ବଜ୍ରପାତରେ ୩ ଗୁରୁତର

ପାପଡ଼ାହାଣ୍ଡି,୨ା୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକର ଦୁଇଟି ସ୍ଥାନରେ ଶନିବାର ବଜ୍ରପାତ ଘଟି ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପାତ୍ରୀ ପଞ୍ଚାୟତ ଜବାଗୁଡ଼ା ଗ୍ରାମର ରବି ଚନ୍ଦ୍ର ଯାନୀ (୯) ଓ ତୁମ୍ବର୍ଲା ପଞ୍ଚାୟତ ଗୋବର୍ଲା ଗ୍ରାମର ବୁଟି ପୂଜାରୀ ଓ ଦୀର୍ଯ୍ୟ ନାୟକ।

ସୂଚନାନୁଯାୟୀ, ରବି ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ହଠାତ୍‌ ବଜ୍ରପାତ ହେବାରୁ ଗୁରୁତର ହୋଇଥିଲେ। ପରିବାର ଲୋକ ମୁମୂର୍ଷୁ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେହିପରି ତୁମ୍ବର୍ଲା ପଞ୍ଚାୟତ ଗୋବର୍ଲା ଠାରେ ବୁଟି ଓ ଦୀର୍ଯ୍ୟ ଜମିରେ ଚାଷ କାମ କରୁଥିବା ସମୟରେ ବର୍ଷା ଯୋଗୁ ଗାଟିଏ ଛତା ତାଳେ ଠିଆ ହୋଇଥିବା ବେଳେ ବଜ୍ରପାତ ହୋଇ ଉଭୟ ଅଚେତ ହୋଇପଡ଼ିଥିଲେ। ସେମାନଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ୩ ଜଣଙ୍କ ଚିକିତ୍ସା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କ ପ୍ୟାଣ୍ଟ ଖୋଲି ହରଡ଼ଘଣାରେ ଶିକ୍ଷୟିତ୍ରୀ: ଥାନାରେ ଅଣ୍ଡର ଟେକିଂ ଲେଖି ମୁକୁଳିଲେ

ବ୍ରହ୍ମପୁର ଅଫିସ,୧୫।୨: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏକ ଘରୋଇ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଶ୍ରେଣୀଗୃହରେ ଜଣେ ଶିକ୍ଷୟିତ୍ରୀ ଜଣେ ଛାତ୍ରୀଙ୍କ ପ୍ୟାଣ୍ଟ...

ଏନ୍‌ଟିପିସି ରେଳ ଲାଇନ୍‌ରୁ ମୃତଦେହ ଉଦ୍ଧାର: କୋଇଲା ପରିବହନ ବନ୍ଦ

ତାଳଚେର,୧୪।୧୨(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ଗୁରୁଜାଙ୍ଗ ଗ୍ରାମ ନିକଟ ଏନ୍‌ଟିପିସି ରେଳ ଲାଇନ୍‌ରୁ ଜଣେ ମହିଳାଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ମହିଳା ଜଣକ...

ଗୋବରୀ ଶାଖା ନାଳରୁ ମା’,ଝିଅଙ୍କ ମୃତଦେହ ଉଦ୍ଧାର

ମହାକାଳପଡ଼ା, ୬।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅଧୀନ ଗଗୁଆ ଗ୍ରାମ ଜେନା ସାହି ନିକଟ ଗୋବରୀ ଶାଖା ନାଳରୁ ମଙ୍ଗଳବାର ସକାଳେ...

କାଳବୈଶାଖୀ ବର୍ଷା: ଜମିରେ ଭାସୁଛି ପାଚିଲା ଧାନ

ଲଙ୍ଗଳେଶ୍ୱର, ୧୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳରେ ଅଦିନିଆ କାଳବୈଶାଖୀ ବର୍ଷା ଯୋଗୁ ହେକ୍ଟର ହେକ୍ଟର ଜମିରେ ପାଚିଲା ଧାନ ସବୁ ପାଣିରେ ଭାସୁଛି। ବିଶେଷ କରି...

ଡ୍ରମ ଭିତରେ ରଖାଯାଇ ଜଙ୍ଗଲରେ ପୋତାଯାଇଥିଲା ଲ୍ୟାଣ୍ଡମାଇନ୍‌

ଚିତ୍ରକୋଣ୍ଡା:୧୦।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରୁ ଶନିବାର ବିଏସ୍‌ଏଫ୍‌ ଯବାନମାନେ ୫ କିଲୋ ଅଫୁଟା ଲ୍ୟାଣ୍ଡମାଇନ ଜବତ କରିଛନ୍ତି।...

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣା: ନିଜ ଆଡୁ ମାମଲା ରୁଜୁ କଲା ପୋଲିସ, ଅଭିଯୁକ୍ତଙ୍କୁ ଧରିବା ଲାଗି ଗଠନ ହେଲା ୩ ଟିମ୍‌

ଅନୁଗୋଳ ଅଫିସ,୨୧।୭: ଅନୁଗୋଳ ଥାନା ଅଞ୍ଚଳରେ ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣାରେ ପୋଲିସ ରବିବାର ନିଜ ଆଡ଼ୁ ବଳାତ୍କାର ଓ ହତ୍ୟା...

‘ଯୁବଗୋଷ୍ଠୀ ହେଉଛନ୍ତି ଆଶାର କିରଣ’

ସାତମାଇଲ, ୧୫।୮(ଡି.ଏନ୍‌.ଏ.)-ଭାରତର ସ୍ବାଧୀନତା ସଂଗ୍ରାମ ଲୁହଲହୁର ସମ୍ମେଳନ। ହଜାର ହଜାର ସଂଗ୍ରାମୀଙ୍କ ବଳିଦାନ ପରେ ଦେଶ ସ୍ବାଧୀନ ହୋଇଛି। ଏହା ଏକ ବିରାଟ ଉପଲବ୍ଧି। ଅଖଣ୍ଡ...

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଗ୍ୟାସ୍‌ ଟ୍ୟାଙ୍କର-କୋଇଲା ବୋଝେଇ ଟ୍ରକ୍‌: ୨ ଡ୍ରାଇଭର ଜୀବନ୍ତ ଦଗ୍ଧ

ସମ୍ବଲପୁର,୧୪।୧୨(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ଜାତୀୟ ରାଜପଥ ୫୫ନଂ. ଯୁଯୁମୁରା ଥାନା ଛକ ନିକଟରେ ଶନିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଏଲ୍‌ପିଜି...

Advertisement
Archives

Model This Week