ଯୁବବର୍ଗ ଜିଲା ଛାଡ଼ିବାକୁ ପ୍ରସ୍ତୁତ

କେନ୍ଦ୍ରାପଡ଼ା ଅଫିସ,୭ା୧୧: ପାଟିରୁ ରକ୍ତ ବାହାରିଲେ ମଧ୍ୟ ଓଟ କଣ୍ଟାପତ୍ର ଖାଇବାକୁ ବାଧ୍ୟ। ସେ ଜାଣିଛି, କଣ୍ଟାପତ୍ର ନ ଖାଇଲେ ଜୀବନ ଧାରଣ ଅସମ୍ଭବ। ଠିକ୍‌ ସେହି ଓଟଙ୍କ ଜୀବନ ପରି କେନ୍ଦ୍ରାପଡ଼ା ଜିଲାର ଯୁବବର୍ଗ ଦୁଃଖ କଷ୍ଟ ଭୋଗୁଛନ୍ତି। କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲା ଏବେ ଭିତ୍ତିଭୂମି ଅଭାବରୁ ପଛରେ ଅଛି। ଜିଲାର ବିଭିନ୍ନ ସ୍ଥାନରେ କୃଷିକ୍ଷେତ୍ର ପଡିଆ ପଡିଛି। ଖଣି ଓ ଶିଳ୍ପ ନାହିଁ। ୫୭ ହଜାରରୁ ଅଧିକ ଗ୍ରାଜୁଏଟ ଓ ବୈଷୟିକ ଜ୍ଞାନଧାରୀ ଜିଲା କର୍ମ ନିୟୋଜନ ବିଭାଗରେ ନାମ ପଞ୍ଜୀକରଣ କରିଥିଲେ ମଧ୍ୟ ନିଯୁକ୍ତି ନାହିଁ। ଜୀବନ ଧାରଣ ଓ ପରିବାର ପୋଷଣ ପାଇଁ ଜିଲା ବାହାରକୁ ଯୁବବର୍ଗଙ୍କୁ ଯିବାକୁ ପଡୁଛି ବୋଲି ରାଜନଗର ବ୍ଲକ ସାତଭାୟାର ସୁଦର୍ଶନ ରାଉତ କହିଛନ୍ତି।
କେବଳ ସୁଦର୍ଶନ ନୁହନ୍ତି, ବରଂ କେରଳକୁ କର୍ମ ନିଯୁକ୍ତି ପାଇଁ ଯିବାକୁ ବସ୍‌ରେ ବସିଥିବା ବହୁ ଯୁବତୀଯୁବକ ନିଜ ମନର କଥା ବର୍ଣ୍ଣନା କରିଛନ୍ତି। ସାତଭାୟାର ଭରତ ବେହେରା କହିଛନ୍ତି, ସମୁଦ୍ର ତଟରେ ଘର ସହିତ ଚାଷ ଜମି ଥିଲା। ତଟକ୍ଷୟ ଯୋଗୁ ଏଠାରେ ଥିବା ୭ ଗ୍ରାମ ସମୁଦ୍ରରେ ମିଶିଯାଇଛି। ଗ୍ରାମର ୫୭୧ ପରିବାର ନିକଟସ୍ଥ ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି। ସରକାରଙ୍କ ପକ୍ଷରୁ ମିଳୁଥିବା ରାଶନ ସାମଗ୍ରୀ ହୁଏତ ମାସକ ମଧ୍ୟରୁ ୧୫ ଦିନ ପେଟର ଭୋକ ମାରିବାକୁ ସକ୍ଷମ, ହେଲେ ଗରିବୀ ହଟାଇବା ପାଇଁ ପର୍ଯ୍ୟାପ୍ତ ନୁହେଁ। ଅହେତୁକ ଦରବୃଦ୍ଧି ସାଧାରଣ ଜୀବନଯାପନକୁ ପ୍ରଭାବିତ କରିଛି। ପିଲାଙ୍କ ଆବଶ୍ୟକତା ଏଠାରେ ରହି ପୂରଣ କରି ହେଉନାହିଁ। କିଛି ଭଲ ରୋଜଗାର ଆଶାରେ ପ୍ରଥମ ଥର ପାଇଁ କେରଳ ଯାଉଥିବା ସେ ପ୍ରକାଶ କରିଛନ୍ତି। ଗୁପ୍ତିର ସରୋଜକାନ୍ତ ସ୍ବାଇଁ କହିଛନ୍ତି, ଏର୍ନାକୁଲମ ଜିଲା ପେରୁମଭୁରଠାରେ ଗୋଟିଏ ପ୍ଲାଇଉଡ୍‌ କମ୍ପାନୀରେ ଚାକିରି କରିଛି। ପ୍ରତିବର୍ଷ ଗଣେଶ ପୂଜା ପୂର୍ବରୁ ମୁଁ ଘରକୁ ଫେରିଥାଏ ା ଜିଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଓ କାଳୀପୂଜା ପରେ କର୍ମସ୍ଥଳକୁ ପୁଣି ଚାଲିଯାଏ। ଜିଲାର କର୍ମ ନିୟୋଜନ ସମ୍ପର୍କରେ ସେ କୁହନ୍ତି, ପ୍ରାକୃତିକ ବିପର୍ଯ୍ୟୟ କୃଷି କ୍ଷେତ୍ର ପାଇଁ ବିପଦ ହୋଇଥିବା ବେଳେ ସରକାରୀ ପ୍ରୋତ୍ସାହନର ଅଭାବ ରହିଛି। ଏଠାରେ ଅର୍ଥକରୀ ଫସଲ ଉପତ୍ାଦନ ହେଲେ ମଧ୍ୟ ବଜାର ଓ ଶୀତଳଭଣ୍ଡାର ଅଭାବରୁ ଅଭାବୀ ବିକ୍ରି ସହିବାକୁ ପଡ଼େ। ସେହିପରି ଜିଲାରେ କୌଣସି କଳ କାରଖାନା ନ ଥିବାରୁ ଯୁବବର୍ଗ କର୍ମ ନିଯୁକ୍ତି ପାଇଁ କେରଳ, ତାମିଲନାଡୁ, ସୁରଟ ଆଦି ଅଞ୍ଚଳକୁ ଯାଇଥାନ୍ତି। କରୋନା ସଂକ୍ରମଣ ପାଇଁ ବାହାର ରାଜ୍ୟରେ ବହୁ କଳ କାରଖାନା ବନ୍ଦ ରହିଥିଲା। ଏବେ ସଂକ୍ରମଣ କମିବାରୁ ଶିଳ୍ପ କ୍ଷେତ୍ର ଖୋଲିଛି। କମ୍ପାନୀ ପକ୍ଷରୁ ଏଠାରୁ ଯିବା ପାଇଁ ବସ ବ୍ୟବସ୍ଥା କରାଯାଇଛି। ଜିଲାରେ କର୍ମ ନିଯୁକ୍ତି ମିଳିଲେ ଯୁବବର୍ଗ ୨୦୦୦ କିଲୋମିଟର ଦୂରକୁ କାହିଁକି ଯାଉଥାନ୍ତେ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ରାଜନଗରର ବୁଦ୍ଧିଜୀବୀ ଜଗନ୍ନାଥ ଦାସ କହିଛନ୍ତି, ପୂଜା ପରବର୍ତ୍ତୀ ସମୟରେ ବ୍ଲକ ଅଞ୍ଚଳରୁ ୬୦ରୁ ଊର୍ଦ୍ଧ୍ୱ ବସ କେରଳ, ତାମିଲନାଡୁ, ସୁରଟ ଆଦି ଅଞ୍ଚଳକୁ ଯାଉଛି। ପ୍ଲାଇଉଡ, ସୂତାକଳ, ମାଛଚାଷ ଆଦି କ୍ଷେତ୍ରରେ ଏମାନେ କାମ କରୁଛନ୍ତି। ଦଶମ ଶ୍ରେଣୀ ପରୀକ୍ଷା ପରେ କର୍ମନିଯୁକ୍ତି ପାଇଁ ବହୁ ପିଲା ଘରୁ ଗୋଡ କାଢ଼ୁଛନ୍ତି। ନାବାଳିକା ଓ ମହିଳାମାନେ ବି ଅନ୍ୟତ୍ର ଯାଉଥିବା ଦେଖିବାକୁ ମିଳୁଛି। ରାଜନଗର ସହିତ ମହାକାଳପଡା, ଆଳି, ପଟ୍ଟାମୁଣ୍ଡାଇ ଓ ରାଜକନିକା ବ୍ଲକ ଅଞ୍ଚଳରେ କର୍ମ ନିଯୁକ୍ତି ପାଇଁ ପ୍ରାୟ ୫୧% ପରିବାର ଜିଲା ବାହାରକୁ ଯାଉଥିବା ଏକ ବେସରକାରୀ ସଂସ୍ଥା ଆକଳନ କରିଛନ୍ତି। ଅଧିକାଂଶ ସମୟରେ ସେମାନଙ୍କ ନିର୍ଯାତନା କାହାଣୀ ବି ଶୁଣିବାକୁ ମିଳୁଛି। ଜିଲାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ହେଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସହଣୀ ଅର୍ଥକରୀ ଚାଷ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ବାବଲମ୍ବୀ କରିପାରିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଚିନଙ୍କ ଭଳି ହେବେ ବୈଭବ! BCCIର ୫ ପ୍ଲାନ୍‌ରେ ବଦଳିବ ଯୁବ ତାରକାଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୪।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ସ୍ବପ୍ନ ଦେଖୁଛି ବିସିସିଆଇ। ଭାରତୀୟ କ୍ରିକେଟ୍ର ମହାନ…

ରାତିଅଧରେ ଫାର୍ମ ହାଉସକୁ ଡାକିନେଇ ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ: ମରିଗଲା ଭାବି…

ଦିଗପହଣ୍ଡି,୪|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟିର ପ୍ରମୁଖ ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ପାକିସ୍ତାନର ବୟାନବାଜି: ‘ବଞ୍ଚିବା ପାଇଁ ଭାରତର ସାହାରା ନେବାକୁ ପଡୁଛି’, ଜାଣନ୍ତୁ କିଏ କହିଲେ ଏମିତି ଯାହା ହେଉଛି ଭାଇରାଲ

ଇସଲାମାବାଦ,୪।୯: ମୋହସିନ ନକଭି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ହେବା ପରଠାରୁ, ପାକିସ୍ତାନ କ୍ରିକେଟ ନିମ୍ନଗାମୀ ହୋଇ ପଡ଼ିଛି, ରାସ୍ତାରେ ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହେଉଛି। ଦଳ…

୧ ଅକ୍ଟୋବରରୁ SBIର ନୂଆ ନିୟମ: ସାଲାରି ଆକାଉଣ୍ଟଧାରୀଙ୍କ ପାଇଁ ଲାଗିବ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୪।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ନିଜ ସାଲାରି ପ୍ୟାକେଜ ଆକାଉଣ୍ଟ ହୋଲ୍ଡରଙ୍କ ପାଇଁ ATM ଟ୍ରାଞ୍ଜାକ୍ସନ ନିୟମରେ…

ମଣିଷ ଭଳି ଭାବିବ AI! OpenAI ଲଞ୍ଚ କଲା GPT-6 Astra

ନୂଆଦିଲ୍ଲୀ,୪।୯: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି OpenAI । କମ୍ପାନୀ ନିଜର ନୂଆ AI ମଡେଲ୍ GPT-6 Astraର ରୋଲ୍‌ଆଉଟ୍ ଆରମ୍ଭ…

Vaibhav Sooryavanshi ଖେଳିବେ ନା ନାହିଁ? ନିଷ୍ପତ୍ତି ଗୌତମ ଗମ୍ଭୀରଙ୍କ ଉପରେ ନିର୍ଭର କରେ

ନୂଆଦିଲ୍ଲୀ,୪।୯: ଦକ୍ଷିଣ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ଫାଇନାଲ ସେପ୍ଟେମ୍ବର 6 ରୁ ଚେନ୍ନାଇରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚରେ Vaibhav…

ମେଲୋନିଙ୍କୁ ଖାସ୍‌ ମେସେଜ୍‌ ପଠାଇଲେ ମୋଦି, କହିଲେ ଡିୟର…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୪।୯: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ନୂଆ ରାଜନୈତିକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଉପଲବ୍ଧି ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲୋନିଙ୍କୁ ଅଭିନନ୍ଦନ…

ସିଏମ୍‌ କିଷାନ ମେଳାରେ ଚାଷୀଙ୍କ ବିକ୍ଷୋଭ: ଅତିଥି ଭାଷଣ ଦେବାବେଳେ…

ନୟାଗଡ଼,୪ା୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକରେ ଶୁକ୍ରବାର ଅନୁଷ୍ଠିତ ସିଏମ୍‌ କିଷାନ ମେଳାରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଜିଲା ମୁଖ୍ୟ କୃଷି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri