ପ୍ରଧାନଶିକ୍ଷକ ନିଯୁକ୍ତି ଦାବିରେ ତାଲା
ବାଙ୍ଗିରିପୋଷି,୪ ।୨(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ କାଳିଆମି ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇଁ ଛାତ୍ରୀଛାତ୍ର ଓ ଗ୍ରାମବାସୀ ଦାବି କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି ନିର୍ଦ୍ଦେଶ ଦେଇ ଶିକ୍ଷା ବିଭାଗ…
ଆରମ୍ଭ ହେଲା ଧାନ କିଣା
ବାରିପଦା ଅଫିସ,୪ ।୨ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶନୁସାରେ ଚଳିତ ଖରିଫ ଋତୁରେ ମୟୂରଭଞ୍ଜ ଜିଲାରୁ ଧାନ କିଣା ଆରମ୍ଭ ହୋଇଛି। ଜିଲାର ଶାମାଖୁଣ୍ଟା ଲ୍ୟାମ୍ପସ୍ ଜରିଆରେ ପଞ୍ଜୀକୃତ ଚାଷୀମାନଙ୍କ ଠାରୁ ସୋମବାର ଧାନ କିଣାଯାଇଛି।…
ଫି’ ବୃଦ୍ଧିକୁ ନେଇ ଛାତ୍ର ଅଶାନ୍ତି
ଉଦଳା,୪ ।୨(ଡି.ଏନ.ଏ.) ବର୍ଦ୍ଧିତ ଫି’କୁ ନେଇ ମୟୂରଭଞ୍ଜ ଜିଲା ଉଦଳା କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଏନେଇ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରମାନେ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ଉପଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଅନୁଯାୟୀ, ଯୁକ୍ତ…
ଗ୍ରାମବାସୀ-ବନ କର୍ମଚାରୀ ମୁହାଁମୁହିଁ
କପ୍ତିପଦା,୧।୧(ଡି.ଏନ.ଏ.): ବନ ବିଭାଗର ଏକ ଗୃହ ନିର୍ମାଣକୁ ନେଇ ଗ୍ରାମବାସୀ ଓ ବିଭାଗୀୟ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରକାଶ ଯେ, ଶିମିଳିପାଳ ପାଦଦେଶରେ ଥିବା ବାଲିନାଳ ନିକଟରେ ଜଙ୍ଗଲ ସୁରକ୍ଷା ନିମନ୍ତେ ବନ…
ଶିମିଳିପାଳ ପ୍ରାଣୀଙ୍କୁ ସୁରକ୍ଷା ଦେବ ଡଗ୍ ସ୍କ୍ବାଡ୍
ବାରିପଦା ଅଫିସ,୩୧।୧୨-ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା ନିମନ୍ତେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାଘ ସଂଖ୍ୟା ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହିତ ବନ୍ୟଜନ୍ତୁ ଓ ଶିକାରୀମାନଙ୍କ ଚଳପ୍ରଚଳକୁ ନେଇ ବିଭାଗ…
ନୂଆବର୍ଷରୁ ଆର୍ଟିଓ ଅଫିସରେ ଅଚଳାବସ୍ଥା ଆଶଙ୍କା
ବାରିପଦା ଅଫିସ,୩୦।୧୨: ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ସରକାର ଅଣଦେଖା କରୁଥିବାରୁ ମୟୂରଭଞ୍ଜ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍ଟିଓ)ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର(ସ୍ମାର୍ଟ ଚିପ୍)ଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ ନୂତନ ବର୍ଷର ପ୍ରାରମ୍ଭରୁ ପରିବହନ କାର୍ଯ୍ୟାଳୟରେ ଅଚଳାବସ୍ଥା…
ଆଜି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ
କେନ୍ଦ୍ରାପଡା ଅଫିସ,୩୦।୧୨: ପର୍ଯ୍ୟଟକଙ୍କ ପାଇଁ ଗୁରୁବାର ଶିମିଳିପାଳ ବନ୍ଦ ରହିବ। ଏ ନେଇ ଉତ୍ତର ଶିମିଳିପାଳ ଡେପୁଟି ଡାଇରେକ୍ଟର ସୂଚନା ଦେଇଛନ୍ତି। ତେବେ ବର୍ଷା ଯୋଗୁ କେବଳ ଆଜି ଦିନକ ପାଇଁ ବନ୍ଦ ରହିବ ବୋଲି ସୂଚନା ମିଳିଛି।
ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ
ବୈଶିଙ୍ଗା,୨୬।୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କଳମା ଗ୍ରାମ ଛକରେ ଶନିବାର ରାତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ୩ ଗୁରୁତର ହୋଇଛନ୍ତି। ପୂର୍ବଶତ୍ରୁତାକୁ ନେଇ ଜନୈକ ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୁବକଙ୍କ ଉପରେ ସ୍ଥାନୀୟ କେତେଜଣ ଗ୍ରାମବାସୀ…
ରାସ୍ତା କଡ଼ରେ ନିରାଶ୍ରୟ
ବାରିପଦା ଅଫିସ,୨୩।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଘୁରି ବୁଲୁଥିବା ଅସହାୟ, ବାସହୀନ, ମାନସିକ ବିକୃତ ଓ ଦିବ୍ୟାଙ୍ଗମାନଙ୍କୁ ଥଇଥାନ କରାଯାଉନାହିଁ। ହାଡ଼ଭଙ୍ଗା ଶୀତରେ ସେମାନେ ରାସ୍ତା କଡ଼ରେ ପଡ଼ି ରହୁଛନ୍ତି। ଏନେଇ ଅଣରାଜନୈତିକ ସଙ୍ଗଠନ ଜାଗ ମୟୂରଭଞ୍ଜ ଜାଗର କର୍ମକର୍ତ୍ତାମାନେ…
ପଡ଼ିଗଲେ ହାତୀ ହାବୁଡ଼ରେ
ବାରିପଦା ଅଫିସ,୨୨ା୧୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ବୁଧବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଟିଆଁସୀ ଗ୍ରାମର ଶମ୍ଭୁଆ ଭୋକ୍ତା। ଚିତ୍ରଡ଼ା ହାଟରୁ ସେ ଜଙ୍ଗଲ ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ଝାଡ଼ଖଣ୍ଡୀ…
ମାସକ ପରେ ଟ୍ରକ୍ ଡ୍ରାଇଭରଙ୍କ ହତ୍ୟା ଉପରୁ ହଟିଲା ପର୍ଦ୍ଦା
ବାଙ୍ଗିରିପୋଷି,୨୨ା୧୨(ଡି.ଏନ୍.ଏ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଭାଲୁପାହାଡ଼ି ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡ଼ରୁ ଗତ ନଭେମ୍ବର ୨୧ରେ ବିହାର ରାଜ୍ୟର ସାରଣ ଅରୁଣ ରାୟ ନାମକ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ…
ବଳାତ୍କାରୀଙ୍କୁ ୧୦ ବର୍ଷ, ସହଯୋଗୀଙ୍କୁ ୬ ବର୍ଷ ଜେଲ୍
ବାରିପଦା ଅଫିସ,୨୨।୧୨: ମୟୂରଭଞ୍ଜ ଜିଲା ବାରିପଦା ଅତିରିକ୍ତ ଜିଲା ଓ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଜଜ୍ ସୁମିତା ଜେନା ମାମଲାର ବିଚାର କରି ଦୋଷୀ ଶିବାନୀ ସିଂ(୨୫)ଙ୍କୁ…

