୧୧୦୬ ସ୍କୁଲରେ ଝୁଲିବ ତାଲା
ବାରିପଦା ଅଫିସ,୨୨ା୧୦-ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଜିଲାମାନଙ୍କରେ ୨୦ରୁ କମ୍ ପିଲା ଥିବା ପ୍ରାଥମିକ ଓ ୨୫ରୁ କମ୍ ଛାତ୍ରୀଛାତ୍ର ଥିବା ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା…
ହାତୀ ନେଲା ୩ ଜୀବନ
ବାରିପଦା ଅଫିସ/ ଚିତ୍ରଡା/ ଆଠମଲ୍ଲିକ, ୨୧ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଓ ଅନୁଗୋଳ ଜିଲାରେ ମଙ୍ଗଳବାର ହାତୀ ଆକ୍ରମଣରେ ୩ଜଣଙ୍କ ଜୀବନ ଯାଇଛି। ମୟୂରଭଞ୍ଜ ରାସଗୋବିନ୍ଦପୁର ରେଞ୍ଜ ମୋରଡା ବ୍ଲକ ଅଞ୍ଚଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକମାନେ…
କଲରାପତରିଆ ବାଘ ଚମଡ଼ା ଜବତ, ୫ ଗିରଫ
ବାରିପଦା ଅଫିସ/ବିଶୋଇ, ୨୦।୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଟାର୍ଗେଟ କରିଛନ୍ତି ବାଘଛାଲ ବେପାରୀ। ଶିମିଳିପାଳ ପାଦଦେଶରେ ମଙ୍ଗଳବାର କଲରାପତରିଆ ବାଘଚମଡା ବିକ୍ରି ନିମନ୍ତେ ଡିଲ୍ ଚାଲିଥିବା ବେଳେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୫ଜଣ ଯୁବକଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବାଘଚମଡା…
ଗାଁକୁ ମାଡ଼ୁଛି ସୁବର୍ଣ୍ଣରେଖା
ବାରିପଦା ଅଫିସ,୨୦ା୧୦- ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟ ଦେଇ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ। ଏହି ନଦୀ ମୟୂରଭଞ୍ଜ ଜିଲାର ଦୁଇଟି ବ୍ଲକ ମଧ୍ୟଦେଇ ବହି ଯାଉଥିବା ବେଳେ କୂଳକ୍ଷୟ ଯୋଗୁ ଗାଁ ଗଣ୍ଡା ପ୍ରତି ବିପଦ ସାଜିଛି। ଫଳରେ…
ଜିଲାପରିଷଦ ସଦସ୍ୟଙ୍କ ପରଲୋକ
ବାରିପଦା ଅଫିସ,୧୭ା୧୦-ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ୫୬ନଂ.ଜୋନର ଜିଲାପରିଷଦ ସଦସ୍ୟ ଭୁବନେଶ୍ୱର ମହାନ୍ତ(୬୭)ଙ୍କ ଶୁକ୍ରବାର ପରଲୋକ ଘଟିଛି। ସନ୍ଧ୍ୟାରେ ଏକ ମେଡିସିନ ଦୋକାନରେ ବସିଥିବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ…
ଘର ଭାଙ୍ଗିଲେ, ଫସଲ ନଷ୍ଟ କଲେ ହାତୀପଲ
ଚିତ୍ରଡ଼ା,୧୫ା୧୦(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତରେ ହାତୀ ଉପଦ୍ରବ ଦେଖାଦେଇଛି। ଏହି ପଞ୍ଚାୟତ ଅନ୍ତର୍ଗତ ଭୋଳଘାଟି ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ଘରକୁ ମଙ୍ଗଳବାର ବିଳମ୍ବିତ ରାତିରେ ୨୧ଟି ଝାଡ଼ଖଣ୍ଡି ହାତୀ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି।…
୨ କନଷ୍ଟେବଳ ନିଲମ୍ବିତ
ବାରିପଦା ଅଫିସ, ୮ା୧୦- ମୟୂରଭଞ୍ଜ ଜିଲା ବଡ଼ସାହି ଥାନାର ଦୁଇ ନିଶାଗ୍ରସ୍ତ କନଷ୍ଟେବଳଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଏସ୍ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଦୁଇ କନଷ୍ଟେବଳ କାର୍ତ୍ତିକ ଚନ୍ଦ୍ର ପାତ୍ର ଓ କମଲ ମହାନ୍ତଙ୍କୁ…
ଅସହାୟ ପରିବାରକୁ ପଲିଥିନ ଭରସା
ବାରିପଦା ଅଫିସ,୫ା୧୦- ଦିନରେ ଚାଳରୁ ପାଣି ଗଳୁଛି ତ ରାତିରେ ଜହ୍ନ ଆଲୁଅ ଦିଶୁଛି। ଓଳିଏ ଖାଇ ଓଳିଏ ଉପବାସ ରହୁଥିବା ପରିବାରକୁ ମିଳୁନି ପକ୍କାଘର। ସରକାରଙ୍କ ଯୋଜନା ସତେ ଯେପରି ସେମାନଙ୍କ ପାଇଁ ଅପହଞ୍ଚ ସାଜିଛି। ପ୍ରଶାସନ ଓ ରାଜନେତାଙ୍କ…
ପରିଚୟ ହରାଇବ ହୋମିଓପ୍ୟାଥିକ ମେଡିକାଲ କଲେଜ
ବାରିପଦା ଅଫିସ,୧।୧୦-କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଭିତ୍ତିଭୂମିର ଅଭାବ ଥିବା ଦର୍ଶାଇ ବେସରକାରୀ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟରେ ଆଡମିଶନ ବନ୍ଦ କରି ଦିଆଯାଇଛି। ଏହାକୁ ପୁନର୍ବାର ଚାଲୁ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ଅଣ୍ଡଟେକିଙ୍ଗ ଦେବା ପାଇଁ ଆୟୁଷ ମନ୍ତ୍ରଣାଳୟ…
ଗ୍ରାମବାସୀଙ୍କୁ ନ ଜଣାଇ ପଲ୍ଲୀସଭା ଡାକିଥିଲେ ସରପଞ୍ଚ: ପ୍ରତିବାଦ କରିବାରୁ ପକାଇଲେ ଚାପୁଡାଏ
ଚିତ୍ରଡ଼ା,୨୯।୯(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲାର ମୋରଡା ବ୍ଲକ ଅଧୀନ ବରକନ୍ଦ ପଞ୍ଚାୟତର ଝିଙ୍କିରିଆ ଉଚ୍ଚ ବିଦ୍ୟାଳୟରେ ପଞ୍ଚାୟତର ସରପଞ୍ଚ ଏବଂ ପିଇଓ ପଲ୍ଲୀସଭା କରୁଥିବା ବେଳେ ତାଙ୍କୁ ଅଟକ ରଖାଯାଇଛି। ସୂଚନାଯୋଗ୍ୟ, ସରପଞ୍ଚ ଓ ପିଓ ପଲ୍ଲୀସଭା ନେଇ ଗ୍ରାମବାସୀଙ୍କୁ ଅବଗତ ନ…
ରାସ୍ତାପାର୍ଶ୍ୱରେ ଛିଡା ହୋଇଥିବାବେଳେ ଦମ୍ପତିଙ୍କ ଉପରେ ମାଡିଗଲା ଟ୍ରକ
ରାଇରଙ୍ଗପୁର,୨୮ା୯(ଡି.ଏନ୍.ଏ.)-ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ରାଇରଙ୍ଗପୁର-ବାରିପଦା ରାସ୍ତାର ସାନାଛକଠାରେ ସୋମବାର ଅପରାହ୍ନରେ ଟ୍ରକ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ବିଶୋଇ ଥାନା ଅଶନଶିଖର ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ସାବିତ୍ରୀ…
ମାସକର ଶିଶୁକନ୍ୟାକୁ ଚେଙ୍କ, ଡାକ୍ତରଖାନାରେ ଭର୍ତ୍ତି
ବାରିପଦା ଅଫିସ,୨୬ା୯: ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ମାତ୍ର ଲୋକେ ଆଜି ବି ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛନ୍ତି। ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ…

