ପାଣି ପାଇଁ ୧ କି.ମି.

ବାରିପଦା ଅଫିସ,୧୮।୧ ମୟୂରଭଞ୍ଜ ଜିଲା କୁଳିଅଣା ପଞ୍ଚାୟତ ପାଣିଜିଆ ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି। ୧ କି.ମି ଦୂର ବିଲ ମଧ୍ୟରେ ଥିବା ପରିତ୍ୟକ୍ତ କୂଅରୁ ମହିଳାମାନେ ପିଇବା ପାଣି ସଂଗ୍ରହ କରୁଛନ୍ତି। ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ଲାଗି ସରକାର ଘୋଷଣା କରିଥିଲେ ହେଁ ଉକ୍ତ ଗ୍ରାମରେ ତାହା ଅପହଞ୍ଚ ହୋଇପଡ଼ିଛି। ମୌଳିକ ସୁବିଧା ନ ପାଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଗଁାରେ ୪୦ରୁ ଊର୍ଦ୍ଧ୍ୱ ପରିବାରର ୨ଶହରୁ ଅଧିକ ଲୋକ ବସବାସ କରନ୍ତି। ଗ୍ରାମରେ ଥିବା ଗୋଟିଏ ନଳକୂପରୁ ସମସ୍ତେ ପାନୀୟ ଜଳ ସଂଗ୍ରହ କରିବା ସହିତ ଆନୁସଙ୍ଗିକ ବ୍ୟବହାର କରିଥାନ୍ତି। ମାତ୍ର ଦୀର୍ଘ ଦିନ ହେଲା ଉକ୍ତ ନଳକୂଅରୁ ଅପରିଷ୍କାର ପାଣି ବାହାରୁଥିବାରୁ ତାହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଗ୍ରାମର ମହିଳାମାନେ ବଣଜଙ୍ଗଲ ପାର ହୋଇ ଖାଲ ଢ଼ିପ ରାସ୍ତାରେ ୧ କି,ମି ଦୂରକୁ ଯାଇ ପରିତ୍ୟକ୍ତ କୂଅରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି। ଗ୍ରାମରେ ଥିବା ନଳକୂଅକୁ ସଜାଡ଼ିବା ପାଇଁ ବାରମ୍ବାର ବିଡିଓଙ୍କ ନିକଟରେ ଅଭିଯୋଗ କରାଯାଇଛି। ମାତ୍ର ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଗ୍ରାମର ସୁକାନ୍ତୀ ନାଏକ, ସୁଭଦ୍ରା ନାୟକ ପ୍ରକାଶ କରିଛନ୍ତି। ସେହିପରି ହାଡିବନ୍ଧୁ ନାୟକ, ବାସନ୍ତୀ ନାଏକ ଓ ଗୋପବନ୍ଧୁ ସିଂ କୁହନ୍ତି ଗ୍ରାମରେ ଏକ ନୂତନ ନଳକୂପ ଖୋଳିବା ପାଇଁ ସରପଞ୍ଚ ଓ ୱାର୍ଡସଭ୍ୟଙ୍କୁ କହିବା ପରେ ମଧ୍ୟ ସେଥି ପ୍ରତି ଗୁରୁତ୍ୱ ଦିଆଯାଇ ନାହିଁ। ବାଧ୍ୟ ହୋଇ ଗଁାଲୋକେ ଚୁଆ ପାଣିକୁ ଭରସା କରି ଜୀବନ ବଞ୍ଚାଉଛନ୍ତି। ଏହି ଗଁାରେ ୨୦ ବର୍ଷ ହେଲା ପାନୀୟ ଜଳ ସଙ୍କଟ ଲାଗି ରହିଥିଲେ ହେଁ ବିଭାଗୀୟ ଅଧିକାରୀ କିମ୍ବା ଲୋକ ପ୍ରତିନିଧିମାନେ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି। ଫଳରେ ପିଇବା ଅନୁପଯୋଗୀ ପାଣିକୁ ବ୍ୟବହାର କରି ଶିଶୁ ଓ ବୃଦ୍ଧାବୃଦ୍ଧ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏ ସଂକ୍ରାନ୍ତରେ କୁଳିଅଣା ବିଡିଓ ଦେବାଶିଷ ମହାପାତ୍ରଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ନିମନ୍ତେ ପାନୀୟ ଜଳର ବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖୁବ୍‌ଶୀଘ୍ର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ଶମ୍ଭୁନାଥ ପାଣିଗ୍ରାହୀ କୁହନ୍ତିି, ପୂର୍ବରୁ ନଳକୂଅ ମରାମତି କରାଯାଇଥିଲା। ନିର୍ବାଚନ ପରେ ପୁଣି ମରାମତି କରାଯିବ ବୋଲି କହିଛନ୍ତି। ତେବେ ନିର୍ବାଚନ ସରିବା ପର୍ଯ୍ୟନ୍ତ ଜଳ କଷ୍ଟ ଭୋଗିବାକୁ ପଡ଼ିବ ବୋଲି ଗଁା ଲୋକେ କ୍ଷୋଭର ସହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗିବାଡି ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟପଦ ରଦ୍ଦ

ଫୁଲବାଣୀ ଅଫିସ/ଦାରିଙ୍ଗବାଡି,୧ା୧୦- କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ସଭ୍ୟାପଦ ମଙ୍ଗଳବାର ରଦ୍ଦ ହୋଇଛି। ୨ରୁ ଅଧିକ ସନ୍ତାନ ଥିବା ଆଗତ ଏକ...

ଆଦିତ୍ୟ ମେମୋରିଆଲ କୁଇଜ୍‌-୨୦୧୯: ଲୟୋଲା ସ୍କୁଲ୍‌ ଚାମ୍ପିୟନ; ୟୁନିଟ୍‌-୮ ଡିଏଭି ପବ୍ଲିକ ସ୍କୁଲ ପ୍ରଥମ ରନର୍ସଅପ୍‌,ମଦର୍ସ ପବ୍ଲିକ ସ୍କୁଲ ଦ୍ୱିତୀୟ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଲୟୋଲା ସ୍କୁଲ ଓ ଆଦିତ୍ୟ ମେମୋରିଆଲ ଫାଉଣ୍ଡେଶନ ପକ୍ଷରୁ ନବମ ଆଦିତ୍ୟ ମେମୋରିଆଲ କୁଇଜ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟରେ ଅନୁଷ୍ଠିତ...

ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ: କ୍ୱାରାଣ୍ଟାଇନ୍‌ ସେଣ୍ଟରର ୧୧୯, ଲୋକାଲ କେସ୍‌ ୧୦

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରବିବାର ରାଜ୍ୟରେ ସର୍ବାଧିକ ୧୨୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ୍‌ ୧୯ ଜିଲାର ଥିବା ବେଳେ କେନ୍ଦ୍ରାପଡ଼ାରୁ ସର୍ବାଧିକ ଆକ୍ରାନ୍ତ ଅଛନ୍ତି।...

‘ବହୁତ କମ୍‌ ଦିନରେ ଭଲ ସ୍ଥିତିକୁ ଆସିବା’

ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ ଲଗାତାର ଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖାଯାଉଛି । କିଛି ଦିନ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିବା...

୧୨ ଘଣ୍ଟା ପରେ ବାଇକ୍‌ରେ ଗଲେ ୬ ପ୍ରବାସୀ

ଅନୁଗୋଳ ଅଫିସ, ୫।୫ ଓଡ଼ିଶା ଫେରିବାକୁ ଚାହଁୁଥିବା ପ୍ରବାସୀମାନଙ୍କୁ କିପରି ଅଣାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯିବ ସେ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା କରିଛନ୍ତି। ଯେଉଁମାନେ...

ବିଜେପୁର ଏନ୍‌ଏସିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ’

ବିଜେପୁର,୧୮।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ତିନି ପ୍ରମୁଖ ଦଳର ଷ୍ଟାର ପ୍ରଚାରକଙ୍କ ମାରାଥନ ପ୍ରଚାର ରାଜନୈତିକ ବାତାବରଣକୁ ବେଶ୍‌ ସରଗରମ କରିଛି।...

ଆହୁରି ବର୍ଷିବ

ଭୁବନେଶ୍ୱର,୯।୭(ବ୍ୟୁରୋ): ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ବର୍ଷା ଜାରି ରହିବ । ମୌସୁମୀ ସକ୍ରିୟ ସହ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିବ। ୭ରୁ...

୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ୬ ସହର

ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ। ସକାଳ ୯ଟାରୁ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍ସିୟସ...

Advertisement
Archives

Model This Week