ଦୁର୍ବଳ ମୌସୁମୀ, ଚିନ୍ତାରେ ଧାନ ଚାଷୀ

ନବରଙ୍ଗପୁର,୩।୭(ବି.ପ୍ର.): ଚଳିତ ବର୍ଷ ଦୁର୍ବଳ ମୌସୁମୀ ଓ ବର୍ଷାର ଅଭାବ ଯୋଗୁ ନବରଙ୍ଗପୁର ଜିଲାରେ ଧାନ ଚାଷ କାର୍ଯ୍ୟ ଆଗେଇ ପାରୁନି। ଚାଷୀ ତଳି ପକାଇ ବର୍ଷାକୁ ଚାହିଁ ବସିଛନ୍ତି। ପୂର୍ବ ବର୍ଷ ତୁଳନାରେ ଜୁନ୍‌ ମାସ ସୁଦ୍ଧା ଯେତିକି ବର୍ଷା ହେବା ଆବଶ୍ୟକ ଚଳିତ ବର୍ଷ ସେହି ଅନୁପାତରେ ବର୍ଷା ହୋଇନାହିଁ। ଜୁନ୍‌ ଶେଷ ସପ୍ତାହରେ ଜିଲାରେ ରୁଆ ବେଉଷା କାର୍ଯ୍ୟ ଚାଲୁଥିବାବେଳେ ଚଳିତ ବର୍ଷ ତାହା ଦେଖିବାକୁ ମିଳୁନାହିଁ। ଅଣ ଜଳସେଚିତ ଜିଲାରେ ବର୍ଷାର ଅଭାବ ରହିଲେ ଚାଷୀଙ୍କ ଆର୍ଥିକ ସ୍ଥିତି ଉପରେ ଚାପ ନିଶ୍ଚୟ ପଡ଼ିବ।
ଜୁନ୍‌ ସୁଦ୍ଧା ୨୦୧୯ରେ ୨୧୬ ମି.ମି., ୨୦୨୦ରେ ୨୧୪ ମି.ମି., ୨୦୨୦ରେ ୨୧୦ ମି.ମି. ଏବଂ ୨୦୨୨ରେ ଜୁନ୍‌ ସୁଦ୍ଧା ୧୩୨ ମି.ମି. ବର୍ଷା ହୋଇଛି। ଏହି ଅନୁପାତକୁ ଆଧାର କଲେ ନବରଙ୍ଗପୁର ଜିଲାରେ ଚଳିତ ବର୍ଷ ଅତିକମ୍‌ ହୋଇଛି। ଜମି ଗୁଡ଼ିକ ଭିଜା ଅବସ୍ଥାରେ ରହିଥିବାବେଳେ କାଦୁଅ ହୋଇ ପାରୁନାହିଁ। ଧାନ ରୁଆ ଓ ବେଉଷା ପାଇଁ ଜମିରେ ଅନ୍ୟୁନ ଦୁଇ ଇଞ୍ଚ ପାଣି ଆବଶ୍ୟକ। ତେବେ ମକା, ଆଖୁ, ପରିବା, ମାଣ୍ଡିଆ, ଡାଲି ଓ ତୈଳ ଜାତୀୟ ଚାଷ ପାଇଁ ପାଣିପାଗ ଅନୁକୂଳ ରହିଛି । ବିଶେଷକରି ଏବେ ଧାନଚାଷୀ ଚିନ୍ତାରେ ରହିଛନ୍ତି। ଜିଲାରେ ଚଳିତ ବର୍ଷ ଧାନ, ମକା, ଆଖୁ, ଡାଲି ଓ ତୈଳ ଜାତୀୟ , ମାଣ୍ଡିଆ , ପରିବା ଓ ଅନ୍ୟାନ୍ୟ କିସମକୁ ନେଇ ୨ ଲକ୍ଷ ୧ ହଜାର ୪୨୧ ହେକ୍ଟର ଜମିରେ ଖରିଫ ଚାଷ ହେବ । ତେବେ ଅଣଧାନ ଚାଷ ବୃଦ୍ଧି କରାଯିବାକୁ ସରକାର ପକ୍ଷରୁ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି । ଚଳିତ ବର୍ଷ ଧାନ ୯୫ ହଜାର ହେକ୍ଟର, ଡାଲି ଜାତୀୟ ୧୧ହଜାର ୫୦୦, ତୈଳ ଜାତୀୟ ୧ ହଜାର, ପରିବା ୧୬ ହଜାର ୮୬୪, ଆଖୁ ୫ହଜାର ହେକ୍ଟର ଜମିରେ ଚାଷ କରାଯିବ। ମିଲେଟ ମିଶନ ମାଧ୍ୟମରେ ନବରଙ୍ଗପୁର, ପାପଡ଼ାହାଣ୍ଡି ,କୋଷାଗୁମୁଡ଼ା, ଉମରକୋଟ ଓ ଝରିଗାଁରେ ଗତ ବର୍ଷ ମାଣ୍ଡିଆ ଚାଷ ପାଇଁ ପ୍ରୋସାହିତ କରାଯାଇଥିଲା। ଚଳିତ ବର୍ଷ ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ଡାବୁଗାଁ ଓ ରାଇଘର ବ୍ଲକରେ ମଧ୍ୟ ମାଣ୍ଡିଆ ଚାଷ କରାଯିବ। ଗତ ବର୍ଷ ୨ ହଜାର ୩୬୯ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇଥିବାବେଳେ ଚଳିତ ବର୍ଷ କିନ୍ତୁ କୌଣସି ଟାର୍ଗେଟ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri