ବିହାରରେ ୮ ଶ୍ରମିକଙ୍କୁ ନିର୍ଯାତନା

ତେନ୍ତୁଳିଖୁଣ୍ଟି,୨୬।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ବଙ୍ଗଳାଗୁଡ଼ା ଗ୍ରାମରୁ ୮ ଶ୍ରମିକଙ୍କୁ ବିହାରରେ କାମ କରିବାକୁ ନେଇ ନିର୍ଯାତନା ଦିଆଯାଉଛି। ସେମାନଙ୍କ ଠାରୁ ମୋବାଇଲ ଛଡ଼ାଇ ନେବାସହ ବିନା ପାରିଶ୍ରମିକରେ ଜୋର ଜବରଦସ୍ତ କାମ କରିବାକୁ ବାଧ୍ୟ କରାଯାଉଛି। ଏମିତିକି ପାରିଶ୍ରମିକ ମାଗିଲେ ମାଡ଼ ମରାଯାଉଛି। ଏ ନେଇ ପରିବାର ଲୋକେ କୌଣସି ପ୍ରକାରେ ଖବର ପାଇବା ପରେ ଖାତିଗୁଡ଼ା ଥାନା ଏବଂ ଶ୍ରମ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅନୁଯାୟୀ, ଅଞ୍ଚଳର ଦଲାଲ ଟଙ୍କଧର ଗୌଡ଼ କାମ ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ବଙ୍ଗଳାଗୁଡ଼ା ଗ୍ରାମର ଆନନ୍ଦ ଗୌଡ଼ଙ୍କ ପୁଅ ଘାସି, ଲୁକୁ ଗୌଡ଼ଙ୍କ ପୁଅ ତୁଳାରାମ, ରଘୁନାଥ ଗୌଡ଼ଙ୍କ ପୁଅ ବିରାଙ୍ଗ, ଅଭିନାଥ ପୂଜାରୀଙ୍କ ପୁଅ ଟୁନା, ଚଣ୍ଡାଳ ଗୌଡ଼ଙ୍କ ପୁଅ କୃଷ୍ଣ, ଗଙ୍ଗାଧର ଗୌଡ଼ଙ୍କ ପୁଅ ଲଛମନ୍‌ ଏବଂ ଡମୁ ଗୌଡ଼ଙ୍କ ପୁଅ ରୁକଧାରଙ୍କୁ କୋରାପୁଟ ଜିଲା ତେଲେଙ୍ଗାସିଲ ଅଞ୍ଚଳର ଦଲାଲ ଚନ୍ଦ୍ର ଗୌଡ଼ ଏବଂ ବାନୁଆଗୁଡ଼ାର ଦିନେଶ ବାଗଙ୍କ ନିକଟକୁ ନେଇଥିଲେ। ଚନ୍ଦ୍ର ଏବଂ ଦିନେଶ ଶ୍ରମିକମାନଙ୍କୁ ବିହାରର ଗୟା ଜିଲାକୁ ନେଇ କାମରେ ଲଗାଇଥିଲେ। କିଛିଦିନ ପରେ ସେମାନଙ୍କ ଫୋନ ଛଡ଼ାଇ ନେଇ ଜୋର ଜବରଦସ୍ତ କାମ କରାଉଥିଲେ। ପାରିଶ୍ରମିକ ମାଗିଲେ ମାଡ଼ ମାରୁଥିଲେ। ଏ ନେଇ ଶ୍ରମିକମାନଙ୍କ ପରିବାର ପକ୍ଷରୁ ଖାତିଗୁଡ଼ା ଥାନାରେ ଅଭିଯୋଗ କରାଯିବା ସହ ଶ୍ରମ ବିଭାଗକୁ ଅବଗତ କରାଯାଇଛି।
ଏ ନେଇ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ମଧ୍ୟ ଶ୍ରମ ବିଭାଗକୁ ଅବଗତ କରିଛନ୍ତି। ଅତିରିକ୍ତ ଶ୍ରମ କମିଶନର କୁବେର ବେହେରା ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ଗୋପାଳକୃଷ୍ଣ ମଙ୍ଗରାଜଙ୍କୁ ଦାୟିତ୍ୱ ଦେଇଛନ୍ତି। ଶ୍ରମିକମାନେ କେଉଁଠି ଅଛନ୍ତି ସେ ନେଇ ଗୁଗଲ୍‌ ଜରିଆରେ ସର୍ଚ୍ଚ କରାଯାରଉଛି। ମୋବାଇଲ ଟ୍ରାକ୍‌ ମଧ୍ୟ କରାଯାଉଛି। ତଦନ୍ତ ପରେ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲା ଶ୍ରମ ଅଧିକାରୀ କହିଛନ୍ତି।
ତେନ୍ତୁଳିଖୁଣ୍ଟି ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହିତାଧିକାରୀଙ୍କୁ ଠିକ ସମୟରେ ପ୍ରାପ୍ୟ ନ ମିଳିବା ଏବଂ ମେଶିନରେ କାମ ହେବା ଯୋଗୁ ଅଞ୍ଚଳର ଶ୍ରମିକ କାମ ଆଶାରେ ଦଲାଲଙ୍କ ଶିକାର ହେଉଥିବା ପାତ୍ରପୁଟର ସମିତିସଭ୍ୟ ଦିଲୀପ ପ୍ରଧାନୀ ଅଭିଯୋଗ କରିଛନ୍ତି। ସେହିପରି ତଦନ୍ତ କରି ଆଖିଦୃଶିଆ ପଦକ୍ଷେପ ନିଆଯାଉ ବୋଲି ବ୍ଲକ କଂଗ୍ରେସ ଉପସଭାପତି ଭୀମସେନ ପାଣିଗ୍ରାହୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?