ମୟୂରଭଞ୍ଜ

୨ ଲୋଧା ଶିଶୁଙ୍କ ଚିକିତ୍ସାରେ ଅର୍ଥ ବାଧକ

ଚିତ୍ରଡା,୧୭ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ସମାଇଡ଼ିହି ଗ୍ରାମ ଲୋଧା ସମ୍ପ୍ରଦାୟର ରାଧି ନାୟକଙ୍କ ଦୁଇ ଶିଶୁ କନ୍ୟାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ସେମାନଙ୍କ ଶରୀରରେ ପ୍ରଥମେ ଛୋଟଛୋଟ ଘା’ ହୋଇଥିବା ବେଳେ ଏବେ...

ହାତୀ ପାଇଁ ତେଜୁଛି ଅସନ୍ତୋଷ

କୁଆମରା ,୧୭ା୧(ଡି.ଏନ୍‌.ଏ.)- ହାତୀ ପାଇଁ ୧୫ ଦିନ ହେଲା ରାତି ସାରା ବିଦ୍ୟୁତ୍‌କାଟ କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ପ୍ରଶାସନ ପଦକ୍ଷେପ ଗ୍ରହଣ ନ କଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି। ଗତ ୨ତାରିଖରୁ ଗୋଠଛଡା...

୩ ଯୁବକଙ୍କୁ ଆକ୍ରମଣ ପ୍ରତିବାଦରେ ରାସ୍ତାରୋକୋ

ବାରିପଦା ଅଫିସ,୧୭।୧- ବାରିପଦା ସହରର ତକତପୁର ଛକରେ ଗୁରୁବାର ଅପରାହ୍ନରେ ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆହତ ବିଦୁ କିସ୍କୁ ଓ ମାଟୁ ମାରାଣ୍ଡିଙ୍କ ସମେତ ଅନ୍ୟ ୨ଜଣଙ୍କୁ ଚିକିତ୍ସା ପାଇଁ ବାରିପଦା ପିଆରଏମ୍‌ ମେଡିକାଲ...

ଭୀମକୁଣ୍ଡ ମକର ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଠାକୁରମୁଣ୍ଡା,୧୬ା୧(ଡ଼ି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଠାକୁରମୁଣ୍ଡା ବ୍ଲକ ଅଧୀନ ଭୀମକୁଣ୍ଡରେ ମକର ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଏଥି ସହିତ ଭୀମକୁଣ୍ଡ ମହୋତ୍ସବ କମିଟି ଓ କୁଣ୍ଡେଶର ବନସୁରକ୍ଷା କମିଟି ସହଯୋଗରେ ସେଠାରେ...

ଆରମ୍ଭ ହେଲା ମକର ମଉଜ

ବାରିପଦା ଅଫିସ,୧୬।୧- ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲରେ ଗଣପର୍ବ ଭାବେ ଖ୍ୟାତି ଲାଭ କରିଥିବା ମକର ପର୍ବ ବୁଧବାର ଠାରୁ ମହାସମାରୋହରେ ଆରମ୍ଭ ହୋଇଛି। ବିଶେଷ କରି ଆଦିବାସୀ ସମ୍ପ୍ରଦାୟ ପାଇଁ ଏହି ଦିନଟି ବେଶ ଉତ୍କଣ୍ଠାର ଦିନ। ଏହି...

ହାତୀ ପାଇଁ ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ରାସ୍ତାରୋକୋ

ବଡ଼ସାହି,୭ା୧(ସ୍ବ.ପ୍ର): ବଡ଼ସାହି-ସୁହାଗପୁର ଜଙ୍ଗଲରେ କିଛି ଦିନ ହେଲା ଏକ ଦନ୍ତା ହାତୀ ବୁଲୁଥିବାରୁ ସେହି ଅଞ୍ଚଳରେ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ନିୟମିତ ବିଦ୍ୟୁତକାଟ୍‌ କରାଯାଉଛି। ଏହାର ପ୍ରତିବାଦରେ ଅଞ୍ଚଳବାସୀ ବୁଧବାର ରାସ୍ତାରୋକ କରିଥିଲେ। ସନ୍ଧ୍ୟା ସମୟରେ ମହିଳାପୁରୁଷମାନେ ବଡ଼ସାହି-ଉଦଳା ରାସ୍ତାର...

ଅଜଣା ମୃତଦେହ ଉଦ୍ଧାର

ବଡ଼ସାହି,୧୫।୧(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଦେଉଳିଆ ରାସ୍ତାର ଭାଲୁବସାଠାରେ ଜନୈକ ବାଇକ ଚାଳକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳି ନ ଥିବାବେଳେ ଘଟଣାସ୍ଥଳରେ ବାଇକଟି ପଡିଛି। ପାରିପାଶର୍‌ବିକ ସ୍ଥିତିରୁ ଜଣାଯାଏ, ଭାଲୁବସାଠାରେ ଥିବା ବାଙ୍କ...

ଯୁବକଙ୍କୁ ହତ୍ୟା ଘଟଣାରେ ୨ ଗିରଫ

ରାଇରଙ୍ଗପୁର,୧୫ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ବଡ଼ମଣଦା ଗ୍ରାମର ଟୀକାଚରଣ ନାଏକ(୨୦)ଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ପୋଲିସ ୨ ଯୁବକଙ୍କୁ ସୋମବାର ସନ୍ଧ୍ୟାରେ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ସେହି ଗ୍ରାମର ସମୀର ନାୟକ(୨୪)...

ପୋଷ୍ଟାଲ ଇନ୍ସପେକ୍ଟରଙ୍କୁ ଗିରଫ କଲା ସିବିଆଇ

ରାଇରଙ୍ଗପୁର,୧୫ା୧(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁରସ୍ଥିତ ଜଣେ ପୋଷ୍ଟାଲ ଇନ୍ସପେକ୍ଟର ଲାଞ୍ଚ ମାମଲାରେ ସିବିଆଇ ଦ୍ୱାରା ମଙ୍ଗଳବାର ଗିରଫ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱର ସିବିଆଇ ଅଫିସର ଏକ ୮ ଜଣିଆ ଟିମ୍‌ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ଜାମବଣି ଗ୍ରାମସ୍ଥିତ ସମ୍ପୃକ୍ତ...

କାଠ ବୋଝେଇ ଗାଡ଼ି ଜବତ

କୁଆମରା,୧୨ା୧(ଡି.ଏନ୍‌.ଏ.): ଖୁଣ୍ଟା-ବାଲେଶ୍ୱର ରାସ୍ତାର ଦାମାସାହି ଛକ ନିକଟରେ ଉଦଳା ବନବିଭାଗ ପକ୍ଷରୁ ଚଢାଉ କରାଯାଇ ଚୋରା କାଠ ବୋଝେଇ ଏକ ଟାଟା ଏସି ଗାଡ଼ି ଜବତ କରାଯାଇଛି। ଚୋରା କାଠ ଚାଲାଣ ହେଉଥିବା ସମ୍ପର୍କରେ ସୂଚନା ପାଇ ବନ ବିଭାଗ...

ଆନ୍ଦୋଳନ ପାଇଁ ବିଦ୍ୟୁତ୍‌ କର୍ମଚାରୀ ସଂଘର ସଜବାଜ

ବାରିପଦା ଅଫିସ,୧୨ା୧- ବାରିପଦା ସହର ରଘୁନାଥପୁରସ୍ଥିତ ଗଣେଶ ମଣ୍ଡପଠାରେ ପାୱାର ଏମ୍ପ୍ଲଇଜ୍‌ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲା ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘର ସହ ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା...

ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଇରଙ୍ଗପୁର,୧୨।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ମଣଦା ଗ୍ରାମର ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ତାଙ୍କ ଘରୁ ପୋଲିସ ରବିବାର ଉଦ୍ଧାର କରିଛି। ମୃତକ ହେଲେ ଟିକାଚରଣ ନାୟକ। ସେ ଘରେ ଏକା ରହୁଥିବା ବେଳେ ସ୍ଥାନୀୟ...

ରାଜ୍ୟ ସ୍ତରୀୟ ସିପାକଟାକ୍ରୋ ପ୍ରତିଯୋଗିତା: ମୟୂରଭଞ୍ଜ ବାଳିକା ଟିମ୍‌ ରନର୍ସଅପ୍‌

ବାରିପଦା ଅଫିସ,୧୨ା୧- ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୭ ବର୍ଷରୁ କମ ବାଳିକା ଓ ବାଳକ ବର୍ଗର ସିପାକଟାକ୍ରୋ ପ୍ରତିଯୋଗିତା ଗତ ୯ ଓ ୧୦ ତାରିଖ ଦୁଇ ଦିନ ଧରି ପୁରୀ ଜିଲା ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ...

କାକର ସାଙ୍ଗକୁ ଘନ କୁହୁଡ଼ି

ଉଦଳା, ୧୨।୧ (ଡି.ଏନ.ଏ.) – ଶିମିଳିପାଳ ପାଦଦେଶରେ ଅବସ୍ଥିତ ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡରେ ଏବେ ରାତିରେ ପ୍ରବଳ କାକର ପଡୁଥିବା ବେଳେ ସକାଳେ ଘନ କୁହୁଡିର ଚାଦର ସବୁ ଅଞ୍ଚଳକୁ ଢାଙ୍କି ରଖିଛି। ଦୁଇ ଦିନ ପୂର୍ବରୁ ବର୍ଷା...

ବାଲିଡିପୋ ବିବାଦରୁ ଯୁବକଙ୍କୁ ହତ୍ୟା ଘଟଣା: ୩ ଗିରଫ

ରାସଗୋବିନ୍ଦପୁର,୧୧ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ମୂଷାମାରୀଠାରେ ବାଲିଡିପୋ ବିବାଦରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ ଚଳାଇ ୩ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ମୂଷାମାରୀ...

ପର୍ଯ୍ୟଟନସ୍ଥଳୀର ବିକାଶ ଦାବି: ଦୁଇ କାର୍ଯ୍ୟାଳୟ ଘେରିଲା ଭଞ୍ଜସେନା

ବାରିପଦା ଅଫିସ,୧୧ା୧- ମୟୂରଭଞ୍ଜ ଜିଲାରେ ବହୁ ସଂଖ୍ୟକ ପର୍ଯ୍ୟଟନସ୍ଥଳୀ ଥିଲେ ମଧ୍ୟ ଏହାର ଉନ୍ନତି ଓ ରକ୍ଷଣାବେକ୍ଷଣ ଦିଗରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ବିଭିନ୍ନ ସଂଗଠନ ଜିଲାରେ ପର୍ଯ୍ୟଟନ ଶିଳ୍ପ ସ୍ଥାପନ ପାଇଁ...

ବୋଲେରୋ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ମୃତଦେହ ରଖି ରାସ୍ତାରୋକୋ

କୁଳିଅଣା,୧୧ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ୧୮ ନଂ. ଜାତୀୟ ରାଜପଥ ବାଇଗଣବାଡ଼ିଆ ଛକଠାରେ ଶୁକ୍ରବାର ପୂର୍ବାହ୍ନରେ ଏକ ବୋଲେରୋ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ।...

ନିମ୍ନମାନର କାର୍ଯ୍ୟକୁ ବିରୋଧ କଲେ ଗ୍ରାମବାସୀ

ବଡସାହି,୧୧ା୧(ସ୍ବ.ପ୍ର.)-ବଡ଼ସାହି ବ୍ଲକ ଅଧୀନ ଭୀମଦା ପଞ୍ଚାୟତ ଚେଙ୍ଗୁଆ-ମଙ୍ଗଳପୁର ଗ୍ରାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମାଟି ଉପରେ ପିଚୁ ପକାଇ ରାସ୍ତା ତିଆରି କରୁଥିବା...