ତିନିମୁହାଣି ଶିଳ୍ପାଞ୍ଚଳ ଜମି ଜବରଦଖଲ

କେନ୍ଦ୍ରାପଡ଼ା, ୨୭ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ବୃହତ୍‌ ଓ ମଧ୍ୟମ ଧରଣର ଶିଳ୍ପ ନାହିଁ। କ୍ଷୁଦ୍ରଶିଳ୍ପ ପାଇଁ ପ୍ରୋତ୍ସାହନ ମିଳିଲେ ଯୁବୋଦ୍ୟୋଗୀଙ୍କ ମାଧ୍ୟମରେ ଜିଲାର ଆର୍ଥିକ ପ୍ରଗତି ଘଟିବ। ମାତ୍ର ଏହି ଯୁବୋଦ୍ୟୋଗୀଙ୍କୁ ପ୍ରୋତ୍ସାହନ ମିଳିପାରୁ ନ ଥିବାରୁ ହତୋତ୍ସାହିତ ହୋଇ ଜିଲା ବାହାରକୁ କର୍ମ ଅନ୍ବେଷଣରେ ଯାଉଛନ୍ତି। ଜିଲାରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ (ଇଡ୍‌କୋ) ପକ୍ଷରୁ ତିନିମୁହାଣୀଠାରେ ଜମି ଅଧିଗ୍ରହଣ କରାଯାଇଥିଲା। ସେଠାରେ ଏବେ ଜବରଦଖଲକାରୀଙ୍କ ଭିଡ଼ ଦେଖିବାକୁ ମିଳୁଛି। ଶିଳ୍ପ ସମୃଦ୍ଧି ପାଇଁ ପ୍ରସ୍ତୁତି ହୋଇଥିବା ଯୋଜନା ଅଦ୍ୟାବଧି କରତକଳରେ ସୀମିତ ରହିଛି। ପ୍ରାଥମିକ ଅବସ୍ଥାରେ ଶିଳ୍ପାଞ୍ଚଳ ପାଇଁ ସହରର ତିନିମୁହାଣୀ ଓ ଡେରାବିଶର ଛତାଠାରେ ଇଡ୍‌କୋ ପକ୍ଷରୁ ଜମି ଅଧିଗ୍ରହଣ ହୋଇଥିଲା। ଛତାଠାରେ ପଲିଟେକ୍‌ନିକ୍‌ କଲେଜ ସ୍ଥାପନ ପରେ ଏହି ବ୍ଲକର ବଳଭଦ୍ରପୁରଠାରେ ୭.୭୬୦ ଏକର ପରିମିତ ସ୍ଥାନକୁ ଶିଳ୍ପାଞ୍ଚଳ ଉପଯୋଗୀ କରାଯାଇଥିଲା। ଏହି ସ୍ଥାନର ୪.୮୧୦ ଏକର ଅଞ୍ଚଳରେ ଶିଳ୍ପ ନାମରେ ୧୪ଟି କରତକଳ ଚାଲୁଛି। ଅପରପକ୍ଷରେ ତିନିମୁହାଣୀ ଶିଳ୍ପାଞ୍ଚଳର ବହୁ ଅଂଶ ଜବରଦଖଲକାରୀଙ୍କ କବ୍‌ଜାକୁ ଯାଇଛି। ଅବଶିଷ୍ଟ ଜମି ଜଙ୍ଗଲିଆ ହୋଇ ପଡ଼ିଛି। ଏହି ଶିଳ୍ପାଞ୍ଚଳର ଜମି ଉଦ୍ଧାର ନେଇ ଇଡ୍‌କୋ ଅଥବା ଜିଲା ପ୍ରଶାସନ ବ୍ୟଗ୍ରତା ପ୍ରକାଶ କରୁନାହାନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ଅମରବର ବିଶ୍ୱାଳ କୁହନ୍ତି, ତିନିମୁହାଣୀ ଶିଳ୍ପାଞ୍ଚଳରେ ବଳଦେବଜୀଉ ସର୍ଭିସ୍‌ ଷ୍ଟେଶନ, କଳିଙ୍ଗ ଉଡ୍‌ ପ୍ରଡକ୍ଟସ, ବରଦା ଟେକ୍ସଟାଇଲ, ଏସ୍‌.ଏନ୍‌. ସାହୁ ଏଣ୍ଡ କୋ, ବଳଦେବଜୀଉ ଅଏଲ ମିଲ୍‌, ଆଗ୍ରୋ ସର୍ଭିସ୍‌ ଷ୍ଟେଶନ ଓ ବଳଦେବଜୀଉ ପାୱାରଲୁମ୍‌ ୱେଭର୍ସ କୋ ଅପରେଟିଭ ସୋସାଇଟି ଆଦି ଥିଲା। ଏଥିରେ ଜିଲାର ବହୁ ବ୍ୟକ୍ତିଙ୍କୁ କର୍ମନିଯୁକ୍ତି ମିଳିବା ସହ ଜିଲାର ଆର୍ଥିକ ପ୍ରଗତିରେ ଶିଳ୍ପଗୁଡ଼ିକ ସହାୟକ ହୋଇଥିଲା। ମାତ୍ର ଏହି ଶିଳ୍ପ ଦୀର୍ଘଦିନ ଧରି ବନ୍ଦ ହୋଇଯାଇଛି। ଶିଳ୍ପାଞ୍ଚଳ ଜମିକୁ କେତେଜଣ ମୁଷ୍ଟିମେୟ ଲୋକ ଜବରଦଖଲକୁ ନେଇଛନ୍ତି। ଏହାର ଉଦ୍ଧାର ସହ ଯୁବୋଦ୍ୟୋଗୀଙ୍କୁ ଏହି ଜମି ଆବଣ୍ଟନ ହେବା କଥା। ଏ ନେଇ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ନୀରବ ରହିଛନ୍ତି। କରତକଳରେ ସୀମିତ ଶିଳ୍ପ ଜିଲାର ଆର୍ଥିକ ବିକାଶକୁ ଆଗେଇନେବା ପାଇଁ ସହାୟକ ନୁହେଁ ବୋଲି ସେ କହିଛନ୍ତି। ଯୁବୋଦ୍ୟୋଗୀ ସୂର୍ଯ୍ୟକାନ୍ତ ମହାନ୍ତି କହିଛନ୍ତି, ଜିଲାରେ ପ୍ଲାଷ୍ଟିକ ସାମଗ୍ରୀର ଚାହିଦା ଅଛି। ଅଳ୍ପ ମୂଲ୍ୟରେ ବୁଲା ବେପାର ମାଧ୍ୟମରେ ସହଜରେ ବ୍ୟବସାୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ ସାମଗ୍ରୀ ନିର୍ମାଣ ପାଇଁ ବ୍ୟାଙ୍କ ଓ ଜିଲା ଶିଳ୍ପ କେନ୍ଦ୍ର ସହିତ ଯୋଗାଯୋଗ କରାଯାଇଥିଲା। କାଗଜପତ୍ରର ଅଡୁଆ ଖିଅକୁ ୨ବର୍ଷ ମଧ୍ୟରେ ସଜଡ଼ା ଯାଇପାରିନାହିଁ। ଏପରିକି କେତେକ ବ୍ୟାଙ୍କ କର୍ତ୍ତୃପକ୍ଷ ବ୍ୟବସାୟ ବୁଡ଼ିଯିବା ଆଶଙ୍କାକରି ଋଣ ଦେବାକୁ ମନା କରିଛନ୍ତି। ଏ ପରିସ୍ଥିତିରେ ଯୁବବର୍ଗଙ୍କ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନରେ ରହିଯାଉଛି। ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ପ୍ରଦୀପ କୁମାର ଦାଶ କହିଛନ୍ତି, ଜିଲାରେ ଶିଳ୍ପ ପ୍ରତିଷ୍ଠା ହେଲେ ଆର୍ଥିକ ବିକାଶ ସାଙ୍ଗକୁ ପ୍ରଗତି ହୋଇପାରିବ। ଜିଲାରେ ଖଣିଜ ପଦାର୍ଥ ବା ଆବଶ୍ୟକ ମୂଳ ସାମଗ୍ରୀ ନ ଥିଲେ ମଧ୍ୟ ବହୁ ଯୁବକ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ। ଏଠାରେ ଘରୋଇ ଶୀତଳଭଣ୍ଡାରଠାରୁ ଆରମ୍ଭକରି ପେପର ପ୍ଲେଟ୍‌ ଶିଳ୍ପ ପାଇଁ ଭିତ୍ତିଭୂମି ଅଛି। ଏଥିରେ ବ୍ୟାଙ୍କ ଋଣ ସହ ଇଡ୍‌କୋ ପକ୍ଷରୁ ଶସ୍ତାରେ ଜମି ଯୋଗାଣ ଆବଶ୍ୟକ। ଶିଳ୍ପାଞ୍ଚଳ ଜମି ଜବରଦଖଲ ଆଡ଼କୁ ଗତି କରୁଥିବା ବେଳେ ଏହାର ପୁନରୁଦ୍ଧାର ହେଉନାହିଁ। ଫଳରେ ଆଶାୟୀ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ ଜିଲା ବାହାରେ ନିଜର କର୍ମସଂସ୍ଥାନ ଯୋଗାଡ଼ କରୁଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବ୍ୟାଙ୍କର୍ସ ଓ ଜିଲା ଶିଳ୍ପ କେନ୍ଦ୍ରର ଏକ ସମନ୍ବୟ ବୈଠକ ହୋଇଛି। ଏଥିରେ ଯୁବ ଶିଳ୍ପୋଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?