ଉଦ୍‌ଘାଟନର ୬ ମାସରେ ରାସ୍ତା ଫାଟି ଆଁ

ପଟ୍ଟାମୁଣ୍ଡାଇ,୧ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଅଧୀନରେ ନିର୍ମିତ ଗୁଣୁପୁରଠାରୁ କାଠିଆପଡା ୭. ୫୦୦ କି.ମି. ରାସ୍ତାଟି ଉଦ୍‌ଘାଟନର ୬ ମାସ ମଧ୍ୟରୁ ଫାଟି ଅଁା କରିଛି। ରାସ୍ତାରୁ ପିଚୁ ଉଠିଗଲାଣି। ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ଏହି ରାସ୍ତାଟି ୨୦୧୯ ଅଗଷ୍ଟ ୧୯ ଠାରୁ ଆରମ୍ଭ ହୋଇ ୨୦୨୦ ଜୁଲାଇ ୧୮ରେ ଶେଷ ହେବାକୁ ଚୁକ୍ତି ହୋଇଥିଲା। ଠିକାଦାର ରାସ୍ତାର ନିର୍ମାଣ କାର୍ଯ୍ୟ ୨୦୨୧ରେ ଶେଷ କରିବା ପରେ ଜାନୁୟାରୀ ୩୦ରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଲୋକାର୍ପଣ କରିଥିଲେ। ଉତ୍ସବରେ କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ମୁଖ୍ୟଅତିଥି, ରାଜନଗର ବିଧାୟକ ଧ୍ରୁବ ସାହୁ ଓ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତିର୍ମୟୀ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
ରାସ୍ତାର ଗୁଣପୁରପଟଣାଠାରୁ ଆରମ୍ଭ ହୋଇ ଗୋବରୀ ସମ୍ପ୍ରସାରିତ କେନାଲରୁ ବାହାରିଥିବା କେନାଲ ବନ୍ଧରେ ୧୭ ଶହ ମିଟର ନିର୍ମାଣ ପରେ ଅଳଭା-ଗଣ୍ଡାକିଆ ପୂର୍ତ୍ତ ବିଭାଗ ରାସ୍ତାରେ ମିଶିଛି। ସେଠାରୁ ପ୍ରାୟ ହଜାର ମିଟର ବ୍ୟବଧାନ ପରେ ପୁଣି ଗୋବରୀ ସମ୍ପ୍ରସାରିତ କେନାଲରୁ ବାହାରିଥିବା ୨ନଂ. କେନାଲ ବନ୍ଧରେ ରାସ୍ତା ନିର୍ମାଣ ହୋଇଛି। ଏହି ରାସ୍ତାଟି ସାହୁପଡା ଭାୟା ମିଞ୍ଜାଉଣୀ ଦେଇ ପଟ୍ଟାମୁଣ୍ଡାଇ-କାଠିଆପଡା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଂଯୋଗ କରିଛି। ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ବ୍ୟୟ ଅଟ୍ଟକଳ ୨, ୭୩, ୨୬୦୦୦ ଥିବାବେଳେ ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୩୨ ଲକ୍ଷ ୩୨ ହଜାର ଟଙ୍କା ବିଭାଗୀୟ ମଞ୍ଜୁରୀ ରହିଛି। ଉଦ୍‌ଘାଟନର ୬ ମାସ ମଧ୍ୟରେ ରାସ୍ତା ଦବି ଯାଇ ଆଣ୍ଠୁଏ ଲେଖାଏ ଗର୍ତ୍ତ ସୃଷ୍ଟି ହେବା ସହ ପିଚୁ ଉଠି ଯାତାୟାତ ଅନୁପୋଯୋଗୀ ହୋଇପଡିଛି। ଏହି ରାସ୍ତା ନିର୍ମାଣ ସମୟରେ କେନାଲ ମଧ୍ୟରୁ ଓ ପାଟନାଳୀରୁ ଠିକାଦାର ଜେସିବି ଲଗାଇ ପଙ୍କ ମାଟି ଉଠାଇ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏହି କାର୍ଯ୍ୟର ତଦାରଖ ଦାୟିତ୍ୱ ନିର୍ବାହୀଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଜନ-୨ କେନ୍ଦ୍ରାପଡ଼ାଙ୍କ ଉପରେ ନ୍ୟସ୍ତ ରହିଥିଲା। କିନ୍ତୁ ଏଥିପ୍ରତି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରି ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏବେ ଏହି ରାସ୍ତା ପାଇଁ ଥିବା ବିଭାଗୀୟ ବ୍ୟୟ ଅଟ୍ଟକଳ ୩କୋଟି ୫ଲକ୍ଷ ୫୮ହଜାର ଟଙ୍କା ପାଣିରେ ପଡିବା ସାର ହୋଇଛି।
ସୂଚନାଯୋଗ୍ୟ ରାସ୍ତାଟି ଜଳସମ୍ପଦ ବିଭାଗ ୨ନଂ. କେନାଲ ବାମପାଶର୍‌ବରେ କାମ ଚାଲୁଥିବା ବେଳେ ଠିକାଦାର ବେଆଇନ ଭାବେ କେନାଲ ଭିତରୁ ଓ ପାର୍ଶ୍ୱରୁ ଜେସିବିରେ ମାଟି ଉଠାଇ ରାସ୍ତା ଉଚ୍ଚା ଓ ଚଉଡା କରିଥିଲେ। ଫଳରେ ଚାଷ ଜମିକୁ ପାଣି ମାଡିବା ଆସମ୍ଭବ ହୋଇପଡିଛି। ଦବି ଯାଇଥିବା ରାସ୍ତାକୁ ଖୋଳି ସେଥିରେ ମେଟାଲ ପକାଇ ପୁଣି ନିର୍ମାଣ କରାଯିବାକୁ ବୈଷୟିକ ନିର୍ଦ୍ଦେଶନାମା ଥିବାବେଳେ ଠିକାଦାର ଧସା ବାଲି ଓ ବଜୁରୀ ଗୁଣ୍ଡ ପକାଇ ଯେନେତେନ ପ୍ରକାରେ ତାଳି ପକା କାମ କରୁ ଥିବା ଅଭିଯୋଗ ହୋଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ତ୍ରୁଟିପୂର୍ଣ୍ଣ ଭାବେ ନିର୍ମାଣ ହୋଇଥିବା ରାସ୍ତା କାମରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଟ୍ଟାମୁଣ୍ଡାଇ କଂଗ୍ରେସ ବ୍ଲକ ସଭାପତି ମଳୟ କୁମାର ଦାସ ଦାବି କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ସାହୁଙ୍କୁ ପଚାରିବାରୁ ଏ ରାସ୍ତା କାମ ବିଷୟରେ କିଛି ଜାଣିନାହିଁ। ପଟ୍ଟାମୁଣ୍ଡାଇ ଏସ୍‌ଡିଓଙ୍କୁ ପଚାରି କହିବି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଚାଷୀ ବେହାଲ

କେନ୍ଦ୍ରାପଡ଼ା ଅଫିସ, ୨୬।୪-ଗତ ୩ ଦିନ ଧରି କେନ୍ଦ୍ରାପଡ଼ା ଜିଲାରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ଜିଲାର ଚାଷୀଙ୍କ ପନିପରିବା ଓ ରବି...

୩ ଦିନ ପରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଆରମ୍ଭ

ପଟ୍ଟାଙ୍ଗି,୨୦।୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାଠାରୁ ୨କିମି ଦୂରରେ ଏକ ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତହୋଇ ପଡି ରହିଥିଲା। ଘଟଣାର ୩ ଦିନ...

ଚାଷ କାର୍ଯ୍ୟ କରି ଚର୍ଚ୍ଚାରେ ଶକୁନ୍ତଳା

କେନ୍ଦୁଝର, ୧୪।୧୨ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ ବଣପାହାଡ ଘେରା ଗୋନାସିକା ପଞ୍ଚାୟତ ବୈତରଣୀ ଗ୍ରାମର ଶକୁନ୍ତଳା କଟେଇ (୪୦) ନାମ୍ନୀ ଜଣେ ଭୂୟାଁ...

ଜଗତସିଂହପୁରରେ ଭାରତ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

ଜଗତସିଂହପୁର ଅଫିସ୍‌, ୮।୧: ଜଗତସିଂହପୁରରେ ଭାରତ ବନ୍ଦ ଡାକରା ସଫଳ ହୋଇଛି। ବୁଧବାର ସକାଳୁ ଜିଲାର ଦୋକାନ ବଜାର ବନ୍ଦ ରହିଛି। କଂଗ୍ରେସ ଏବଂ ମିଳିତ...

ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ: ୨ମୃତ, ୨ ଗୁରୁତର

ଚଣ୍ଡିଖୋଲ,୯।୯(ଡି.ଏନ୍‌.ଏ.): ଯାଜପୁର ଜିଲା ୧୬ ନଂ. ଜାତୀୟ ରାଜପଥର ବଡ଼ଚଣା ଥାନା ଅନ୍ତର୍ଗତ ବନ୍ଦାଳ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଆମ୍ବୁଲାନ୍ସ ଗାଡି...

ସ୍ବାସ୍ଥ୍ୟସେବା ସୁପରିଚାଳନା: ଡିପିଏମଙ୍କୁ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକାଙ୍କ ପ୍ରଶଂସାପତ୍ର

  ଛତ୍ରପୁର,୨୮।୫(ଡିଏନଏ): କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟସେବା ସୁପରିଚାଳନା ପାଇଁ ମିଶନ ଜିଲା କାର୍ଯ୍ୟକ୍ରମ ଅଧିକାରୀ (ଡିପିଏମ) ଶ୍ୟାମସୁନ୍ଦର ତ୍ରିପାଠୀଙ୍କୁ...

ଟ୍ରଲରକୁ ପିଟିଲା ସ୍କର୍ପିଓ: ଜଣେ ମୃତ, ୪ ଗୁରୁତର

ଲୋଇସିଂହା,୧୧।୧(ଡି.ଏନ.ଏ.): ବଲାଙ୍ଗୀର-ବରଗଡ଼ ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ଛକରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡା ହୋଇଥିବା ଟ୍ରଲର...

ଜମିବାଡ଼ି ପାଇଁ ହତ୍ୟା, ମା’-ଭାଉଜ ଗୁରୁତର

ଭଦ୍ରକ ଅଫିସ, ୧୭।୩: ପୂର୍ବଶତ୍ରୁତା ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲା...

Advertisement
Archives

Model This Week