ଆମ ଜିଲା ଖବର

ପୁରୀ ସମୁଦ୍ରରେ ଭାସୁଛି କଣ୍ଟେନର

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି)-ପୁରୀ ସମୁଦ୍ରରେ ଏକ ଅଜଣା କଣ୍ଟେନର ଦେଖିବାକୁ ମିଳିଛି। ପେଣ୍ଠକଟା ମେରାଇନ୍‌ ଥାନା ଅନ୍ତର୍ଗତ ଗଙ୍ଗାଦେବୀ ମନ୍ଦିର ପାଖ ବେଳାଭୂମିଠାରୁ ପ୍ରାୟ ୨୦୦ ମିଟର ଦୂର ସମୁଦ୍ରରେ କଣ୍ଟେନରଟି ଭାସୁଛି। କଣ୍ଟେନରଟି ଓଜନିଆ ଥିବାରୁ ତାହାକୁ କୂଳକୁ ଆଣିବା…

ମଦ ବୋଝେଇ ସ୍କର୍ପିଓରେ ନିଆଁ ଲଗାଇ ଦେଲେ ଲୋକେ

ସିମୁଳିଆ,୫।୯(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୨କି.ମି. ଦୂର ୧୬ନମ୍ବର ଜାତୀୟ ରାଜପଥର ଭଗିଆ ଗାଁ ନିକଟରେ ଗୁରୁବାର ରାତିରେ ଏକ ମଦ ବୋଝେଇ ସ୍କର୍ପିଓ କାରକୁ ଲୋକ ନିଆଁ ଲଗାଇ ଜାଳି ଦେଇଛନ୍ତି। ଅପରପକ୍ଷେ ସିମୁଳିଆ ପୋଲିସ କାରରେ…

ଘରୁ ୮ଭରି ସୁନା, ୨୦ଭରି ରୁପା ଅଳଙ୍କାର ଚୋରି

ଗୋପାଳପୁର,୫ା୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ବାଘଲଟି ଗାଁର ଦୁର୍ଯ୍ୟୋଧନ ଗୌଡଙ୍କ ଘରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଦାଣ୍ଡ ଗ୍ରିଲ କାଟି ଘରେ ପଶି ୮ ଭରି ସୁନା, ୨୦ ଭରି ରୂପା ଅଳଙ୍କାର ସହ ୩୦…

ଏକ୍ସପାଏରି ଔଷଧ ନେଲା ମହିଳାଙ୍କ ଜୀବନ

ଗୋଲାମୁଣ୍ଡା,୫ା୯(ବଟକୃଷ୍ଣ ପଣ୍ଡା)- ଏକ୍ସପାଏରି ଔଷଧ ଖାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ୍‌ ଦଶପୁର ପଞ୍ଚାୟତ ଦେକୋଟ ଗ୍ରାମରେ। ସୂଚନାମତେ, ଗ୍ରାମର ସୁଭଦ୍ରା ବନ୍ଦିଛୋଡ୍‌ ନାମ୍ନୀ ମହିଳା…

ଗୋଡ଼, ହାତକୁ ହାଣି ମରଣାନ୍ତକ ଆକ୍ରମଣ: ବନ୍ଧା ହେଲେ ଫେରାର ମୁଖ୍ୟ ଅଭିଯୁକ୍ତ

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ଥାନା ପୋଲିସ ଗୁରୁବାର ମହୁଡ଼ା ନିକଟ ଚାଞ୍ଚଡାପଲ୍ଲି ଗ୍ରାମର ନିତିକି ଓରଫ ନିତିକେଶନ ବିଷୋୟୀଙ୍କୁ ଗିରଫ କରି ବ୍ରହ୍ମପୁର ସଦର କୋର୍ଟ ଚାଲାଣ କରିଛି। ଜାମିନ…

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୫।୯: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନସ୍ଫଦ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଯଶସ୍ବୀ ଶିକ୍ଷକ। କଳାହାଣ୍ଡି…

ଜଙ୍ଗଲରୁ ମିଳିଲା କଲେଜ ଛାତ୍ରୀଙ୍କ ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଫିରିଙ୍ଗିଆ,୫ା୯(ବିମଳ ଦିଗାଲ): ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟଠାରେ ଥିବା ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖ କୁଶସରୁ ଜଙ୍ଗଲରେ ଥିବା ଏକ ଆମ୍ବ ଗଛରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ବୁଧବାର ପୋଲିସ ଜବତ କରିଛି। ମୃତଦେହ ଛାତ୍ରୀଙ୍କ ବ୍ୟାଗ ଓ ମୋବାଇଲକୁ ପୋଲିସ…

ସୁଭଦ୍ରା ଯୋଜନା ଆବେଦନ ପାଇଁ …

ଖଜୁରୀପଡ଼ା, ୫ା୯( ବିଦୁର ବେହେରା): ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତୀକରଣ କରିବା ପାଇଁ ସୁଭଦ୍ରା ଯୋଜନା ମାଧ୍ୟମରେ ୫୦ ହଜାର ଟଙ୍କାର କ୍ୟାଶ୍‌ ଭାଉଚର୍‌ ଦେବା ପାଇଁ ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆବେଦନ ପାଇଁ ସରକାରୀ ପୋର୍ଟାଲ ଖୋଲା…

ରାଇକିଆରେ ନିଅଣ୍ଟିଆ ବର୍ଷା, କ୍ଷତିରେ ପରିବା ଚାଷୀ

ରାଇକିଆ,୫।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି । ଏହାର ପ୍ରଭାବ ବିଭିନ୍ନ ଚାଷ କାର୍ଯ୍ୟ ଉପରେ ଦେଖିବାକୁ ମିଳିଛି । ବିଶେଷ କରି ପନିପରିବା ଚାଷୀ କ୍ଷତି ସହିଛନ୍ତି । ପୂର୍ବ…

୧୨ ରେ ଆସ୍ଥା ଭୋଟର ସମ୍ମୁଖିନ ହେବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା

ପୁରୁଷୋତ୍ତମପୁର,୫।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିରେ ରାଜନୈତିକ ଉଷ୍ନତା ଦିନକୁଦିନ ତିବ୍ରତର ହେବାରେ ଲାଗିଛି। ଅଧ୍ୟକ୍ଷା ପ୍ରିୟଙ୍କା ଗୌଡଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ଉପାଧ୍ୟକ୍ଷ କ୍ରୁଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ୯ ଜଣ କାଉନସିଲର ସୋମବାର ଜିଲାପାଳ ଦିବ୍ଯଜ୍ଯୋତି ପରିଡାଙ୍କ…

ଏହି ଦିନ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯: ୮ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ୮ତାରିଖ୍‌ରେ ସମ୍ବଲପୁର ଗସ୍ତରେ…

୨୦୨୫ରେ ଲାଗୁ ହେବ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା: ଜାଣନ୍ତୁ କେଉଁ ଶ୍ରେଣୀର ଛାତ୍ରୀଛାତ୍ର ହେବେ ସାମିଲ

ଭୁବନେଶ୍ୱର,୫।୯: ୨୦୨୫ରୁ ରାଜ୍ୟରେ ଲାଗୁ ହେବ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରୀଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା । କ୍ୟାବିନେଟର ନିଷ୍ପତ୍ତି ନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?