ବଗୁଲିଆ ପୋଖରୀ ସଂରକ୍ଷଣ, ବିକାଶ ନାମରେ ଦୁର୍ନୀତି ଅଭିଯୋଗ

ଆଳି,୨୭ା୬ (ବନମାଳୀ ସେନାପତି ): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ନିମନ୍ତେ ବିଭିନ୍ନ ଉନୟନମୂଳକ କାର୍ଯ୍ୟ କରି ଚାଲିଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନୟନମୂଳକ କାର୍ଯ୍ୟ କରା ଯାଉଥିବା ବେଳେ ଆଳି ବ୍ଲକ ଚଣ୍ଡିଆଗଡି ପଞ୍ଚାୟତରେ ଏକ ପୋଖରୀର ବିକାଶ ଓ ସରଂକ୍ଷଣ ନାମରେ ଦୁର୍ନୀତି ଅଭିଯୋଗ ହୋଇଛି। ପୋଖରୀଟି ଜଣେ ବ୍ୟକ୍ତିଗତ ଲୋକର ହୋଇଥିବା ବେଳେ ସରକାରୀ ଅଧିକାରୀମାନେ ସେହି ସ୍ଥାନରେ ସରକାରୀ ପ୍ରକଳ୍ପ କରାଇ ଏ ବାବଦରେ ଅର୍ଥ ଉଠାଇ ନେଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ମୁତାବକ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆଳି ବ୍ଲକ ଚଣ୍ଡିଆଗଡି ପଞ୍ଚାୟତର ବଗୁଲିଆ ପୋଖରୀର ସରଂକ୍ଷଣ ଓ ବିକାଶ ନିମନ୍ତେ ୨୦୨୨-୨୩ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ରେ ପ୍ରାୟ ୬ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା। ଏବେ ଏହି କାର୍ଯ୍ୟ ଶେଷ ହୋଇ ଏ ବାବଦରେ ଥିବା ଅର୍ଥ ରାଶି ଉଠାଇ ନିଆଯାଇଛି। ମାତ୍ର ପୋଖରୀ ଯେଉଁ ଜମିରେ ଖୋଳାଯାଇଛି ସେହି ଜମି ପଞ୍ଚାୟତର ଜଣେ ବ୍ୟକ୍ତିଙ୍କର ବୋଲି ଏବେ ସୂଚନା ମିଳିଛି। ଦୀର୍ଘବର୍ଷ ହେବ ସେହି ବ୍ୟକ୍ତିଙ୍କର ସେହି ସ୍ଥାନରେ ଏକ ଜଳାଶୟ ଥିଲା। କିଛିଦିନ ପୂର୍ବେ ସେହି ଜଳାଶୟର ସଂରକ୍ଷଣ ଓ ବିକାଶ ନିମନ୍ତେ ସରକାରୀ ଯୋଜନାରେ ପ୍ରାୟ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅର୍ଥ ଖର୍ଚ୍ଚ କରାଯାଇଛି। ବ୍ୟକ୍ତିଗତ ସ୍ଥାନରେ କିପରି ସରକାରୀ ଅର୍ଥ ଖର୍ଚ୍ଚ କରାଗଲା ତାହା ପୁଣି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏହାକୁ ନେଇ ଏବେ ସରକାରୀ ଅଧିକାରୀଙ୍କ ଉପରେ ସନ୍ଦେହ ସୃଷ୍ଟି କରିଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପୋଖରୀ ଖୋଳା ଯାଇଥିବା ବେଳେ ସେଠାରେ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ସୂଚନା ଫଳକଟିଏ ମଧ୍ୟ ଲଗାଯାଇନାହିଁ। ବିନା ଫଳକରେ ସରକାରୀ ଅର୍ଥ ଖର୍ଚ୍ଚ କରି ବ୍ୟକ୍ତିଗତ ଜମିରେ ପୋଖରୀ ଖୋଳି ଅର୍ଥ ଉଠାଇ ଯାଇ ଉନ୍ନତି ମୂଳକ କାର୍ଯ୍ୟ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ହେଉଛି ତାହା ସ୍ପଷ୍ଟ ବାରି ହୋଇପଡୁଛି। ଏହି ପ୍ରକଳ୍ପର କାର୍ଯ୍ୟାଦେଶ କନିଷ୍ଠଯନ୍ତ୍ରୀ ଶୁଭଦର୍ଶନି ସାହୁଙ୍କ ନାମରେ ଥିବା ବେଳେ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ କରାଯାଇଛି। ଏହି କାର୍ଯ୍ୟର ତଦାରଖ ଦାୟିତ୍ୱ ସହକାରୀ ଯନ୍ତ୍ରୀ ଓ ବିଡିଓଙ୍କ ଉପରେ ନ୍ୟସ୍ଥ ଥିବା ବେଳେ ଏବେ ଏହି ଦୁର୍ନୀତି ସାମ୍ନାକୁ ଆସିଛି। ଏହା ପରେ ବ୍ଲକ ସହକାରୀ ଯନ୍ତ୍ରୀ ଓ ବିଡିଓଙ୍କ ଭୂମିକା ଉପରେ ସନ୍ଦେହ ସୃଷ୍ଟି କରୁଛି। କାରଣ ପୋଖରୀ ଖୋଳା ଯାଇଥିବା ଜମି ପଞ୍ଚାୟତର ଜଣେ ଲୋକ ନାମରେ ଥିବା ବେଳେ କିଭଳି ଭାବେ ପ୍ରଶାସନିକ ଅଧିକାରୀ ତାହା ତଦନ୍ତ ନ କରି ବିଲ କରି ଦେଲେ ସେ ନେଇ ଅନେକ ସନ୍ଦେହ ସୃଷ୍ଟି କରୁଛି। ଘଟଣାର କେନ୍ଦ୍ରାପଡ଼ା ଜିଲାପାଳ ତଦନ୍ତ ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଆଳି ବିଡିଓ ଦିବେନ୍ଦୁ ଦାସଙ୍କୁ ପଚାରିବାରୁ ଅଭିଯୋଗ ଆସିଛି, ତେଣୁ ସେହି ଜମି ପ୍ରକୃତରେ ବ୍ୟକ୍ତିଗତ କିମ୍ବା ସରକାରୀ ତାହା ଆଳି ତହସିଲ ପକ୍ଷରୁ ରେକର୍ଡ ମଗାଯାଇ ଦେଖାଯିବ। ଯଦି ଏହା ବ୍ୟକ୍ତିଗତ ଜମି ହୋଇଥାଏ ତେବେ ଯେଉଁ ଅର୍ଥ ଖର୍ଚ୍ଚ କରାଯାଇଛି ତାହା ପୁନର୍ବାର ଭରଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri