କେନ୍ଦ୍ରାପଡ଼ା

ବାର୍ଡ ଫ୍ଲୁ ଆଶଙ୍କା: ଭିତରକନିକାରୁ ୧୮୦ ନମୁନା ସଂଗ୍ରହ

ରାଜନଗର,୧୨ା୧୧(ଡି.ଏନ୍‌.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ବିଦେଶାଗତ ପକ୍ଷୀଙ୍କ ଆସିବା ଆରମ୍ଭ ହୋଇଛି। ବିଦେଶାଗତ ପକ୍ଷୀ ଆସିବା ଆରମ୍ଭ କରିଥିବା ବେଳେ ବାର୍ଡ ଫ୍ଲୁ ନେଇ ପ୍ରଶାସନ ଆଶଙ୍କା ପ୍ରକାଶ କରି ସତର୍କ ଦୃଷ୍ଟି ରଖିଛି।…

ଯାତ୍ରୀବାହୀ ଟ୍ରେନ୍‌ ପାଇଁ ରେଳରୋକୋ

କେନ୍ଦ୍ରାପଡ଼ା ଅଫିସ, ୧୧।୧୧: କେନ୍ଦ୍ରାପଡ଼ା ଜିଲା ମ‘ଧ୍ୟ ଦେଇ ୨୦୨୦ ଜୁଲାଇ ୨୪ରୁ ମାଲବାହୀ ଟ୍ରେନ ଚଳାଚଳ କରୁଛି। ଏହି ରେଳ ପଥରେ ଯାତ୍ରୀବାହୀ ଟ୍ରେନ ଚଳାଇବା ଦାବି କରି କେନ୍ଦ୍ରାପଡ଼ା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ୪ ଘଣ୍ଟିଆ…

ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବି: ଆଜି ରେଳରୋକୋ

କେନ୍ଦ୍ରାପଡ଼ା ଅଫିସ, ୧୦।୧୧: କେନ୍ଦ୍ରାପଡ଼ା ଜିଲାକୁ ୨୦୨୦ ଜୁଲାଇ ୨୪ଠାରୁ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏହା ପରେ ରେଳ ବିହୀନ ଜିଲାରୁ କେନ୍ଦ୍ରାପଡ଼ାର ନାମ ବାଦ୍‌ ପଡିଥିଲା। ଏବେ ଦୈନିକ ୩୦ ମାଲବାହୀ ଟ୍ରେନ ଗଡୁ ଥିଲେ ମଧ୍ୟ…

ଭିତ୍ତିପ୍ରସ୍ତରରେ ଅଟକିଛି କେରଡ଼ାଗଡ଼-ଏକମାଣିଆ ସେତୁ

ଆଳି, ୮ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ଉପାନ୍ତରେ ଏକମାଣିଆ ପଞ୍ଚାୟତ ରହିଛି। ଏହାର ଚତୁଃପାର୍ଶ୍ୱକୁ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀ ଘେରି ରହିଛି। ଫଳରେ ସେମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଅବହେଳିତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଅଞ୍ଚଳବାସୀ ସେତୁ…

ବାଦୁଡ଼ିଙ୍କ କୋଳାହଳର ଗାଁ ସହରପୁର

ଡେରାବିଶ,୮ା୧୧(ସ୍ବ.ପ୍ର.)ବାଦୁଡ଼ିର ଖରାପ ଗନ୍ଧ ପାଇଁ ସମାଜରେ କେତେଜଣ ବ୍ୟକ୍ତି ଘୃଣା କରିଥାନ୍ତି। ସାଧାରଣତଃ ଅନେକ ଚଳଚ୍ଚିତ୍ରରେ ବାଦୁଡ଼ିକୁ ଏକ ଭୟଭୀତ ପକ୍ଷୀ ଭାବେ ଚିତ୍ରିତ କରାଯାଇଥାଏ। ଏଥିସହ ମୂଷା ବାଦୁଡ଼ିଙ୍କର ପ୍ରଧାନ ଖାଦ୍ୟ ହୋଇଥିବାରୁ ସମାଜରେ ବି ରୋଗ ସଂକ୍ରମଣ କରିଥାନ୍ତି…

ଭିତରକନିକା ଜୀବଜନ୍ତୁ ପ୍ରତି ବଢୁଛି ବିପଦ

କେନ୍ଦ୍ରାପଡ଼ା ଅଫିସ, ୮।୧୧: ମହିଳା ଓ ଶିଶୁ ବିକାଶ ବିଭାଗର ରାଜ୍ୟ ଏବଂ କେନ୍ଦ୍ରାପଡ଼ା ଜିଲାର ଏକ ଟିମ୍‌ ଗତ ବୁଧବାର ଡାଙ୍ଗମାଳକୁ ଯାଇଥିଲେ। ସେଠାରେ ଏହି ଟିମ୍‌ର ୧୪ ଜଣ ନିକଟସ୍ଥ ଅରଣ୍ୟ ନିବାସରେ ମଧ୍ୟାହ୍ନଭୋଜନ କରିଥିଲେ। ତେବେ ଭୋଜନରେ…

ଯୁବବର୍ଗ ଜିଲା ଛାଡ଼ିବାକୁ ପ୍ରସ୍ତୁତ

କେନ୍ଦ୍ରାପଡ଼ା ଅଫିସ,୭ା୧୧: ପାଟିରୁ ରକ୍ତ ବାହାରିଲେ ମଧ୍ୟ ଓଟ କଣ୍ଟାପତ୍ର ଖାଇବାକୁ ବାଧ୍ୟ। ସେ ଜାଣିଛି, କଣ୍ଟାପତ୍ର ନ ଖାଇଲେ ଜୀବନ ଧାରଣ ଅସମ୍ଭବ। ଠିକ୍‌ ସେହି ଓଟଙ୍କ ଜୀବନ ପରି କେନ୍ଦ୍ରାପଡ଼ା ଜିଲାର ଯୁବବର୍ଗ ଦୁଃଖ କଷ୍ଟ ଭୋଗୁଛନ୍ତି। କୃଷିଭିତ୍ତିକ…

ଘର ନାହିଁ: ବିଦ୍ୟାଳୟରେ ରହୁଛନ୍ତି

ଡେରାବିଶ, ୬।୧୧(ସ୍ବ.ପ୍ର.): କଚ୍ଚାଘର ଥିବା ପରିବାରକୁ ବାସଗୃହ ଯୋଜନାରେ ସାମିଲ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କରିଛନ୍ତି। ଅର୍ଥାଭାବରୁ ନିଜର ଘର ଖଣ୍ଡିଏ କରି ନ ପାରି ନିଜର ପରିବାରକୁ ଧରି ବିଦ୍ୟାଳୟ ଗୃହରେ ମୁଣ୍ଡ ଗୁଞ୍ଜିଛନ୍ତି…

ବିରି ଫସଲରେ କାଳିମୁଣ୍ଡି ପୋକ, ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ,୬।୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳର ବିରି ଅମାର କୁହାଯାଉଥିବା ଧୋୟାଞ୍ଚଳର ସିଂହଗାଁ, ପେଣ୍ଠପାଳ, ତରଡିପାଳ, ଅଳପୁଆ, ବଲୁରିଆ, ଅଣ୍ଢରା, ଅମୃତମଣୋହି ପଞ୍ଚାୟତରେ ବ୍ୟାପକ ଭାବେ ଚାଷ ହୋଇଛି। ହେଲେ ବିରି ଫସଲରେ କାଳିମୁଣ୍ଡି ପୋକ ପ୍ରାଦୃଭାବ ଦେଖିବାକୁ ମିଳିଛି। କାଳିମୁଣ୍ଡି ପୋକ ଦେଖି…

ଡ୍ରୋନ୍‌ ସାହାଯ୍ୟରେ ହେଉ ବାସସ୍ଥଳ ନିରୀକ୍ଷଣ

କେନ୍ଦ୍ରାପଡ଼ା ଅଫିସ, ୬।୧୧: ବିରଳ ଅଲିଭ ରିଡ୍‌ଲେର ଜୀବନ ଏବେ ବି ରହସ୍ୟାବୃତ। ଜୀବନ ପ୍ରଣାଳୀକୁ ନେଇ ଗବେଷଣା ଚାଲିଛି। କୁହାଯାଏ, ହଜାର ଶାବକରୁ ମାତ୍ର ଗୋଟିଏ ଅଲିଭ ରିଡ୍‌ଲେ ପୂର୍ଣ୍ଣ ବୟସ୍କ ବଞ୍ଚତ୍ଥାନ୍ତି। ସଂଖ୍ୟା ଅତିମାତ୍ରାରେ କମ୍‌ ଥିବାରୁ ଇଣ୍ଟରନ୍ୟାଶନାଲ…

ବଡ଼ବଡୁଆ ଡାକିବାକୁ କାଉଁରିଆ କାଠି ମିଳୁନି

ପାଟକୁରା,୩ା୧୧ (ଡି.ଏନ.ଏ.): ଦୀପାବଳିରେ ପିତୃପୁରୁଷଙ୍କ ପାଇଁ ପରିବାର ଲୋକେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଥା’ନ୍ତି। କିନ୍ତୁ ଏବେ ଏହି କାଉଁରିଆ କାଠିର ଅଭାବ ପରିଲକ୍ଷିତ ହେଉଛି। ପୂର୍ବରୁ ଲାଭଜନକ ଫସଲ ଭାବେ ନଳିତା ଚାଷକୁ ଚାଷୀମାନେ ଆପଣାଇ ନେଇଥିଲେ। ନଳିତା…

ଉଦ୍‌ଘାଟନର ୬ ମାସରେ ରାସ୍ତା ଫାଟି ଆଁ

ପଟ୍ଟାମୁଣ୍ଡାଇ,୧ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଅଧୀନରେ ନିର୍ମିତ ଗୁଣୁପୁରଠାରୁ କାଠିଆପଡା ୭. ୫୦୦ କି.ମି. ରାସ୍ତାଟି ଉଦ୍‌ଘାଟନର ୬ ମାସ ମଧ୍ୟରୁ ଫାଟି ଅଁା କରିଛି। ରାସ୍ତାରୁ ପିଚୁ ଉଠିଗଲାଣି। ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?