ସମସ୍ୟା ସମାଧାନ ନ ହେଲେ ଭୋଟ ବର୍ଜନ

ସାରସକଣା,୧୯ା୧(ଡି.ଏନ.ଏ.) – ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଭୂରୁଷାଣି ପଞ୍ଚାୟତ ଅନ୍ତର୍ଗତ ମାଗ୍‌ତାଡିହି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ପ୍ରଶାସନିକ ଅବହେଳା କାରଣରୁ ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ବିକାଶ ଅପହଞ୍ଚ ହୋଇପଡ଼ିଛି। ଏଠାରେ ବସବାସ କରୁଥିବା ପ୍ରାୟ ୨୫ଟି ପରିବାର ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଓ ବିଦ୍ୟୁତ୍‌ ସେବା ଭଳି ମୌଳିକ ସୁବିଧା ପାଇପାରୁ ନାହାନ୍ତି। ଭଲ ରାସ୍ତା ଖଣ୍ଡେ ନ ଥିବାରୁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ଗାଁ ଭିତରକୁ ପଶିପାରେ ନାହିଁ। ଏନେଇ ଗ୍ରାମବାସୀ ଅନେକଥର ଜିଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ। ଗାଁରେ ଲାଗି ରହିଥିବା ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ପଞ୍ଚାୟତ ନିର୍ବାଚନରେ ଭୋଟବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
କାର୍ଯ୍ୟାଳୟଠାରୁ ପ୍ରାୟ ୮କି.ମି ଦୂର ଏହି ଗାଁକୁ ଆସିବାକୁ ହେଲେ ନୁହାମାଳିଆ ଓ ଖଡିଆଶୋଳ ଗାଁ ବାଟେ କଚ୍ଚା ରାସ୍ତା ଦେଇ ଜଙ୍ଗଲ ପାରିହେବାକୁ ପଡ଼ିଥାଏ। କମ୍‌ ସଂଖ୍ୟକ ଛାତ୍ରୀଛାତ୍ର ଥିବା କାରଣରୁ ଏହି ଗ୍ରାମରେ ଖୋଲା ଯାଇଥିବା ପ୍ରାଥମିକ ବିଦ୍ୟାଳୟ ଦୁଇ ବର୍ଷ ହେଲା ବନ୍ଦ ରହିଛି। ଗ୍ରାମରୁ ୫କି.ମି. ଦୂରରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ର ରହିଥିଲେ ମଧ୍ୟ ଏତେ ଦୂରକୁ ଯାତାୟତ ସମ୍ଭବ ହୋଇପାରୁ ନ ଥିବାରୁ ପିଲାମାନେ ସେଠାକୁ ପଢ଼ିବାକୁ ଯାଇ ପାରୁନାହାନ୍ତି। ଗ୍ରାମର ଅଧିକାଂଶ ଲୋକ ଦିନ ମଜୁରିଆ। ସକାଳେ କାମକୁ ଯାଇ ସନ୍ଧ୍ୟାରେ ଫେରନ୍ତି। ଫଳରେ ପିଲାମାନଙ୍କୁ ସ୍କୁଲ କିମ୍ବା ଅଙ୍ଗନଓ୍ବାଡି ନେଇ ଛାଡ଼ି ପାରନ୍ତି ନାହିଁ ବୋଲି ଗ୍ରାମର ମଙ୍ଗଲସିଂ,ଦଶରଥ ସିଂ,ରାମ ସିଂ ଓ ସର୍ବେଶ୍ୱର ସିଂ ପ୍ରମୁଖ କହିଛନ୍ତି। ପାଇପ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ନ ଥିବାରୁ ଗ୍ରାମର ମହିଳାମାନେ ଏବେବି ଚୁଆ ଖୋଳି ପିଇବା ପାଣି ସଂଗ୍ରହ କରୁଛନ୍ତି। ପିଲାଙ୍କ ଶିକ୍ଷାଦାନ ସମ୍ପର୍କରେ ସାରସକଣା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରିଣୀ ରାସମଣି ନାଏକଙ୍କୁ ପଚାରିବାରୁ ଏହି ବ୍ଲକରେ ମୁଁ ନୂତନ ଭାବେ ଯୋଗଦେଇଛି। ତେଣୁ ଏବିଇଓଙ୍କୁ ପଚାରିଲେ ସେ ଏବାବଦରେ କହିପାରିବେ ବୋଲି ସେ କହିଛନ୍ତି। ବିଡିଓ କରୁଣାକର ଧିଣ୍ଡାଙ୍କୁ ପଚାରିବାରୁ ପାନୀୟଜଳ ଏବଂ ରାସ୍ତା ପାଇଁ ମୁଁ ପଦକ୍ଷେପ ନେବି ଏବଂ ପିଲାମାନଙ୍କ ଶିକ୍ଷାଦାନ ବାବଦରେ ଏବିଇଓଙ୍କୁ କହି ବ୍ୟବସ୍ଥା କରିବି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ମୃତ୍ୟୁପରେ ଜିଲା ପରିଷଦ ଉପନିର୍ବାଚନରେ ଜିତିଲା ପୁଅ

ବାରିପଦା ଅଫିସ/ ସାରସକଣା,୧୨ା୨: ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ୫୬ନଂ. ଜୋନ ଜିଲାପରିଷଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ତୁଷାରେନ୍ଦୁ ମହାନ୍ତ ବାଜିମାତ କରିଛନ୍ତି। ସେ ତାଙ୍କ...

ଟଙ୍କା ହେରଫେର ମାମଲା: ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷଙ୍କୁ ଜାମିନ

ବ୍ରହ୍ମପୁର ଅଫିସ,୧୭ା୯-ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପାଇଖାନା ଟାଙ୍କି ସଫା ମେଶିନ କିଣାରେ ସରକାରୀ ଟଙ୍କା ହେରଫେର ମାମଲାରେ ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ଭି.ରବିନାରାୟଣ...

ନୂଆ ଚେହେରାକୁ ନେଇ ମଇଦାନକୁ ଓହ୍ଲାଇଛି ୩ ପ୍ରମୁଖ ଦଳ

ରାଇଘର, ୬ା୨(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକର ୪ ଜିଲା ପରିଷଦ ଆସନ ମଧ୍ୟରୁ ୩ନମ୍ବର ଆସନ ମଧ୍ୟରେ ଭାଜପା ବିଜେଡି ଓ କଂଗ୍ରେସ ମଧ୍ୟରେ...

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀସଂଘର୍ଷ: ୭ ଆହତ, ୨ କୋର୍ଟଚାଲାଣ

ସିମୁଳିଆ, ୧୫।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଣ୍ଡରାଇ ଅଞ୍ଚଳରେ ଜମିବାଡ଼ି ବିବାଦରୁ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୭ଜଣ ଆହତ...

କର୍କଟ ରୋଗାକ୍ରାନ୍ତ ଭିନ୍ନକ୍ଷମ ଛାତ୍ରଙ୍କ ସଫଳତା

ଖଣ୍ଡପଡ଼ା,୨୩ା୫(ସ୍ବ.ପ୍ର.)- ଖଣ୍ଡପଡ଼ା ରଥଗଡା ସାହିର କର୍କଟ ରୋଗାକ୍ରାନ୍ତ ଭିନ୍ନକ୍ଷମ ଛାତ୍ର ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି ା ଖଣ୍ଡପଡ଼ାର...

ଲଗାଣ ବର୍ଷା: ଭାଙ୍ଗିଲା ଘରର କାନ୍ଥ, ପରିବାର ବାସହରା

ରଘୁନାଥପୁର, ୨୭। ୯ (ଡି.ଏନ.ଏ.):  ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଗଲା ଚାଳ ଛପର ମାଟି ଘରର କାନ୍ଥ। ପରିବାର ଲୋକେ ଭୋଗୁଛନ୍ତି ହୀନସ୍ତା। ଏପରି...

ମାଓବାଦୀ ପ୍ରଭାବିତ ଗ୍ରାମରେ ବିଧାୟକ

ବଇଣ୍ଡା,୨୫।୮(ଡି.ଏନ.ଏ.) – ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶୁକ୍ରବାର ମାଓବାଦୀ ପ୍ରଭାବିତ ଲକ୍ଷ୍ମୀପୁର ଗ୍ରାମ ପରିଦର୍ଶନରେ କରି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ପାହାଡ଼ିଆ...

ବଡ଼ମ୍ବା ରାଜବାଟୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ

ବଡ଼ମ୍ବା, ୨୮ା୧୧(ଡି.ଏନ୍‌.ଏ.): ବଡମ୍ବା ରାଜବାଟୀସ୍ଥିତ ଜଗନ୍ନାଥଙ୍କର ଶୁକ୍ରବାର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବେଶ ପ୍ରଥମଥର ଲାଗି ରାଜବାଟୀରେ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର...

Advertisement
Archives

Model This Week