେଜଣ ପ୍ରଭାବଶାଳୀ ମୋରମ ବ୍ୟବସାୟୀ ମେଶିନ ଲଗାଇ ରାତିରେ ଏଠାରୁ ମୋରମ ଲୁଟ୍ କରୁଛନ୍ତି। ଶତାଧିକ ଗ୍ରାମବାସୀ…
ଅକ୍ଟୋବର ୫ରେ ଖୋଲା ରହିବ ହାଇକୋର୍ଟ
କଟକ,୬ା୯ (କାର୍ତ୍ତିକ ସାହୁ):ଆସନ୍ତା ଅକ୍ଟୋବର ୫ ତାରିଖକୁ କାର୍ଯ୍ୟ ଦିବସ ଭାବେ ହାଇକୋର୍ଟ ଘୋଷଣା କରିଛନ୍ତି। ଶନିବାର ଛୁଟି ଦିବସ ହୋଇଥିବାବେଳେ ତାହାକୁ କାର୍ଯ୍ୟ ଦିବସରେ ପରିଣତ କରିବା ପାଇଁ ହାଇକୋର୍ଟ ଘୋଷଣା କରିଛନ୍ତି। ଫଳରେ ସବୁଦିନିଆ କାର୍ଯ୍ୟ ଦିବସ ଭଳି…
ଜମି ମାଲିକ କ୍ଷତିଗ୍ରସ୍ତ, ମଧ୍ୟସ୍ଥ ଧନୀ
ଯାଜପୁର,୬ା୯(ହର୍ଷବର୍ଦ୍ଧନ ବେହେରା) : ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ୯ ହଜାରରୁ ଉର୍ଦ୍ଧ୍ୱ ଏକର ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ କରାଯାଇଛି । ସେହି ସମୟରେ ସାଧାରଣ ପ୍ରଜାଙ୍କ ଜମିର…
ପ୍ରେମ ବ୍ୟାପାରରୁ ଛାତ୍ରଙ୍କୁ ହତ୍ୟା
ଧର୍ମଶାଳା/କାଏମା,୬ା୯(ବଟକୃଷ୍ଣ ପରିଡ଼ା/ ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ପ୍ରେମ ବ୍ୟାପାରକୁ ନେଇ ଜଣେ କଲେଜ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ଛାତ୍ର ହେଲେ ସ୍ଥାନୀୟ ଅଭୟପୁର ଗ୍ରାମର ନରହରି ବେହେରାଙ୍କ ଏକମାତ୍ର ପୁଅ…
ବଡ଼ବିଲ ସବ୍ଜେଲ ୱାର୍ଡର ନିଲମ୍ବିତ
ବଡ଼ବିଲ,୫ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ସବ୍-ଜେଲରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟଣାରେ ଓ୍ବାର୍ଡର ତରୁଣ କୁମାର ପରିଡ଼ା ନିଲମ୍ବିତ ହୋଇଛନ୍ତି। ବାରିପଦା ସର୍କଲ ଜେଲ ବରିଷ୍ଠ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ କୁମାର ରାଉଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦୀଙ୍କ ମୃତ୍ୟୁ ଘଟଣା…
ନୂଆଁଖାଇ ପାଇଁ ଏହି ସବୁ ଜିଲାରେ ଛୁଟି
ଭୁବନେଶ୍ୱର,୫।୯: ୮ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏନେଇ ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଅନ୍ୟପକ୍ଷେ ନୂଆଁଖାଇ ପାଇଁ ଆସନ୍ତା ୧୦ ତାରିଖରେ ବଲାଙ୍ଗୀର ଓ ନୂଆପଡ଼ା ଜିଲା ପାଇଁ ଛୁଟି ଘୋଷଣା କରିଛନ୍ତି ଉତ୍ତରାଞ୍ଚଳ ଆର୍ଡିସି। ପଶ୍ଚିମ ଓଡ଼ିଶାର…

