ଭୁଶୁଡି ପଡ଼ିଛି ୫-ଟି ସ୍କୁଲ ପାଚେରି, ଅଧିକାରୀଙ୍କ ପାଖରେ ଖବର ନାହିଁ

ଉମରକୋଟ, ୩୦।୬(ସ୍ବ.ପ୍ର.): ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ମନ୍ତ୍ରକୁ ଗରୁତ୍ୱ ଦେଇ ସମସ୍ତ ସରକାରୀ ସ୍କୁଲର ଭିତ୍ତିଭୂମି ସଜାଡି ଗୁଣାତ୍ମକ ଶିକ୍ଷା ଯୋଗାଇବାକୁ ସରକାର ଅହରହ ଚେଷ୍ଟା କରୁଛନ୍ତି। ୫-ଟି ଭଳି ଯୋଜନାରେ ଶିକ୍ଷା ବ୍ୟବସ୍ଥାକୁ ସାମିଲ କରିଥିବା ଯୋଗୁ ବିଦ୍ୟାର୍ଥୀ ଓ ଅଭିଭାବକ ସରକାରୀ ବିଦ୍ୟାଳୟ ମୁହାଁ ହୋଇଛନ୍ତି। ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ରିପୋର୍ଟ ଅନୁଯାୟୀ ଚଳିତ ଶିକ୍ଷା ବର୍ଷରେ ୨.୫ ଲକ୍ଷ ବିଦ୍ୟାର୍ଥୀ ବେସରକାରୀ ବିଦ୍ୟାଳୟରୁ ସରକାରୀ ସ୍କୁଲକୁ ଆସିଛନ୍ତି। ଶିକ୍ଷାର ଭିତ୍ତିଭୂମି ଓ ମାନର ଉନ୍ନତୀକରଣ ଯୋଗୁ ଏହା ସମ୍ଭବ ହେଇଛି। କିନ୍ତୁ କିଛି ସରକାରୀ ବାବୁଙ୍କ ଅବହେଳା ଯୋଗୁ ୫-ଟି ଭଳି ଯୋଜନା ମଧ୍ୟ ଫେଲ୍‌ ହୋଇଯାଏ।
୫-ଟି ଯୋଜନାରେ ସ୍କୁଲଗୁଡିକର ରୂପାନ୍ତରଣ ଚାଲିଛି। କିନ୍ତୁ ଏହି କାମ ନିମ୍ନମାନର ହେଉଛି। ନିମ୍ନମାନର କାମ ଯୋଗୁ ସ୍କୁଲ ପାଚେରି ଭୁଶୁୁଡି ପଡିଛି। ଏହି ଘଟଣାକୁ ୪ଦିନ ବିତିଯାଇଥିଲେ ମଧ୍ୟ ଅଧିକାରୀଙ୍କ ପାଖରେ କୌଣସି ଖବର ନାହିଁ। ଏହାକୁ ନେଇ ବୁଦ୍ଧିଜୀବୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ନବରଙ୍ଗପୁର ଜିଲା ଝରିଗାଁ ବ୍ଲକସ୍ଥିତ ଧୋଡ୍ରା ଶହୀଦ ଲକ୍ଷ୍ମଣ ନାୟକ ସ୍କୁଲ ୫-ଟିରେ ରୂପାନ୍ତରିତ କରାଯାଇ ଜୁନ୍‌ ୩ରେ ଉଦ୍‌ଘାଟନ କରାଯାଇଛି। ଏହାପରେ ମଧ୍ୟ କେତେକ ବଳକା କାମ ଚାଲିଛି। ସ୍କୁଲର ପାଚେରି ନିର୍ମାଣ କାମ ଚାଲିଛି। କିନ୍ତୁ ଏହା ମଧ୍ୟରେ ସମୁଦାୟ ପାଚେରିର ଏକ ଚତୁର୍ଥାଂଶ ଭୁଶୁଡି ପଡିଛି। ପାଚେରିର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଏହି ସ୍କୁଲର ଉନ୍ନତୀକରଣ କାର୍ଯ୍ୟ ଝରିଗାଁ ବିଡିଓ ସତ୍ୟନାରାୟଣ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ କନିଷ୍ଠ ଯନ୍ତ୍ରୀ ରାମରାୟ ମାରାଣ୍ଡିଙ୍କ ନିରୀକ୍ଷଣରେ କାର୍ଯ୍ୟ ଚାଲିଥିଲା। ଏହା ମଧ୍ୟରେ ଏଭଳି ନିମ୍ନମାନର କାମ କିପରି ହେଲା ତାହା ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ପୂର୍ବତନ ମନ୍ତ୍ରୀ ପରମା ପୂଜାରୀ ଓ ଧୋଡ୍ରା ସରପଞ୍ଚ ମହେନ୍ଦ୍ର ଭତ୍ରାକ୍ଷୋଭ ପ୍ରକାଶ କରିବା ସହ ଏହି କାମର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଲୋକ ପ୍ରତିନିଧି ଓ ସାଧାରଣ ଲୋକେ ଧୋଡ୍ରା ସ୍କୁଲ ପରିସରରେ ହୋଇଥିବା ସମସ୍ତ କାର୍ଯ୍ୟର ତଦନ୍ତ ଦାବି କରିଛନ୍ତି। ରାଜ୍ୟ ସରକାର ସରକାରୀ ସ୍କୁଲର ରୂପରେଖ ବଦଳାଇବା ସହ ପିଲାଙ୍କ ଭବିଷ୍ୟତ ଗଢିବାକୁ ଚିନ୍ତା କରୁଥିବାବେଳେ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ତାହା ଫେଲ୍‌ ମାରିବା ଆଶଙ୍କା ରହିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଖାଲି ରଙ୍ଗ ମାରି ଚିତ୍ର ଆଙ୍କି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ପଚାରିବାରୁ ପାଚେରି ଭୁଶୁଡିବା ଘଟଣା ଜାଣି ନାହିଁ, ଏବେ ଖବର ପାଇଲି। ଦେଖିବାକୁ ଯାଉଛି ବୋଲି ସେ କହିଥିଲେ। କନିଷ୍ଠ ଯନ୍ତ୍ରୀଙ୍କ ୭୮୯୪୦୦୨୯୩୯କୁ ଫୋନ ଲଗାଇଲେ ତାହା ବନ୍ଦ ରହିଛି। ଘଟଣା ବିଷୟରେ ନବରଙ୍ଗପୁର ଜିଲାପାଳ ଡ. କମଳ ଲୋଚନ ମିଶ୍ରଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ। ଯଦି ନିମ୍ନମାନର କାମ କରାଯାଇଛି ତାହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

ଝରିଗାଁ, ୧୬।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା…

ବାପାଙ୍କ ଛୁରାମାଡ଼ରେ ପୁଅଙ୍କ ଚାଲିଗଲା ଜୀବନ, ନୂଆଁଖାଇରେ ହୋଇଥିଲା ରକ୍ତପାତ

ଝରିଗାଁ,୧୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ମଙ୍ଗଳବାର ରାତିରେ ବାପାର ଛୁରା ମାଡ଼ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?