ବାର୍ଦ୍ଧକ୍ୟ ଭତ୍ତା : ୧୧ କି.ମି. ଚାଲିଲେ ଦୃଷ୍ଟିହୀନ ବୃଦ୍ଧ
ପଟ୍ଟାମୁଣ୍ଡାଇ,୧୭।୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଦୃଷ୍ଟିହୀନ ବୃଦ୍ଧ ମଙ୍ଗଳବାର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ମିଳୁ ନ ଥିବା ଅଭିଯୋଗ ନେଇ ୧୧ କିମି ଚାଲି ବ୍ଲକ ଅଫିସ୍ରେ ପହଞ୍ଚିଥିଲେ। କିନ୍ତୁ ସେଠାରେ…
ସମୁଦ୍ର ଲଙ୍ଘି ଜମିରେ ଲୁଣିପାଣି ମାଡ଼ିଲା
ମହାକାଳପଡ଼ା,୧୭ା୫(ଡି.ଏନ୍.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମୋଚା ବାତ୍ୟା ପ୍ରଭାବରେ ସମୁଦ୍ର ପତ୍ତନ ବଢ଼ିଛି। ଫଳରେ ସମୁଦ୍ର ଲୁଣିପାଣି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପାଣିଖିଆ ସାନ୍ତାଳି ଗଁା (ପଡ଼ା)ରେ ମଙ୍ଗଳବାର ଭୋରରୁ ମାଡ଼ିଯାଇଛି। ଏହି ପଡ଼ାରେ…
ଅସ୍ତିତ୍ୱ ହରାଉଛି କେନ୍ଦ୍ରାପଡ଼ା କେନାଲ
ଜଗନ୍ନାଥ ଧଳ କେନ୍ଦ୍ରାପଡ଼ା ଅଫିସ, ୧୭ା୫: ୧୮୬୬-୬୭ ମସିହାର ନଅଙ୍କ ଦୁର୍ଭିକ୍ଷର ପ୍ରତିକାର ପାଇଁ କେନ୍ଦ୍ରାପଡ଼ା କେନାଲ ଖୋଳାଯାଇଥିଲା। କ୍ଷେତକୁ ପାଣି ସହିତ ପଣ୍ୟ ପରିବହନ ଓ ସ୍ଥାନୀୟ ଅଞ୍ଚଳର ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଥିଲା। ରାଜ୍ୟର ଏହି ପୁରାତନ କେନାଲ…
ଉଦ୍ଧାର ହୋଇପାରୁ ନାହିଁ ଶ୍ରୀଜୀଉଙ୍କ ଭୂସମ୍ପତ୍ତି
କେନ୍ଦ୍ରାପଡ଼ା ଅଫିସ, ୧୬ା୫: ଆସନ୍ତା ଜୁନ ୨୦ରେ ରଥଯାତ୍ରା। ଏହାର ପରଦିନ ଅର୍ଥାତ୍ ୨୧ ତାରିଖରେ ଇଚ୍ଛାପୁରସ୍ଥ ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ରଥଟଣା ହେବ । ଏହାସହିତ ବାର୍ଷିକ ନୀତିକାନ୍ତି ପାଇଁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି…
ଦୃଢ଼ ଇଚ୍ଛାଶକ୍ତି କଠିନ ପରିଶ୍ରମ ସଫଳତାର ଚାବିକାଠି
ମହାକାଳପଡ଼ା,୧୫ା୫ (ଡି.ଏନ.ଏ.): ଖରାଦିନ ଆସିଲେ ଥଣ୍ଡା ପାନୀୟ ପ୍ରତି ବେଶ୍ ଚାହିଦା ବୃଦ୍ଧି ପାଇଥାଏ। ଡହଡ଼ହ ଖରାରୁ ଟିକେ ଆଶ୍ୱସ୍ତି ପାଇବାକୁ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଥଣ୍ଡା ପାନୀୟ ପ୍ରତି ମନ ବଳାଇଥାନ୍ତି। ଆଇସ କ୍ରିମ ହେଉ କି କୁଲିଫି…
ତାତି ବଢ଼ାଉଛି ଇଟାଭାଟି ନିଆଁ
ପଟ୍ଟାମୁଣ୍ଡାଇ,୧୫ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଦୈନିକ ତାପମାତ୍ରା ୪୦ରୁ ୪୧ ଡିଗ୍ରୀ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ…
ଲୋକସମ୍ବଳ ବିନିଯୋଗରେ ଦାଦନ ସମସ୍ୟା ହଟିବ
କେନ୍ଦ୍ରାପଡ଼ା ଅଫିସ, ୧୫ା୫: ରାଜ୍ୟ ସରକାର ଓଡ଼ିଶାକୁ ୧୩ରୁ ୩୦ ଜିଲା କଲେ। ଅବିଭକ୍ତ କଟକ ଜିଲାରୁ କେନ୍ଦ୍ରାପଡ଼ା ୧୯୯୩ ମସିହା ଏପ୍ରିଲରେ ସ୍ବତନ୍ତ୍ର ମାନ୍ୟତା ମିଳିଲା। ତେବେ ଏହି ଜିଲା ମାନ୍ୟତା ପରେ ସବୁ କିଛି ଠିକ୍ଠାକ୍ ଚାଲିନାହିଁ। ସ୍ବାଧୀନତାର…
ଲୁଣା,କରାଣ୍ଡିଆ ଦ୍ୱୀପାଞ୍ଚଳର ୧୩ ଗାଁ ଅବହେଳିତ
କେନ୍ଦ୍ରାପଡ଼ା ଅଫିସ, ୧୩ା୫: କେନ୍ଦ୍ରାପଡ଼ା ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ ଥିବା ୧୩ ରାଜସ୍ବ ଗ୍ରାମ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ ଅଛି। ଏ ନେଇ ଦ୍ୱୀପାଞ୍ଚଳବାସୀ ବାରମ୍ବାର ରାଜନେତା ଓ ପ୍ରଶାସକଙ୍କ ଦ୍ୱାରସ୍ଥ ହେଉଥିଲେ…
ଜାନୁୟାରୀ, ଫେବୃୟାରୀର ଚାଉଳ ଏବେ ମିଳୁଛି
ରାଜନଗର,୧୪।୫(ଡି.ଏନ.ଏ.): ରାଜନଗର ବ୍ଲକ କେରେଡାଗଡ଼ ଗାଁର ୨୧୨ ପରିବାର ବଳଭଦ୍ରପ୍ରସାଦ ଗାଁର ରିଟେଲର ପ୍ରକାଶ ଚନ୍ଦ୍ର ବଳଙ୍କଠାରୁ ରାଶନ ସାମଗ୍ରୀ ଆଣିଥାନ୍ତି। ରିଟେଲର କେରେଡାଗଡ଼ ବଜାର ଉପରେ ଏକ ପଏଣ୍ଟ ଖୋଲି ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ଯୋଗାଇ ଦେଇଥାନ୍ତି। ମାର୍ଚ୍ଚ ୧୫ରୁ…
ମିଶନ ଶକ୍ତିର ଆଦେଶନାମାକୁ ଉଲ୍ଲଂଘନ
ଡେରାବିଶ,୧୪।୫(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକରେ ଥିବା ମିଶନ ଶକ୍ତିର ଅନିୟମିତତା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବିଭାଗୀୟ ଆଦେଶନାମାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି। ବ୍ଲକ ଅଧୀନ ୨୬ ପଞ୍ଚାୟତ ମଧ୍ୟରୁ ୧୩ଟି ପଞ୍ଚାୟତର ଏମ୍ବିକେ ପ୍ରାର୍ଥୀ…
ପାନୀୟଜଳ, ଶିକ୍ଷା ଓ ଉନ୍ନୟନମୂଳକ କାମକୁ ଗୁରୁତ୍ୱ
ରାଜନଗର, ୧୩ା୫ (ଡି.ଏନ.ଏ.): ରାଜନଗର ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷା ପ୍ରତିଭା ପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂତନ ନଳକୂପ ଖନନ, ମେଗା ପାନୀୟଜଳ ପ୍ରକଳ୍ପର ଅଗ୍ରଗତି, ଯୁଦ୍ଧକାଳୀନ ଭିତ୍ତିରେ ଅଚଳ ନଳକୂପ ମରାମତି ଉପରେ ଆଲୋଚନା କରାଯାଇଥିଲା।…
ଜଙ୍ଗଲ ପାର୍ଶ୍ୱ ଗ୍ରାମରେ ଲାଗିଲା କଟକଣା
ମହାକାଳପଡ଼ା,୧୨।୫ (ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତର ପଣିଖିଆ ସାନ୍ତାଳପଡ଼ାର ଚତୁଃପାର୍ଶ୍ୱରେ ବନ ବିଭାଗ ପକ୍ଷରୁ ସେଞ୍ଚୁରି ବାଉଣ୍ଡାରି ପିଲାର ଚିହ୍ନଟ ସୀମା ନିର୍ଦ୍ଧାରଣ କରାଯାଇଛି। ଏହାକୁ ନେଇ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏହି…

