ନବରଙ୍ଗପୁର

ନବରଙ୍ଗପୁରରେ କାଶିପୁର ଚିତ୍ର: ଜଣେ ମୃତ, ୪ ଗୁରୁତର

ନବରଙ୍ଗପୁର,୨୩।୭(ବି.ପ୍ର.): ରାୟଗଡ଼ା ଜିଲା ପରେ ନବରଙ୍ଗପୁର ଜିଲାରେ ବ୍ୟାପିଲା ଝାଡ଼ାବାନ୍ତି। ଜିଲାର ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗ୍ରାମରେ ଝାଡାବାନ୍ତିରେ ଜଣେ ଜଜ୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଆକ୍ରାନ୍ତ ହୋଇଛନ୍ତି । ଗାଁରେ ଡାକ୍ତରୀ ଦଳ ପହଞ୍ଚତ୍ ନମୁନା ସଂଗ୍ରହ କରିଛନ୍ତି।…

ଟିକା ନେଇ ମାସକର ଶିଶୁ ମୃତ

ଚନ୍ଦାହାଣ୍ଡି, ୨୨।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପଟଖଲିଆ ପଞ୍ଚାୟତ ଚିଲିଗାଁ ଗ୍ରାମର ଗୁଣଧର କନିଅରଙ୍କ ୧ ମାସ ୧୩ ଦିନର ଶିଶୁପୁତ୍ରଙ୍କ ଟିକା ନେବା କାରଣରୁ ମୃତ୍ୟୁ ହୋଇଛି। ବୁଧବାର ଚିଲିଗାଁ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଙ୍କୁ ଟିକା ଦିଆଯାଇଥିଲା। ଏହାପରେ…

ରାଇଘରରେ ମାଓବାଦୀ ବ୍ୟାନର, ପୋଷ୍ଟର

ରାଇଘର, ୨୧।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର କୁନ୍ଦେଇ ମୁଖ୍ୟ ରାସ୍ତାକଡ଼ରେ ଗୁରୁବାର ମାଓବାଦୀମାନେ ବ୍ୟାନର ଓ ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିଛନ୍ତି। ରାଇଘର ବ୍ଲକ ଯୋଡିଙ୍ଗା ନିକଟବର୍ତ୍ତୀ ଶାସ୍ତ୍ରୀନଗର ଛକରେ ଲାଗିଥିବା ବ୍ୟାନର ଓ ପୋଷ୍ଟରରେ ବନ ବିଭାଗର…

୨୮ ସାଗୁଆନ ଗଣ୍ଡି ଜବତ

ରାଇଘର,୧୫ା୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବନ ବିଭାଗ ଟିମ୍‌ ଗୁରୁବାର ରାତିରେ ପାଟ୍ରୋଲିଂବେଳେ କୁସୁମପୁର-ଜୈଲଗୁଡ଼ା ନିକଟରେ ଏକ ସାଗୁଆନ କାଠ ବୋଝେଇ ପିକ୍‌ଅପକୁ ଜବତ କରିଛି। ସେଥିରୁ ୨୮ ଖଣ୍ଡ ସାଗୁଆନ କାଠ ଗଣ୍ଡି ଜବତ କରାଯିବା ସହ ଜଣଙ୍କୁ ଗିରଫ…

ବାପାଙ୍କ ଆଖି ଆଗରେ ବୁଡ଼ିଗଲେ ଝିଅ

ଉମରକୋଟ,୧୫ା୭(ସ୍ବ.ପ୍ର.): ଶୌଚ ପାଇଁ ଯାଇ ଆଖି ଆଗରେ ପୋଖରୀରେ ବୁଡ଼ିଗଲେ ଝିଅ। ଏହା ଦେଖି ବାପା ଚିତ୍କାର କରୁଥିଲେ ମଧ୍ୟ ଝିଅକୁ ବଞ୍ଚାଇ ପାରି ନ ଥିଲେ। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତ ସଦର ଗ୍ରାମରେ ଶୁକ୍ରବାର ଏଭଳି…

ପାଠପଢ଼ା ସମୟରେ ସ୍କୁଲରେ ପଶିଲା ଭାଲୁ

ନନ୍ଦାହାଣ୍ଡି,୧୩।୭(ଡି.ଏନ.ଏ): ପାଠପଢ଼ା ଚାଲିଥିବା ସମୟରେ ସ୍କୁଲରେ ପଶିଲା ଭାଲୁ। ପ୍ରବଳ ବର୍ଷାରେ ଖାଦ୍ୟ ନ ପାଇ ଭାଲୁ ଗାଁ ମୁହାଁ ହୋଇଥିଲା। ଜଙ୍ଗଲ ନିକଟରେ ସ୍କୁଲ ଥିବା ଦେଖି ସେଠାରେ ପଶି ଆଶ୍ରୟ ନେଇଥିଲା। ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ…

ଭିଜିଲାନ୍ସ ଜାଲରେ ଆଇଆଇସି

ଉମରକୋଟ,୧୧ା୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଥାନାର ଅତିରିକ୍ତ ଥାନାଧିକାରୀ (ଆଇଆଇସି) ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅତିରିକ୍ତ ଥାନାଧିକାରୀ ଲିମରାଜ ପ୍ରଧାନ ଏକ ପୁରୁଣା କେସ୍‌କୁ କୋହଳ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୨୦…

ହୋଇପାରୁନି ଡ୍ରେନେଜ୍‌, ସାମାନ୍ୟ ବର୍ଷାରେ ସ୍କୁଲରେ ଜମୁଛି ପାଣି

ତେନ୍ତୁଳିଖୁଣ୍ଟି, ୧୦।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମାନ୍ୟ ବର୍ଷାରେ ମଧ୍ୟ ଜଳମଗ୍ନ ହୋଇଯାଉଛି। ଜଳ ନିଷ୍କାସିତ ହୋଇ ନ ପାରି ତାହା ଜଳମଗ୍ନ ହୋଇ ରହୁଛି। ବିଦ୍ୟାଳୟ ଭିତରକୁ ଯିବା କଷ୍ଟ ସାଧ୍ୟ…

କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସଙ୍କ ଆତ୍ମହତ୍ୟା

ଉମରକୋଟ,୧୦।୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ସହରରେ କ୍ରୀଡା ଶିକ୍ଷୟତ୍ରୀଭାବେ ଜଣାଶୁଣା ତନୁଜା ବିଶ୍ୱାସ ଶନିବାର ଆତ୍ମହତ୍ୟା କରିଛନ୍ତି। ୨୬ ବର୍ଷୀୟା ତନୁଜାଙ୍କ ଘର ଉମରକୋଟ ସହର ଡିଏନ୍‌କେରେ। ସେ ୨୦୧୯ରୁ ଉମରକୋଟ ନିକଟସ୍ଥ ଜାମରୁଣ୍ଡାରେ ଥିବା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ…

ନବରଙ୍ଗପୁରରେ କଂଗ୍ରେସର ଜନସମ୍ପର୍କ ପଦଯାତ୍ରା

ଉମରକୋଟ/ରାଇଘର, ୯।୭(ସ୍ବ.ପ୍ର./ଡି.ଏନ୍‌.ଏ.): ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଶୁକ୍ରବାର ନବରଙ୍ଗପୁର ଗ୍ରସ୍ତ କରି ରାଇଘରରେ ଏକ ସଂକଳ୍ପ ସମାବେଶ ଓ ମହାମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁର ଜିଲା କଂଗ୍ରେସ କମିଟି ଆୟୋଜନ କରିଥିବା…

ସ୍କୁଲରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍‌ର ତଦନ୍ତ

ନବରଙ୍ଗପୁର,୪ା୭(ବି.ପ୍ର.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଗତ ଶୁକ୍ରବାର ରାତିରେ ହୋଇଥିବା ଚୋରି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ରବିବାର ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍‌ ସହାୟତାରେ ପୋଲିସ ଛାନଭିନ ଆରମ୍ଭ କରିଛି।…

ରାସ୍ତାକଡ଼ରେ ମହିଳାଙ୍କ ପ୍ରସବ

ଚନ୍ଦାହାଣ୍ଡି, ୪ା୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା। ଖରାପ ରାସ୍ତା ଯୋଗୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଚାଲିକି ଯିବାବେଳେ ଗର୍ଭବତୀ ଜଣଙ୍କ ରାସ୍ତାକଡ଼ରେ ପ୍ରସବ କରିଛନ୍ତି। ଏହା ହେଉଛି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?