ବାରିପଦା ଅଫିସ,୧୭ା୧: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ସୋମବାରଠାରୁ ପୁଣି ଖୋଲିଛି ଶିମିଳିପାଳ ଜାତୀୟ ଉଦ୍ୟାନ। ପ୍ରବଳ କୁହୁଡ଼ି ଯୋଗୁ ଗତ ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରହିଥିଲା।
କେବଳ ରାତ୍ରି ରହଣି ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକଙ୍କ ନିମନ୍ତେ ଏହା ଖୋଲାଥିଲା। ପାଗରେ ପରିବର୍ତ୍ତନ ଆସିବାରୁ ଆଜିଠାରୁ ଏହା ସମସ୍ତ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଖୋଲିଛି।