ବିହାରରେ ୮ ଶ୍ରମିକଙ୍କୁ ନିର୍ଯାତନା

ତେନ୍ତୁଳିଖୁଣ୍ଟି,୨୬।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ବଙ୍ଗଳାଗୁଡ଼ା ଗ୍ରାମରୁ ୮ ଶ୍ରମିକଙ୍କୁ ବିହାରରେ କାମ କରିବାକୁ ନେଇ ନିର୍ଯାତନା ଦିଆଯାଉଛି। ସେମାନଙ୍କ ଠାରୁ ମୋବାଇଲ ଛଡ଼ାଇ ନେବାସହ ବିନା ପାରିଶ୍ରମିକରେ ଜୋର ଜବରଦସ୍ତ କାମ କରିବାକୁ ବାଧ୍ୟ କରାଯାଉଛି। ଏମିତିକି ପାରିଶ୍ରମିକ ମାଗିଲେ ମାଡ଼ ମରାଯାଉଛି। ଏ ନେଇ ପରିବାର ଲୋକେ କୌଣସି ପ୍ରକାରେ ଖବର ପାଇବା ପରେ ଖାତିଗୁଡ଼ା ଥାନା ଏବଂ ଶ୍ରମ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅନୁଯାୟୀ, ଅଞ୍ଚଳର ଦଲାଲ ଟଙ୍କଧର ଗୌଡ଼ କାମ ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ବଙ୍ଗଳାଗୁଡ଼ା ଗ୍ରାମର ଆନନ୍ଦ ଗୌଡ଼ଙ୍କ ପୁଅ ଘାସି, ଲୁକୁ ଗୌଡ଼ଙ୍କ ପୁଅ ତୁଳାରାମ, ରଘୁନାଥ ଗୌଡ଼ଙ୍କ ପୁଅ ବିରାଙ୍ଗ, ଅଭିନାଥ ପୂଜାରୀଙ୍କ ପୁଅ ଟୁନା, ଚଣ୍ଡାଳ ଗୌଡ଼ଙ୍କ ପୁଅ କୃଷ୍ଣ, ଗଙ୍ଗାଧର ଗୌଡ଼ଙ୍କ ପୁଅ ଲଛମନ୍‌ ଏବଂ ଡମୁ ଗୌଡ଼ଙ୍କ ପୁଅ ରୁକଧାରଙ୍କୁ କୋରାପୁଟ ଜିଲା ତେଲେଙ୍ଗାସିଲ ଅଞ୍ଚଳର ଦଲାଲ ଚନ୍ଦ୍ର ଗୌଡ଼ ଏବଂ ବାନୁଆଗୁଡ଼ାର ଦିନେଶ ବାଗଙ୍କ ନିକଟକୁ ନେଇଥିଲେ। ଚନ୍ଦ୍ର ଏବଂ ଦିନେଶ ଶ୍ରମିକମାନଙ୍କୁ ବିହାରର ଗୟା ଜିଲାକୁ ନେଇ କାମରେ ଲଗାଇଥିଲେ। କିଛିଦିନ ପରେ ସେମାନଙ୍କ ଫୋନ ଛଡ଼ାଇ ନେଇ ଜୋର ଜବରଦସ୍ତ କାମ କରାଉଥିଲେ। ପାରିଶ୍ରମିକ ମାଗିଲେ ମାଡ଼ ମାରୁଥିଲେ। ଏ ନେଇ ଶ୍ରମିକମାନଙ୍କ ପରିବାର ପକ୍ଷରୁ ଖାତିଗୁଡ଼ା ଥାନାରେ ଅଭିଯୋଗ କରାଯିବା ସହ ଶ୍ରମ ବିଭାଗକୁ ଅବଗତ କରାଯାଇଛି।
ଏ ନେଇ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ମଧ୍ୟ ଶ୍ରମ ବିଭାଗକୁ ଅବଗତ କରିଛନ୍ତି। ଅତିରିକ୍ତ ଶ୍ରମ କମିଶନର କୁବେର ବେହେରା ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ଗୋପାଳକୃଷ୍ଣ ମଙ୍ଗରାଜଙ୍କୁ ଦାୟିତ୍ୱ ଦେଇଛନ୍ତି। ଶ୍ରମିକମାନେ କେଉଁଠି ଅଛନ୍ତି ସେ ନେଇ ଗୁଗଲ୍‌ ଜରିଆରେ ସର୍ଚ୍ଚ କରାଯାରଉଛି। ମୋବାଇଲ ଟ୍ରାକ୍‌ ମଧ୍ୟ କରାଯାଉଛି। ତଦନ୍ତ ପରେ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲା ଶ୍ରମ ଅଧିକାରୀ କହିଛନ୍ତି।
ତେନ୍ତୁଳିଖୁଣ୍ଟି ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହିତାଧିକାରୀଙ୍କୁ ଠିକ ସମୟରେ ପ୍ରାପ୍ୟ ନ ମିଳିବା ଏବଂ ମେଶିନରେ କାମ ହେବା ଯୋଗୁ ଅଞ୍ଚଳର ଶ୍ରମିକ କାମ ଆଶାରେ ଦଲାଲଙ୍କ ଶିକାର ହେଉଥିବା ପାତ୍ରପୁଟର ସମିତିସଭ୍ୟ ଦିଲୀପ ପ୍ରଧାନୀ ଅଭିଯୋଗ କରିଛନ୍ତି। ସେହିପରି ତଦନ୍ତ କରି ଆଖିଦୃଶିଆ ପଦକ୍ଷେପ ନିଆଯାଉ ବୋଲି ବ୍ଲକ କଂଗ୍ରେସ ଉପସଭାପତି ଭୀମସେନ ପାଣିଗ୍ରାହୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

ଶିକ୍ଷକଙ୍କ ମାଡ଼ରେ ନର୍ସରି ଛାତ୍ର ଲହୁଲୁହାଣ

ରାଇଘର,୨୨ା୩(କିରଣ ପଟ୍ଟନାୟକ):ନବରଙ୍ଗପୁର ଜିଲା କୁନ୍ଦେଇ ଥାନା ଅଧୀନ କାନାଡିହି ଗ୍ରାମର ଜଣେ ଛାତ୍ର ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଛାତ୍ରଙ୍କ...

କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାରକଲେ

ଉମରକୋଟ, ୨୦।୩(ସନ୍ତୋଷ ଶତପଥୀ): ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଙ୍ଗଳବାର ଉମରକୋଟ ଗସ୍ତ କରିଥିଲେ। ସେ ପ୍ରଥମେ ସ୍ଥାନୀୟ ଏକ ଚା’ ଦୋକାନରେ ଦଳୀୟ କର୍ମୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri