ମା’କୁମ୍ଭୀର ପ୍ରଜନନ ବେଳେ ଅଧିକ ହିଂସ୍ର

ମହାକାଳପଡ଼ା,୨୪ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ଓ ମହାନଦୀ ତ୍ରିକୋଣଭୂମି ଅବବାହିକା ଅଞ୍ଚଳ ନଦୀ ନାଳ ଘେରା। ଜୁନ୍‌, ଜୁଲାଇରେ ମା’ ବଉଳା କୁମ୍ଭୀର ପ୍ରଜନନ ଋତୁ ଓ ଅଣ୍ଡାଦାନ ପ୍ରକ୍ରିୟା ଯୋଗୁ ଅଧିକ ହିଂସ୍ର ହୋଇଥାନ୍ତି। ମା’ କୁମ୍ଭୀରମାନେ ବିଶେଷକରି ନଦୀ, ନାଳ କୂଳ ସନ୍ତସନ୍ତିଆ ଘଞ୍ଚ ବୁଦା ମୂଳେ ଉଚ୍ଚ ଗଡ଼ାଣିଆ ସ୍ଥାନରେ ଅତି ସୁରକ୍ଷିତ ଭାବେ ଅଣ୍ଡାଦାନ କରନ୍ତି। ମା’ କୁମ୍ଭୀର ଅଣ୍ଡାଦାନ ପୂର୍ବରୁ ବୁଦା ଉଚ୍ଚ ସ୍ଥାନରେ ହେନ୍ତାଳ ପତ୍ର, ପିଞ୍ଚା ପତ୍ର, ଖରି ଡାଳପତ୍ର, କାଠି କୁଟା ଘାସ ଆଦିକୁ ସଂଗ୍ରହ କରି ୨ଫୁଟ୍‌ ଉଚ୍ଚରେ ସଜେଇ ରଖି ବସା ବାନ୍ଧି ତାହା ଭିତରେ ୬୦ଟି ପାଖାପାଖି ଅଣ୍ଡା ଦେଇଥାନ୍ତି। ଶତ୍ରୁ ଆକ୍ରମଣରୁ ଅଣ୍ଡାକୁ ରକ୍ଷା ପାଇଁ ତଥା କାଉ, କୁକୁର, ବିଲୁଆ, ଚିଲ ଆଦି ଜନ୍ତୁମାନଙ୍କଠାରୁ ସୁରକ୍ଷିତ ଭାବେ ଦୂରେଇ ରଖିଥାନ୍ତି। ଯାହାକି ଏବେ ବନ ବିଭାଗ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ପରିବେଶପ୍ରେମୀ ସମରେନ୍ଦ୍ର ମହାଳି କହିଛନ୍ତି, ବସାର କିଛି ଦୂର ବା କୋଡ଼ିଏ ଫୁଟ୍‌ ମଧ୍ୟରେ ଅଣ୍ଡାକୁ ଶତ୍ରୁ କବଳରୁ ରକ୍ଷା ପାଇଁ ମା’ କୁମ୍ଭୀର ଜଗି ରହିଥାଏ। ଯଦି କୌଣସି ଶତ୍ରୁ ଅଣ୍ଡା ଦେଇଥିବା ବସା ପାଖକୁ ଆସେ ମା’ କୁମ୍ଭୀର ଅତର୍କିତ ଭାବେ ଆକ୍ରମଣ କରିଥାଏ। ଏହି ସମୟରେ ମା’ କୁମ୍ଭୀର ଅଧିକ ହିଂସ୍ର ହୋଇଥାନ୍ତି। ମା’ କୁମ୍ଭୀର ଅଣ୍ଡାଦାନ କରିଥିବା ବସାକୁ ଜଗି ରହି ଅଣ୍ଡାକୁ ଉଷୁମ ଦେଉଥିବା ବେଳେ ପୁରୁଷ କୁମ୍ଭୀରଟି ଖାଦ୍ୟ ଅନ୍ବେଷଣରେ ମାଛ, କଙ୍କଡ଼ା, ପାଚିଲା ପିଞ୍ଚା କୋଳି ଓ ଅନ୍ୟ ଖାଦ୍ୟ ଧରି ମା’ କୁମ୍ଭୀର ନିକଟକୁ ଆସିଥାଏ। ତେବେ ୪୫ରୁ ୬୦ ଦିନ ପରେ ଅଣ୍ଡାରୁ ଶାବକ ଜନ୍ମ ନେଇଥାଏ। ଏହି ଶାବକଗୁଡ଼ିକ ଟିକେ ବଡ଼ ହେବା ପରେ ମା’ କୁମ୍ଭୀର ସାଙ୍ଗରେ ଧରି ନଦୀ ଓ ସମୁଦ୍ର ମଧ୍ୟକୁ ଯାଇଥାଏ। ନଦୀ ଓ ସମୁଦ୍ର ପ୍ରଖର ସ୍ରୋତରେ ମା’ କୁମ୍ଭୀର ସହ ଶାବକ ଢେଉ ପାରି ହୋଇ ଆଗକୁ ପହଁରିଲେ ସେମାନେ ବଞ୍ଚତ୍ଥାନ୍ତି। ଯେଉଁ ଶାବକ ନଦୀର ପ୍ରଖର ଢେଉରେ ପାରି ହୋଇପାରନ୍ତି ନାହିଁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ବ୍ଲକର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଓ ମହାକାଳପଡ଼ା ବନାଞ୍ଚଳଗୁଡ଼ିକରେ ମହାନଦୀ ତ୍ରିକୋଣଭୂମି ଅବବାହିକା, ଗୋବରୀ ନଦୀ ପାଶର୍‌ବ ଘଞ୍ଚ ବୁଦା, ଭିତର ଖରିନାସୀ, କଣ୍ଟିଲୋ, କଂସାରଡ଼ିଆ, ହେଟା ମୁଣ୍ଡିଆ ଆଦି ସଂରକ୍ଷିତ ଜଙ୍ଗଲ ସମେତ ରାମଚଣ୍ଡୀ ଗଳିଆ ନଦୀ, ଗୁପ୍ତଗିରି ନଦୀ ଘଞ୍ଚ ବୁଦା ମୂଳେ ବଉଳା କୁମ୍ଭୀରମାନଙ୍କ ବସା ଅତି ସୁରକ୍ଷିତ ଭାବେ ବାନ୍ଧି ଅଣ୍ଡାଦାନ କରିଥାନ୍ତି। ସାମାଜିକ କର୍ମୀ ସୁବାସ ସ୍ବାଇଁ କହିଛନ୍ତି, ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ବନ ବିଭାଗ ଓ ସ୍ଥାନୀୟ ବାସିନ୍ଦାମାନଙ୍କ ସହଯୋଗ ରହିବା ଆବଶ୍ୟକ। ଅନେକ ସମୟରେ ନଦୀ କୂଳିଆ ଅଞ୍ଚଳ ଲୋକଙ୍କୁ ବଉଳା କୁମ୍ଭୀର ଆକ୍ରମଣରେ ଶିକାର ହେବାକୁ ପଡ଼ିଥାଏ। ନଦୀ କୂଳରେ ଚରୁଥିବା ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ବତକମାନଙ୍କୁ କୁମ୍ଭୀର ଆକ୍ରମଣ କରୁଥିବା ନଜିର ରହିଛି। ଚଳିତ ମାସରେ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ୨ ଜଣଙ୍କ ଜୀବନ କୁମ୍ଭୀର ଆକ୍ରମଣରେ ଯାଇଛି। ୨ ମାସ ପୂର୍ବେ ବ୍ଲକ ଅଧୀନ ଖରନାସୀ ଗ୍ରାମର ଜଣେ ମହିଳା ନାଳରୁ ମାଛ ଧରିବା ବେଳେ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ଅଦ୍ୟାବଧି ନଦୀ କୂଳରେ କୁମ୍ଭୀର ବସା ବାନ୍ଧିବା ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରଜନନ ସମୟରେ କୁମ୍ଭୀର ହିଂସ୍ର ହୁଅନ୍ତି। ବନ ବିଭାଗ ପକ୍ଷରୁ ସମସ୍ତ ନଦୀ କୂଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ବର୍ଷା ଦିନରେ ନଦୀ ମଧ୍ୟକୁ ପ୍ରବେଶ କଟକଣା ଜାରି କରାଯାଇଛି। ତେବେ ରାଜନଗର, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ନଦୀକୂଳ ଅଞ୍ଚଳରେ ଜନ ସଚେତନତା ସୃଷ୍ଟି କରିବାକୁ ମାଇକ ମାଧ୍ୟମରେ ପ୍ରଚାର କରାଯିବା ସହ ବନ ବିଭାଗ କର୍ମଚାରୀ ଗଁାକୁ ଗଁା ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଦିଗପହଣ୍ଡି ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ: ତାତିଲେ ଲୋକେ, ପୋଲିସ ହସ୍ତକ୍ଷେପ ପରେ…

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ପିତାମ୍ବରପୁର ଗ୍ରାମ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ମଙ୍ଗଳବାର ଜଣେ ଗ୍ରାହକଙ୍କ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ରାସ୍ତା ନା କାଦୁଅ ବିଲ…ଥୁଆମୂଳ ରାମପୁରରେ ବିପର୍ଯ୍ୟସ୍ତ ରାସ୍ତା; ଆମ୍ବୁଲାନ୍ସ ଯିବା ବି କଷ୍ଟକର

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତର ଦୁରେଶପଦର ଶିବମନ୍ଦିର ଛକଠାରୁ ଡୁମୁଲି ନାଳ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି…

ହାତୀ-ମଣିଷ ସଂଘର୍ଷ ହ୍ରାସ ପାଇଁ ଉଦ୍ୟମ: ୭ଟି ବନଖଣ୍ଡରେ ଚାଲିଛି କଦଳୀ ଚାରା ରୋପଣ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ): ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧ ନହେବାରୁ ହାତୀପଲ ସମେତ ବିଭିନ୍ନ ବନ୍ୟପ୍ରାଣୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି। ଫଳରେ ଜଙ୍ଗଲ…

ସିମନବାଡ଼ିରେ ଜିଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସ୍ୱାଧୀନତା ଦିବସରେ ଫାଇନାଲ୍ ମ୍ୟାଚ୍

ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri