ମୟୂରଭଞ୍ଜ

ମୁଖ୍ୟମନ୍ତ୍ରୀଙ୍କ ରିଲଫ ପାଣ୍ଠିକୁ ୨୫ ହଜାର ସହାୟତା

ବାରିପଦା ଅଫିସ, ୭ା୪- ମହାମାରୀ କରୋନା ମୁକାବିଲା ପାଇଁ ବାରିପଦାର ବାସିନ୍ଦା ତଥା ଓଡ଼ିଶା ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ବୈଦ୍ୟନାଥ କର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଡିକୁ ନିଜ ପେନଶନ ରାଶିରୁ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ମୟୂରଭଞ୍ଜ...

୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଯୁବକଙ୍କ ଜୀବନ ଗଲା

ବିଶୋଇ,୭ା୪(ଡି.ଏନ୍‌.ଏ.)- ବର୍ତ୍ତମାନ ଲକଡାଉନ ପରିସ୍ଥିତିରେ ଯାନବାହନ ଚଳାଚଳ ଉପରେ ସରକାର କଟକଣା କରିଥିବାବେଳେ ଆମ୍ବୁଲାନ୍ସ ଓ ଅନ୍ୟ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଯାନବାହନକୁ ୨୪ ଘଣ୍ଟା ସେବା ଯୋଗାଇବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତେବେ ମୟୂରଭଞ୍ଜ ଜିଲାର ବିଶୋଇ...

ସାମାଜିକ ଦୁରତ୍ୱ ପାଳନ ନ କଲେ ଦୋକାନ ହେବ ସିଲ୍‌

ବାରିପଦା ଅଫିସ,୬ା୪: ମୟୂରଭଞ୍ଜ ଜିଲାରେ ଥିବା ସମସ୍ତ ମାର୍କେଟ ଓ ଦୋକାନଗୁଡ଼ିକ ସାମଜିକ ଦୂରତ୍ୱ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯଦି କେହି ଏହାକୁ ପାଳନ ନ କରନ୍ତି ତାହେଲେ ପୋଲିସ ଦୋକାନୀଙ୍କ...

ଲକ୍ ଡାଉନ୍ ନିୟମ ଭାଙ୍ଗି ୪ ଗିରଫ

କୁଆମରା, ୫।୪(ଡି.ଏନ.ଏ.): କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍ ଡାଉନ୍ କରାଯାଇଛି। ଏହି ସମୟରେ ଏଣେ ତେଣେ ନ ବୁଲି ଘରେ ରହିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଔଷଧ ସମେତ କେତେକ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ ବୋଲି...

କୁକୁଡ଼ା ଦୋକାନ ଭାଙ୍ଗିଲା ପୌର ପରିଷଦ

ବାରିପଦା ଅଫିସ,୪।୪: କରୋନା ମୁକାବିଲା ପାଇଁ ପରିଷ୍କାର ପରିଛନ୍ନତା ପ୍ରତି ଗୁରୁତ୍ୱ ଦିଆ ଯାଉଥିବା ବେଳେ ମୟୂରଭଞ୍ଜ ପୌର ପରିଷଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଶନିବାର ସହରର ସତ୍ୟସାଇ ପେଟ୍ରୋଲ ପମ୍ପ ଛକରେ ଥିବା ଏକ ବ୍ରଏଲର କୁକୁଡ଼ା...

ନିଜାମୁଦ୍ଦିନ ଫେରନ୍ତାଙ୍କ ଉପରେ ନଜର

ବାରିପଦା ଅଫିସ,୪।୪: ନିଜାମୁଦ୍ଦିନରୁ ଫେରିଥିବା ମୟୂରଭଞ୍ଜ ଜିଲା ବାରିପଦା ଅଞ୍ଚଳର ୫ ପରିବାରର ରକ୍ତ ନମୂନା ପରୀକ୍ଷା ପାଇଁ ପଠା ଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ଅନ୍ୟପକ୍ଷେ ବାରିପଦାସ୍ଥିତ ପିଆରଏମ ମେଡିକାଲରେ ଜଣେ...

ବିଶୋଧନ ହେଲା ବାରିପଦା ସହର

ବାରିପଦା ଅଫିସ, ୩ା୪- କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଶୁକ୍ରବାର ସକାଳୁ ବାରିପଦା ସହରରେ ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ଅଗ୍ନିଶମ ବିଭାଗ ପକ୍ଷରୁ ଷ୍ଟିଲ ଗୋଲେଇଠାରୁ ବାଲେଶ୍ୱର ଗୋଲେଇ ପର୍ଯ୍ୟନ୍ତ ରାସ୍ତାର ଉଭୟ...

କରୋନା ସଚେତନତା ନାଁରେ ବୈଠକ କରି ଜଣେ ଗିରଫ

ଠାକୁରମୁଣ୍ଡା,୩ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ହାତୀଘୋଡା ପଞ୍ଚାୟତର ଘୋଡାବିନ୍ଧା ଗ୍ରାମରେ ଗୁରୁବାର ଅପରାହ୍ନରେ ଗ୍ରାମବାସୀମାନଙ୍କୁ ନେଇ କରୋନା ସଚେତନତା ନାମରେ ବୈଠକ କରିବା ଘଟଣାରେ ଠାକୁରମୁଣ୍ଡା ଥାନା ପୋଲିସ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ...

ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ

ରାଇରଙ୍ଗପୁର, ୩ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ପୌର ପରିଷଦ ପକ୍ଷରୁ ସହରରେ ଥିବା ଗରିବ, ଅସହାୟ ଓ ଅଟକି ରହିଥିବା ପଡ଼ୋଶୀ ଝାରଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ଶ୍ରମିକମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ପୌରାଞ୍ଚଳର ୧୫ଟି ଓ୍ବାର୍ଡର ମୋଟ...

ଲକଡାଉନ୍‌ ଅମାନିଆଙ୍କୁ ଛାଟ

ବାରିପଦା ଅଫିସ, ୨ା୪- ମୟୂରଭଞ୍ଜ ଜିଲାରେ ଲକ୍‌ଡ଼ାଉନ ଅମାନ୍ୟ କରୁଥିବା ଲୋକଙ୍କୁ ବାଜିଛି ଛାଟ। ୭ ଦିନ ମଧ୍ୟରେ ଜିଲାର ବିଭିନ୍ନ ଥାନାରେ କୋଭିଡ଼-୧୯ ଆଇନ ଅମାନ୍ୟ କରାଯାଇଥିବା ନେଇ ୧୦୬ଟି ମାମଲା ରୁଜୁ ହୋଇଛି। ୧୪୨ ଜଣଙ୍କୁ ଗିରଫ...

ରନ୍ଧା ଖାଦ୍ୟ ବଣ୍ଟନ

କୁଆମରା,୨।୪(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ସହ ବ୍ୟାପକ ସଚେତନତା ପାଇଁ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏହି ପରିସ୍ଥିତିରେ ବାହାରୁ ଆସି ଅଟକି ରହିଥିବା ଅସହାୟ...

ପୋଷ୍ଟାଲ ଗାଡ଼ିରେ ଶ୍ରମିକ

ବାରିପଦା ଅଫିସ, ୧ା୪: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ହେବା ଯୋଗୁ ଅନେକ ସ୍ଥାନରେ ଶ୍ରମିକମାନେ ଫସି ରହି ଯାଇଛନ୍ତି। ଯିଏ ଯେଉଁଠି ଅଛନ୍ତି ସେହିଠାରେ ରହିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କହୁଥିଲେ ମଧ୍ୟ...

ରାଜପଥ କଡ଼ରେ ଖୋଲାରହିବ ୮ ଢାବା

ବାରିପଦା ଅଫିସ, ୧ା୪- ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଣିବା ପାଇଁ ଜାତୀୟ ରାଜପଥରେ ଗାଡ଼ିମୋଟର ଚଳାଚଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲାରେ ୮ଟି ଢାବାକୁ ଖୋଲିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି।...

ମଦ ଦୋକାନକୁ ସିଲ୍‌ କଲା ଅବକାରୀ ବିଭାଗ

ଉଦଳା,୧।୪(ଡି.ଏନ୍‌.ଏ.)- ଲକ୍‌ଡାଉନ ସମୟରେ ମଦ ଦୋକାନ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସିଲ୍‌ ଭାଙ୍ଗି ଚୋରା ମଦ କାରବାର ଚାଲିଥିଲା। ଅବକାରୀ ବିଭାଗ ଚଢାଉ କରି ଏହି ମଦ ଦୋକାନକୁ ପୁଣି ସିଲ୍‌ କରି ଦେଇଥିବା ଜଣାପଡ଼ିଛି।...

 ସୀମାନ୍ତ ପରିଦର୍ଶନ କଲେ ପୂର୍ବାଞ୍ଚଳ ଆଇଜି

ବାରିପଦା ଅଫିସ, ୩୧ା୩- ଆସନ୍ତା ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକଡାଉନକୁ କଡ଼ାକଡ଼ି ପାଳନ କରାଯିବା ସହିତ ସମସ୍ତ ରାଜ୍ୟ ଓ ଜିଲାର ସୀମାନ୍ତବର୍ତ୍ତୀ ସ୍ଥାନଗୁଡ଼ିକ ସିଲ୍‌ କରାଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ ମୟୂରଭଞ୍ଜ ଜିଲା...

ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି ବାରିପଦାର ରାଜେନ୍ଦ୍ର: ଟୁଇଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ, ୩୧ା୩- ବାରିପଦା ସହରର ତକତପୁର ଅଞ୍ଚଳର ରାଜେନ୍ଦ୍ର କବାଟଙ୍କ ପରିବାରବର୍ଗ ବିନା ପାରିଶ୍ରମିକରେ ମାସ୍କ ତିଆରି କରୁଛନ୍ତି। ଏନେଇ ମଙ୍ଗଳବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ରାଜେନ୍ଦ୍ରଙ୍କ ପରିବାରକୁ...

ମୟୂରଭଞ୍ଜର ସବୁ ପ୍ରବେଶ ପଥ ସିଲ୍‌

ବାରିପଦା ଅଫିସ, ୩୧ା୩- କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଜିଲାର ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯାଇଛି। ଜିଲାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ଲକ୍‌ଡାଉନ ସମୟରେ ବାହାରକୁ ଛଡ଼ାଯିବ ନାହିଁ। ସମସ୍ତଙ୍କୁ ଜିଲା...

କ୍ଷେତରେ ନଷ୍ଟ ହେଉଛି ଟମାଟୋ: ଚାଷୀ ମୁଣ୍ଡରେ ଚଡ଼କ

ଠାକୁରମୁଣ୍ଡା,୩୦ା୩(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଭାରତରେ ଲକ୍‌ଡାଉନ ହୋଇଥିବାରୁ ଚାଷୀମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ବିଶେଷ କରି ଟମାଟୋ ଚାଷୀମାନଙ୍କର ଅବସ୍ଥା ସଙ୍ଗୀନ ହୋଇପଡ଼ିଛି। ଲକ୍‌ଡାଉନ ଯୋଗୁ ଲୋକେ ଘରୁ ବାହାରି ପାରୁ ନ ଥିବା...