ବାଦୁଡ଼ିଙ୍କ କୋଳାହଳର ଗାଁ ସହରପୁର

ଡେରାବିଶ,୮ା୧୧(ସ୍ବ.ପ୍ର.)ବାଦୁଡ଼ିର ଖରାପ ଗନ୍ଧ ପାଇଁ ସମାଜରେ କେତେଜଣ ବ୍ୟକ୍ତି ଘୃଣା କରିଥାନ୍ତି। ସାଧାରଣତଃ ଅନେକ ଚଳଚ୍ଚିତ୍ରରେ ବାଦୁଡ଼ିକୁ ଏକ ଭୟଭୀତ ପକ୍ଷୀ ଭାବେ ଚିତ୍ରିତ କରାଯାଇଥାଏ। ଏଥିସହ ମୂଷା ବାଦୁଡ଼ିଙ୍କର ପ୍ରଧାନ ଖାଦ୍ୟ ହୋଇଥିବାରୁ ସମାଜରେ ବି ରୋଗ ସଂକ୍ରମଣ କରିଥାନ୍ତି ବୋଲି କୁହାଯାଏ। ମାତ୍ର କେନ୍ଦ୍ରାପଡ଼ା ବ୍ଲକ ଚକ୍ରୋଡ଼ା ପଞ୍ଚାୟତ ସହରପୁର ଗାଁରେ ବାଦୁଡ଼ିମାନଙ୍କ ବାସସ୍ଥଳୀ ପାଲଟିଛି କେତେଗୋଟି ଚାକୁଣ୍ଡା ଗଛ। ଦିନରେ ବାଦୁଡିଙ୍କ କୋଳାହଳ ଗାଁରେ ଏକ ନିଆରା ପରିବେଶ ସୃଷ୍ଟି କରିଥାଏ।
୧୯୯୯ ମହାବାତ୍ୟାଠାରୁ ଇତି ମଧ୍ୟରେ ବହୁ ବାତ୍ୟା ଉପକୂଳ ଅଞ୍ଚଳକୁ ଧ୍ୱସ୍ତବିଧ୍ୱସ୍ତ କରିଛି। ହେଲେ ବାଦୁଡ଼ିମାନେ ରହିଥିବା ଗଛ କିନ୍ତୁ ସୁରକ୍ଷିତ ରହିଛି। ସହରପୁର ଗାଁର ବଙ୍ଗାଳି ଚରଣ ରାଉତଙ୍କ ବାଡ଼ିରେ ଥିବା ଏହି ଚାକୁଣ୍ଡା ଗଛଗୁଡ଼ିକ ବାଦୁଡ଼ିଙ୍କ ବାସସ୍ଥଳୀ ପାଲଟିଛି। ଗଛରୁ ଡାଳଟିଏ ବି କେବେ ବଙ୍ଗାଳି ଭାଙ୍ଗନ୍ତି ନାହିଁ ବୋଲି କହିଛନ୍ତି। ସନ୍ଧ୍ୟା ହେଲେ ବାଦୁଡ଼ିମାନେ ଗଛରୁ ଅନ୍ୟ ଆଡ଼କୁ ଖାଦ୍ୟ ସଂଗ୍ରହ ପାଇଁ ଯାଇଥାନ୍ତି। ପରଦିନ ସକାଳେ ନିଜ ବାସସ୍ଥଳୀକୁ ଫେରିଆସନ୍ତି। ଖରାଦିନରେ ବାଦୁଡ଼ିମାନଙ୍କ ପାଣି ଓ ଖାଦ୍ୟ ଅଭାବରୁ କେତେକ ବାଦୁଡ଼ିଙ୍କ ମୃତ୍ୟୁ ଘଟିଥାଏ। ତେବେ ଗଛକୁ ପାଣି ସିଞ୍ଚନ କରାଯିବା ସହ ଗଛ ଡାଳରେ ପ୍ଲାଷ୍ଟିକ ଜରି ଭିତରେ ଗାଁର କେତେଜଣ ଯୁବକ ପାଣି ଯୋଗାଇ ଥାଆନ୍ତି ବୋଲି ବଙ୍ଗାଳି କହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଞ୍ଚଳର ପରିବେଶବିତ୍‌ ବାନାମ୍ବର ସାହୁଙ୍କ ମତରେ ପରିବେଶକୁ ଅଧିକ ସୁରକ୍ଷା ଦେଉଥିବା ପକ୍ଷୀ ବାଦୁଡ଼ିକୁ ଆମ୍ଭେମାନେ ଅନାଦର କରିଚାଲିଛୁ। ଫସଲକୁ ନଷ୍ଟ କରୁଥିବା ବିଭିନ୍ନ ପ୍ରଜାତିର କୀଟକୁ ବାଦୁଡ଼ିମାନେ ଖାଦ୍ୟ ଭାବେ ଗ୍ରହଣ କରୁଥିବାରୁ ରୋଗ ପୋକ ଦାଉରୁ ସୁରକ୍ଷା ମିଳିଥାଏ। ଏହାଦ୍ୱାରା ଚାଷୀମାନେ ଫସଲହାନିରୁ ବର୍ତ୍ତୀ ଯାଇଥାନ୍ତି। ଅବକ୍ଷୟ ହେଉଥିବା ଜଙ୍ଗଲକୁ ବାଦୁଡ଼ିମାନେ ଅଧିକ ସୁରକ୍ଷିତ ରଖିଥାନ୍ତି ବୋଲି ସାହୁ କହିଛନ୍ତି। ସହରପୁର ଗାଁର ରମେଶ ଚନ୍ଦ୍ର ଲେଙ୍କା କୁହନ୍ତି, ବାଦୁଡ଼ିଙ୍କ ପାଇଁ ଗାଁର କୃଷି ଓ ପରିବେଶ ସମୃଦ୍ଧି ରହିଛି। ବାଦୁଡିମାନେ କିପରି ଅଧିକ ସୁରକ୍ଷିତ ରହିବେ ସେଥିପାଇଁ କେନ୍ଦ୍ରାପଡ଼ା ବନ ବିଭାଗ ଅଧିକାରୀଙ୍କୁ ବିଭିନ୍ନ ସମୟରେ ଗ୍ରାମବାସୀ ଅବଗତ କରାଇଥାନ୍ତି। ଏ ବିଷୟରେ କେନ୍ଦ୍ରାପଡ଼ା ବନ ବିଭାଗ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ରଥଙ୍କୁ ପଚାରିବାରେ ଏହି ବାଦୁଡ଼ିଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri