ଡ୍ରୋନ୍‌ ସାହାଯ୍ୟରେ ହେଉ ବାସସ୍ଥଳ ନିରୀକ୍ଷଣ

କେନ୍ଦ୍ରାପଡ଼ା ଅଫିସ, ୬।୧୧: ବିରଳ ଅଲିଭ ରିଡ୍‌ଲେର ଜୀବନ ଏବେ ବି ରହସ୍ୟାବୃତ। ଜୀବନ ପ୍ରଣାଳୀକୁ ନେଇ ଗବେଷଣା ଚାଲିଛି। କୁହାଯାଏ, ହଜାର ଶାବକରୁ ମାତ୍ର ଗୋଟିଏ ଅଲିଭ ରିଡ୍‌ଲେ ପୂର୍ଣ୍ଣ ବୟସ୍କ ବଞ୍ଚତ୍ଥାନ୍ତି। ସଂଖ୍ୟା ଅତିମାତ୍ରାରେ କମ୍‌ ଥିବାରୁ ଇଣ୍ଟରନ୍ୟାଶନାଲ ୟୁନିୟନ ଫର କଞ୍ଜରଭେଶନ ଅଫ ନେଚର (ଆଇୟୁସିଏନ୍‌) ପକ୍ଷରୁ ଏହି ସାମୁଦ୍ରିକ ପ୍ରାଣୀକୁ ରେଡ୍‌ ଲିଷ୍ଟରେ ରଖାଯାଇଛି। ଗହୀରମଥା ଏମାନଙ୍କ ପ୍ରଜନନ ସ୍ଥଳ ହୋଇଥିବାରୁ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି। ଚଳିତବର୍ଷଠାରୁ ଗୋଆ ବନ ବିଭାଗ ପକ୍ଷରୁ ସୁରକ୍ଷା ଓ ଠିକ୍‌ ଆକଳନ ପାଇଁ ମୋରଜି ତଟରେ ଡ୍ରୋନ୍‌ କ୍ୟାମେରାର ବ୍ୟବହାର କରାଯାଉଛି। ଏଠାରେ ମଧ୍ୟ ଡ୍ରୋନ ବ୍ୟବହାର କରାଯାଇ ବାସସ୍ଥଳ ସମ୍ପର୍କରେ ନିରୀକ୍ଷଣ କରାଯାଉ ବୋଲି ଦାବି ହୋଇଛି। ଏହାଦ୍ୱାରା ମୃତାହତ ସଂଖ୍ୟା, ତଟକ୍ଷୟ ଓ ସୁରକ୍ଷା ସମ୍ପର୍କରେ ଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଗହୀରମଥା ସାମୁଦ୍ରିକ କଇଁଛ ଓ ହେନ୍ତାଳବଣ ସୁରକ୍ଷା ସମିତିର ସମ୍ପାଦକ ହେମନ୍ତ କୁମାର ରାଉତ, ପରିବେଶବିତ୍‌ ଡ. ପ୍ରଦୀପ ତରାଇ, ଜନ ଅଧିକାର ଅଭିଯାନର ସଭାପତି ଭୁବନମୋହନ ଜେନା, ଅଧ୍ୟାପକ କ୍ଷୀତିଶ କୁମାର ସିଂ, ଡା. ମିଲନ କୁମାର ପ୍ରମୁଖ କହିଛନ୍ତି, ବିଶ୍ୱରେ ୩୬୦ ପ୍ରଜାତିର କଇଁଛ ଅଛନ୍ତି। ଅଲିଭ ରିଡ୍‌ଲେ ପ୍ରଜାତିର ସଂଖ୍ୟା କମ୍‌ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲା ଗହୀରମଥା ଏମାନଙ୍କ ପ୍ରଜନନସ୍ଥଳୀ ଭାବେ ବିଶ୍ୱ ବିଖ୍ୟାତ ହୋଇଛି। ଏହି ସାମୁଦ୍ରିକ ଅଞ୍ଚଳ ମଧ୍ୟରେ ମାତ୍ର ୨୭ ବର୍ଗ କି.ମି.ରେ ଥିବା ସ୍ଥଳ ଭାଗରେ ଅଣ୍ଡାଦାନ କରିଥାନ୍ତି। ପ୍ରତିବର୍ଷ ପ୍ରାୟ ୫ ଲକ୍ଷ କଇଁଛ ଏଠାକୁ ଆସୁଛନ୍ତି। ତଟକ୍ଷୟ ଯୋଗୁ ଅଣ୍ଡାଦାନ ସ୍ଥଳ କମିବାରେ ଲାଗିଛି। ସେହିପରି ପ୍ରତିବର୍ଷ ବିଭିନ୍ନ କାରଣରୁ ମୃତାହତ ହେଉଛନ୍ତି। ଏମାନଙ୍କ ଜୀବନ ପ୍ରଣାଳୀକୁ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ନିରୀକ୍ଷଣ କରାଯାଉନାହିଁ। ଫଳରେ ଏଠାକୁ ଆସିଥିବା କଇଁଛଙ୍କ ପ୍ରକୃତ ସଂଖ୍ୟା ଓ ସମସ୍ୟାର ଠିକ୍‌ ସମାଧାନ ହୋଇପାରୁନାହିଁ। ନିକଟରେ ଡ୍ୟୁକ ୟୁନିଭରସିଟି ଓ ୟୁନିଭରସିଟି ଅଫ ଏକ୍ସିଟର ପକ୍ଷରୁ ପ୍ରସ୍ତୁତ ଡ୍ରୋନ ଦ୍ୱାରା କଇଁଛଙ୍କ ସୁରକ୍ଷା ହୋଇପାରିବ ବୋଲି ଗୋଆ ବନ ବିଭଗ ସୂଚନା ଦେବା ସହ ଏକ କର୍ମଶାଳା ଆୟୋଜନ କରିଥିଲା। ସେଠାକାର ବନ ବିଭାଗ ଓ ୱାର୍ଲଡ ୱାଇଡ ଫଣ୍ଡ ଫର ନେଚର (ଡବ୍ଲ୍ୟୁଡବ୍ଲ୍ୟୁଏଫ) ମାଧ୍ୟମରେ କର୍ମଶାଳା ସହ ଗତ ଏପ୍ରିଲରେ ଗୋଆର ମୋରଜି ତଟଦେଶରେ ଡ୍ରୋନର ବ୍ୟବହାର ହୋଇଛି। ଏହାର ୩୬୦ ଡିଗ୍ରୀ କ୍ୟାମେରା ଲେନ୍ସରେ କଇଁଛଙ୍କ ବାସ୍ତବ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଚାଲିଛି। ଏହି ଡ୍ରୋନ କ୍ୟାମେରା ଦ୍ୱାରା ମଧ୍ୟ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ହେଉଥିବା ତଟକ୍ଷୟ ସମ୍ପର୍କରେ ଆକଳନ କରିହେବ। ସେହିପରି ଏହି ଜୀବଙ୍କ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ; ଯାହା ଅଲିଭ ରିଡ୍‌ଲେଙ୍କ ବିଚିତ୍ର ଜୀବନ ପ୍ରଣାଳୀକୁ ସହଜରେ ବୁଝି ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ଯଜ୍ଞଦତ୍ତ ପତିଙ୍କୁ ପଚାରିବାରେ ଚଳିତବର୍ଷର କଇଁଛ ଆଗମନ ପାଇଁ ଗତ ୧ ତାରିଖରୁ ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଡ୍ରୋନ କ୍ୟାମେରା ବ୍ୟବହାର ପାଇଁ ଅଦ୍ୟାବଧି କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ। ଆଗାମୀ ବର୍ଷରେ ଏ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri