ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ

ଅନୁଗୋଳ, ୩।୧୧(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ ସାକୁରା ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଫେରିଛନ୍ତି। ଭାରତ ସରକାରଙ୍କ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଶିକ୍ଷା ମନ୍ତ୍ରଣାଳୟ ଓ ଜାପାନ ସରକାରଙ୍କ ମିଳିତ ସହଯୋଗିତାରେ ଏହା ଆୟୋଜିତ ହୋଇଥିଲା। ଭାରତର ୧୦ ନବୋଦୟ ଛାତ୍ରୀଛାତ୍ର ଏବଂ ଶତାଧିକ ପ୍ରେରଣା ସ୍କଲାରଙ୍କ ମଧ୍ୟରୁ ୯ ଜଣ ଏହି କାର୍ଯ୍ୟକ୍ରମରେ ପ୍ରତିନିଧିତ୍ୱ କରିଥିଲେ। ଏହି ପ୍ରତିଭାଧାରୀମାନେ ଅକ୍ଟୋବର ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ଜାପାନର ବିଭିନ୍ନ ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଓ ସ୍କୁଲମାନ ପରିଭ୍ରମଣ କରି ଜ୍ଞାନ ଆହରଣ କରିବା ସହ ଭାରତର ସଂସ୍କୃତି, ସଭ୍ୟତା ଓ ଜ୍ଞାନ ଗରିମାର ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମର ଏକ ବିଶେଷ ପର୍ଯ୍ୟାୟରେ ଜାପାନର ଛାତ୍ରୀଛାତ୍ରମାନଙ୍କ ସହ ଆଲୋଚନା ଓ ଜ୍ଞାନର ଆଦାନ ପ୍ରଦାନ ମଧ୍ୟ ହୋଇଥିଲା। ଭାରତୀୟ ପ୍ରତିଭାଗୀମାନେ ଜାପାନର ସୁଚିଉରା ଫାଷ୍ଟ ହାଇସ୍କୁଲ ପିଲାମାନଙ୍କ ସହ ମିଶି ଏକ ଡ୍ରୋନ ତିଆରି କରି ଉଡ଼ାଇବା ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ମ୍ୟାଚ ଖେଳିଥିଲେ। ଅନୁଗୋଳ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ତେଜସ ଓଡ଼ିଶାରୁ ଏକମାତ୍ର ପ୍ରତିଭାଗୀ ଭାବେ ଦେଶର ପ୍ରତିନିଧିତ୍ୱ କରିଥିବାରୁ ବିଦ୍ୟାଳୟ ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ବରାଳ ତାଙ୍କୁ ଶୁଭେଛା ଜ୍ଞାପନ କରିବା ସହ ଭବିଷ୍ୟତରେ ବିଜ୍ଞାନ ମାଧ୍ୟମରେ ଦେଶର ଉନ୍ନତି କରିବାକୁ ପରାମର୍ଶ ଦେଇଛନ୍ତି। ନବୋଦୟ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ କୁମାର ଦାଶ ଓ ଡିଏଭି ଅନୁଗୋଳର ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ମିଶ୍ରଙ୍କ ଏକମାତ୍ର ପୁତ୍ର ତେଜସ ପୂର୍ବରୁ ବହୁ କୃତିତ୍ୱ ହାସଲ କରିବା ସହ ୨୦୨୨ ମସିହାରେ ସ୍ପେସ କିଡ୍ସ ତରଫରୁ ଯୁବ ବିଜ୍ଞାନୀ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାବରସାହି ଜଙ୍ଗଲରୁ ୨୫ ଲକ୍ଷର ଗଞ୍ଜେଇ ଜବତ, ଗୋଡ଼ାଇ ଗୋଡ଼ାଇ ବାନ୍ଧିଲା ପୋଲିସ

ମୋହନା,୫ା୮(ମନ୍ମଥ ମିଶ୍ର): ଗଜପତି ଜିଲା ରା.ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲାର ପର୍ଦ୍ଦାଫାଶ କରିଛି । ୨୫୧ କିଲୋଗ୍ରାମ ୨୦୦ ଗ୍ରାମ…

ଯୋଗ୍ୟ ଶିକ୍ଷାନୁଷ୍ଠାନକୁ ଅନୁଦାନ ପ୍ରଦାନ ଦିଆଯାଉ, ଭଞ୍ଜନଗର ବିଧାୟକଙ୍କୁ ଦାବିପତ୍ର

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, ଭଞ୍ଜନଗର ବ୍ଲକ ତରଫରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଭଞ୍ଜନଗର ବିଧାୟକ…

ବନ୍ୟା କ୍ଷୟକ୍ଷତି ଆକଳନ କଲେ ମନ୍ତ୍ରୀ, ପ୍ରଭାବିତ ଅଞ୍ଚଳରେ ହେବ…

କେନ୍ଦୁଝର,୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ବୁଧବାର କେନ୍ଦୁଝର ସର୍କିଟ ହାଉସ୍‌ଠାରେ ବନ୍ୟା ଦ୍ୱାରା ହୋଇଥିବା…

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର…

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

ମୁମ୍ବାଇରେ ଶ୍ରମିକଙ୍କ ମୃତ୍ୟୁ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ, କାନ୍ଦବୋବାଳିରେ…

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର- ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ୨ୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ…

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri