ଭୁଶୁଡି ପଡ଼ିଛି ୫-ଟି ସ୍କୁଲ ପାଚେରି, ଅଧିକାରୀଙ୍କ ପାଖରେ ଖବର ନାହିଁ

ଉମରକୋଟ, ୩୦।୬(ସ୍ବ.ପ୍ର.): ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ମନ୍ତ୍ରକୁ ଗରୁତ୍ୱ ଦେଇ ସମସ୍ତ ସରକାରୀ ସ୍କୁଲର ଭିତ୍ତିଭୂମି ସଜାଡି ଗୁଣାତ୍ମକ ଶିକ୍ଷା ଯୋଗାଇବାକୁ ସରକାର ଅହରହ ଚେଷ୍ଟା କରୁଛନ୍ତି। ୫-ଟି ଭଳି ଯୋଜନାରେ ଶିକ୍ଷା ବ୍ୟବସ୍ଥାକୁ ସାମିଲ କରିଥିବା ଯୋଗୁ ବିଦ୍ୟାର୍ଥୀ ଓ ଅଭିଭାବକ ସରକାରୀ ବିଦ୍ୟାଳୟ ମୁହାଁ ହୋଇଛନ୍ତି। ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ରିପୋର୍ଟ ଅନୁଯାୟୀ ଚଳିତ ଶିକ୍ଷା ବର୍ଷରେ ୨.୫ ଲକ୍ଷ ବିଦ୍ୟାର୍ଥୀ ବେସରକାରୀ ବିଦ୍ୟାଳୟରୁ ସରକାରୀ ସ୍କୁଲକୁ ଆସିଛନ୍ତି। ଶିକ୍ଷାର ଭିତ୍ତିଭୂମି ଓ ମାନର ଉନ୍ନତୀକରଣ ଯୋଗୁ ଏହା ସମ୍ଭବ ହେଇଛି। କିନ୍ତୁ କିଛି ସରକାରୀ ବାବୁଙ୍କ ଅବହେଳା ଯୋଗୁ ୫-ଟି ଭଳି ଯୋଜନା ମଧ୍ୟ ଫେଲ୍‌ ହୋଇଯାଏ।
୫-ଟି ଯୋଜନାରେ ସ୍କୁଲଗୁଡିକର ରୂପାନ୍ତରଣ ଚାଲିଛି। କିନ୍ତୁ ଏହି କାମ ନିମ୍ନମାନର ହେଉଛି। ନିମ୍ନମାନର କାମ ଯୋଗୁ ସ୍କୁଲ ପାଚେରି ଭୁଶୁୁଡି ପଡିଛି। ଏହି ଘଟଣାକୁ ୪ଦିନ ବିତିଯାଇଥିଲେ ମଧ୍ୟ ଅଧିକାରୀଙ୍କ ପାଖରେ କୌଣସି ଖବର ନାହିଁ। ଏହାକୁ ନେଇ ବୁଦ୍ଧିଜୀବୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ନବରଙ୍ଗପୁର ଜିଲା ଝରିଗାଁ ବ୍ଲକସ୍ଥିତ ଧୋଡ୍ରା ଶହୀଦ ଲକ୍ଷ୍ମଣ ନାୟକ ସ୍କୁଲ ୫-ଟିରେ ରୂପାନ୍ତରିତ କରାଯାଇ ଜୁନ୍‌ ୩ରେ ଉଦ୍‌ଘାଟନ କରାଯାଇଛି। ଏହାପରେ ମଧ୍ୟ କେତେକ ବଳକା କାମ ଚାଲିଛି। ସ୍କୁଲର ପାଚେରି ନିର୍ମାଣ କାମ ଚାଲିଛି। କିନ୍ତୁ ଏହା ମଧ୍ୟରେ ସମୁଦାୟ ପାଚେରିର ଏକ ଚତୁର୍ଥାଂଶ ଭୁଶୁଡି ପଡିଛି। ପାଚେରିର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଏହି ସ୍କୁଲର ଉନ୍ନତୀକରଣ କାର୍ଯ୍ୟ ଝରିଗାଁ ବିଡିଓ ସତ୍ୟନାରାୟଣ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ କନିଷ୍ଠ ଯନ୍ତ୍ରୀ ରାମରାୟ ମାରାଣ୍ଡିଙ୍କ ନିରୀକ୍ଷଣରେ କାର୍ଯ୍ୟ ଚାଲିଥିଲା। ଏହା ମଧ୍ୟରେ ଏଭଳି ନିମ୍ନମାନର କାମ କିପରି ହେଲା ତାହା ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ପୂର୍ବତନ ମନ୍ତ୍ରୀ ପରମା ପୂଜାରୀ ଓ ଧୋଡ୍ରା ସରପଞ୍ଚ ମହେନ୍ଦ୍ର ଭତ୍ରାକ୍ଷୋଭ ପ୍ରକାଶ କରିବା ସହ ଏହି କାମର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଲୋକ ପ୍ରତିନିଧି ଓ ସାଧାରଣ ଲୋକେ ଧୋଡ୍ରା ସ୍କୁଲ ପରିସରରେ ହୋଇଥିବା ସମସ୍ତ କାର୍ଯ୍ୟର ତଦନ୍ତ ଦାବି କରିଛନ୍ତି। ରାଜ୍ୟ ସରକାର ସରକାରୀ ସ୍କୁଲର ରୂପରେଖ ବଦଳାଇବା ସହ ପିଲାଙ୍କ ଭବିଷ୍ୟତ ଗଢିବାକୁ ଚିନ୍ତା କରୁଥିବାବେଳେ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ତାହା ଫେଲ୍‌ ମାରିବା ଆଶଙ୍କା ରହିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଖାଲି ରଙ୍ଗ ମାରି ଚିତ୍ର ଆଙ୍କି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ପଚାରିବାରୁ ପାଚେରି ଭୁଶୁଡିବା ଘଟଣା ଜାଣି ନାହିଁ, ଏବେ ଖବର ପାଇଲି। ଦେଖିବାକୁ ଯାଉଛି ବୋଲି ସେ କହିଥିଲେ। କନିଷ୍ଠ ଯନ୍ତ୍ରୀଙ୍କ ୭୮୯୪୦୦୨୯୩୯କୁ ଫୋନ ଲଗାଇଲେ ତାହା ବନ୍ଦ ରହିଛି। ଘଟଣା ବିଷୟରେ ନବରଙ୍ଗପୁର ଜିଲାପାଳ ଡ. କମଳ ଲୋଚନ ମିଶ୍ରଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ। ଯଦି ନିମ୍ନମାନର କାମ କରାଯାଇଛି ତାହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri