ନବରଙ୍ଗପୁର ଜିଲାର ୬୯୩ ଗାଁ ବାଲ୍ୟବିବାହ ମୁକ୍ତ

ନବରଙ୍ଗପୁର,୨୩ା୬(ବି.ପ୍ର.): ନବରଙ୍ଗପୁର ଜିଲାରେ ବାଲ୍ୟବିବାହ ରୋକିବା ନିମନ୍ତେ ବୁଧବାର ସ୍ଥାନୀୟ ମିଶନଶକ୍ତି ସଭାଗୃହରେ ସମାଜ କଲ୍ୟାଣ ବିଭାଗ, ଜିଲା ଶିଶୁ ସୁରକ୍ଷା ୟୁନିଟି, ୟୁନିସେଫ୍‌, ଆକ୍ସନଏଡ୍‌ ଓ ବିଭିନ୍ନ ଜାତି ସମାଜର ମୁଖ୍ୟଙ୍କୁ ନେଇ ଜିଲାପାଳ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ଜିଲାରେ ପ୍ରତ୍ୟେକ ଶିଶୁଙ୍କ ସୁରକ୍ଷା ଏବଂ ସେମାନଙ୍କୁ ବାଲ୍ୟ ବିବାହ କରିବାରୁ ରୋକିବା ଦିଗରେ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗ ମାଧ୍ୟମରେ କାର୍ଯ୍ୟକ୍ରମ ଚାଲିଥିବା ଜିଲାପାଳ ଏଠାରେ କହିଛନ୍ତି।
ପ୍ରଶାସନ ଓ ଜାତି ସମାଜର ମୁଖ୍ୟ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଜିଲାର ସମସ୍ତ ଶିଶୁଙ୍କୁ ସୁରକ୍ଷା ଯୋଗାଇବା ସହ ଜିଲାକୁ ବାଲ୍ୟ ବିବାହ ମୁକ୍ତ କରିବାରେ ଏହି ସମନ୍ବୟ ବୈଠକ ସହାୟକ ହେବ ବୋଲି ସେ କହିଛନ୍ତି। ବାଲ୍ୟ ବିବାହ ଭଳି ସାମାଜିକ ବ୍ୟାଧିକୁ ରୋକିବା ନିମନ୍ତେ ପ୍ରଶାସନ ଓ ଜାତି ସମାଜର ମୁଖ୍ୟଙ୍କ ମିଳିତ ପ୍ରୟାସରେ ଗ୍ରାମାଞ୍ଚଳରେ ଚାଲିଥିବା ସଚେତନତା କାର୍ଯ୍ୟକ୍ରମର ଜିଲାପାଳ ସମୀକ୍ଷା କରିଥିଲେ। ଜିଲା ସମାଜ କଲ୍ୟାଣ ଅଧିକାରୀ ସ୍ବର୍ଣ୍ଣଲତା ବିଶ୍ବାସ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଏକ ଯୋଜନା ମୂଳକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା କହିଥିଲେ। ମାର୍ଚ୍ଚ ସୁଦ୍ଧା ଜିଲାରେ ୧୭୧ ବାଲ୍ୟ ବିବାହ ରୋକାଯିବା ସହିତ ୬୯୩ ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା କରାଯାଇଥିବା ସେ ଜଣାଇଥିଲେ। ଏଥିସହ ଜିଲାପାଳଙ୍କ ଅନୁରୋଧ କ୍ରମେ ୨୩ ଟି ଜାତି ସମାଜର ମୁଖ୍ୟ ନିଜ ଜାତିରେ ବୈଠକ କରି ନିଜ ସମାଜରେ ବାଲ୍ୟ ବିବାହ ନ କରିବାକୁ ଘୋଷଣା କରିବା ସହ ଜିଲା ପ୍ରଶାସନକୁ ଲିଖିତ ଭାବରେ ପ୍ରତିଶ୍ରୁତି ଦେଇଥିବା ବୈଠକରେ କୁହାଯାଇଛି। ପରେ ଜିଲାପାଳଙ୍କ ଅନୁରୋଧରେ ଉପସ୍ଥିତ ଥିବା ୨୩ ଟି ଜାତି ସମାଜର ମୁଖ୍ୟ ଜିଲାରେ ବାଲ୍ୟ ବିବାହର କାରଣ ଓ ଏହାର ନିରାକରଣ ନେଇ ନିଜ ସମାଜ ତରଫରୁ କିଭଳି ପଦକ୍ଷେପ ନେବେ ସେ ବିଷୟରେ ଆଲୋଚନା କରିଥିଲେ। ବ୍ଲକ ସ୍ତରରେ ପ୍ରତ୍ୟେକ ମାସରେ ପ୍ରଶାସନ ଓ ଜାତିସମାଜର ମିଳିତ ବୈଠକ କରାଇବା, ସମାଜ ମୁଖିଆ ଓ ପ୍ରଶାସନିକ ଅଧିକାରୀ ମିଳିତ ଭାବେ ଗ୍ରାମ ଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ କରିବା, କିଶୋରୀ କିଶୋରଙ୍କୁ ପଲିଟେକ୍ନିକ ଶିକ୍ଷା ଓ ଦକ୍ଷତା ବିକାଶ ଶିକ୍ଷାରେ ଯୋଡ଼ିବା ଆଦି କାର୍ଯ୍ୟକ୍ରମ ରେ ସମସ୍ତ ସମାଜର ମୁଖ୍ୟମାନେ କାର୍ଯ୍ୟ କରିବେ ବୋଲି ଜିଲାପାଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ମଧ୍ୟରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଡିଆର୍‌ଡିଏ ପିଡି ରତ୍ନାକର ସାହୁ, ଏଏସ୍‌ପି ଜୟକୃଷ୍ଣ ବେହେରା, ଡିଇଓ ପ୍ରଦୀପ କୁମାର ନାଗ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲା ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ଦିବାକର ବାହୁକ, ଡାକ୍ତର ଦିଲୀପ ଚନ୍ଦ୍ର ବେହେରା, ଆକ୍ସନଏଡ୍‌ର ଜିଲା ପରାମର୍ଶଦାତା ଫକିର ଚରଣ ରାଉତ, ବାଲ୍ୟବିବାହ ନିଷେଧ ଅଧିକାରୀ ଏସ୍‌. ଗୀତା, ସୁନିତା ଦେବୀ ତ୍ରିପାଠୀ, ଶୈଳେନ୍ଦ୍ରି ମହାନନ୍ଦ, ଯମୁନା ଭତ୍ରା, ଚାଇଲ୍ଡଲାଇନ୍‌ର ଜିଲା ସଂଯୋଜକ ରବୀନ୍ଦ୍ର ପ୍ରଧାନ, ସୁପରଭାଇଜର, ସଞ୍ଜୁକ୍ତା ବେହେରା, ଗୀତାଞ୍ଜଳି ମିଶ୍ର, କାଞ୍ଚନ ପଣ୍ଡା, ସବିତା ମଲ୍ଲିକ, ସୁଲୋଚନା ପରିଡ଼ା, ଆରୋଣୀ ଶତ୍ରୁଶଲ୍ୟ, ନର୍ମଦା ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ। ସୁପରଭାଇଜର ସସ୍ମିତା ମହାନ୍ତି ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri