ଭିତ୍ତିପ୍ରସ୍ତରରେ ଅଟକିଛି କେରଡ଼ାଗଡ଼-ଏକମାଣିଆ ସେତୁ

ଆଳି, ୮ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ଉପାନ୍ତରେ ଏକମାଣିଆ ପଞ୍ଚାୟତ ରହିଛି। ଏହାର ଚତୁଃପାର୍ଶ୍ୱକୁ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀ ଘେରି ରହିଛି। ଫଳରେ ସେମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଅବହେଳିତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଅଞ୍ଚଳବାସୀ ସେତୁ ନିର୍ମାଣ ନିମନ୍ତେ ବାରମ୍ବାର ସରକାରଙ୍କ ନିକଟରେ ଗୁହାରି କରିବା ପରେ ୨୦୧୬ ନଭେମ୍ବର ୮ରେ କେରଡ଼ାଗଡ଼ଠାରୁ ଏକମାଣିଆ ପର୍ଯ୍ୟନ୍ତ ଏକ ସେତୁ ନିର୍ମାଣ କରିବାକୁ ଭିତ୍ତିପ୍ରସ୍ତର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାପନ କରିଥିଲେ। ଇତିମଧ୍ୟରେ ଭିତ୍ତିପ୍ରସ୍ତର ସ୍ଥାପନକୁ ୫ ବର୍ଷ ପୂରି ଗଲାଣି। କିନ୍ତୁ ସେତୁ ପାଇଁ ବାଲି ମୁଠାଏ ବି ପଡ଼ିନାହିଁ। ଫଳରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଉଛି।
୨୦୧୭ରେ ରାଜ୍ୟ ସରକାର ଏକମାଣିଆକୁ ନୂତନ ପଞ୍ଚାୟତର ମାନ୍ୟତା ଦେଇଥିଲେ। ନୂତନ ପଞ୍ଚାୟତ ମାନ୍ୟତା ଦେଇଥିଲେ ସତ, କିନ୍ତୁ ବିକାଶମୂଳକ କାର୍ଯ୍ୟ ପ୍ରତି ଦୃଷ୍ଟି ଦେଇନାହାନ୍ତି। ଏକମାଣିଆ, ନଳପାହି ଓ ଦକ୍ଷିଣଡିହା ଆଦି ୩ ଗ୍ରାମକୁ ନେଇ ଗଠିତ ପଞ୍ଚାୟତରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରିଥାନ୍ତି। କିନ୍ତୁ ସେମାନଙ୍କ ଦୁଃଖ କହିଲେ ନ ସରେ। ସେମାନେ ଆଜି ପର୍ଯ୍ୟନ୍ତ ନିଜର ମୌଳିକ ଅଧିକାର ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ଅଞ୍ଚଳର ଲୋକମାନେ ଘରୁ ଗୋଡ଼ କାଢ଼ି ବାହାରକୁ ଯିବାକୁ ଚାହିଁଲେ ଡଙ୍ଗାର ଆବଶ୍ୟକତା ପଡ଼ିଥାଏ। ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଭରା ନଦୀରେ ଡଙ୍ଗି ସାହାଯ୍ୟରେ ଡାକ୍ତରଖାନା ନେବାକୁ ପଡିଥାଏ। ପଞ୍ଚାୟତର ଗୋଟିଏ ପାର୍ଶ୍ୱରେ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଅନ୍ୟ ପାର୍ଶ୍ୱରେ ରାଜନଗର ସ୍ବାସ୍ଥ୍ୟକେନ୍ଦ୍ର ରହିଛି। କିନ୍ତୁ ଏଠାକୁ ଆମ୍ବୁଲାନ୍ସ ସେବା ସ୍ବପ୍ନ ପାଲଟିଛି। ଏପରି କି ଅଗ୍ନିକାଣ୍ଡ ଘଟିଲେ ଦମକଳ ଗାଡି ମଧ୍ୟ ଯିବା ଅସମ୍ଭବ। ଏହି ସେତୁ ନିର୍ମାଣ କରାଗଲେ ପଞ୍ଚାୟତବାସୀ ଉପକୃତ ହୋଇପାରିବେ ବୋଲି ଏକମାଣିଆ ସରପଞ୍ଚ ଗୀତାଞ୍ଜଳି ମଲିକ, ଅନନ୍ତ କରଣ, ବିଚିତ୍ର କରଣ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri