ମୟୂରଭଞ୍ଜ

ରାସ୍ତାରେ ହୁତୁହତୁ ହୋଇ ଜଳିଗଲା ବାଇକ୍‌

ଠାକୁରମୁଣ୍ଡା,୫।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ସାତକୋଶିଆଠାରେ ରାସ୍ତାରେ ଯାଉଥିବା ଏକ ବାଇକ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିଛି। ହେଲେ ବାଇକ୍‌ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲେ ତାର ସଂସ୍ପର୍ଶରେ ଆସି ବାଇକ ସପୂର୍ଣ୍ଣ ଭସ୍ମ ହୋଇଯାଇଛି। ସ୍ଥାନୀୟ…

ନିଖୋଜ ଯୁବତୀ ଭୁବନେଶ୍ୱରରୁ ଉଦ୍ଧାର

ସାରସକଣା,୨।୧୨(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରୁ ନିଖୋଜ ଥିବା ଜଣେ ଯୁବତୀଙ୍କୁ ଭୁବନେଶ୍ୱରର ତମାଣ୍ଡୋସ୍ଥିତ ଏକ ହୋଟେଲରୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଯୁବତୀଙ୍କ ପ୍ରେମିକଙ୍କୁ ଅଟକ ରଖିଛି। ଅଟକ ଯୁବକ ଜଣକ ହେଲେ…

ଓଲଟିଲା ଯାତ୍ରୀବାହୀ ବସ୍‌

ରାଇରଙ୍ଗପୁର,୨୮ା୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ତୋଲକୋ ଗାଁ ନିକଟରେ ରବିବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଭୂତନାଥ…

ବିଦ୍ୟାଳୟରେ ୨୬ ଛାତ୍ରୀ କରୋନା ପଜିଟିଭ୍‌

ଠାକୁରମୁଣ୍ଡା,୨୭।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମକପୁର ଆବାସିକ ବାଳିକା ବିଦ୍ୟାଳୟରେ ୨୬ ଜଣ ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶନିବାର ଉକ୍ତ ବିଦ୍ୟାଳୟକୁ ଜିଲା ପ୍ରଶାସନ କଣ୍ଟେନମେଣ୍ଟ ଅଞ୍ଚଳ ଭାବରେ ଘୋଷଣା କରିଛି। ବିଦ୍ୟାଳୟରେ ଗତ ଗୁରବାର ଓ…

ଶିମିଳିପାଳରେ ବାଘ ଗଣନା ଆରମ୍ଭ

ବାରିପଦା ଅଫିସ,୨୭।୧୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଶୁକ୍ରବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ୍‌ ଜଗଜୟାନନ୍ଦଙ୍କ ନେତୃତ୍ୱରେ ଉତ୍ତର ଓ ଦକ୍ଷିଣ ଡିଭିଜନରେ ଥିବା ରେଞ୍ଜ ଅଫିସରମାନେ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି।…

ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଲେ ଅଢେଇ ଲକ୍ଷ

ବାରିପଦା ଅଫିସ,୨୬ା୧୧: ମୟୂରଭଞ୍ଜ ଜିଲା ବେତନଟୀ ବଜାରରୁ ବ୍ୟବସାୟୀଙ୍କ ନିକଟରୁ ଗୁରୁବାର ଅପରାହ୍ନରେ ଦୁଇ ଦୁର୍ବୃତ୍ତ ଅଢେଇଲକ୍ଷ ଟଙ୍କା ନେଇଯାଇଛନ୍ତି। ୪୬ବର୍ଷୀୟ ବ୍ୟବସାୟୀ ଘନଶ୍ୟାମ ଖଣ୍ଡେଲୱାଲ ନିଜର ସ୍କୁଟିରେ ବେତନଟୀ ଏସବିଆଇ ଶାଖାରୁ ଏକଲକ୍ଷ ଟଙ୍କା ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ…

ଅଫିସରୁ ଘରକୁ ଫେରି ନ ଥିଲେ ଭିଏଡବ୍ଲ୍ୟୁ, ଆଜି ରାସ୍ତାପାର୍ଶ୍ୱରୁ ମିଳିଲା ମୃତଦେହ

ବାରିପଦା ଅଫିସ,୨୬ା୧୧: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନିଶ୍ଚିନ୍ତା ପଞ୍ଚାୟତ ଭୋଳାଗଡ଼ିଆ ଗାଁ ପାଖ ଗୋଟିଏ ଖାଲ ଭିତରୁ ଶୁକ୍ରବାର ସକାଳୁ ଏକ ମୃତଦେହକୁ ପୋଲିସ ଜବତ କରିଛି। ମୃତ ବ୍ୟକ୍ତି ଜଣକ ବ୍ରାହ୍ମଣ ଗାଁର ଭିଏଡବ୍ଲ୍ୟୁ ଅର୍ଥାତ୍‌ ଗ୍ରାମ୍ୟ…

ପଥର ଖୋଦେଇର ଗାଁ

ବାରିପଦା ଅଫିସ,୨୬।୧୧- ରାତି ପାହିଲେ ନିହାଣ ଶବ୍ଦରେ ଗୁଞ୍ଜରିତ ହୋଇଉଠେ ଆଖପାଖ ଅଞ୍ଚଳ। ମୁଗୁନିପଥରକୁ ଖୋଦେଇ କରି ଜୀବନ୍ତ କରିଥାନ୍ତି କାରିଗରମାନେ। ମୟୂରଭଞ୍ଜ ଜିଲା ଶୁକୃଳି ବ୍ଲକ ଅର୍ଜୁନବିଲା ପଞ୍ଚାୟତ ଅନ୍ତର୍ଗତ କେଶନା ଗ୍ରାମ ଏହି ସୁନ୍ଦର କାରୁକାର୍ଯ୍ୟ ପାଇଁ ଜିଲା…

ଘରଲୋକ ଯାଇଥିଲେ ଧାନ କାଟିବାକୁ , ରଶି ଲଗାଇ ଝୁଲିପଡ଼ିଲେ ଭଉଣୀଭାଇ

ବାରିପଦା ଅଫିସ,୨୫।୧୧: ମୟୂରଭଞ୍ଜ ଜିଲା ବାରିପଦା ସଦରବ୍ଲକ ଅଧୀନ ଧାନଶୋଳ ଉପକଣ୍ଠ ଲୋଧାସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ସକାଳେ ଲୋଧାସାହିର ଦୁଇ ନାବାଳକ ସମ୍ପର୍କୀୟ ଭାଇଭଉଣୀଙ୍କ ଝୁଲନ୍ତା ମୃତଦେହ ଠାବ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି…

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୨୫।୧୧: ମୟୂରଭଞ୍ଜ ଜିଲା ବାରିପଦା ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଭଡ଼ାଘର ସହିତ ୧୦ଟି ଟିମ୍‌ ୧୦ଟି ସ୍ଥାନରେ ଏହି ଚଡ଼ାଉ…

ଜମି ଚିହ୍ନଟ ପରେ ବି ନିର୍ମାଣ ହେଉନି ବସ୍‌ଷ୍ଟାଣ୍ଡ

ବାରିପଦା ଅଫିସ,୨୧।୧୧- ପ୍ରମୁଖ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ୪୪ବର୍ଷର ପୁରୁଣା ବସ୍‌ଷ୍ଟାଣ୍ଡ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଦୀର୍ଘଦିନ ହେଲା ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ…

ଗର୍ଭବତୀ ସ୍ତ୍ରୀଙ୍କୁ ହାଣିଦେଲେ କୁରାଢ଼ିରେ

ବାରିପଦା ଅଫିସ,୨୦ା୧୧-ମୟୂରଭଞ୍ଜ ଜିଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଜଗନ୍ନାଥପୁର ଗ୍ରାମରେ ଜଣେ ୮ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପରେ ଫେରାର ଥିବା ସ୍ବାମୀ ମାଖନ ପୂର୍ତ୍ତିଙ୍କୁ ପୋଲିସ ଶନିବାର ଅପରାହ୍ନରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?