ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବି: ଆଜି ରେଳରୋକୋ

କେନ୍ଦ୍ରାପଡ଼ା ଅଫିସ, ୧୦।୧୧: କେନ୍ଦ୍ରାପଡ଼ା ଜିଲାକୁ ୨୦୨୦ ଜୁଲାଇ ୨୪ଠାରୁ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏହା ପରେ ରେଳ ବିହୀନ ଜିଲାରୁ କେନ୍ଦ୍ରାପଡ଼ାର ନାମ ବାଦ୍‌ ପଡିଥିଲା। ଏବେ ଦୈନିକ ୩୦ ମାଲବାହୀ ଟ୍ରେନ ଗଡୁ ଥିଲେ ମଧ୍ୟ ଯାତ୍ରୀବାହୀ ଟ୍ରେନ ଅଦ୍ୟାବଧି ଚଳାଚଳ କରିନାହିଁ। ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବିରେ ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ବୁଧବାର ୪ ଘଣ୍ଟିଆ ରେଳରୋକୋ ହେବ। ତେବେ ଏଥିପାଇଁ ଭିତ୍ତିଭୂମିର ଅଭାବ ଓ ନିରାପତ୍ତା ଆୟୁକ୍ତଙ୍କ ତଦାରଖ ଆବଶ୍ୟକ ଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ବରିଷ୍ଠ ନେତା ସୌମେନ୍ଦ୍ର କୁମାର ପୃଷ୍ଟି କହିଛନ୍ତି, ହରିଦାସପୁର-ପାରାଦୀପ ନୂଆ ବ୍ରଡଗେଜ ଲାଇନରେ ଭାୟା କେନ୍ଦ୍ରାପଡ଼ା ଜିଲା ମଧ୍ୟ ଦେଇ ୨୦୨୦ ଜୁଲାଇ ୨୪ରେ ପ୍ରଥମ ପଣ୍ୟବାହୀ ରେଳ ଗଡିଥିଲା। ଏହାକୁ ଇତିମଧ୍ୟରେ ପ୍ରାୟ ଦେଢ଼ ବର୍ଷ ହୋଇଛି। ଅଦ୍ୟାବଧି ଯାତ୍ରୀବାହୀ ରେଳ ଗଡିନାହିଁ। ୧୯୯୬-୯୭ ଆର୍ଥିକ ବର୍ଷରେ ଏହି ରେଳ ଲାଇନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ଦୀର୍ଘଦିନ ଧରି ଏହି ପ୍ରକଳ୍ପ ପଡି ରହିବା ପରେ ରେଳପଥ ସମ୍ପୂର୍ଣ୍ଣ ନିର୍ମାଣ ହୋଇଛି। ଏ ନେଇ କଂଗ୍ରେସ ପକ୍ଷରୁ ବିଭାଗୀୟ ମନ୍ତ୍ରୀ, ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଯାତ୍ରୀବାହୀ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ତତ୍ପର ହେଉନାହାନ୍ତି। ସେହିପରି ସହରର ମୁର୍ସିଦ ଆଲମ କହିଛନ୍ତି, ଗତ ୨୦୨୦ରେ କରୋନା ସଂକ୍ରମଣ ଆରମ୍ଭ ପରେ ଏହି ଜିଲାକୁ ପ୍ରାୟ ୩ ଲକ୍ଷ ପ୍ରବାସୀ ଫେରିଥିଲେ। ସେମାନଙ୍କ ଯାତ୍ରାପଥର କଷ୍ଟ ସମ୍ପର୍କରେ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଛି। ଜିଲାରୁ ଏତେ ସଂଖ୍ୟକ କର୍ମଜୀବୀ ବାହାରକୁ ଯାଉଥିବା ବେଳେ ରେଳ ଚଢ଼ିବା ଅଦ୍ୟାବଧି ସମ୍ଭବ ହୋଇନାହିଁ। ଏହି ଜିଲାର କର୍ମଜୀବୀ ରେଳରେ ଚଢ଼ି ବାହାରକୁ ଯିବାକୁ ହେଲେ ନିକଟସ୍ଥ ପାରାଦୀପ, କଟକ ଓ ହରିଦାସପୁର ରେଳ ଷ୍ଟେଶନକୁ ଯିବାକୁ ପଡୁଛି। ତୁରନ୍ତ କେନ୍ଦ୍ରାପଡ଼ା ଜିଲାରେ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ଦାବି କରାଯାଉ ବୋଲି ସେ ମତ ଦେଇଛନ୍ତି। କଂଗ୍ରେସ ନେତା ଗଣେଶ୍ୱର କହିଛନ୍ତି, ଯାତ୍ରୀବାହୀ ରେଳ ଚଳାଚଳ ପାଇଁ କେନ୍ଦ୍ରାପଡ଼ାବାସୀ ଅପେକ୍ଷା କରିଛନ୍ତି। ଓଡ଼ିଶାରୁ ଏମ୍‌ପି ହୋଇ ଯାଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ପଦବୀ ମିଳିବା ପରେ କଂଗ୍ରେସ ପକ୍ଷରୁ ଏହି ଦାବିକୁ ତୀବ୍ର କରାଯାଇଛି। ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମେଲ ଓ ପ୍ରତ୍ୟକ୍ଷ ଭାବେ ଏହି ରେଳପଥରେ ଯାତ୍ରୀବାହୀ ଚଳାଚଳ ପାଇଁ ଦାବି କରାଯାଇଛି। ଗତ ଅଗଷ୍ଟ ୨୬ରେ ପୂର୍ବତଟ ରେଳପଥ ପରିଚାଳକଙ୍କୁ ଭେଟି ଏ ନେଇ ଦାବିପତ୍ର ଦିଆଯାଇଥିଲା। ଦାବିର ସମୟସୀମା ଅବଧି ପାର ହୋଇଥିବାରୁ ରେଳରୋକୋ ଦ୍ୱାରା ଦୃଷ୍ଟି ଆକର୍ଷଣ କରାଯାଉଛି। ବୁଧବାର ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ରେଳ ଷ୍ଟେଶନରେ ଏହି ରେଳରୋକୋ ହେବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ପୂର୍ବତଟ ରେଳପଥର ପିଆରଓ ନିରାକାର ଦାସ କହିଛନ୍ତି, ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ସମସ୍ତ ପ୍ରସ୍ତୁତି ସରିନାହିଁ। ଷ୍ଟେଶନ ଓ ସିଗ୍‌ନାଲ ସିଷ୍ଟମକୁ ଭଲ ଭାବେ ପରୀକ୍ଷା ପରେ ଟ୍ରେନ ଚଳାଚଳ ସମ୍ଭବ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri