ନିଶା କାରବାର ରୋକିବାରେ ପଛରେ ପଡ଼ିଛି ଅବକାରୀ ବିଭାଗ

ନବରଙ୍ଗପୁର,୨୬।୬(ବି.ପ୍ର.): ନବରଙ୍ଗପୁର ଜିଲା ଗଞ୍ଜେଇ ଚୋରା ଚାଲାଣର କରିଡର୍‌ ସାଜିଛି। ଅବକାରୀ ବିଭାଗ ଚେଇଁ ଶୋଇଥିବା ବେଳେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଧରିବାରେ ସଫଳ ହେଉଛି। ବେଆଇନ ନିଶା ଓ ମାଦକ ଦ୍ରବ୍ୟର କାରବାରକୁ ରୋକିବା ଏବଂ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ରହିଛି। ହେଲେ ଗଞ୍ଜେଇ କାରବାରରେ ପୋଲିସ ବିଭାଗର ତତ୍ପରତା ଦେଖିବାକୁ ମିଳୁଥିବାବେଳେ ଅବକାରୀ ବିଭାଗ ପଛରେ ପଡ଼ିଛି। ଏଭଳି ପରିସ୍ଥିତିରେ ଅବକାରୀ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, ଅବକାରୀ ବିଭାଗ ପକ୍ଷରୁ ୨୦୧୯-୨୦ ରେ ୬.୪୫ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇ ୬ ଜଣକୁ ଗିରଫ କରାଯାଇଥିଲା। ୨୦୨୦-୨୧ରେ ୨ଟି ମାମଲାରେ ୧୯.୯ କେ.ଜି. ଗଞ୍ଜେଇ ଜବତ କରାଯାଇ ୨ ଜଣକୁ ଗିରଫ, ୨୦୨୧ -୨୨ ରେ ୪ ଟି ମାମଲାରେ ୫୮.୫ କେ.ଜି. ଗଞ୍ଜେଇ ଜବତ କରାଯାଇ ୫ ଜଣଙ୍କୁ ଗିରଫ ଏବଂ ମାତ୍ର ୩ଟି ସାଇକଲ ଜବତ କରାଯାଇଛି। ୨୦୨୨-୨୩ ରେ ଚଳିତ ମାସ ପ୍ରଥମ ସପ୍ତାହ ସୁଦ୍ଧା ୩ଟି ମାମଲା ରୁଜୁ କରାଯାଇ ୧୩ କେ.ଜି. ୨୭୦ ଗ୍ରାମ ଗଞ୍ଜେଇ ଜବତ କରାଯାଇ ୩ ଜଣକୁ ଗିରଫ କରାଯାଇଛି।
ଅନ୍ୟପକ୍ଷରେ ପୋଲିସ ପକ୍ଷରୁ ଜିଲାରେ ୨୦୨୧ ଜାନୁୟାରୀରୁ ଡିସେମ୍ବର ପର୍ଯ୍ୟନ୍ତ ଓ ୨୦୨୨ ଜାନୁଆରୀରୁ ଜୁନ୍‌ ୬ ମଧ୍ୟରେ ୫୬ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ଗଞ୍ଜେଇ ଚାଲାଣରେ ବଡ଼ବଡ଼ ମାଫିଆ ଟଙ୍କା ଖଟାଉଛନ୍ତି। ହେଲେ ଚାଲାଣ ବେଳେ କେବଳ ଶ୍ରମିକ ଶ୍ରେଣୀର କେତେଜଣ ଲୋକ ଧରାପଡୁଛନ୍ତି। ପୋଲିସ ଜିଲାରେ ୨୦୨୧ ରେ ୪୬ ଟି ମାମଲା ରୁଜୁ କରି ୧୧୪ ଜଣଙ୍କୁ ଗିରଫ କରିବା ସହ ୩୩ କୁଇଣ୍ଟାଲ ୪୫ କିଲୋ ୧୨୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ୨୦୨୨ରେ ଜୁନ୍‌ ୬ ମଧ୍ୟରେ ୧୧ଟି ମାମଲା ରୁଜୁ କରାଯାଇଛି। ୧୭ ଜଣଙ୍କୁ ଗିରଫ କରାଯାଇ ୨୩ କୁଇଣ୍ଟାଲ ୩୭ କେଜି ୬ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଚଳିତ ବର୍ଷ ନବରଙ୍ଗପୁର ଜିଲା ଉମରକୋଟ ଥାନା ଧୋଡ୍ରା ପଞ୍ଚାୟତ ଅଧୀନ ବିଏସ୍‌ ପଦରର ବାଣୁଆଗୁଡ଼ା ଗ୍ରାମର ସୁବାସ ବିଷୋୟୀ, ସୁବିର ବିଷୋୟୀ ଓ ରାମଚନ୍ଦ୍ର ବିଷୋୟୀ ୩ ଗଞ୍ଜେଇ ମାଫିଆଙ୍କ ପ୍ରାୟ ୧.୨୨ କୋଟି ଟଙ୍କା ମୂଲ୍ୟର କୋଠା ବ୍ୟାଜାପ୍ତି କରାଯିବା ସହ ତିନୋଟି ଆକାଉଣ୍ଟରେ ଥିବା ନଗଦ ୪ ଲକ୍ଷ ୩୯ ହଜାର ୯୦୯ ଟଙ୍କା ଜବତ କରିବାରେ ନବରଙ୍ଗପୁର ପୋଲିସ ସକ୍ଷମ ହୋଇଛି। ସେହିଭଳି କୋଷାଗୁମୁଡ଼ା ଥାନା ଅଧୀନ ପନରାଗୁଡ଼ାରେ ୨୦୨୦ ନଭେମ୍ବର ୬ ରେ ପ୍ରଭାକର ମାଳି ଓ ତାଙ୍କ ଦୁଇ ଭାଇଙ୍କ ନାମରେ ଥିବା ୪ କୋଟି ୭୭ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବ୍ୟାଜାପ୍ତି କରାଯାଇଛି। ତେଣୁ ଜିଲାରେ ଅବକାରୀ ବିଭାଗ ଚେଇଁ ଶୋଇଥିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?