ଯୁବବର୍ଗ ଜିଲା ଛାଡ଼ିବାକୁ ପ୍ରସ୍ତୁତ

କେନ୍ଦ୍ରାପଡ଼ା ଅଫିସ,୭ା୧୧: ପାଟିରୁ ରକ୍ତ ବାହାରିଲେ ମଧ୍ୟ ଓଟ କଣ୍ଟାପତ୍ର ଖାଇବାକୁ ବାଧ୍ୟ। ସେ ଜାଣିଛି, କଣ୍ଟାପତ୍ର ନ ଖାଇଲେ ଜୀବନ ଧାରଣ ଅସମ୍ଭବ। ଠିକ୍‌ ସେହି ଓଟଙ୍କ ଜୀବନ ପରି କେନ୍ଦ୍ରାପଡ଼ା ଜିଲାର ଯୁବବର୍ଗ ଦୁଃଖ କଷ୍ଟ ଭୋଗୁଛନ୍ତି। କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲା ଏବେ ଭିତ୍ତିଭୂମି ଅଭାବରୁ ପଛରେ ଅଛି। ଜିଲାର ବିଭିନ୍ନ ସ୍ଥାନରେ କୃଷିକ୍ଷେତ୍ର ପଡିଆ ପଡିଛି। ଖଣି ଓ ଶିଳ୍ପ ନାହିଁ। ୫୭ ହଜାରରୁ ଅଧିକ ଗ୍ରାଜୁଏଟ ଓ ବୈଷୟିକ ଜ୍ଞାନଧାରୀ ଜିଲା କର୍ମ ନିୟୋଜନ ବିଭାଗରେ ନାମ ପଞ୍ଜୀକରଣ କରିଥିଲେ ମଧ୍ୟ ନିଯୁକ୍ତି ନାହିଁ। ଜୀବନ ଧାରଣ ଓ ପରିବାର ପୋଷଣ ପାଇଁ ଜିଲା ବାହାରକୁ ଯୁବବର୍ଗଙ୍କୁ ଯିବାକୁ ପଡୁଛି ବୋଲି ରାଜନଗର ବ୍ଲକ ସାତଭାୟାର ସୁଦର୍ଶନ ରାଉତ କହିଛନ୍ତି।
କେବଳ ସୁଦର୍ଶନ ନୁହନ୍ତି, ବରଂ କେରଳକୁ କର୍ମ ନିଯୁକ୍ତି ପାଇଁ ଯିବାକୁ ବସ୍‌ରେ ବସିଥିବା ବହୁ ଯୁବତୀଯୁବକ ନିଜ ମନର କଥା ବର୍ଣ୍ଣନା କରିଛନ୍ତି। ସାତଭାୟାର ଭରତ ବେହେରା କହିଛନ୍ତି, ସମୁଦ୍ର ତଟରେ ଘର ସହିତ ଚାଷ ଜମି ଥିଲା। ତଟକ୍ଷୟ ଯୋଗୁ ଏଠାରେ ଥିବା ୭ ଗ୍ରାମ ସମୁଦ୍ରରେ ମିଶିଯାଇଛି। ଗ୍ରାମର ୫୭୧ ପରିବାର ନିକଟସ୍ଥ ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି। ସରକାରଙ୍କ ପକ୍ଷରୁ ମିଳୁଥିବା ରାଶନ ସାମଗ୍ରୀ ହୁଏତ ମାସକ ମଧ୍ୟରୁ ୧୫ ଦିନ ପେଟର ଭୋକ ମାରିବାକୁ ସକ୍ଷମ, ହେଲେ ଗରିବୀ ହଟାଇବା ପାଇଁ ପର୍ଯ୍ୟାପ୍ତ ନୁହେଁ। ଅହେତୁକ ଦରବୃଦ୍ଧି ସାଧାରଣ ଜୀବନଯାପନକୁ ପ୍ରଭାବିତ କରିଛି। ପିଲାଙ୍କ ଆବଶ୍ୟକତା ଏଠାରେ ରହି ପୂରଣ କରି ହେଉନାହିଁ। କିଛି ଭଲ ରୋଜଗାର ଆଶାରେ ପ୍ରଥମ ଥର ପାଇଁ କେରଳ ଯାଉଥିବା ସେ ପ୍ରକାଶ କରିଛନ୍ତି। ଗୁପ୍ତିର ସରୋଜକାନ୍ତ ସ୍ବାଇଁ କହିଛନ୍ତି, ଏର୍ନାକୁଲମ ଜିଲା ପେରୁମଭୁରଠାରେ ଗୋଟିଏ ପ୍ଲାଇଉଡ୍‌ କମ୍ପାନୀରେ ଚାକିରି କରିଛି। ପ୍ରତିବର୍ଷ ଗଣେଶ ପୂଜା ପୂର୍ବରୁ ମୁଁ ଘରକୁ ଫେରିଥାଏ ା ଜିଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଓ କାଳୀପୂଜା ପରେ କର୍ମସ୍ଥଳକୁ ପୁଣି ଚାଲିଯାଏ। ଜିଲାର କର୍ମ ନିୟୋଜନ ସମ୍ପର୍କରେ ସେ କୁହନ୍ତି, ପ୍ରାକୃତିକ ବିପର୍ଯ୍ୟୟ କୃଷି କ୍ଷେତ୍ର ପାଇଁ ବିପଦ ହୋଇଥିବା ବେଳେ ସରକାରୀ ପ୍ରୋତ୍ସାହନର ଅଭାବ ରହିଛି। ଏଠାରେ ଅର୍ଥକରୀ ଫସଲ ଉପତ୍ାଦନ ହେଲେ ମଧ୍ୟ ବଜାର ଓ ଶୀତଳଭଣ୍ଡାର ଅଭାବରୁ ଅଭାବୀ ବିକ୍ରି ସହିବାକୁ ପଡ଼େ। ସେହିପରି ଜିଲାରେ କୌଣସି କଳ କାରଖାନା ନ ଥିବାରୁ ଯୁବବର୍ଗ କର୍ମ ନିଯୁକ୍ତି ପାଇଁ କେରଳ, ତାମିଲନାଡୁ, ସୁରଟ ଆଦି ଅଞ୍ଚଳକୁ ଯାଇଥାନ୍ତି। କରୋନା ସଂକ୍ରମଣ ପାଇଁ ବାହାର ରାଜ୍ୟରେ ବହୁ କଳ କାରଖାନା ବନ୍ଦ ରହିଥିଲା। ଏବେ ସଂକ୍ରମଣ କମିବାରୁ ଶିଳ୍ପ କ୍ଷେତ୍ର ଖୋଲିଛି। କମ୍ପାନୀ ପକ୍ଷରୁ ଏଠାରୁ ଯିବା ପାଇଁ ବସ ବ୍ୟବସ୍ଥା କରାଯାଇଛି। ଜିଲାରେ କର୍ମ ନିଯୁକ୍ତି ମିଳିଲେ ଯୁବବର୍ଗ ୨୦୦୦ କିଲୋମିଟର ଦୂରକୁ କାହିଁକି ଯାଉଥାନ୍ତେ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ରାଜନଗରର ବୁଦ୍ଧିଜୀବୀ ଜଗନ୍ନାଥ ଦାସ କହିଛନ୍ତି, ପୂଜା ପରବର୍ତ୍ତୀ ସମୟରେ ବ୍ଲକ ଅଞ୍ଚଳରୁ ୬୦ରୁ ଊର୍ଦ୍ଧ୍ୱ ବସ କେରଳ, ତାମିଲନାଡୁ, ସୁରଟ ଆଦି ଅଞ୍ଚଳକୁ ଯାଉଛି। ପ୍ଲାଇଉଡ, ସୂତାକଳ, ମାଛଚାଷ ଆଦି କ୍ଷେତ୍ରରେ ଏମାନେ କାମ କରୁଛନ୍ତି। ଦଶମ ଶ୍ରେଣୀ ପରୀକ୍ଷା ପରେ କର୍ମନିଯୁକ୍ତି ପାଇଁ ବହୁ ପିଲା ଘରୁ ଗୋଡ କାଢ଼ୁଛନ୍ତି। ନାବାଳିକା ଓ ମହିଳାମାନେ ବି ଅନ୍ୟତ୍ର ଯାଉଥିବା ଦେଖିବାକୁ ମିଳୁଛି। ରାଜନଗର ସହିତ ମହାକାଳପଡା, ଆଳି, ପଟ୍ଟାମୁଣ୍ଡାଇ ଓ ରାଜକନିକା ବ୍ଲକ ଅଞ୍ଚଳରେ କର୍ମ ନିଯୁକ୍ତି ପାଇଁ ପ୍ରାୟ ୫୧% ପରିବାର ଜିଲା ବାହାରକୁ ଯାଉଥିବା ଏକ ବେସରକାରୀ ସଂସ୍ଥା ଆକଳନ କରିଛନ୍ତି। ଅଧିକାଂଶ ସମୟରେ ସେମାନଙ୍କ ନିର୍ଯାତନା କାହାଣୀ ବି ଶୁଣିବାକୁ ମିଳୁଛି। ଜିଲାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ହେଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସହଣୀ ଅର୍ଥକରୀ ଚାଷ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ବାବଲମ୍ବୀ କରିପାରିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?