ବାଦୁଡ଼ିଙ୍କ କୋଳାହଳର ଗାଁ ସହରପୁର

ଡେରାବିଶ,୮ା୧୧(ସ୍ବ.ପ୍ର.)ବାଦୁଡ଼ିର ଖରାପ ଗନ୍ଧ ପାଇଁ ସମାଜରେ କେତେଜଣ ବ୍ୟକ୍ତି ଘୃଣା କରିଥାନ୍ତି। ସାଧାରଣତଃ ଅନେକ ଚଳଚ୍ଚିତ୍ରରେ ବାଦୁଡ଼ିକୁ ଏକ ଭୟଭୀତ ପକ୍ଷୀ ଭାବେ ଚିତ୍ରିତ କରାଯାଇଥାଏ। ଏଥିସହ ମୂଷା ବାଦୁଡ଼ିଙ୍କର ପ୍ରଧାନ ଖାଦ୍ୟ ହୋଇଥିବାରୁ ସମାଜରେ ବି ରୋଗ ସଂକ୍ରମଣ କରିଥାନ୍ତି ବୋଲି କୁହାଯାଏ। ମାତ୍ର କେନ୍ଦ୍ରାପଡ଼ା ବ୍ଲକ ଚକ୍ରୋଡ଼ା ପଞ୍ଚାୟତ ସହରପୁର ଗାଁରେ ବାଦୁଡ଼ିମାନଙ୍କ ବାସସ୍ଥଳୀ ପାଲଟିଛି କେତେଗୋଟି ଚାକୁଣ୍ଡା ଗଛ। ଦିନରେ ବାଦୁଡିଙ୍କ କୋଳାହଳ ଗାଁରେ ଏକ ନିଆରା ପରିବେଶ ସୃଷ୍ଟି କରିଥାଏ।
୧୯୯୯ ମହାବାତ୍ୟାଠାରୁ ଇତି ମଧ୍ୟରେ ବହୁ ବାତ୍ୟା ଉପକୂଳ ଅଞ୍ଚଳକୁ ଧ୍ୱସ୍ତବିଧ୍ୱସ୍ତ କରିଛି। ହେଲେ ବାଦୁଡ଼ିମାନେ ରହିଥିବା ଗଛ କିନ୍ତୁ ସୁରକ୍ଷିତ ରହିଛି। ସହରପୁର ଗାଁର ବଙ୍ଗାଳି ଚରଣ ରାଉତଙ୍କ ବାଡ଼ିରେ ଥିବା ଏହି ଚାକୁଣ୍ଡା ଗଛଗୁଡ଼ିକ ବାଦୁଡ଼ିଙ୍କ ବାସସ୍ଥଳୀ ପାଲଟିଛି। ଗଛରୁ ଡାଳଟିଏ ବି କେବେ ବଙ୍ଗାଳି ଭାଙ୍ଗନ୍ତି ନାହିଁ ବୋଲି କହିଛନ୍ତି। ସନ୍ଧ୍ୟା ହେଲେ ବାଦୁଡ଼ିମାନେ ଗଛରୁ ଅନ୍ୟ ଆଡ଼କୁ ଖାଦ୍ୟ ସଂଗ୍ରହ ପାଇଁ ଯାଇଥାନ୍ତି। ପରଦିନ ସକାଳେ ନିଜ ବାସସ୍ଥଳୀକୁ ଫେରିଆସନ୍ତି। ଖରାଦିନରେ ବାଦୁଡ଼ିମାନଙ୍କ ପାଣି ଓ ଖାଦ୍ୟ ଅଭାବରୁ କେତେକ ବାଦୁଡ଼ିଙ୍କ ମୃତ୍ୟୁ ଘଟିଥାଏ। ତେବେ ଗଛକୁ ପାଣି ସିଞ୍ଚନ କରାଯିବା ସହ ଗଛ ଡାଳରେ ପ୍ଲାଷ୍ଟିକ ଜରି ଭିତରେ ଗାଁର କେତେଜଣ ଯୁବକ ପାଣି ଯୋଗାଇ ଥାଆନ୍ତି ବୋଲି ବଙ୍ଗାଳି କହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଞ୍ଚଳର ପରିବେଶବିତ୍‌ ବାନାମ୍ବର ସାହୁଙ୍କ ମତରେ ପରିବେଶକୁ ଅଧିକ ସୁରକ୍ଷା ଦେଉଥିବା ପକ୍ଷୀ ବାଦୁଡ଼ିକୁ ଆମ୍ଭେମାନେ ଅନାଦର କରିଚାଲିଛୁ। ଫସଲକୁ ନଷ୍ଟ କରୁଥିବା ବିଭିନ୍ନ ପ୍ରଜାତିର କୀଟକୁ ବାଦୁଡ଼ିମାନେ ଖାଦ୍ୟ ଭାବେ ଗ୍ରହଣ କରୁଥିବାରୁ ରୋଗ ପୋକ ଦାଉରୁ ସୁରକ୍ଷା ମିଳିଥାଏ। ଏହାଦ୍ୱାରା ଚାଷୀମାନେ ଫସଲହାନିରୁ ବର୍ତ୍ତୀ ଯାଇଥାନ୍ତି। ଅବକ୍ଷୟ ହେଉଥିବା ଜଙ୍ଗଲକୁ ବାଦୁଡ଼ିମାନେ ଅଧିକ ସୁରକ୍ଷିତ ରଖିଥାନ୍ତି ବୋଲି ସାହୁ କହିଛନ୍ତି। ସହରପୁର ଗାଁର ରମେଶ ଚନ୍ଦ୍ର ଲେଙ୍କା କୁହନ୍ତି, ବାଦୁଡ଼ିଙ୍କ ପାଇଁ ଗାଁର କୃଷି ଓ ପରିବେଶ ସମୃଦ୍ଧି ରହିଛି। ବାଦୁଡିମାନେ କିପରି ଅଧିକ ସୁରକ୍ଷିତ ରହିବେ ସେଥିପାଇଁ କେନ୍ଦ୍ରାପଡ଼ା ବନ ବିଭାଗ ଅଧିକାରୀଙ୍କୁ ବିଭିନ୍ନ ସମୟରେ ଗ୍ରାମବାସୀ ଅବଗତ କରାଇଥାନ୍ତି। ଏ ବିଷୟରେ କେନ୍ଦ୍ରାପଡ଼ା ବନ ବିଭାଗ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ରଥଙ୍କୁ ପଚାରିବାରେ ଏହି ବାଦୁଡ଼ିଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri