ସ୍କୁଲରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍‌ର ତଦନ୍ତ

ନବରଙ୍ଗପୁର,୪ା୭(ବି.ପ୍ର.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଗତ ଶୁକ୍ରବାର ରାତିରେ ହୋଇଥିବା ଚୋରି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ରବିବାର ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍‌ ସହାୟତାରେ ପୋଲିସ ଛାନଭିନ ଆରମ୍ଭ କରିଛି। ଡିଏସ୍‌ପି ଏସ୍‌.କେ. ମଲ୍ଲିକ ଚୋରି ହୋଇଥୁବା ସ୍କୁଲରେ ପହଞ୍ଚତ୍ ଘଟଣାରେ ବିଦ୍ୟାଳୟ କର୍ମଚାରୀ ତଥା ଶିକ୍ଷକଙ୍କୁ ପଚାରି ବୁଝିଛନ୍ତି। ଚୋରମାନେ ବ୍ଲାକ୍‌ ବୋର୍ଡରେ ‘ଆମେ ପୁଣି ଆସିବୁ’ ଲେଖି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଉକ୍ତ ଲେଖାକୁ ନେଇ ପୋଲିସ ତଦନ୍ତ ପକ୍ରିୟା ଜୋର୍‌ଦାର କରୁଛି। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌କୁ ବିଦ୍ୟାଳୟ ଶିକ୍ଷକ ଏବଂ କର୍ମଚାରୀ ତଦନ୍ତବେଳେ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଚୋରି ହୋଇଥିବା କମ୍ପ୍ୟୁଟର ,ଜେରକ୍ସ କମ ପ୍ରିଣ୍ଟର୍‌ ମେସିନ, ସାଉଣ୍ଡ ବକ୍ସ, ଆମ୍ପଲିଫାୟାର ମେସିନ, ଓଜନ ମାପକ ଯନ୍ତ୍ର ଆଦି ସରକାରୀ ସମ୍ପତି ହୋଇଥିବାରୁ ସେସବୁକୁ ତୁରନ୍ତ ଜବତ କରିବାକୁ ପ୍ରଧାନ ଶିକ୍ଷକ ସର୍ବେଶ୍ୱର ବେହେରା ପୋଲିସକୁ ନିବେଦନ କରିଛନ୍ତି। ସୂଚନାନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ପ୍ରଥମେ ବିଦ୍ୟାଳୟ ମୁଖ୍ୟ ଫାଟକ ଚାବି ଭାଙ୍ଗିଥିଲେ। ପରେ ପ୍ରଧାନ ଶିକ୍ଷକଙ୍କ କକ୍ଷର ଦୁଇଟି ଚାବି ଭାଙ୍ଗି କମ୍ପ୍ୟୁଟର ଓ ଅନ୍ୟ ସାମଗ୍ରୀ ନେଇଯାଇଛନ୍ତି। ଏହାପରେ ଚୋର ମାନେ ବ୍ଲାକବୋର୍ଡ୍‌ରେ ଇଟ୍ସ ମି ଧୂମ ୪ , ଆମେ ପୁଣି ଆସିବୁ , ସ୍କୁଲ ପିଲା ଧରିପାରିଲେ ଧର, କମିଂ ସୁନ ଲେଖିଛନ୍ତି। ବ୍ଲାକ ବୋର୍ଡରେ ଏଭଳି ଲେଖି ଚୋରମାନେ ପୋଲିସକୁ ପୁଣି ଆସିବେ ବୋଲି ଚେତାବନୀ ଦେଇଛନ୍ତି। ଏବେ ପୋଲିସ କ’ଣ ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଲା। ଚୋରଙ୍କ ବ୍ଲାକ ବୋର୍ଡରେ ଏତାଦୃଶ୍ୟ୍ୟ ଲେଖା ତେନ୍ତୁଳିଖୁଣ୍ଟିରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଛାଡ଼ିଲେ ୧୪୦ ପିଲା, ବିଜେଡି-କଂଗ୍ରେସ ନେତା ବିଦ୍ୟାଳୟ ଗସ୍ତ କରି ସମସ୍ତ ଭିତ୍ତିଭୂମିର…

ଝରିଗାଁ,୮ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ନିମ୍ନମାନର ଖାଦ୍ୟ ଦେବା ସହ ଭିତ୍ତିଭୂମିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri