ବାଟବଣା ବନ୍ୟପ୍ରାଣୀଙ୍କ ବନ୍ଧୁ

ବାରିପଦା ଅଫିସ,୨୧।୧ ବିଷଧର ସାପ ହେଉ କି ଜଙ୍ଗଲର ହିଂସ୍ର ଜନ୍ତୁ। ବାଟବଣା ତଥା ଆଘାତପ୍ରାପ୍ତ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରି ସୁରକ୍ଷା ଯୋଗାଇ ଦେବା କିଛି କମ୍‌ କଥା ନୁହେଁ। ନିଜ ଛୋଟ ପୁଅ ସହ ବିପଦପୂର୍ଣ୍ଣ ପାହାଡ଼, ଜଙ୍ଗଲ ଘୂରି ବୁଲି ବନ୍ଧୁ ଭଳି ସେବା ଯୋଗାଇ ଆସୁଛନ୍ତି ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ଉଠାଣୀନୂଆଗାଁ ଗ୍ରାମର କୃଷ୍ଣଚନ୍ଦ୍ର ଗୋଚ୍ଛାୟତ। ଏଯାବତ ୩୦ହଜାରରୁ ଅଧିକ ବିଷଧର ସାପ ଧରି ସୁରକ୍ଷିତ ସ୍ଥାନରେ ଛାଡ଼ି ସାରିଲେଣି। ପ୍ରାଣୀପ୍ରେମୀ ଭାବେ ସେ ସମସ୍ତଙ୍କ ପ୍ରିୟପାତ୍ର ପାଲଟିଛନ୍ତି ।
ଆଭ୍ୟନ୍ତରୀଣ ଓ ପାଦଦେଶରେ ରହିଛି ଅନେକ ଗ୍ରାମ। ବାଟବଣା ହୋଇ ବିପଦରେ ପଡ଼ିଥିବା ଜୀବଜନ୍ତୁମାନଙ୍କୁ ଉଦ୍ଧାର କରିବା ପାଇଁ ବିଭାଗୀୟ କର୍ମଚାରୀଙ୍କ ସହ କୃଷ୍ଣଚନ୍ଦ୍ରଙ୍କୁ ଖୋଜାପଡ଼ିଥାଏ। ଅତି ଚତୁରତାର ସହ ହିଂସ୍ର ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରିବାରେ ସେ ସିଦ୍ଧହସ୍ତ। ଗାଁ କିମ୍ବା ସହରରେ ଥିବା ବାସଗୃହରେ ବାହାରୁଥିବା ବିଷଧର ସାପକୁ ଧରି ଜଙ୍ଗଲରେ ଛାଡ଼ିବା ତାଙ୍କର ନିତିଦିନିଆ କାମ। ୧୮ ଫୁଟର ଅହିରାଜ ସାପ ସହ ଖାଲରେ ପଡ଼ିଥିବା ହାତୀ, ଭାଲୁ, ହରିଣ, ଶମ୍ବରକୁ ଉଦ୍ଧାର କରି ସେ ଜଙ୍ଗଲରେ ଛାଡ଼ିଛନ୍ତି। ବିରଳ ପ୍ରଜାତିର ପକ୍ଷୀଙ୍କୁ ମଧ୍ୟ ଉଦ୍ଧାର କରି ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି। ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟ ପାଇଁ ପରିବାର ଲୋକେ ବାରମ୍ବାର ବାରଣ କରିବା ସତ୍ତ୍ୱେ ମଧ୍ୟ ସେ ତାଙ୍କ କାର୍ଯ୍ୟରୁ କେବେ ପଛଘୁଞ୍ଚା ଦେଇ ନାହାନ୍ତି। ମ୍ୟାନ ଭର୍ସେସ୍‌ ୱାଇଲ୍ଡ ଚ୍ୟାନେଲକୁ ଦେଖି ଜୀବଜନ୍ତୁଙ୍କ ମେଳରେ ରହିବା ପାଇଁ ସେ ତାଙ୍କ ୮ବର୍ଷର ପୁଅକୁ ତାଲିମ୍‌ ପ୍ରଦାନ କରୁଛନ୍ତି। ବିଷଧର ସାପ ଧରିବାର କୌଶଳ ମଧ୍ୟ ସେ ତାଙ୍କ ସ୍ତ୍ରୀଙ୍କୁ ଶିଖାଇଛନ୍ତି। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ହିଂସ୍ରଜନ୍ତୁ ଓ କୀଟଙ୍କୁ ଭୟ ନ କରି ରାତିଦିନ ଜଙ୍ଗଲରେ ରହୁଛନ୍ତି। ଘଞ୍ଚ ଜଙ୍ଗଲ ମଧ୍ୟରେ ନିଜକୁ ଖାପ ଖୁଆଇବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି। ଶିମିଳପାଳର କୋର୍‌ ବଫର ଅଞ୍ଚଳରେ ୫ଶହରୁ ଊର୍ଦ୍ଧ୍ୱ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଜୀବଜନ୍ତୁଙ୍କୁ ସୁରକ୍ଷା ଯୋଗାଇଛନ୍ତି। ଦକ୍ଷିଣ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ରେସ୍କ୍ୟୁଭର ଭାବେ କାର୍ଯ୍ୟ କରିଆସୁଥିଲେ। ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରିବା ଓ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ସେ ତାଲିମ ମଧ୍ୟ ପାଇଛନ୍ତି। ମାତ୍ର କୌଣସି କାରଣ ନ ଥାଇ ତାଙ୍କୁ ଉକ୍ତ ପଦବୀରୁ ବାହାର କରି ଦିଆଯାଇଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ବିଭାଗ ପକ୍ଷରୁ ତାଙ୍କୁ ପୁନଃ ଥଇଥାନ କରାଗଲେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ପ୍ରଦାନ କରିପାରିବେ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନା ବାଟବଣା: ମହିଳା ଶ୍ରମିକଙ୍କୁ ଗାଁ ସାଥୀଙ୍କ ଧମକ, ଥାନାରେ ଏତଲା

ହିଞ୍ଜିଳିକାଟୁ,୧୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ କାମ ପାଇବାକୁ ଦାବି ଜଣାଇଥିବା ଜଣେ ମହିଳା ଶ୍ରମିକଙ୍କୁ ଗାଁ ସାଥୀ କାମ...

ଶଟ୍‌ଡାଉନ୍‌ ପାଇଁ ନୂଆ ଗାଇଡ୍‌ଲାଇନ: ସବୁ ଛକରେ ବ୍ଲକିଂ, ଚେକିଂ କଡ଼ାକଡ଼ି ହେବ

ଭୁବନେଶ୍ୱର, ୫ା୬(ବ୍ୟୁରୋ) – ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାରକୁ ଶଟ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହା...

ସ୍କୁଟି ହେଡଲାଇଟ୍‌ରେ ବ୍ରାଉନସୁଗାର ରଖି ଚାଲିଥିଲା ବେପାର

ଭୁବନେଶ୍ୱର,୧୧।୪(ବ୍ୟୁରୋ): ସ୍କୁଟି ହେଡଲାଇଟରେ ବ୍ରାଉନସୁଗାର। ଏଭଳି ଏକ ଘଟଣା ଘଟିଛି। ରାଜଧାନୀ ଭୁବନେଶ୍ୱରରେ। ପୋଲିସ ଆଖିରୁ ଖସିଯିବା ପାଇଁ ଅଭିଯୁକ୍ତଙ୍କ ଆପଣାଇଛନ୍ତି ଅଭିନୟ ଉପାୟ। ଏଭଳି...

ଜେଲ୍‌ରୁ ବାହାରି ଶୋଭାଯାତ୍ରାରେ ଯିବା ମହଙ୍ଗା ପଡ଼ିଲା: ୪ ଗିରଫ

ଭୁବନେଶ୍ୱର,୧୫।୯ (ବ୍ୟୁରୋ)ଏୟାରଫିଲ୍ଡ ଥାନାଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ଅମରେଶ ନାୟକ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଜାମିନ ମିଳିବା ପରେ ଗତ ଗୁରୁବାର ଝାରପଡ଼ା ଜେଲରୁ...

ବେଳାଭୂମିରୁ ବିଦେଶୀ ନାଗରିକଙ୍କ ଗଳିତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ପାରାଦୀପ,୩୧।୮(ସ୍ବ.ପ୍ର.): ପାରାଦୀପ ବନ୍ଦର ୫ ନଂ ଗେଟ୍‌ ପାଖ ହନୁମାନ ମନ୍ଦିର ସୀମା ସମୁଦ୍ର ବେଳାଭୂମିରୁ ଶନିବାର ସକାଳେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହକୁ ପୋଲିସ...

ରବିନାରାୟଣଙ୍କୁ ଭଞ୍ଜଭାରତୀ ସ୍ମୃତି ସମ୍ମାନ

ଭୁବନେଶ୍ୱର, ୫ା୩(ବ୍ୟୁରୋ): ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସାରସ୍ବତ ସୃଷ୍ଟିରେ ଭରିରହିଛି କାଳଜୟୀ ମୂଲ୍ୟବୋଧର ଉଚ୍ଚାଙ୍ଗ ଦିଗ୍‌ଦର୍ଶନ। ସାହିତ୍ୟ ଓ ସାମାଜିକ ଜୀବନର ଅମୂଲ୍ୟ ସମ୍ପଦ...

ଅଟକିଛି ୮ରେଳ ପ୍ରକଳ୍ପ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ ରେଳ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି। ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ଦେଶର ଅଷ୍ଟମ ବୃହତ୍‌ ରାଜ୍ୟ ହୋଇଥିଲେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ...

୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳାଙ୍କ ସମେତ ଡ୍ରାଇଭର ଗିରଫ

ବାଲେଶ୍ୱର ଅଫିସ,୨୭ା୮: ବାଲେଶ୍ୱର ଜିଲା ଜଳେଶ୍ବରରୁ ଶୁକ୍ରବାର ପୁଣି ବ୍ରାଉନସୁଗାର ଜବତ ହୋଇଛି। ଜିଲା ଅବକାରୀ ଦାୟିତ୍ୱରେ ଥିବା ଡେପୁଟି କମିଶନରଙ୍କ ନିର୍ଦ୍ଦେଶରେ ଜଳେଶ୍ବରରେ ୧୦...

Advertisement
Archives

Model This Week