ସାମୂହିକ ଅସ୍ଥି ବିସର୍ଜନ କଲେ ଲୋକେ

ବାରିପଦା ଅଫିସ,୧୭।୧: ମୟୂରଭଞ୍ଜ ଜିଲାର ଗଣପର୍ବ ମକର ଅବସରରେ ସୁନାମୁହିଁ(ବାରୁଣୀ) ଘାଟରେ ରବିବାର ଦାମୋଦର ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ତିନିଦିନ ଧରି ଚାଲିବାକୁ ଥିବା ବେଳେ କୋଭିଡ କଟକଣାକୁ ନ ମାନି ବହୁ ଲୋକଙ୍କ ଭିଡ଼ରେ ଏହି ପରମ୍ପରା ପାଳନ ହୋଇଛି। ବାରିପଦା ଦେଇ ପ୍ରବାହିତ ବୁଢାବଳଙ୍ଗ, ଜରାଳି ଓ ସରାଳି ସେତୁର ସଙ୍ଗମ ସ୍ଥଳ ତ୍ରିବେଣୀ(ସୁନାମୁହିଁ) ଘାଟରେ ସହସ୍ରାଧିକ ଲୋକ ଅସ୍ଥି ବିସର୍ଜନ କରିଛନ୍ତିି। କରୋନା ସତ୍ତ୍ୱେ ଜିଲା ସମେତ ଓଡିଶା, ପଡୋଶୀ ରାଜ୍ୟ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରୁ ହଜାର ହଜାର ଲୋକ ଆସି ଏଠାରେ ଅସ୍ଥି ବିସର୍ଜନ କରିଛନ୍ତି।
ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଲୋକେ ପିତୃ ପୁରୁଷଙ୍କ ଅସ୍ଥି ବିସର୍ଜନ ଓ ପିଣ୍ଡଦାନ ଭଳି ପରମ୍ପରାକୁ ମକର ସଂକ୍ରାନ୍ତି ଅବସରରେ ପାଳନ କରାଯାଇଥାଏ ା ଦାମୋଦର ଯାତ୍ରାରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଛି। ମକର ସଂକ୍ରାନ୍ତି ଦୁଇଦିନ ପରେ ସାନ୍ତାଳ ସମ୍ପ୍ରଦାୟର ଲୋକମାନେ ଅସ୍ଥିକୁ ଧରି ପାରମ୍ପାରିକ ବେଶ, ପୋଷାକ, ନୃତ୍ୟ, ଗୀତରେ ସ୍ଥାନଟି ଲୋକାରଣ୍ୟ ହୋଇପଡିଛି। ଦାନ ପାଇଁ ବିଭିନ୍ନ ଜିନିଷକୁ ଭାର ସାହାଯ୍ୟରେ ବୋହି ତ୍ରିବେଣୀ ଘାଟରେ ଲୋକ ପହଞ୍ଚି ଘାଟକର୍ମ କରିବା ପାଇଁ ଲୋକମାନେ ଲଣ୍ଡା ହୋଇ ତ୍ରିବେଣୀ ଘାଟରେ ବୁଡ଼ ପକାଇ ନୂଆ ଲୁଗା ପିନ୍ଧି ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରିଛନ୍ତି। ତେବେ ଲକ୍ଷାଧିକ ଜନସମାଗମକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ଓ ପୋଲିସ ପ୍ରଶାସନ ସଜାଗ ରହିଛନ୍ତି। କମିଟି ପକ୍ଷରୁ ଆଲୋକୀକରଣ, ୱାଚ ଟାୱାର, ଫାଷ୍ଟ ଏଡ୍‌, ବିଶ୍ରାମାଗାର, ପିଇବା ପାଣି ଆଦିର ସୁବ୍ୟବସ୍ଥା କରାଯାଇଛି ା ତୃତୀୟ ଲହର ଓମିକ୍ରନ ଓ କରୋନାକୁ ଦୃଷ୍ଟିରେ ରଖି ଜିଲାପ୍ରଶାସନ ପକ୍ଷରୁ ନଦୀପଠା, ନାଳ, ପୋଖରୀ ଆଦି ସ୍ଥାନରେ ମେଳା ମହୋତ୍ସବକୁ ବନ୍ଦ କରିବା ପାଇଁ କଟକଣା ଜାରି କରିଥିଲେ ମଧ୍ୟ ଲୋକେ କଟକଣା ମାନି ନ ଥିଲେ। ଜାଗ ମୟୂରଭଞ୍ଜ ଜାଗ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି ା ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ପହଞ୍ଚି କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ସୁଦାମ-ନବଚରଣ ଲଢ଼େଇ

ବାରିପଦା,୨୮ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଭାଜପା ଓ ବିଜେଡି ପକ୍ଷରୁ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଜିଲାରେ ନିର୍ବାଚନୀ ଉଷ୍ମତା ଜୋର ଧରିଛି। ଦୁଇ ପ୍ରମୁଖ ଦଳର...

ଅଫିମ ବେପାରୀଙ୍କ ପାଇଁ ଅକଳରେ ଆଦିବାସୀ

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷର ପସରା ମେଲିଛି। ଏକର ଏକର ଜମିରେ ଅଫିମ ଚାଷ କରି ମାଲେମାଲେ ହେଉଥିବା...

ମାଂସ ପାଇଁ ୩ଦିନ ପଡ଼ିରହିଲା ମୃତଦେହ

ବାରିପଦା,୧୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଗାଁର ସମସ୍ତଙ୍କ ଭୋଜି ଭାତରେ ସାମିଲ ହେଉଥିଲେ। ହେଲେ ଜାତିଭାଇଙ୍କୁ ନିଜ ବାହାଘର ଭୋଜି ଦେଲେନି। ଏନେଇ ଗାଁ ଲୋକଙ୍କ ସହ ଲାଗି...

ବଜ୍ରପାତରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଆହତ

ଠାକୁରମୁଣ୍ଡା,୧୮ା୩(ତାରାକାନ୍ତ ପଟ୍ଟନାୟକ): ସୋମବାର ସକାଳେ ବଜ୍ରପାତ ହୋଇ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା...

ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ କଲେ ଗ୍ରାମବାସୀ

ମୋରଡ଼ା,୧୫ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ଝିଙ୍କିରିଆ ଗ୍ରାମବାସୀଙ୍କ ଦ୍ୱାରା ଏକ ଗୋରୁ ଗାଡ଼ି ଜବତ ହୋଇଛି। ସୂଚନାନୁଯାୟୀ, ଶୁକ୍ରବାର...

ସଙ୍ଘ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ସରପଞ୍ଚ ନିଲମ୍ବିତ

ମୋରଡା,୧୨।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ସରପଞ୍ଚ ସଙ୍ଘରୁ ଦୁଇଜଣ ସରପଞ୍ଚ ନିଲମ୍ବିତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଭିନ୍ନ...

ଦୁଆରଶୁଣୀ ଘାଟିରେ ୨ ବସ୍‌ ମଝିରେ ପଶିଲା ପିକ୍‌ଅପ୍‌

ବାରିପଦା,୧୦ା୩(ନିଳାଦ୍ରୀ ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ଦୁଇ ଯାତ୍ରୀବାହୀ ବସ୍‌ ଓ ପିକଅପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri