ତଦନ୍ତ ବେଳେ ଛାତରୁ ଡେଇଁ କନ୍‌ଷ୍ଟେବଳ ଫେରାର

ବାରିପଦା ଅଫିସ,୧୨।୧: ମୟୂରଭଞ୍ଜ ଜିଲାରେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ନୀହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି। ତେବେ ତଦନ୍ତ ଚାଲିଥିବା ସମୟରେ ସେ ଛାତରୁ ଡେଇଁ ଫେରାର ହୋଇଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ବାରିପଦା ଟାଉନ ପୋଲିସ ସହରର ସମସ୍ତ ରାସ୍ତାରେ ତନଖି କରୁଥିବା ବେଳେ ରିପୋର୍ଟ ଲେଖା ହେବା ସୁଦ୍ଧା ତାଙ୍କୁ ଠାବ କରାଯାଇପାରି ନାହିଁ। କଟକ ଭିଜିଲାନ୍ସ ସେଲ୍‌ର ୬ଟି ଟିମ୍‌ରେ ଥିବା ୩୫ଜଣ ଅଫିସର ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଛନ୍ତି। ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ନିର୍ଦ୍ଦେଶ କ୍ରମେ କନଷ୍ଟେବଳ ଦଣ୍ଡପାଟଙ୍କ ବଡ଼ସାହି ଥାନା ଅଧୀନ ବେଲପାଳ ଗ୍ରାମ ପୈତୃକ ଘର, ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ ଶ୍ୱଶୁର ଘର, ବାରିପଦା ଭଞ୍ଜପୁର ସ୍ଥିତ ୟୁନିଟ-୧୮ରେ ଥିବା ୩ ମହଲା ବିଶିଷ୍ଟ କୋଠାଘର, ବାରିପଦା ପୋଲିସ ଲାଇନ୍‌ ସ୍ଥିତ ପି/୮୮ ନଂ.ରେ ସରକାରୀ କ୍ୱାର୍ଟର୍ସ, ବାରିପଦା ଅମ୍ବିକାସାହିରେ ଥିବା ସାଇବର ଆଉଟଲୁକ୍‌ ଦୋକାନ, ବାରିପଦା ପୂର୍ଣ୍ଣଚନ୍ଦ୍ରପୁର ୱାର୍ଡ ନଂ-୨୧ ଓ ମୁର୍ଗାବାଡ଼ିଠାରେ ଥିବା ହୋତା ଏଣ୍ଟରପ୍ରାଇଜର୍ସରେ ଚଢ଼ାଉ କରାଯାଇଛି। କନଷ୍ଟେବଳ ଦଣ୍ଡପାଟ ବର୍ତ୍ତମାନ ମୟୂରଭଞ୍ଜ ଏସ୍‌ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। କିଛିଦିନ ପୂର୍ବରୁ ଚାକିରିରୁ ଅବସର ନେବା ପାଇଁ ଆବେଦନ କରିଥିଲେ। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେବା ପରେ ଭିଜିଲାନ୍ସ ଚଢ଼ାଉ କରିଛି। ରିପୋର୍ଟ ଲେଖା ହେବା ବେଳକୁ ଚଢ଼ାଉ ଜାରି ରହିଥିବା ବେଳେ ୧ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri