ଭିତ୍ତିପ୍ରସ୍ତରରେ ଅଟକିଛି କେରଡ଼ାଗଡ଼-ଏକମାଣିଆ ସେତୁ

ଆଳି, ୮ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ଉପାନ୍ତରେ ଏକମାଣିଆ ପଞ୍ଚାୟତ ରହିଛି। ଏହାର ଚତୁଃପାର୍ଶ୍ୱକୁ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀ ଘେରି ରହିଛି। ଫଳରେ ସେମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଅବହେଳିତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଅଞ୍ଚଳବାସୀ ସେତୁ ନିର୍ମାଣ ନିମନ୍ତେ ବାରମ୍ବାର ସରକାରଙ୍କ ନିକଟରେ ଗୁହାରି କରିବା ପରେ ୨୦୧୬ ନଭେମ୍ବର ୮ରେ କେରଡ଼ାଗଡ଼ଠାରୁ ଏକମାଣିଆ ପର୍ଯ୍ୟନ୍ତ ଏକ ସେତୁ ନିର୍ମାଣ କରିବାକୁ ଭିତ୍ତିପ୍ରସ୍ତର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାପନ କରିଥିଲେ। ଇତିମଧ୍ୟରେ ଭିତ୍ତିପ୍ରସ୍ତର ସ୍ଥାପନକୁ ୫ ବର୍ଷ ପୂରି ଗଲାଣି। କିନ୍ତୁ ସେତୁ ପାଇଁ ବାଲି ମୁଠାଏ ବି ପଡ଼ିନାହିଁ। ଫଳରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଉଛି।
୨୦୧୭ରେ ରାଜ୍ୟ ସରକାର ଏକମାଣିଆକୁ ନୂତନ ପଞ୍ଚାୟତର ମାନ୍ୟତା ଦେଇଥିଲେ। ନୂତନ ପଞ୍ଚାୟତ ମାନ୍ୟତା ଦେଇଥିଲେ ସତ, କିନ୍ତୁ ବିକାଶମୂଳକ କାର୍ଯ୍ୟ ପ୍ରତି ଦୃଷ୍ଟି ଦେଇନାହାନ୍ତି। ଏକମାଣିଆ, ନଳପାହି ଓ ଦକ୍ଷିଣଡିହା ଆଦି ୩ ଗ୍ରାମକୁ ନେଇ ଗଠିତ ପଞ୍ଚାୟତରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରିଥାନ୍ତି। କିନ୍ତୁ ସେମାନଙ୍କ ଦୁଃଖ କହିଲେ ନ ସରେ। ସେମାନେ ଆଜି ପର୍ଯ୍ୟନ୍ତ ନିଜର ମୌଳିକ ଅଧିକାର ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ଅଞ୍ଚଳର ଲୋକମାନେ ଘରୁ ଗୋଡ଼ କାଢ଼ି ବାହାରକୁ ଯିବାକୁ ଚାହିଁଲେ ଡଙ୍ଗାର ଆବଶ୍ୟକତା ପଡ଼ିଥାଏ। ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଭରା ନଦୀରେ ଡଙ୍ଗି ସାହାଯ୍ୟରେ ଡାକ୍ତରଖାନା ନେବାକୁ ପଡିଥାଏ। ପଞ୍ଚାୟତର ଗୋଟିଏ ପାର୍ଶ୍ୱରେ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଅନ୍ୟ ପାର୍ଶ୍ୱରେ ରାଜନଗର ସ୍ବାସ୍ଥ୍ୟକେନ୍ଦ୍ର ରହିଛି। କିନ୍ତୁ ଏଠାକୁ ଆମ୍ବୁଲାନ୍ସ ସେବା ସ୍ବପ୍ନ ପାଲଟିଛି। ଏପରି କି ଅଗ୍ନିକାଣ୍ଡ ଘଟିଲେ ଦମକଳ ଗାଡି ମଧ୍ୟ ଯିବା ଅସମ୍ଭବ। ଏହି ସେତୁ ନିର୍ମାଣ କରାଗଲେ ପଞ୍ଚାୟତବାସୀ ଉପକୃତ ହୋଇପାରିବେ ବୋଲି ଏକମାଣିଆ ସରପଞ୍ଚ ଗୀତାଞ୍ଜଳି ମଲିକ, ଅନନ୍ତ କରଣ, ବିଚିତ୍ର କରଣ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?