ବାର୍ଡ ଫ୍ଲୁ ଆଶଙ୍କା: ଭିତରକନିକାରୁ ୧୮୦ ନମୁନା ସଂଗ୍ରହ

ରାଜନଗର,୧୨ା୧୧(ଡି.ଏନ୍‌.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ବିଦେଶାଗତ ପକ୍ଷୀଙ୍କ ଆସିବା ଆରମ୍ଭ ହୋଇଛି। ବିଦେଶାଗତ ପକ୍ଷୀ ଆସିବା ଆରମ୍ଭ କରିଥିବା ବେଳେ ବାର୍ଡ ଫ୍ଲୁ ନେଇ ପ୍ରଶାସନ ଆଶଙ୍କା ପ୍ରକାଶ କରି ସତର୍କ ଦୃଷ୍ଟି ରଖିଛି। ବିଦେଶାଗତ ପକ୍ଷୀ ଆସିବା ପରେ ବାର୍ଡ ଫ୍ଲୁ ହୋଇଛି ନା ନାହିଁ ଜାଣିବା ପାଇଁ ଗୁରୁବାର ଭିତରକନିକା ଜାତୀୟ ଉଦ୍ୟାନ ଓ ଆଖପାଖ ଗାଁରୁ ୧୮୦ ନମୁନା ସଂଗ୍ରହ କରାଯାଇଛି। ବ୍ଲକ ଭେଟେରିନାରି ଅଫିସର କିଶୋର କୁମାର ସାହୁ, ଅତିରିକ୍ତ ପଶୁ ଚିକିତ୍ସା ଅଧିକାରୀ ଦେବୀ ପ୍ରସାଦ କୁଣ୍ଡ, ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ ଭିତରକନିକା ଜାତୀୟ ଉଦ୍ୟାନର ମଠଆଡିଆ ଓ ରଣଭଞ୍ଜଡିଆ ଅଞ୍ଚଳରୁ ୪୦ଟି ପକ୍ଷୀଙ୍କ ମଳ ନମୁନା ସଂଗ୍ରହ କରିଥିବା ବେଳେ ସେମାନେ ପାଣି ପିଉଥିବା ଜଳାଶୟରୁ ୧୪ଟି ନମୁନା ସଂଗ୍ରହ କରାଯାଇଛି। ସେହିପରି ଭିତରକନିକା ଜାତୀୟ ଉଦ୍ୟାନକୁ ଲାଗିଥିବା ତ୍ରିଲୋଚନପୁର, ବରାଡିଆ, ଡାଙ୍ଗମାଳ, ଖମାରସାହି, ରଗଡ଼ାପାଟିଆ ଗଁାରୁ ୪୨ଟି କୁକୁଡ଼ାଙ୍କ ମଳ ନମୁନା, ୪୨ କୁକୁଡାଙ୍କ ମଳଦ୍ୱାରର ଲାଳ ନମୁନା ଓ ୪୨ କୁକୁଡାଙ୍କ ତଣ୍ଟିର ସ୍ବାବ ସଂଗ୍ରହ କରାଯାଇଛି। ଏହି ୧୮୦ ନମୁନା ଭୁବନେଶ୍ୱର ଫୁଲନଖରାସ୍ଥିତ ଆନିମଲ ଡିଜିଜ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟକୁ ପଠାଯାଇଛି। ସେଠାରୁ ଭୋପାଳସ୍ଥିତ ଫରେନ୍‌ସିକ ଲାବରେଟୋରିକୁ ପଠାଯିବ। ୭ ଦିନ ମଧ୍ୟରେ ରିପୋର୍ଟ ଆସିବା ପରେ ଭିତରକନିକା ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇଛି କି ନାହିଁ ସ୍ପଷ୍ଟ ହେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀଙ୍କ ଘରୁ ବାଳଶ୍ରମିକ ଉଦ୍ଧାର

ଫୁଲବାଣୀ ଅଫିସ,୧୫ା୨: ଫୁଲବାଣୀ କ୍ଷୁଦ୍ର ଜଳସେଚନ (ଏମ୍‌ଆଇ) ବିଭାଗ ଯନ୍ତ୍ରୀଙ୍କ ଘରୁ ଜଣେ ବାଳଶ୍ରମିକଙ୍କୁ ବୁଧବାର ଚାଇଲ୍ଡ ଲାଇନ ଏବଂ ଜିଲା ଶ୍ରମ ବିଭାଗ ଅଧିକାରୀ...

ସପ୍ତଶଯ୍ୟା ମହୋତ୍ସବ ପଦ୍ମଶ୍ରୀ ପ୍ରିୟମ୍ବଦା ହେଜ୍‌ମାଦୀଙ୍କୁ ସପ୍ତଶଯ୍ୟା ସମ୍ମାନ

ଢେଙ୍କାନାଳ ଅଫିସ,୨୫।୧୨-ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ‘ଦେବାଂଶୀ ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ଶୁକ୍ରବାର ଭର୍ଚୁଆଲ୍‌ ମୋଡ୍‌ରେ ସପ୍ତଶଯ୍ୟା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ମହେଶ ସାହୁ ମୁଖ୍ୟଅତିଥି...

ଭୁଲ ବିଲ୍‌କୁ ନେଇ ଚିନ୍ତାରେ ଗ୍ରାହକ: ୧୫୦ ବଦଳରେ ଆସିଲା ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବିଦ୍ୟୁତ୍‌ ବିଲ୍‌

ଚମ୍ପୁଆ,୨୨ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ବିଦ୍ୟୁତ ବିଭାଗ ଅଧୀନ ମନ୍ଦିରସାହି ନିବାସୀ ଓମକାର ସାହୁଙ୍କ ପାଖକୁ ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଏକ ବିଦ୍ୟୁତ ବିଲ୍‌ ଆସଛି।...

ନିମ୍ନମାନର କଲ୍‌ଭର୍ଟ ନିର୍ମାଣ, କାମ ବନ୍ଦ କଲେ ସରପଞ୍ଚ

ରାଜନଗର, ୩୧ା୫(ଡି.ଏନ୍‌.ଏ.):ଅଣଜଳସେଚିତ ରାଜନଗର ବ୍ଲକରେ ଜମିକୁ ପାଣି ଯୋଗାଇବା ଓ ବର୍ଷା ସମୟରେ ଉଦ୍‌ବୃତ୍ତ ପାଣି ନିଷ୍କାସନ ପାଇଁ କଲ୍‌ଭର୍ଟ ନିର୍ମାଣ ନିମନ୍ତେ ସରକାର ଅର୍ଥ...

ହାଇସ୍କୁଲ ସମ୍ମୁଖରେ ଆବର୍ଜନା ପକାଉଛି ଏସ୍‌ଏମ୍‌ସି

ସମ୍ବଲପୁର,୧୩ା୯(ବ୍ୟୁରୋ:ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ପରିମଳ ବ୍ୟବସ୍ଥାକୁ ନେଇ ବାରମ୍ବାର ଅଭିଯୋଗ ହେଉଛି। ସଫେଇ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥାର ଅବହେଳା ଯୋଗୁ ବିଭିନ୍ନ ସ୍ଥାନରେ...

ନିରୀହ ଆଦିବାସୀଙ୍କୁ ଗିରଫ ପ୍ରତିବାଦରେ ଡଙ୍ଗରିଆଙ୍କ ପକ୍ଷରୁ ବିକ୍ଷୋଭ

ମୁନିଗୁଡ଼ା,୨୭।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ନିୟମଗିରି ସୁରକ୍ଷା ସମିତି ସଭ୍ୟ ଦଧି କାଡ୍ରାକା ମାଓବାଦୀଙ୍କ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଗତ୧୫ ତାରିଖରେ ମୁନିଗୁଡା ପୋଲିସ...

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ, ଛାତ୍ରୀଛାତ୍ର

ଘଣ୍ଟାପଡ଼ା,୨୨।୧୦(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଘଣ୍ଟାପଡ଼ା ସମଲେଶ୍ୱରୀ ହାଇସ୍କୁଲରେ ବିଜ୍ଞାନ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ମଙ୍ଗଳବାର ଅଭିଭାବକ ଏବଂ ଛାତ୍ରୀଛାତ୍ର ବିଦ୍ୟାଳୟର ମୁଖ୍ୟ...

ପଦୋନ୍ନତି ପରେ ବଦଳିଲେ ୨୨ ଏଏସ୍‌ପି

କଟକ ଅଫିସ,୩୦।୭: ରାଜ୍ୟ ଗୃହ ବିଭାଗ ସୋମବାର ୨୨ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ଦେଇଛି। ପଦୋନ୍ନତି ପରେ ଏହି ୨୨ଜଣ ଏଏସ୍‌ପିଙ୍କୁ ବଦଳି...

Advertisement
Archives

Model This Week