ନିଶା କାରବାର ରୋକିବାରେ ପଛରେ ପଡ଼ିଛି ଅବକାରୀ ବିଭାଗ

ନବରଙ୍ଗପୁର,୨୬।୬(ବି.ପ୍ର.): ନବରଙ୍ଗପୁର ଜିଲା ଗଞ୍ଜେଇ ଚୋରା ଚାଲାଣର କରିଡର୍‌ ସାଜିଛି। ଅବକାରୀ ବିଭାଗ ଚେଇଁ ଶୋଇଥିବା ବେଳେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଧରିବାରେ ସଫଳ ହେଉଛି। ବେଆଇନ ନିଶା ଓ ମାଦକ ଦ୍ରବ୍ୟର କାରବାରକୁ ରୋକିବା ଏବଂ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ରହିଛି। ହେଲେ ଗଞ୍ଜେଇ କାରବାରରେ ପୋଲିସ ବିଭାଗର ତତ୍ପରତା ଦେଖିବାକୁ ମିଳୁଥିବାବେଳେ ଅବକାରୀ ବିଭାଗ ପଛରେ ପଡ଼ିଛି। ଏଭଳି ପରିସ୍ଥିତିରେ ଅବକାରୀ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, ଅବକାରୀ ବିଭାଗ ପକ୍ଷରୁ ୨୦୧୯-୨୦ ରେ ୬.୪୫ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇ ୬ ଜଣକୁ ଗିରଫ କରାଯାଇଥିଲା। ୨୦୨୦-୨୧ରେ ୨ଟି ମାମଲାରେ ୧୯.୯ କେ.ଜି. ଗଞ୍ଜେଇ ଜବତ କରାଯାଇ ୨ ଜଣକୁ ଗିରଫ, ୨୦୨୧ -୨୨ ରେ ୪ ଟି ମାମଲାରେ ୫୮.୫ କେ.ଜି. ଗଞ୍ଜେଇ ଜବତ କରାଯାଇ ୫ ଜଣଙ୍କୁ ଗିରଫ ଏବଂ ମାତ୍ର ୩ଟି ସାଇକଲ ଜବତ କରାଯାଇଛି। ୨୦୨୨-୨୩ ରେ ଚଳିତ ମାସ ପ୍ରଥମ ସପ୍ତାହ ସୁଦ୍ଧା ୩ଟି ମାମଲା ରୁଜୁ କରାଯାଇ ୧୩ କେ.ଜି. ୨୭୦ ଗ୍ରାମ ଗଞ୍ଜେଇ ଜବତ କରାଯାଇ ୩ ଜଣକୁ ଗିରଫ କରାଯାଇଛି।
ଅନ୍ୟପକ୍ଷରେ ପୋଲିସ ପକ୍ଷରୁ ଜିଲାରେ ୨୦୨୧ ଜାନୁୟାରୀରୁ ଡିସେମ୍ବର ପର୍ଯ୍ୟନ୍ତ ଓ ୨୦୨୨ ଜାନୁଆରୀରୁ ଜୁନ୍‌ ୬ ମଧ୍ୟରେ ୫୬ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ଗଞ୍ଜେଇ ଚାଲାଣରେ ବଡ଼ବଡ଼ ମାଫିଆ ଟଙ୍କା ଖଟାଉଛନ୍ତି। ହେଲେ ଚାଲାଣ ବେଳେ କେବଳ ଶ୍ରମିକ ଶ୍ରେଣୀର କେତେଜଣ ଲୋକ ଧରାପଡୁଛନ୍ତି। ପୋଲିସ ଜିଲାରେ ୨୦୨୧ ରେ ୪୬ ଟି ମାମଲା ରୁଜୁ କରି ୧୧୪ ଜଣଙ୍କୁ ଗିରଫ କରିବା ସହ ୩୩ କୁଇଣ୍ଟାଲ ୪୫ କିଲୋ ୧୨୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ୨୦୨୨ରେ ଜୁନ୍‌ ୬ ମଧ୍ୟରେ ୧୧ଟି ମାମଲା ରୁଜୁ କରାଯାଇଛି। ୧୭ ଜଣଙ୍କୁ ଗିରଫ କରାଯାଇ ୨୩ କୁଇଣ୍ଟାଲ ୩୭ କେଜି ୬ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଚଳିତ ବର୍ଷ ନବରଙ୍ଗପୁର ଜିଲା ଉମରକୋଟ ଥାନା ଧୋଡ୍ରା ପଞ୍ଚାୟତ ଅଧୀନ ବିଏସ୍‌ ପଦରର ବାଣୁଆଗୁଡ଼ା ଗ୍ରାମର ସୁବାସ ବିଷୋୟୀ, ସୁବିର ବିଷୋୟୀ ଓ ରାମଚନ୍ଦ୍ର ବିଷୋୟୀ ୩ ଗଞ୍ଜେଇ ମାଫିଆଙ୍କ ପ୍ରାୟ ୧.୨୨ କୋଟି ଟଙ୍କା ମୂଲ୍ୟର କୋଠା ବ୍ୟାଜାପ୍ତି କରାଯିବା ସହ ତିନୋଟି ଆକାଉଣ୍ଟରେ ଥିବା ନଗଦ ୪ ଲକ୍ଷ ୩୯ ହଜାର ୯୦୯ ଟଙ୍କା ଜବତ କରିବାରେ ନବରଙ୍ଗପୁର ପୋଲିସ ସକ୍ଷମ ହୋଇଛି। ସେହିଭଳି କୋଷାଗୁମୁଡ଼ା ଥାନା ଅଧୀନ ପନରାଗୁଡ଼ାରେ ୨୦୨୦ ନଭେମ୍ବର ୬ ରେ ପ୍ରଭାକର ମାଳି ଓ ତାଙ୍କ ଦୁଇ ଭାଇଙ୍କ ନାମରେ ଥିବା ୪ କୋଟି ୭୭ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବ୍ୟାଜାପ୍ତି କରାଯାଇଛି। ତେଣୁ ଜିଲାରେ ଅବକାରୀ ବିଭାଗ ଚେଇଁ ଶୋଇଥିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

ନବରଙ୍ଗପୁରରେ ନବୀନଙ୍କ ହାଇଭୋଲଟେଜ ପ୍ରଚାର

ନବରଙ୍ଗପୁର,୪।୫: ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲଟେଜ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ବ୍ୟାକ୍‌ ଟୁ...

ନବରଙ୍ଗପୁରରେ ମାରାଥନ ପ୍ରଚାର: ସଭାରେ ଲୋକଙ୍କୁ ପ୍ରଶ୍ନ ପଚାରିଲେ ପାଣ୍ଡିଆନ

ନବରଙ୍ଗପୁର,୪।୫: ଜୟପୁର ପରେ ନବରଙ୍ଗପୁରରେ ଜୋରଦାର ପ୍ରଚାର କରିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ । ଏଠାରେ ଆୟୋଜିତ ବିଶାଳ ଜନସଭାକୁ...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri