ଶୁଣିଲାନି ପ୍ରଶାସନ, ବାଧ୍ୟହୋଇ ନାଳ ସଫା କଲେ ଦୋକାନୀ

ପାପଡ଼ାହାଣ୍ଡି, ୪ା୭(ଡି.ଏନ୍‌.ଏ.): ପ୍ରଶାସନ ପକ୍ଷରୁ ସଫା କରାଯାଉନି ନାଳ। ଫଳରେ ସାମାନ୍ୟ ବର୍ଷାରେ ମଧ୍ୟ ଡ୍ରେନ୍‌ ପାଣି ରାସ୍ତାରେ ଭାସିବା ସହ ଦୋକାନରେ ପଶିଯାଉଛି। ଶେଷରେ ବାଧ୍ୟହୋଇ ଦୋକାନୀମାନେ ନାଳ ସଫା କରିଛନ୍ତି। ଏପରି ଘଟଣା ନବରଙ୍ଗପୁର ଜିଲା ପାପଡାହାଣ୍ଡିରେ ଦେଖିବାକୁ ମିଳିଛି। ଶନିବାର ସକାଳୁ ପାପଡ଼ାହାଣ୍ଡିରେ ବର୍ଷା ହୋଇଥିଲା। ବର୍ଷା ଯୋଗୁ ଉମରକୋଟ ରାସ୍ତାର ବହୁ ଦୋକାନରେ ପାଣି ପଶିଯାଇଛି। ପାଣିରେ ଭିଜି ଦୋକାନର ବହୁ ଆସବାବ ପତ୍ର ନଷ୍ଟ ହୋଇଛି। ସ୍ଥାନୀୟ ଦୋକାନୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାପରେ ସେମାନେ ନିଜେ ନାଳ ସଫା କରିଥିଲେ। ପ୍ରତ୍ୟେକ ବର୍ଷ ବର୍ଷା ହେଲେ ଏପରି ହଇରାଣ ହେଉଛୁ। ନାଳଗୁଡିକୁ ପ୍ରଶାସନ ସଫା କରୁନାହିଁ। ନାଳରେ କାଗଜ, ଜରି, ପଲିଥିନ ଆଦି ପଡି ପୋତି ହୋଇଯାଇଥିଲା। ଫଳରେ ଟିକିଏ ବର୍ଷା ହେଲେ ମଧ୍ୟ ନାଳପାଣି ଦୋକାନରେ ପଶିଯାଏ । ତେଣୁ ବାଧ୍ୟହୋଇ ନିଜେ ନାଳ ସଫା କରିଛୁ ବୋଲି ଦୋକାନୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଛାଡ଼ିଲେ ୧୪୦ ପିଲା, ବିଜେଡି-କଂଗ୍ରେସ ନେତା ବିଦ୍ୟାଳୟ ଗସ୍ତ କରି ସମସ୍ତ ଭିତ୍ତିଭୂମିର…

ଝରିଗାଁ,୮ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ନିମ୍ନମାନର ଖାଦ୍ୟ ଦେବା ସହ ଭିତ୍ତିଭୂମିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri