ଭିତରକନିକା ଜୀବଜନ୍ତୁ ପ୍ରତି ବଢୁଛି ବିପଦ

କେନ୍ଦ୍ରାପଡ଼ା ଅଫିସ, ୮।୧୧: ମହିଳା ଓ ଶିଶୁ ବିକାଶ ବିଭାଗର ରାଜ୍ୟ ଏବଂ କେନ୍ଦ୍ରାପଡ଼ା ଜିଲାର ଏକ ଟିମ୍‌ ଗତ ବୁଧବାର ଡାଙ୍ଗମାଳକୁ ଯାଇଥିଲେ। ସେଠାରେ ଏହି ଟିମ୍‌ର ୧୪ ଜଣ ନିକଟସ୍ଥ ଅରଣ୍ୟ ନିବାସରେ ମଧ୍ୟାହ୍ନଭୋଜନ କରିଥିଲେ। ତେବେ ଭୋଜନରେ ହରିଣ ମାଂସ ସାମିଲ ହୋଇଥିବା ସନ୍ଦେହ କରି ତଦନ୍ତ ଦାବିରେ ରାହା ଫାଉଣ୍ଡେଶନ, ଜୟଦୁର୍ଗା ଫାଉଣ୍ଡେଶନ ଓ ଭିତରକନିକା ଯୁବ ପରିଷଦର ସଭ୍ୟମାନେ ଜୟଦୁର୍ଗା ଗେଟ ନିକଟରେ ଶନିବାର ରାସ୍ତାରୋକୋ କରିଥିଲେ। ଏ ସମ୍ପର୍କରେ କନିକା ରେଞ୍ଜର ମାନସ କୁମାର ଦାସ ଘଟଣାର ତଦନ୍ତ ହେବ କହିବା ପରେ ରାସ୍ତାରୋକୋ ହଟିଥିଲା। ଅପରପକ୍ଷରେ ଭୋଜନ ପାଇଁ ବାହାରୁ ମାଂସ ଆସିଥିବା ଅରଣ୍ୟ ନିବାସର ପରିଚାଳକ ମତ ଦେଇଥିବା ବେଳେ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ କହିଛନ୍ତି, ମାଂସ ତରକାରି ଭୋଜନରେ ସାମିଲ ହୋଇଥିଲା। ଏହା ହରିଣ ମାଂସ ନୁହେଁ। ଏହି ଘଟଣା ବନ ବିଭାଗର ତଦନ୍ତ ଅଧୀନରେ ଥିବାବେଳେ ଭିତରକନିକା ବନ୍ୟଜନ୍ତୁଙ୍କ ପ୍ରତି ବିପଦ ବଢୁଥିବା ସଙ୍କେତ ଦେଉଛି। ଏହି ଜାତୀୟ ଉଦ୍ୟାନରୁ ନିୟମିତ ହରିଣ, ବାର୍‌ହା, କୁମ୍ଭୀର ଆଦି ଶିକାର ହେଉଛି। ସେହିପରି ଦେଶୀ ବିଦେଶୀ ପକ୍ଷୀ ଶିକାରୀଙ୍କ ଝୁଲାରୁ ବାହାରୁଛି। ଗତ ଦୁଇ ଦଶନ୍ଧୀ ମଧ୍ୟରେ ୪୦୦ରୁ ଊର୍ଦ୍ଧ୍ୱ ଶିକାରୀ ଗିରଫ ହୋଇଥିବା ବନ ବିଭାଗ ରେକର୍ଡ କହୁଛି। ତେବେ ଏହି ଶିକାରୀଙ୍କୁ ଆଶାନୁରୂପକ ଦଣ୍ଡ ମିଳୁ ନ ଥିବାରୁ ଶିକାର ଓ ଶିକାରୀଙ୍କୁ ରୋକି ହେଉନାହିଁ ବୋଲି ସ୍ଥାନୀୟ ଅଧିବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଯଶୋବନ୍ତ ସିଂହ, ପବିତ୍ର କରଣ, ଜଗନ୍ନାଥ ଦାସ, ରବୀନ୍ଦ୍ର ସିଂହ, ସୂର୍ଯ୍ୟକାନ୍ତ ଦାସ ପ୍ରମୁଖ କହିଛନ୍ତି, ଜାତୀୟ ଉଦ୍ୟାନ ଭିତରକନିକା ସଂରକ୍ଷିତ ଜଙ୍ଗଲରେ ହରିଣ, ବାର୍‌ହା, ଠେକୁଆଠାରୁ ଆରମ୍ଭ କରି ଦେଶୀ ବିଦେଶୀ ପକ୍ଷୀ ରହୁଛନ୍ତି। ବିଭିନ୍ନ ସମୟରେ ଶିକାରୀ ଶିକାର ପାଇଁ ଫାଶ, ଯନ୍ତା ଓ ପୋଷା କୁକୁର ବ୍ୟବହାର କରୁଛନ୍ତି। ପ୍ଲାଷ୍ଟିକ ରଶି ଅଥବା ବାଇକ୍‌ର କ୍ଲଚ ଓୟାରକୁ ଫାଶ ଭାବେ ବ୍ୟବହାର କରାଯାଉଥିବା ବେଳେ ଶିକାରକୁ ଘଉଡାଇବା ପାଇଁ କୁକୁରଙ୍କୁ ଲଗାଯାଉଛି। ବନ୍ୟ ଜୀବଙ୍କୁ ଶିକାର କରିଥିବା ଅଭିଯୋଗରେ ବାରମ୍ବାର ଶିକାରୀ ଧରା ପଡୁଛନ୍ତି। ଏହାସତ୍ତ୍ୱେ ସ୍ଥାନୀୟ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଶିକାର କମିବା ପରିବର୍ତ୍ତେ ବଢି ଚାଲିଛି। ବହୁ ସମୟରେ ଭିତରକନିକା ବୁଲିବାକୁ ଆସୁଥିବା ଉଚ୍ଚ ପଦବୀଧାରୀଙ୍କୁ ସନ୍ତୁଷ୍ଟି ପାଇଁ କର୍ମଚାରୀମାନେ ଏଠାରୁ ପଶୁ ଶିକାର କରି ମାଂସ ପ୍ରଦାନ କରୁଥିବା ପ୍ରଚାର ହେଉଛି। ଏହାର ତଦନ୍ତ ପାଇଁ ରାସ୍ତାରୋକୋ ହୋଇଥିଲା ବୋଲି ସେମାନେ କହିଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଶ୍ରୀକାନ୍ତ ନାୟକ, କ୍ଷୀତିଶ କୁମାର ସିଂହ ପ୍ରମୁଖ କହିଛନ୍ତି, ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ଶିକାର ଯୋଗୁ ଭିତରକନିକାର ଜୈବ ବିବିଧତା ନଷ୍ଟ ହେଉଛି। ବିଭିନ୍ନ ଜୀବଜନ୍ତୁଙ୍କ ପାଇଁ ଜଙ୍ଗଲ ଅଧିକ ଘଞ୍ଚ ହୋଇଥାଏ। ତେବେ ଗିରଫ ଶିକାରୀଙ୍କୁ ଉପଯୁକ୍ତ ଦଣ୍ଡ ମିଳିଲେ ଶିକାର କମିବ ବୋଲି ସେମାନେ ମତ ଦେଇଛନ୍ତି। ଆଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ଦୋଷୀଙ୍କୁ ଦଣ୍ଡବିଧାନ ପାଇଁ ଉପଯୁକ୍ତ ପ୍ରମାଣ ଆବଶ୍ୟକ। ବନ ବିଭାଗ ନିକଟରେ ଫୋରେନ୍‌ସିକ ଲାବରେଟୋରି ନାହିଁ। ସେହିପରି ଶିକାରୀଙ୍କ ଅଙ୍ଗୁଳି ଛାପ ଓ ଆର୍ମସ ଆକ୍ଟ ଲଗାଇବା ଅଭିଯୋଗପତ୍ରରେ ଦେଖିବାକୁ ମିଳୁନାହିଁ। ତଦନ୍ତ ଅଧିକାରୀଙ୍କ ବୟାନ ମାମଲାରେ ଗୁରୁତ୍ୱ ବହନ କରେ। ତଦନ୍ତକୁ ଗୁରୁତ୍ୱ ଦିଆଗଲେ ଅପରାଧୀକୁ ଦଣ୍ଡ ମିଳିବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ କନିକା ରେଞ୍ଜର ଦାସଙ୍କୁ ପଚାରିବାରେ ବନ୍ୟ ଜୀବଜନ୍ତୁଙ୍କ ସୁରକ୍ଷାକୁ ସର୍ବଦା ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ନିଷ୍ଠାର ସହ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଅରଣ୍ୟ ନିବାସରେ ମାଂସ ଭୋଜନ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇକ ବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି: କହିଲେ ‘ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ’

ଖୋର୍ଦ୍ଧା ଅଫିସ,୮।୧୨: ବରୁଣେଇ ପାଦ ଦେଶରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକବିଦ୍ରୋହ ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଓଡ଼ିଆରେ ଜୟ ଜଗନ୍ନାଥ କହି ଉଦ୍‌ବୋଧନ ଆରମ୍ଭ...

୧୨ରୁ ୧୮ ବର୍ଗଙ୍କ ଟିକାକରଣ ଶୀଘ୍ର କରାଯାଉ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ମହାମାରୀ କରୋନାର ତୃତୀୟ ଲହର ଆସିବା ଯଥେଷ୍ଟ ଆଶଙ୍କା ରହିଛି। ପିଲାମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିବ...

ଦମାପଲା ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌, କବିତା ପାଠୋତ୍ସବ

ଖଡିଆଳ,୧୧।୯(ଡି.ଏନ.ଏ.)-ନୂଆପଡା ଜିଲା ଖଡିଆଳ ବ୍ଲକ ଚିନ୍ଦାଗୁଡା ପଞ୍ଚାୟତ ଦମାପଲା କ୍ଲବ ଗୃହରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ...

ଯବାନ-ମାଓବାଦୀ ଗୁଳିବିନିମୟ

ଭବାନୀପାଟଣା,୨୩।୬(ସ୍ବ.ପ୍ର): କଳାହାଣ୍ଡି-କନ୍ଧମାଳ ଜିଲା ସୀମାନ୍ତ ମଦନପୁର ରାମପୁର ଥାନା ଅଧୀନ ଲୁବେନଗଡ଼ ନିକଟରେ ଥିବା ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲରେ ଯବାନ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ...

ଧାନମଣ୍ଡି ଖୋଲିବା ଦାବିରେ ରାସ୍ତାରୋକୋ

କର୍ଲାମୁଣ୍ଡା,୧୧ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତରେ ଖରିଫ ଧାନମଣ୍ଡି ଖୋଲିବା ଦାବିରେ ଶୁକ୍ରବାର ରିଷିଡ଼ା-ମରାମପୁର-ବଲାଙ୍ଗୀର ରାସ୍ତାର ଗଜବାହାଲ ଛକଠାରେ ଚାଷୀମାନେ ରାସ୍ତାରୋକୋ କରିଛନ୍ତି।...

ଏମ୍‌କେସିଜିରେ ଖୋଲିବ ଟିବି ଆଣ୍ଡ ଚେଷ୍ଟ ପିଜି

ବ୍ରହ୍ମପୁର ଅଫିସ,୧୪ା୧୧: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ କଲେଜ ଓ ହସ୍ପିଟାଲର ଟିବି ଆଣ୍ଡ ଚେଷ୍ଟ ବିଭାଗରେ ଖୁବ୍‌ଶୀଘ୍ର ପିଜି ପାଠ୍ୟକ୍ରମ ଆରମ୍ଭ ହେବ।...

କୋଭିଡ୍‌ ନିୟମ ଉଲ୍ଲଂଘନ : ସୁପର ମାର୍କେଟ, ୨ କୋଚିଂ ସେଣ୍ଟର ସିଲ୍ ‌

କଟକ ଅଫିସ,୨୬।୩: କଟକ ସହରରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ସିଏମ୍‌ସି ପକ୍ଷରୁ ଏକ ଶପିଂ କମ୍ପ୍ଲେକ୍ସ ଓ ୨ଟି କୋଚିଂ ସେଣ୍ଟର ସିଲ୍‌...

ବିଧାୟକ, ମନ୍ତ୍ରୀଙ୍କ ହେବ କରୋନା ପରୀକ୍ଷା

ଭୁବନେଶ୍ୱର, ୮।୯(ବ୍ୟୁରୋ): ଚଳିତମାସ ଶେଷ ସୁଦ୍ଧା ବିଧାନସଭା ଅଧିବେଶନ ବସିବ। ବୈଠକ ବସିବାର ଦୁଇଦିନ ପୂର୍ବରୁ ମନ୍ତ୍ରୀ, ବିଧାୟକ ଓ କର୍ମଚାରୀମାନଙ୍କର କୋଭିଡ-୧୯ ପରୀକ୍ଷା କରାଯିବ।...

Advertisement
Archives

Model This Week