କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସଙ୍କ ଆତ୍ମହତ୍ୟା
ଉମରକୋଟ,୧୦।୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ସହରରେ କ୍ରୀଡା ଶିକ୍ଷୟତ୍ରୀଭାବେ ଜଣାଶୁଣା ତନୁଜା ବିଶ୍ୱାସ ଶନିବାର ଆତ୍ମହତ୍ୟା କରିଛନ୍ତି। ୨୬ ବର୍ଷୀୟା ତନୁଜାଙ୍କ ଘର ଉମରକୋଟ ସହର ଡିଏନ୍କେରେ। ସେ ୨୦୧୯ରୁ ଉମରକୋଟ ନିକଟସ୍ଥ ଜାମରୁଣ୍ଡାରେ ଥିବା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ…
ନବରଙ୍ଗପୁରରେ କଂଗ୍ରେସର ଜନସମ୍ପର୍କ ପଦଯାତ୍ରା
ଉମରକୋଟ/ରାଇଘର, ୯।୭(ସ୍ବ.ପ୍ର./ଡି.ଏନ୍.ଏ.): ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଶୁକ୍ରବାର ନବରଙ୍ଗପୁର ଗ୍ରସ୍ତ କରି ରାଇଘରରେ ଏକ ସଂକଳ୍ପ ସମାବେଶ ଓ ମହାମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁର ଜିଲା କଂଗ୍ରେସ କମିଟି ଆୟୋଜନ କରିଥିବା…
ସ୍କୁଲରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍ର ତଦନ୍ତ
ନବରଙ୍ଗପୁର,୪ା୭(ବି.ପ୍ର.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଗତ ଶୁକ୍ରବାର ରାତିରେ ହୋଇଥିବା ଚୋରି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ରବିବାର ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍ ସହାୟତାରେ ପୋଲିସ ଛାନଭିନ ଆରମ୍ଭ କରିଛି।…
ରାସ୍ତାକଡ଼ରେ ମହିଳାଙ୍କ ପ୍ରସବ
ଚନ୍ଦାହାଣ୍ଡି, ୪ା୭(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା। ଖରାପ ରାସ୍ତା ଯୋଗୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଚାଲିକି ଯିବାବେଳେ ଗର୍ଭବତୀ ଜଣଙ୍କ ରାସ୍ତାକଡ଼ରେ ପ୍ରସବ କରିଛନ୍ତି। ଏହା ହେଉଛି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ…
ଶୁଣିଲାନି ପ୍ରଶାସନ, ବାଧ୍ୟହୋଇ ନାଳ ସଫା କଲେ ଦୋକାନୀ
ପାପଡ଼ାହାଣ୍ଡି, ୪ା୭(ଡି.ଏନ୍.ଏ.): ପ୍ରଶାସନ ପକ୍ଷରୁ ସଫା କରାଯାଉନି ନାଳ। ଫଳରେ ସାମାନ୍ୟ ବର୍ଷାରେ ମଧ୍ୟ ଡ୍ରେନ୍ ପାଣି ରାସ୍ତାରେ ଭାସିବା ସହ ଦୋକାନରେ ପଶିଯାଉଛି। ଶେଷରେ ବାଧ୍ୟହୋଇ ଦୋକାନୀମାନେ ନାଳ ସଫା କରିଛନ୍ତି। ଏପରି ଘଟଣା ନବରଙ୍ଗପୁର ଜିଲା ପାପଡାହାଣ୍ଡିରେ ଦେଖିବାକୁ…
ଉଦ୍ଘାଟନର ୭ମାସ ପରେ ରାସ୍ତା ଫାଟି ଆଁ
ଝରିଗାଁ, ୪ା୭(ସ୍ବ.ପ୍ର.): ଦୁର୍ଗମ ଅଞ୍ଚଳର ବିକାଶ ତଥା ପକ୍କାରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଉପାନ୍ତ ଯୋଜନା ରହିଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ବହୁ ଦୁର୍ଗମ ଇଲାକାକୁ ଏମ୍ପି ରମେଶ ଚନ୍ଦ୍ର ମାଝିଙ୍କ ପ୍ରଚେଷ୍ଟାରେ ରାସ୍ତା ହୋଇଛି। କିନ୍ତୁ ଡିଆର୍ଡିଏ…
ଦୁର୍ବଳ ମୌସୁମୀ, ଚିନ୍ତାରେ ଧାନ ଚାଷୀ
ନବରଙ୍ଗପୁର,୩।୭(ବି.ପ୍ର.): ଚଳିତ ବର୍ଷ ଦୁର୍ବଳ ମୌସୁମୀ ଓ ବର୍ଷାର ଅଭାବ ଯୋଗୁ ନବରଙ୍ଗପୁର ଜିଲାରେ ଧାନ ଚାଷ କାର୍ଯ୍ୟ ଆଗେଇ ପାରୁନି। ଚାଷୀ ତଳି ପକାଇ ବର୍ଷାକୁ ଚାହିଁ ବସିଛନ୍ତି। ପୂର୍ବ ବର୍ଷ ତୁଳନାରେ ଜୁନ୍ ମାସ ସୁଦ୍ଧା ଯେତିକି ବର୍ଷା…
ବଜ୍ରପାତରେ ୩ ଗୁରୁତର
ପାପଡ଼ାହାଣ୍ଡି,୨ା୭(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକର ଦୁଇଟି ସ୍ଥାନରେ ଶନିବାର ବଜ୍ରପାତ ଘଟି ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପାତ୍ରୀ ପଞ୍ଚାୟତ ଜବାଗୁଡ଼ା ଗ୍ରାମର ରବି ଚନ୍ଦ୍ର ଯାନୀ (୯) ଓ ତୁମ୍ବର୍ଲା ପଞ୍ଚାୟତ ଗୋବର୍ଲା ଗ୍ରାମର ବୁଟି…
ଭୁଶୁଡି ପଡ଼ିଛି ୫-ଟି ସ୍କୁଲ ପାଚେରି, ଅଧିକାରୀଙ୍କ ପାଖରେ ଖବର ନାହିଁ
ଉମରକୋଟ, ୩୦।୬(ସ୍ବ.ପ୍ର.): ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ମନ୍ତ୍ରକୁ ଗରୁତ୍ୱ ଦେଇ ସମସ୍ତ ସରକାରୀ ସ୍କୁଲର ଭିତ୍ତିଭୂମି ସଜାଡି ଗୁଣାତ୍ମକ ଶିକ୍ଷା ଯୋଗାଇବାକୁ ସରକାର ଅହରହ ଚେଷ୍ଟା କରୁଛନ୍ତି। ୫-ଟି ଭଳି ଯୋଜନାରେ ଶିକ୍ଷା ବ୍ୟବସ୍ଥାକୁ ସାମିଲ କରିଥିବା ଯୋଗୁ ବିଦ୍ୟାର୍ଥୀ…
ନିଶା କାରବାର ରୋକିବାରେ ପଛରେ ପଡ଼ିଛି ଅବକାରୀ ବିଭାଗ
ନବରଙ୍ଗପୁର,୨୬।୬(ବି.ପ୍ର.): ନବରଙ୍ଗପୁର ଜିଲା ଗଞ୍ଜେଇ ଚୋରା ଚାଲାଣର କରିଡର୍ ସାଜିଛି। ଅବକାରୀ ବିଭାଗ ଚେଇଁ ଶୋଇଥିବା ବେଳେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଧରିବାରେ ସଫଳ ହେଉଛି। ବେଆଇନ ନିଶା ଓ ମାଦକ ଦ୍ରବ୍ୟର କାରବାରକୁ ରୋକିବା ଏବଂ ସମ୍ପୃକ୍ତ ବ୍ୟବସାୟୀଙ୍କୁ…
ବିହାରରେ ୮ ଶ୍ରମିକଙ୍କୁ ନିର୍ଯାତନା
ତେନ୍ତୁଳିଖୁଣ୍ଟି,୨୬।୬(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ବଙ୍ଗଳାଗୁଡ଼ା ଗ୍ରାମରୁ ୮ ଶ୍ରମିକଙ୍କୁ ବିହାରରେ କାମ କରିବାକୁ ନେଇ ନିର୍ଯାତନା ଦିଆଯାଉଛି। ସେମାନଙ୍କ ଠାରୁ ମୋବାଇଲ ଛଡ଼ାଇ ନେବାସହ ବିନା ପାରିଶ୍ରମିକରେ ଜୋର ଜବରଦସ୍ତ କାମ କରିବାକୁ ବାଧ୍ୟ କରାଯାଉଛି।…
ନବରଙ୍ଗପୁର ଜିଲାର ୬୯୩ ଗାଁ ବାଲ୍ୟବିବାହ ମୁକ୍ତ
ନବରଙ୍ଗପୁର,୨୩ା୬(ବି.ପ୍ର.): ନବରଙ୍ଗପୁର ଜିଲାରେ ବାଲ୍ୟବିବାହ ରୋକିବା ନିମନ୍ତେ ବୁଧବାର ସ୍ଥାନୀୟ ମିଶନଶକ୍ତି ସଭାଗୃହରେ ସମାଜ କଲ୍ୟାଣ ବିଭାଗ, ଜିଲା ଶିଶୁ ସୁରକ୍ଷା ୟୁନିଟି, ୟୁନିସେଫ୍, ଆକ୍ସନଏଡ୍ ଓ ବିଭିନ୍ନ ଜାତି ସମାଜର ମୁଖ୍ୟଙ୍କୁ ନେଇ ଜିଲାପାଳ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ…

