କେନ୍ଦ୍ରାପଡ଼ା

ମା’ର ପରିଚୟ ପାଇଁ ସୁଭଦ୍ରାଙ୍କୁ ମାଡ଼

କେନ୍ଦ୍ରାପଡ଼ା ଅଫିସ,୪।୩: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ବରକୋଳିଖଳା ଗଁାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅନୁପ୍ରବେଶକାରୀ ଓଡ଼ିଶା ମାଟିରେ ପ୍ରବେଶ କରି ନିଜର ଦୌରାତ୍ମ୍ୟ ଦେଖାଇଛନ୍ତି। ମା’ର ପରିଚୟ ନ ଦେବାରୁ ଗଁାର ସୁଭଦ୍ରା ରାୟଙ୍କୁ ମାଡ…

ହସ୍ତକ୍ଷେପ କଲେ କେନ୍ଦ୍ର ସରକାର

କେନ୍ଦ୍ରାପଡ଼ା ଅଫିସ,୪।୩: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦରେ କେନ୍ଦ୍ର ସରକାରଙ୍କ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ (ଏନଭାରନମେଣ୍ଟ, ଫରେଷ୍ଟ ଆଣ୍ଡ କ୍ଲାଇମେଟ ଏକ୍ସଚେଞ୍ଜ) ମନ୍ତ୍ରଣାଳୟ ହସ୍ତକ୍ଷେପ କରିଛନ୍ତି।…

ସାଗରଙ୍କ ଲେଖନୀ ଦେଉଛି ବୃକ୍ଷକୁ ସୁରକ୍ଷା

କେନ୍ଦ୍ରାପଡ଼ା ଅଫିସ, ୩ା୩: ବହି ଛପା ହେବା ପାଇଁ କାଗଜ ଆବଶ୍ୟକ। କାଗଜ ପାଇଁ ଗଛ ବଳି ପଡୁଛି। ଗଛ ନଷ୍ଟ ଅର୍ଥ ପ୍ରାକୃତିକ ବିପର୍ଯ୍ୟୟକୁ ନିମନ୍ତ୍ରଣ। ପ୍ରାକୃତିକ ବିପର୍ଯ୍ୟୟର ନିୟନ୍ତ୍ରଣ ପାଇଁ ଗଛ ଲଗାଇବା ଜରୁରୀ। ପୁସ୍ତକ ବିକ୍ରିଲବ୍ଧ ରୟାଲିଟିକୁ…

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ମହାକାଳପଡ,୨।୩(ଡି.ଏନଏ): ଭାରସାମ୍ୟ ହରାଇ ଓଲଟି ପଡ଼ଛି ଏକ ଯାତ୍ରୀବାହୀ ବସ। ମହାକାଳପଡା ବ୍ଲକ ଅଧିନ ସ୍ଥାନୀୟ ଆଲାଇଲୋ ପଂଚାୟତ କୁମ୍ଭାରୁଣି ଗ୍ରାମ ନିକଟ ହନୁମାନ ଛକ ବାଙ୍କରେ ପ୍ରିନ୍ସ ନାମକ ଯାତ୍ରୀବାହୀ ବସଟି ନିକଟ ବିଲକୁ ପଲଟି ପଡ଼ିଥିଲା। ଏହି ବସରେ…

ବ୍ରାହ୍ମଣୀ ନଦୀ ପଠାରୁ ଚାଲିଛି ମାଟି, ବାଲି ଉଠାଣ

ପଟ୍ଟାମୁଣ୍ଡାଇ,୨୮।୨(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ପଠାରୁ ପରିବେଶ କ୍ଲିୟରାନ୍ସ ପ୍ରମାଣ ପତ୍ର ନ ଥାଇ ବାଲି ଓ ମାଟି ଉଠାଣ ଚାଲିଛି। ପ୍ରତିଦିନ ଶତାଧିକ ଟ୍ରକରେ ବାଲି ଓ ମାଟି ଉଠାଯାଇ ବିଭିନ୍ନ ସ୍ଥାନକୁ…

ଅଲିଭ୍‌ ରିଡ୍‌ଲେ କଇଁଛ ମୃତ୍ୟୁ ଘଟଣା: ୩ଜଣିଆ କମିଟି ଗଠନ କଲେ ହାଇକୋର୍ଟ

କଟକ ଅଫିସ୍‌,୨୮।୨: କେନ୍ଦ୍ରାପଡ଼ା ଜିଲା ଗହୀରମଥା ମୁହାଣରେ ୮୦୦ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ଘଟଣାରେ ନିଜ ଆଡ଼ୁ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ହାଇକୋର୍ଟ ଏବେ ଏକ ୩ଜଣିଆ କମିଟି ଗଠନ କରିଛନ୍ତି। ଶୁକ୍ରବାର ମାମଲାର ଶୁଣାଣି କରି ହାଇକୋର୍ଟ…

ବତିଘର ଅଞ୍ଚଳ ଉଚ୍ଛେଦ ଜଙ୍ଗଲ ଜମିରେ ଚିଙ୍ଗୁଡ଼ିଘେରି

ମହାକାଳପଡା,୨୬।୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ବତିଘର ଫରେଷ୍ଟ ସେକ୍‌ଶନ ଅଧୀନ ଯୋଗୀଧନକୁଦ ଓ ହଷିଣାକନ୍ଧା ଜଙ୍ଗଲ ଜମି ଅଞ୍ଚଳରେ କିଛିମାସ ପୂର୍ବରୁ ବନ ବିଭାଗ, ରାଜସ୍ବ ଓ ପୋଲିସ ପକ୍ଷରୁ ଉଚ୍ଛେଦ ଅଭିଯାନ ଜୋରଦାର କରାଯାଇଥିଲା। ପରେ ଏହି ଜଙ୍ଗଲ ଜମିରେ ବିଭାଗ…

ଚାଷକରି ଫସିଗଲେ ଆଳୁଚାଷୀ

କେନ୍ଦ୍ରାପଡ଼ା ଅଫିସ,୨୬।୨: କେନ୍ଦ୍ରାପଡ଼ା ଜିଲାରେ ଦୁଇମାସ ପୂର୍ବେ ଆଳୁ କିଗ୍ରା ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ କିଗ୍ରା ପ୍ରତି ମାତ୍ର ୩ ଟଙ୍କାରେ କ୍ଷେତରୁ ଚାଷୀ ବେପାରୀଙ୍କୁ ବିକୁଛନ୍ତି। ଜିଲାରେ ସଂରକ୍ଷଣ ବ୍ୟବସ୍ଥା ଓ ସରକାରୀ ମଣ୍ଡି ନ…

ଘରେ ଲାଗିଲା ନିଆଁ, ଜଳିଗଲା ସବୁକିଛି

ମହାକାଳପଡ଼ା,୨୩।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍‌ଛଲା ଗାଁରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗାଁର ଚନ୍ଦନ ଦାସଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଛି। ଘରର ସମସ୍ତ ଆସବାବପତ୍ର ଜଳି ଯାଇଛି। ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ…

ବିବାହ ଭୋଜି ଖାଇ ୫୪ ଅସୁସ୍ଥ, ୩ ଗୁରୁତର

ପଟ୍ଟାମୁଣ୍ଡାଇ,୨୨।୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗାଁର ଏକ ବରଯାତ୍ରୀ ଦଳ ଶନିବାର ରାତିରେ ରାଜନଗର କେରାଡାଗଡ ଗାଁକୁ ଯାଇଥିଲେ। ସେଠାରେ ଭୋଜିଖାଇ ରାତିରେ ଘରକୁ ଫେରିଥିଲେ। ହେଲେ ରବିବାର ସକାଳୁ ଖାଦ୍ୟ ବିଷକ୍ରିୟା ଯୋଗୁ ଅଧିକାଂଶ ବରଯାତ୍ରୀ ଝାଡାବାନ୍ତିରେ…

ଜୈବବିବିଧତା ସନ୍ତୁଳନରେ ଲାଲ କଙ୍କଡ଼ା

ମହାକାଳପଡ଼ା,୨୨।୨(ଡି.ଏନ୍‌.ଏ.): ସାମୁଦ୍ରିକ ବିରଳ ଜୀବ ମଧ୍ୟରେ ଲାଲ କଙ୍କଡା ଜୈବବିବିଧତା ଓ ପ୍ରାକୃତିକ ପରିବେଶ ସନ୍ତୁଳନ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ସମୁଦ୍ରରୁ ଭାସି ଆସୁଥିବା ବର୍ଜ୍ୟବସ୍ତୁ ଓ ଛୋଟ ଛୋଟ ସରୀସୃପ, ପଚା କଇଁଛ, ମାଛକୁ ଖାଇବା ସହ…

ସବ୍‌ଡିଭିଜନ ଦାବିରୁ ନଜର ହଟାଇବାକୁ ତୋରଣ

ପଟ୍ଟାମୁଣ୍ଡାଇ,୧୫।୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇର ଐତିହ୍ୟ ପରମ୍ପରା ଓ ମର୍ଯ୍ୟାଦା କ୍ଷୂର୍ଣ୍ଣ କରିବାକୁ ଏକ ଚକ୍ରାନ୍ତକାରୀ ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି। ସବ୍‌ଡିଭିଜନ ମାନ୍ୟତା ଦାବିରୁ ନଜର ହଟାଇବାକୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳକୁ ପ୍ରବେଶ ପଥରେ ପ୍ଲମ୍ବିଂ ସହର ତୋରଣ ରାସ୍ତାରେ ଲଗାଯାଇଛି। ଏହାକୁ ପୌରାଞ୍ଚଳବାସୀଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?