ବଡ଼ବଡୁଆ ଡାକିବାକୁ କାଉଁରିଆ କାଠି ମିଳୁନି

ପାଟକୁରା,୩ା୧୧ (ଡି.ଏନ.ଏ.): ଦୀପାବଳିରେ ପିତୃପୁରୁଷଙ୍କ ପାଇଁ ପରିବାର ଲୋକେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଥା’ନ୍ତି। କିନ୍ତୁ ଏବେ ଏହି କାଉଁରିଆ କାଠିର ଅଭାବ ପରିଲକ୍ଷିତ ହେଉଛି। ପୂର୍ବରୁ ଲାଭଜନକ ଫସଲ ଭାବେ ନଳିତା ଚାଷକୁ ଚାଷୀମାନେ ଆପଣାଇ ନେଇଥିଲେ। ନଳିତା ଚାଷୀ ଝୋଟକୁ ବିକ୍ରି କରି ବେଶ୍‌ ଦି’ ପଇସା ପାଉଥିଲେ। ପଡ଼ୋଶୀମାନଙ୍କୁ ଦୀପାବଳିରେ ବଡ଼ବଡୁଆ ଡାକିବାକୁ କାଉଁରିଆ କାଠି ବାଣ୍ଟୁଥିଲେ। ଗରଦପୁର ବ୍ଲକ ଅଞ୍ଚଳରେ ଝୋଟ କାରିଗରମାନେ ଚାଷୀଙ୍କଠାରୁ ଝୋଟ ନେଇ ଲଙ୍ଗଳ ଦଉଡ଼ି, ବଳଦଙ୍କ ପାଇଁ ତୁଣ୍ଡି, ଶିକା, ଆସନ, କାର୍ପେଟ ଇତ୍ୟାଦି ତିଆରି କରି ବିକ୍ରୟ କରୁଥିଲେ। ଏଠାରୁ ଉତ୍ପାଦିତ ଝୋଟକୁ ଶିଳ୍ପରେ ବ୍ୟବହାର କରାଯାଉଥିଲା। ଝୋଟରେ ତିଆରି ବିଭିନ୍ନ ସାମଗ୍ରୀର ବିକଳ୍ପ ଭାବେ ପ୍ଲାଷ୍ଟିକ୍‌ ସାମଗ୍ରୀ ଆସିଲା। ଫଳରେ ଉପଭୋକ୍ତା ଝୋଟଜାତ ସାମଗ୍ରୀ ଉପରୁ ମୁହଁ ହଟାଇନେଲେ। ଏହାର ପ୍ରଭାବ ଝୋଟ ଶିଳ୍ପ ଉପରେ ପଡ଼ିବାରୁ ଚାଷୀମାନେ ନଳିତା ଚାଷ ଉପରୁ ମୁହଁ ଆଡ଼େଇ ନେଲେ। ସରକାରୀ ପ୍ରୋତ୍ସାହନ ନ ମିଳିବାରୁ ଚାଷୀ ଅଧିକ କ୍ଷତିଗ୍ରସ୍ତ ହେଲେ। ଝୋଟଜାତ ସାମଗ୍ରୀ ଜୈବିକ ହୋଇଥିବାରୁ ଏହାର ବର୍ଜ୍ୟବସ୍ତୁ ମାଟିରେ ମିଶି ଯାଉଥିଲା। କିନ୍ତୁ ପ୍ଲାଷ୍ଟିକ୍‌ ମାଟିରେ ନ ମିଶିବାରୁ ପରିବେଶ ପ୍ରଦୂଷିତ ହେଉଛି। ଏଣୁ ଝୋଟଚାଷ ପାଇଁ ସରକାରୀ ପ୍ରୋତ୍ସାହନ ଦେବାକୁ ପରିବେଶବିତ୍‌ ଓ ଚାଷୀମାନେ କହିଛନ୍ତି।
ଗରଦପୁର ବ୍ଲକ ଅଧୀନ ବେଡାରୀ ପଞ୍ଚାୟତ ହରିଦାସପୁର ଗାଁର ଅକ୍ଷୟ କୁମାର ଦାସ ନଳିତା ଚାଷ କରନ୍ତି। ଏଥିପାଇଁ ଚଳିତବର୍ଷ ଖୋଲା ବଜାରରୁ ୨ କିଗ୍ରା ନଳିତା ମଞ୍ଜି ଆଣି ୫୦ ଡେସିମିଲ ଜମିରେ ଚାଷ କରିଛନ୍ତି। ଚାଷ ପାଇଁ ୩୭ଶହ ଟଙ୍କା ସେ ଖର୍ଚ୍ଚ କରିଛନ୍ତି। ନଳିତା କାଟିବା ଓ ବାଡ଼େଇବା ପାଇଁ ୧୦ ହଜାର ଟଙ୍କା ମଜୁରି ଦେଇଛନ୍ତି। ଯାହା କିଛି ଝୋଟ ହେବ ସେଥିରେ ପରିବାରର ଗୁଜରାଣ ମେଣ୍ଟିଯିବ। ସେ ପଡ଼ୋଶୀଙ୍କୁ ଦୀପାବଳି ପାଇଁ କାଉଁରିଆ କାଠି ବାଣ୍ଟିପାରିବେ। ଗାଁର କରୁଣାକର ରାଉତ, ଚିନ୍ମୟ ରାଉତ, ଶିଶିର ଦାସ ପ୍ରମୁଖ ନଳିତା ଚାଷୀମାନେ ସରକାରୀ ପ୍ରୋତ୍ସାହନ ପାଇଁ ଦାବି କରିଛନ୍ତି। ଏହା ହେଲେ ନଳିତା ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri