ବିରି ଫସଲରେ କାଳିମୁଣ୍ଡି ପୋକ, ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ,୬।୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳର ବିରି ଅମାର କୁହାଯାଉଥିବା ଧୋୟାଞ୍ଚଳର ସିଂହଗାଁ, ପେଣ୍ଠପାଳ, ତରଡିପାଳ, ଅଳପୁଆ, ବଲୁରିଆ, ଅଣ୍ଢରା, ଅମୃତମଣୋହି ପଞ୍ଚାୟତରେ ବ୍ୟାପକ ଭାବେ ଚାଷ ହୋଇଛି। ହେଲେ ବିରି ଫସଲରେ କାଳିମୁଣ୍ଡି ପୋକ ପ୍ରାଦୃଭାବ ଦେଖିବାକୁ ମିଳିଛି। କାଳିମୁଣ୍ଡି ପୋକ ଦେଖି ଧୋୟାଞ୍ଚଳର ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି। ଦୁର୍ଗା ପୂଜା ପରେ ଧୋୟାଞ୍ଚଳରେ ଚାଷ ଜମିରେ ବିରି ବୁଣା ଯାଇଥିଲା। ବିରି ଗଛ ୮ରୁ ୧୦ ପତରର ହୋଇଥିବାବେଳେ କାଳିମୁଣ୍ଡି ପୋକ ଆକ୍ରମଣ ଚାଷୀମାନଙ୍କୁ ବିବ୍ରତ କରିଦେଇଛି। ଚଳିତବର୍ଷ ବନ୍ୟାରେ ଧୋୟାଞ୍ଚଳରେ ପନିପରିବା ଫସଲ ଉଜୁଡି ଯାଇଥିଲା। ବନ୍ୟା ପ୍ରକୋପ କମିଲା ପରେ ଅର୍ଥକରୀ ବିରି ଫସଲ ଉପରେ ଚାଷୀମାନେ ଭରସା ରଖିଥିଲେ। ଗୋଟିଏ ରାତିରେ ଶତାଧିକ ଏକର ବିରି ଫସଲ ପୋକ ଉଜୁଡି ଦେଉଥିବା ଦେଖିବାକୁ ମିଳୁଛି। ବନ୍ୟାରେ ସର୍ବସ୍ବ ହରାଇଥିବା ଧୋୟାଞ୍ଚଳ ଚାଷୀଙ୍କ ଆର୍ଥତ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ବିରି ଫସଲକୁ ପୋକ ଦାଉରୁ ରକ୍ଷା କରିବାକୁ ଚାଷୀଙ୍କ ନିକଟରେ ସମ୍ବଳ ନାହିଁ। କୃଷି ବିଭାଗ ଏ ସମ୍ପର୍କରେ ଜାଣି କୌଣସି ପଦକ୍ଷେପ ନେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କୃଷି ବିଭାଗ ପକ୍ଷରୁ ତୁରନ୍ତ କୀଟନାଶକ ଔଷଧ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।
ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଅଣ୍ଢରା, ଅଳପୁଆ, ଦାଣ୍ଡିସାହି, ସିଂହଗାଁ, କୃଷ୍ଣଦାସପୁର, କୋଳଥିଆ, ପେଣ୍ଠପାଳ, ତରଡିପାଳ, ତୁଳସିଡିଆ, ଅମୃତମଣୋହି, ବଲୁରିଆ, ସିଦ୍ଧବାଲି, ତରାଇପାଟଣା ଆଦି ଗାଁରେ ଥିବା ଚାଷଜମି ବିରି ଫସଲରେ ସର୍ବାଧିକ କାଳିମୁଣ୍ଡି ପୋକଙ୍କ ଦେଖିବାକୁ ମିଳିଛି। ସେହିପରି ଶ୍ରୀରାମପୁର, କଦମ୍ବଦାଣ୍ଡି, ପାଳପାଟଣା, ଡାମରପୁର, ବଳଭଦ୍ରପୁର, ଶାସନ, ବାଛରା, ମଣ୍ଡପଡା, ବାଲିପାଟଣା, ନୀଳକଣ୍ଠପୁର ଆଦି ଅଞ୍ଚଳରେ ପୋକ ଦେଖିବାକୁ ମିଳଛନ୍ତି। ଏହାଛଡା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର କଷଣଅଣ୍ଟା, ବାଲିପଡା, ତଳବାଲିପଡା, ବଳଦେବନଗର, ସିଦ୍ଧପାଟଣା, ତନୁପୁର, ନନ୍ଦିନୀନଗର, ଅଳଭା, ନୂଆଗାଁ, କାକୁଡିପଲ୍ଲୀ, ଷଣ୍ଢପଲ୍ଲୀ ଗାଁର ଚାଷ ଜମିରେ ବିରି ଫସଲରେ କାଳିମୁଣ୍ଡି ପୋକଙ୍କ ବୃଦ୍ଧି ପାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କୃଷି ଓ କୃଷକର ବିକାଶ ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରି ଚାଲିଥିଲେ ମଧ୍ୟ କୃଷି ବିଭାଗର ଅପାରଗତାକୁ ଚାଷୀମାନେ ନିର୍ଯାତିତ ହେବା ସାର ହେଉଛି। କାଳିମୁଣ୍ଡି ପୋକ ଦାଉରୁ ବିରି ଫସଲକୁ ରକ୍ଷା କରା ନ ଗଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି। ରାଜ୍ୟ କୃଷିମନ୍ତ୍ରୀ, ବିଧାୟକ ଓ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ପଟ୍ଟାମୁଣ୍ଡାଇ ସଂଗ୍ରାମ ସମିତି ସଭାପତି ନୃସିଂହ ଚରଣ ଆଚାର୍ଯ୍ୟ, ଅଣ୍ଢରା ଗାଁର କୃଷକ ନେତା ଚିତ୍ତରଞ୍ଜନ ମଲ୍ଲିକ, ବୃନ୍ଦାବନ ମଲ୍ଲିକ, ପୂର୍ବତନ ସରପଞ୍ଚ କୈଳାସ ସେଠୀ, କୃଷକନେତା ପାରେଶ୍ୱର ବିଶ୍ୱାଳ, ଉଲ୍ଲାସ ମଲ୍ଲିକ, ପ୍ରଭାକର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଲଲାଟେନ୍ଦୁ ସ୍ବାଇଁ, ପାର୍ଥସାରଥି ଦାସ, ଅଶୋକ ପରିଡା, ବାବୁଲି ସେଠୀ ପ୍ରମୁଖ ବହୁ ଲୋକ ପ୍ରତିନିଧି ଓ କୃଷକ ନେତା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

କ୍ରୀଡ଼ାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ବିଭିନ୍ନ ବର୍ଗରେ ମିଳିଲା ପଦକ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରରେ ଅନୁଷ୍ଟିତ ରିଜିଓନାଲ ଡାଇରେକ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୬-୨୦୨୭ରେ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ନାୟକ ଅଣ୍ଡର…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri