ଉଦ୍‌ଘାଟନର ୭ମାସ ପରେ ରାସ୍ତା ଫାଟି ଆଁ

ଝରିଗାଁ, ୪ା୭(ସ୍ବ.ପ୍ର.):  ଦୁର୍ଗମ ଅଞ୍ଚଳର ବିକାଶ ତଥା ପକ୍କାରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଉପାନ୍ତ ଯୋଜନା ରହିଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ବହୁ ଦୁର୍ଗମ ଇଲାକାକୁ ଏମ୍‌ପି ରମେଶ ଚନ୍ଦ୍ର ମାଝିଙ୍କ ପ୍ରଚେଷ୍ଟାରେ ରାସ୍ତା ହୋଇଛି। କିନ୍ତୁ ଡିଆର୍‌ଡିଏ ବିଭାଗର ତଦାରଖ ଅଭାବ ଯୋଗୁ ଉଦ୍‌ଘାଟନର ୭ ମାସ ପରେ କଂକ୍ରିଟ୍‌ ରାସ୍ତା ଫାଟି ଆଁ ହୋଇଛି। ଏଥିସହ ଚଳିତ ବର୍ଷାରେ ବହୁ ସ୍ଥାନରେ କଂକ୍ରିଟ୍‌ ରାସ୍ତା ତଳୁ ମାଟି ଖସିଯାଇଛି। ଫଳରେ ସେହି ରାସ୍ତାରେ କୌଣସି ଭାରିଯାନ ଧରି ଯାତାୟାତ କରିବା ବିପଦସଙ୍କୁଳ ବୋଲି ଗ୍ରାମବାସୀ କହିଛନ୍ତି। ସେହିପରି ନବନିର୍ମିତ ସେତୁର ଚାରି ପାର୍ଶ୍ୱରେ ଖାଲ ରହିଛି। ଏହା କେବିଡିରୁ କରାଡଙ୍ଗରୀ ରାସ୍ତାର ଦୃଶ୍ୟ।
୨୦୧୯ରେ ରାଜ୍ୟ ସରକାରଙ୍କ ଉପାନ୍ତ ଯୋଜନାରେ କେବିଡି-କରାଡଙ୍ଗରୀ ରାସ୍ତା ନିର୍ମାଣ କରାଯିବା ସକାଶେ ୧କୋଟି ୫୫ ଲକ୍ଷ ୬୯ ହଜାର ୪୮୬ଟଙ୍କା ଚୁକ୍ତିନାମା ମୂଲ୍ୟ ରହିଛି। ଏହି ରାସ୍ତା ହେବା ଦ୍ୱାରା ଚିକିଲି, କର୍ଲାମାଲ, କରାଡଙ୍ଗରୀ, କେବିଡି, ଧୁମାମ୍‌, ଗୋଇଚଚରା ଆଦି ଗ୍ରାମର ଲୋକେ ଉପକୃତ ହୋଇପାରିଛନ୍ତି। ସେହି ରାସ୍ତାରେ ରହିଥିବା ବଞ୍ଜାରି ନଦୀରେ ଏକ ସେତୁ ନିର୍ମାଣ କରାଯାଇଛି। ସେତୁର ୪୩.୭୧ ମିଟର ଲମ୍ବ ଏବଂ ୭.୫୦ ମିଟର ପ୍ରସ୍ଥ ରହିଛି। ଏହାର ବ୍ୟୟ ଅଟକଳ ୧କୋଟି ୭୯ ଲକ୍ଷ ୫୯ହଜାର ୭୩୧ ଟଙ୍କା। ଉପାନ୍ତ ଯୋଜନାରେ ହୋଇଥିବା ଉକ୍ତ ସେତୁଟି ଏମ୍‌ପି ରମେଶ ଚନ୍ଦ୍ର ମାଝି ଏବଂ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝିଙ୍କ ଦ୍ୱାରା ଚଳିତ ବର୍ଷ ଜାନୁୟାରୀ ୪ ତାରିଖରେ ଉଦ୍‌ଘାଟନ କରାଯାଇଥିଲା। ହେଲେ ଏହାର ୭ ମାସ ପରେ ସେତୁଟିର ଚତୁଃପାର୍ଶ୍ୱରେ ମାଟି ଖସି ଖାଲ ସୃଷ୍ଟି ହୋଇଛି। ଫଳରେ ସେହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ଦୁର୍ଘଟଣାକୁ ଆପଣାଇବା ଛଡ଼ା ଆଉ କିଛି ଉପାୟ ନାହିଁ ବୋଲି ନିଜ ମତ ରଖିଛନ୍ତି। ଏ ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅନ୍ତୁନି କିଷାନଙ୍କୁ ପଚାରିବାରୁ, ଘଟଣା ସମ୍ପର୍କରେ ଅବଗତ ହେଲି, ସମସ୍ୟାକୁ ନେଟ୍‌ କରୁଛି। ତୁରନ୍ତ କିପରି ଏହାର ସମାଧାନ ହୋଇପାରିବ ସେ ଦିଗରେ ଦୃଷ୍ଟି ଦେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri